ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ନିଶା ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବା ସହ ଏକ ବିକଶିତ ଭାରତ ଗଠନରେ ସାମିଲ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ
ଆରମ୍ଭ କରିଛନ୍ତି ‘ନିଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ ସଂକଳ୍ପ ଅଭିଯାନ’।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜାତୀୟ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
ନିଶାମୁକ୍ତ ଭାରତ ପାଇଁ ଆରମ୍ଭ ହୋଇଛି ୧୦୦ ସପ୍ତାହର ଜନଭାଗିଦାରୀ ଅଭିଯାନ। ପ୍ରତି ରବିବାର ସାରା ଦେଶରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ଦୂତ ହେବାକୁ ପ୍ରେରିତ କରିବା ହେଉଛି
ଏହି ଅଭିଯାନର ମୂଳ ଲକ୍ଷ୍ୟ।
ଅଭିଯାନ ଅଧୀନରେ କ୍ରୀଡ଼ା ପ୍ରତିଯୋଗିତା, ୱାକାଥନ୍, ଧ୍ୟାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା ରାଲି, ନୁକ୍କଡ଼ ନାଟକ, ଆଲୋଚନା ଚକ୍ର, ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିଭିନ୍ନ ସାମାଜିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହା ମାଧ୍ୟମରେ ଡ୍ରଗ୍ସ ବିରୋଧରେ ଏକ ସାମୂହିକ ଜନଆନ୍ଦୋଳନ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନରେ ଦେଶର ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବପିଢ଼ି ସାମିଲ ହୋଇଛନ୍ତି।
MY Bharat ସ୍ୱେଚ୍ଛାସେବକ, ନ୍ୟାସନାଲ୍ ସର୍ଭିସ୍ ସ୍କିମ୍ (NSS), ଯୁବ କ୍ଲବ୍, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ,
ଶିଳ୍ପ ସଂଘର ଯୁବ ଶାଖା ଓ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଛନ୍ତି।
