ପ୍ରମୁଖ ଖବର
ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ ସନାତନ ସାଂସ୍କୃତିକ ଚିନ୍ତାଧାରା ଉପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନ ତାଙ୍କର ଘୋର ଅଜ୍ଞାନତା, ସନାତନ ପରମ୍ପରାପ୍ରତି ଦୁର୍ଭାବନା ପୂର୍ଣ୍ଣ ମାନସିକତାକୁ ପ୍ରକାଶ କରୁଛି। ଶଙ୍କରାଚାର୍ଯ୍ୟ ଧର୍ମ ବିରୋଧୀ ବୟାନ ନଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ରାଜନୈତିକ ଲାଭ ପାଇବା ପାଇଁ ପ୍ରାଚୀନ ଧର୍ମଶାସ୍ତ୍ରର ଶ୍ଲୋକଗୁଡ଼ିକୁ […]
ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ନାଗରିକ, ବିଶେଷକରି ମୁସଲିମ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ନିଜ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ, ଇଦ୍-ଏ-ମିଲାଦ୍-ଉନ୍-ନବୀ ପବିତ୍ର ପର୍ବ ପୟଗମ୍ବର ମହମ୍ମଦଙ୍କ ମହାନ ଶିକ୍ଷା ଓ ଆଦର୍ଶକୁ ସ୍ମରଣ କରିବାର ଏକ ଅବସର। ତାଙ୍କ ଶିକ୍ଷା ଆମକୁ ପବିତ୍ର ଆଚରଣ ଓ କର୍ତ୍ତବ୍ୟନିଷ୍ଠାର ପଥରେ ଚାଲିବାକୁ ପ୍ରେରଣା ଦିଏ। ସେ କହିଛନ୍ତି, ପୟଗମ୍ବର […]
ମରାମତି ଓ ନୂତନ ଶ୍ରେଣୀଗୃହ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ଜମନକିରା: ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ଝରୁଛି ପାଣି। ଛାତରୁ ପାଣି ଗଳି ଶ୍ରେଣୀଗୃହରେ ଜମିଯାଉଥିବାରୁ ବିପଦସଙ୍କୁଳ ପରିବେଶରେ ପିଲାଙ୍କ ପାଠପଢ଼ା ଚାଲିଛି। ସ୍କୁଲର ଜରାଜୀର୍ଣ୍ଣ ଛାତ ମରାମତି ସହ ଦୁଇଟି ନୂଆ ଶ୍ରେଣୀଗୃହ ନିର୍ମାଣ ଦାବିରେ ଶନିବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିବା ଘଟଣାକୁ ନେଇ ସର୍ବେଜାଲ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ […]
ଅଗଷ୍ଟ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା; ଅନେକ ଜିଲ୍ଲାକୁ ଭାରୀ ବର୍ଷା ଆଶଙ୍କା
ଭୁବନେଶ୍ୱର, ୨୩/୮: ସକ୍ରିୟ ଲଘୁଚାପ ପ୍ରଭାବରେ ଅଗଷ୍ଟ ୨୪ରେ ଓଡ଼ିଶାର ଅନେକ ଅଞ୍ଚଳରେ ପାଗ ବର୍ଷାମୟ ରହିବ। ରାଜ୍ୟରେ ବିସ୍ତୃତ ଭାବେ ହାଲୁକାରୁ ମଧ୍ୟମ ବର୍ଷା ହେବା ସହ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବର୍ଷା ସହିତ ବଜ୍ରପାତ ଓ ଝଟକା ପବନର ଆଶଙ୍କା ମଧ୍ୟ ରହିଛି। ତେଣୁ ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନରହିବା ଏବଂ ଅସୁରକ୍ଷିତ କୋଠା କିମ୍ବା ଗଛ ତଳେ ଆଶ୍ରୟ ନନେବାକୁ ସତର୍କ ରହିବା ଆବଶ୍ୟକ। ଆସନ୍ତାକାଲି ରାଜ୍ୟରେ […]
ଚୀନ୍ ଯିବେ ଅଜିତ ଡୋଭାଲ; ସୀମା ବିବାଦ ନେଇ ୱାଙ୍ଗ ୟିଙ୍କ ସହ ୨୫ତମ ପର୍ଯ୍ୟାୟ ଆଲୋଚନା
ନୂଆଦିଲ୍ଲୀ, ୨୩/୮: ଭାରତ-ଚୀନ୍ ସୀମା ବିବାଦକୁ ନେଇ କୂଟନୈତିକ ଆଲୋଚନା ପୁଣିଥରେ ଗୁରୁତ୍ୱ ପାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର, ଅଗଷ୍ଟ ୨୪ରେ ବେଜିଂ ଗସ୍ତ କରିବେ। ସେଠାରେ ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ଚୀନ୍ର ସ୍ୱତନ୍ତ୍ର ପ୍ରତିନିଧି ୱାଙ୍ଗ ୟିଙ୍କ ସହ ସୀମା ପ୍ରସଙ୍ଗରେ ଆଲୋଚନା କରିବେ। ସରକାରୀ ସୂତ୍ର ଅନୁଯାୟୀ, ଡୋଭାଲ ଓ ୱାଙ୍ଗ ୟି ମଙ୍ଗଳବାର ଭାରତ-ଚୀନ୍ ସ୍ୱତନ୍ତ୍ର ପ୍ରତିନିଧି (SR) ଆଲୋଚନାର ୨୫ତମ ପର୍ଯ୍ୟାୟରେ ଯୋଗଦେବେ। ଏହି ବୈଠକରେ […]
ବର୍ଷାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମବାସୀ
ଭାପୁର, ୨୩/୦୮: ରାଜ୍ୟ ସରକାର ଲୋକମାନଙ୍କୁ ପାଇପ ଯୋଗେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଗୁରୁତ୍ୱ ଦେଉଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମରେ. ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ପମ୍ପ ହାଉସ)ମାଧ୍ୟମରେ ପାଇପ ଯୋଗେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି. ପମ୍ପ ହାଉସରେ ପାଣି ଚଲାଇବା ପାଇଁ କର୍ମଚାରୀ ନିଯୁକ୍ତି କରାଯାଇଛି. କିନ୍ତୁ […]
RRB JE ନିଯୁକ୍ତି ୨୦୨୬: ୩,୯୯୩ ଜୁନିଅର ଇଞ୍ଜିନିୟର ପଦବୀ ପାଇଁ ଆବେଦନ ଆରମ୍ଭ, ସେପ୍ଟେମ୍ବର ୧୩ ଶେଷ ତାରିଖ
ନୂଆଦିଲ୍ଲୀ: ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ଯୁବକ-ଯୁବତୀଙ୍କ ପାଇଁ ବଡ଼ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ପକ୍ଷରୁ ଜୁନିଅର ଇଞ୍ଜିନିୟର (JE) ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଟ ୩,୯୯୩ଟି ପଦବୀ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରାଯାଉଛି। ଆବେଦନ ପ୍ରକ୍ରିୟା ୧୪ ଅଗଷ୍ଟ ୨୦୨୬ରୁ ଆରମ୍ଭ ହୋଇଥିବାବେଳେ ୧୩ ସେପ୍ଟେମ୍ବର ୨୦୨୬ ହେଉଛି ଶେଷ ତାରିଖ। ରେଳବାଇର ଅଧିକାରିକ ୱେବସାଇଟ୍ରେ ପ୍ରାର୍ଥୀମାନଙ୍କୁ ନିଜ ଅଞ୍ଚଳ ସମ୍ବନ୍ଧୀୟ […]
ଚାରବାଟିଆରେ ସିଭିଲିଆନ୍ ବିମାନବନ୍ଦର ପ୍ରସ୍ତାବ, ମହତାବଙ୍କ ଉଦ୍ୟମ
କଟକ: କଟକବାସୀଙ୍କ ଦୀର୍ଘଦିନର ବିମାନବନ୍ଦର ଦାବିକୁ ନେଇ ଆଶା ସଞ୍ଚାର ହୋଇଛି। କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଚୌଦ୍ୱାରସ୍ଥିତ ଚାରବାଟିଆର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ପୁରୁଣା ଏୟାରଷ୍ଟ୍ରିପ୍କୁ ଆଧୁନିକ ବେସାମରିକ ବିମାନବନ୍ଦରରେ ପରିଣତ କରିବା ଦାବିକୁ ଜୋରଦାର କରିଛନ୍ତି। ସାଂସଦ ମହତାବଙ୍କ କହିବା ଅନୁସାରେ, ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ହୋଇଛି। ପ୍ରକଳ୍ପଟି ଆଗକୁ ବଢ଼ିଲେ କଟକ ସମେତ ସମଗ୍ର ରାଜଧାନୀ ଅଞ୍ଚଳର ବିମାନ ଯୋଗାଯୋଗ […]
ହେଟ୍ ସ୍ପିଚ୍ ମାମଲାରେ ମହୁଆ ମୋଇତ୍ରଙ୍କ ବିରୋଧରେ ଗିରଫ ପରୱାନା
କୋଲକାତା: ହେଟ୍ ସ୍ପିଚ୍ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ବୁଧବାର ଗିରଫ ପରୱାନା ଜାରି ହୋଇଛି। ଅଦାଲତଙ୍କ ସମନ୍କୁ ସମ୍ମାନ ଜଣାଇ ହାଜର ନହେବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲା ୨୦୨୫ ଅଗଷ୍ଟରେ ନଦିଆ ଜିଲ୍ଲାରେ ମହୁଆ ମୋଇତ୍ରଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା କଥିତ ଆପତ୍ତିଜନକ ମନ୍ତବ୍ୟ ସହ ଜଡ଼ିତ। ଭାରତ-ବାଂଲାଦେଶ ସୀମାରେ ଅନୁପ୍ରବେଶ ପ୍ରସଙ୍ଗରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ମାମଲା ରୁଜୁ […]
କେନ୍ଦ୍ରାପଡ଼ାରେ ବନ୍ୟା ବିପର୍ଯ୍ୟୟ, ବଢ଼ୁଛି ଦୁର୍ଦ୍ଦଶା
କେନ୍ଦ୍ରାପଡ଼ା: ତାଜା ପ୍ରବଳ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ାର ବିଭିନ୍ନ ନଦୀରେ ବନ୍ୟାଜଳ ଆହୁରି ବଢ଼ିଛି। ଗତ ଦୁଇ ସପ୍ତାହ ଧରି ବନ୍ୟାରେ ଜୁଝୁଥିବା ଲୋକଙ୍କ ଦୁର୍ଦ୍ଦଶାକୁ ନୂଆ ବର୍ଷା ଆହୁରି ବଢ଼ାଇ ଦେଇଛି। ପଟ୍ଟାମୁଣ୍ଡାଇ, ରାଜକନିକା, ଆଳି, ଡେରାବିଶ ଓ ରାଜନଗର ବ୍ଲକର ଅନେକ ନଦୀକୂଳିଆ ଗାଁରେ ଶତାଧିକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଅନେକ ସ୍ଥାନରେ ଲୋକେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇଁ ଅପେକ୍ଷା କରୁଥିବା ବେଳେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ […]
