ପ୍ରଜାତନ୍ତ୍ରର ୭୯ତମ ପ୍ରତିଷ୍ଠା ଉତ୍ସବ


କଟକ(ପିପିଏସ୍): ୧୯୪୭ ଅଗଷ୍ଟ ୮ ତାରିଖକୁ ହିସାବ କଲେ ଏହା ୭୯ ବର୍ଷରେ ପଦାର୍ପଣ କରିଛି । ୧୯୨୩ ମସିହା ଅଗଷ୍ଟ ୨୩ ତାରିଖରେ ଏହା ପ୍ରଥମକରି ପ୍ରକାଶ ପାଇଥିଲା । ଯାହାର ୧୦୦ ବର୍ଷ ପାଳନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ପ୍ରଜାତନ୍ତ୍ର ପ୍ରକାଶନରେ ବହୁ ଆହ୍ୱାର ସମ୍ମୁଖୀନ ହେଉଛି । ତେବେ ‘ଗାଁ ମଜଲିସ୍’ ୧୯୮୩ ମସିହାର ୫୦ତମ ସଂସ୍କରଣ ସମ୍ପ୍ରତି ପ୍ରକାଶିତ ହୋଇଛି । ଏହାର ପ୍ରତିଷ୍ଠାତା ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ତଥା ବାପାଙ୍କ ସମୟରେ ଏହାର ୪ଖଣ୍ଡ ସଂସ୍କରଣ ପ୍ରକାଶ ପାଇଥିଲା ।

ତେବେ ୧୯୮୩ ମସିହାକୁ ଭିତ୍ତିକରି ୧୯୮୪ ମସିହାରେ ଗାଁ ମଜଲିସ୍କୁ ସାହିତ୍ୟ ଏକାଡେମୀ ସମ୍ମାନ ମିଳିଥିଲା । ୧୯୮୪ ମସିହାର ଗାଁ ମଜଲିସରେ ୧୯୭୫-୭୭ ପର୍ଯର୍୍ୟନ୍ତ ତାଙ୍କୁ କିପରି ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିଥିଲା ସେ ବିଷୟରେ ହରେକୃଷ୍ଣ ମହତାବ ପ୍ରକାଶ କରିଥିଲେ ବୋଲି ଗାଁ ମଜଲିସର ଏବେକାର ସମ୍ପାଦକ ଭର୍ତ୍ତୃହରି ମହତାବ ମତବ୍ୟକ୍ତ କରିଥିଲେ । ରାଜନୈତିକ ପ୍ରତିଦ୍ୱନ୍ଦିତା ପାଇଁ ଜଣେ କେଉଁ ସ୍ତରକୁ ଯାଇପାରେ ତାହା ଗାଁ ମଜଲିସର ଉପରୋକ୍ତ ସଂସ୍କରଣରେ ଡକ୍ଟର ମହତାବ ପ୍ରକାଶ କରିଥିଲେ । ୧୯୬୧ ମସିହାରେ ଡକ୍ଟର ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ ଓ ୧୯୬୨ ମସିହାରେ ପାର୍ଲାମେଣ୍ଟକୁ ଯାଇଥିଲେ । ଏହି ସମୟରେ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା । ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜବାହାର ନେହେରୁ ଡକ୍ଟର ମହତାବଙ୍କ ବିରୋଧରେ କରିଥିବା ଷଡଯନ୍ତ୍ର ବିଷୟରେ ସେ ସମୟରେ କଲିକତାରେ ଥିବା ଜଣେ ଓଡ଼ିଆ ଅଫିସର ତାଙ୍କୁ କହିଥିଲେ ।

ଯାହାକି ଜଣେ ଓଡ଼ିଆ ପୁଲିସ୍ ଅଫିସର ଥିବା ନରସିଂହ ସ୍ୱାଇଁଙ୍କ ଦ୍ୱାରା ଡକ୍ଟର ମହତାବଙ୍କୁ ଗିରଫ କରାଯାଇଥିଲା ଓ ଏହି ସମୟରେ ସେ ଭୋକିଲା ଅନଶନ କରିଥିଲେ । ୧୯୮୩ ମସିହାର ଘଟଣାବଳୀକୁ ଡକ୍ଟର ମହତାବ ପ୍ରକାଶ କରିଥିଲେ । ତେବେ ସେହି ୪୦ ବର୍ଷର ଘଟଣା ଆଜିବି ଆମ ପାଖରେ ଉଦାହରଣ ହୋଇ ରହିଛି । ବିଶେଷକରି ଏହି ଗାଁ ମଜଲିସ୍ ପ୍ରକାଶ ପାଇ ଲୋକଲୋଚନକୁ ଆସିବା ପଛରେ ଏହାର ପୂର୍ବତନ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟ ଭୂମିକା ଥିଲା ବୋଲି ଡକ୍ଟର ମହତାବ ଏକ ସଭାରେ ମତବ୍ୟକ୍ତ କରିଥିବା ସମ୍ପର୍କରେ ଭର୍ତ୍ତୃହରି ମହତାବ କହିଥିଲେ ।

ଗାନ୍ଧୀବାଦର ପ୍ରଚାର, ସ୍ୱଦେଶୀ ପ୍ରୀତିକୁ ଜାଗ୍ରତ କରିବା ଓ ଲୋକଙ୍କୁ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଏହି ଗାଁ ମଜଲିସ୍ ପ୍ରକାଶ ପାଇବାର ମୁଖ୍ୟ ଉଦେ୍ଦଶ୍ୟ ଥିଲା । ତେବେ ଖବରକାଗଜଗୁଡ଼ିକ ମଧ୍ୟରେ ସ୍ୱତନ୍ତ୍ର ଗ୍ରାହକମାନଙ୍କୁ ନେଇ ଏହି ପ୍ରଜାତନ୍ତ୍ର ଆଜି ୭୯ ବର୍ଷରେ ପଦାର୍ପଣ କରିଛି ବୋଲି ଶ୍ରୀ ମହତାବ ମତବ୍ୟକ୍ତ କରିଥିଲେ । ବିଶେଷକରି ୧୯୮୦-୯୦ ଦଶକରେ ବିପ୍ଲବୀ ଧରଣୀଧରଙ୍କ ଜୀବନକୁ ଲୋକଲୋଚନକୁ ଆଣିବାରେ ପ୍ରଜାତନ୍ତ୍ରର ମୁଖ୍ୟ ଭୂମିକା ଥିଲା ବୋଲି ଶ୍ରୀ ମହତାବ ଅବଗତ କରିଥିଲେ ।

Leave A Reply

Your email address will not be published.