ରାଶିଫଳ
ମେଷ: ନିଜ ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ। ନୂତନ ସ୍ଥାନ ଭ୍ରମଣର ସୁଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିକାର: ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।
ବୃଷ: ଶତ୍ରୁମାନେ ପରାଜୟ ସ୍ୱୀକାର କରି ମିତ୍ରତାର ହାତ ବଢ଼ାଇବେ। ସ୍ୱାସ୍ଥ୍ୟ ଭଲ ରହିବା ସହ ଯାତ୍ରା ସଫଳ ହେବ। ରାଜନୈତିକ କ୍ଷେତ୍ରରେ ମାନସମ୍ମାନ ବଢ଼ିବ। ପ୍ରତିକାର: ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ।
ମିଥୁନ: ବନ୍ଧୁମାନଙ୍କ ସହ ଅଯଥା ଯୁକ୍ତିତର୍କ ଓ ମତଭେଦ ଦେଖାଦେଇପାରେ। ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ଆସିପାରେ। ପାରିବାରିକ ମନୋମାଳିନ୍ୟ ଦୂର ହୋଇ ସୁଖଶାନ୍ତି ଫେରିବ।
କର୍କଟ: ପରିବାର ସଦସ୍ୟଙ୍କ ପ୍ରେରଣାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ମହିଳାମାନଙ୍କ କାର୍ଯ୍ୟ ସମାଜରେ ପ୍ରଶଂସିତ ହେବ। ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସା ପାଇବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ।
ସିଂହ: ସାମାଜିକ କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ କମ୍ ମିଳିପାରେ। ଅଚାନକ ଦୁର୍ଘଟଣାର ସମ୍ଭାବନା ଥିବାରୁ ସତର୍କ ରୁହନ୍ତୁ। ବ୍ୟବସାୟରେ ଦ୍ରବ୍ୟହାନି କିମ୍ବା ଚୋରି ହେବାର ଆଶଙ୍କା ରହିଛି।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବା ସହ ଉତ୍ତମ ଭୋଜନର ସୁଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନର ଆଶା ପୂରଣ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦପଦବି ହାସଲ କରିବାର ସୁଯୋଗ ରହିଛି।
ତୁଳା: ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ମହିଳାମାନେ ରାଜନୈତିକ କ୍ଷେତ୍ରରେ ନିଜ ସ୍ଥିତି ସୁଦୃଢ଼ କରିବେ। ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ। ପ୍ରତିକାର: ରୁଟି ଓ ଗୁଡ଼ ଗାଈକୁ ଖାଇବାକୁ ଦିଅନ୍ତୁ।
ବିଛା: ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ନୂତନ ଯାନବାହନ କିମ୍ବା ଜମି କିଣିବାର ସୁଯୋଗ ମିଳିପାରେ। ମହିଳା ଓ ଛାତ୍ରଛାତ୍ରୀମାନେ ଖୁସିରେ ଦିନ କାଟିବେ। ପ୍ରତିକାର: ହନୁମାନଙ୍କ ଦର୍ଶନ କରନ୍ତୁ ଏବଂ ସାତଟି ପେଡ଼ା ଭୋଗ ଲଗାନ୍ତୁ।
ଧନୁ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ସହଯୋଗୀଙ୍କଠାରୁ ସହଯୋଗ ଓ ସହାନୁଭୂତି ମିଳିବ। ଆର୍ଥିକ, ମାନସିକ ଓ ଶାରୀରିକ ଉନ୍ନତି ହୋଇପାରେ। ପ୍ରତିକାର: ଶ୍ରୀଗଣେଶଙ୍କ ନିକଟରେ ସାତଟି ବୁନ୍ଦି ଲଡ଼ୁ ଭୋଗ ଲଗାନ୍ତୁ।
ମକର: ସନ୍ତାନଙ୍କ ଅବାଧ୍ୟ ଆଚରଣ ଯୋଗୁଁ ମନ ଦୁଃଖିତ ହୋଇପାରେ। ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟା ପାଇଁ କୋର୍ଟକଚେରିର ଦ୍ୱାରସ୍ଥ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହେବାର ଆଶଙ୍କା ରହିଛି। ପ୍ରତିକାର: ଅଶ୍ୱତ୍ଥ ଗଛର ଗୋଟିଏ ପତ୍ର ପାଖରେ ରଖନ୍ତୁ।
କୁମ୍ଭ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ଆଶଙ୍କା ରହିଛି। ତେଣୁ ସତର୍କତାର ସହ କାର୍ଯ୍ୟ କରନ୍ତୁ। ଅଯଥା ଭ୍ରମଣ ଓ ଅର୍ଥହାନି ହୋଇପାରେ। ପ୍ରତିକାର: ଗାଈକୁ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଅନ୍ତୁ।
ମୀନ: ନିଜ ବୁଦ୍ଧି ଓ କୌଶଳ ବଳରେ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିବେ। ଆର୍ଥିକ ଲାଭର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବା ସହ ନୂତନ ଯୋଜନାରେ ସଫଳତା ପାଇପାରନ୍ତି।
