ପ୍ରମୁଖ ଖବର
ମାଣିକପାଟଣାରେ ରକ୍ତାକ୍ତ ସଂଘର୍ଷ, ୭ ଗୁରୁତର
ଆଳି ଥାନା ଅଧୀନସ୍ଥ ମାଣିକପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆଳି/ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ରବିବାର ବିଳମ୍ୱିତ ରାତିରେ ଆଳି ଥାନା ଅଧୀନସ୍ଥ ମାଣିକପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୭ ଜଣ ଗୁରୁତର ଆହତ ହୋଇଛନ୍ତି। […]
ପ୍ରେମ ବ୍ୟାପାରରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା!
ସୋରରେ ପ୍ରେମବ୍ୟାପାରରୁ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତା ଯୁବତୀ ହେଲେ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ। ସୋର/ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ବାଲେଶ୍ବର ଜିଲ୍ଲା ସୋରରେ ଚାଞ୍ଚଲ୍ୟ। ପ୍ରେମ ବ୍ୟାପାରରୁ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତା ଯୁବତୀ ହେଲେ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା […]
ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୁଲୁଗୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ଡ.ପି.ସାବିରଶଙ୍କ ନିକଟରେ ମାଓ ସଂଗଠନର ଡିଭିସିଏମ ସଦସ୍ୟା ପୁଲସାମ ପଦ୍ମା ଆତ୍ମସମର୍ପଣ କରିଛନ୍ତି ମାଲକାନଗିରି/ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୁଲୁଗୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି ଡ.ପି.ସାବିରଶଙ୍କ ନିକଟରେ ମାଓ ସଂଗଠନର ଡିଭିସିଏମ ସଦସ୍ୟା ପୁଲସାମ […]
କୋଣାର୍କରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ
କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବାରେ ବିଳମ୍ବକୁ ନେଇ କୋଣାର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଏ.ଏସ.ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକଙ୍କ ସହିତ ଆଲୋଚନା କରିଛନ୍ତି। କୋଣାର୍କ/ ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବାରେ ବିଳମ୍ବକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ସେ ଆଜି କୋଣାର୍କକୁ ଆସି ସ୍ଥିତି ପରଖିଛନ୍ତି। […]
ଖାତାକୁ ଆସିଲା ପିଏମ କିଷାନ ଯୋଜନା କିସ୍ତି
ଚାଷୀଙ୍କୁ ହୋଲି ଭେଟି: ଓଡ଼ିଶାର ୩୪ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଉପକୃତ ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୧୯ତମ କିସ୍ତି ଜାରି କରିଛନ୍ତି। ଏହା ମାଧ୍ୟମରେ ଓଡ଼ିଶାର ୩୪.୯୮ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ ଦ୍ୱାରା ସାରା ଦେଶରେ ୯.୮ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ସେହିପରି ଓଡ଼ିଶାରୁ ୩୪.୯୮ […]
ରାମଲାଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଯୋଧ୍ୟା/ମହାକୁମ୍ଭ ନଗର/ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ। ଏଥିଲାଗି ମୁଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରୁ ବହୁ ଲୋକ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରୁଛନ୍ତି। ଏଣୁ ସେମାନଙ୍କ ରହିବା ଲାଗି ଓଡ଼ିଶା […]
ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ୭୯୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍
ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ବିଦ୍ୟୁତ ବିଭାଗର ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ବିଦ୍ୟୁତ୍ ବିଭାଗ ଏକ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ୭୯୯ କୋଟି ଟଙ୍କାର ଏକ ବିଦ୍ୟୁତ୍ ବିଲ୍ ଦେଇଛି । ବିଦ୍ୟୁତ୍ ବିଲ୍ ଦେଖିବା ପରେ ଅଧ୍ୟକ୍ଷଙ୍କ ହୋସ ଉଡିଯାଇଛି | ଅଧ୍ୟକ୍ଷ କହିଛନ୍ତି ଯେ ସେ ନୁହେଁ ତାଙ୍କ ପରିବାର ସମଗ୍ର ସମ୍ପତ୍ତି ବିକ୍ରି କରିଦେଲେ ବି ସେମାନେ ବିଲ୍ ପରିଶୋଧ କରିପାରିବେ ନାହିଁ। […]
ଭାରତ -ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍
କୋହଲିଙ୍କ ବିରାଟ ଶତକ ସହ ଭାରତର ମହାବିଜୟ ୨୦୧୭ ର ବଦଲା ନେଲା ରୋହିତ ବାହିନୀ ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ବିରାଟ ଶତକ ଶହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଛି ଦୁବାଇ/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର […]
ମିସନ ଶକ୍ତି ଗୃହରେ ଲାଗିଲା ନିଆଁ, ଜଳିଗଲା ଆସବାବପତ୍ର
ବାଲେଶ୍ବର ଜିଲ୍ଲା ନୀଳଗିରିରେ ସନ୍ଧ୍ୟା ସମୟରେ ଅଦିନିଆ ବର୍ଷା ସାଙ୍ଗକୁ,ବଜ୍ରପାତ ହେବା କାରଣରୁ ଜାମୁଡିହା ଗ୍ରାମରେ ଥିବା ମିସନ ଶକ୍ତି ଗୃହରେ ଅଚାନକ ନିଆଁ ଲାଗିଯାଇଥିଲା। ନୀଳଗିରି/ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ବାଲେଶ୍ବର ଜିଲ୍ଲା ନୀଳଗିରିରେ ସନ୍ଧ୍ୟା ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ ହେବା କାରଣରୁ ଜାମୁଡ଼ିହା ଗ୍ରାମରେ ଥିବା ମିସନ ଶକ୍ତି ଗୃହରେ ଅଚାନକ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ମିସନ ଶକ୍ତି ଗୃହରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। […]
ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ
ହାଫ୍ ମାରାଥନ୍ ଦେଲା ସଫଳତା, ଉଡ଼ାଇଲେ ତ୍ରିରଙ୍ଗା ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ପୁଣି ଏକ ସ୍ମୁତି ସାଉଟିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଆଇରନ୍ ମ୍ୟାନ୍ ଭାବେ ଜଣାଶୁଣା ଶ୍ରୀ ରଥ ଆଫ୍ରିକାର କିଲିମାନଜାରୋ ଆନ୍ତର୍ଜାତୀୟ ମାରାଥନରେ ହାଫ୍ ମାରାଥନ୍ରେ ସଫଳତା ହାସଲ କରିଛନ୍ତି। ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ପୁଣି ଏକ ସ୍ମୁତି ସାଉଟିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଆଇରନ୍ ମ୍ୟାନ୍ ଭାବେ ଜଣାଶୁଣା […]
