ଭୁବନେଶ୍ୱର, ୧୧।୭(ବ୍ୟୁରୋ): ଓଡ଼ିଶା ପୋଲିସ ପ୍ରଶାସନରେ ଏବେ ଚର୍ଚ୍ଚାର ବଜାର ଗରମ ରହିଛି। ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର (VRS) ଚର୍ଚ୍ଚା ଏପର୍ଯ୍ୟନ୍ତ ଥମିନଥିବା ବେଳେ, ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଚାକିରିରେ ଯୋଗଦେବାର ପ୍ରାୟ ଦୁଇ ବର୍ଷ ନପୁରୁଣୁ ସେ ନିଜ ପଦରୁ ଇସ୍ତଫା ଦେବା ଘଟଣା ଏବେ ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
କିଏ ଏହି ଯୁବ IPS ଅଫିସର?
ଚାକିରିରୁ ଇସ୍ତଫା ଦେଇଥିବା ଏହି ଯୁବ ଅଫିସର ଜଣକ ହେଉଛନ୍ତି ୨୦୨୫ ବ୍ୟାଚର IPS ସିଏ ରାମଦାସ। ମହାରାଷ୍ଟ୍ରର ବାସିନ୍ଦା ଅଭିଜିତ ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା।
ତାଲିମ ସରିବା ପୂର୍ବରୁ ଛାଡ଼ିଲେ ଚାକିରି:
ମିଳିଥିବା ସୂଚନା ଅନୁଯାୟୀ, IPS ସିଏ ରାମଦାସ ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ପ୍ରତିଷ୍ଠିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ (SVPNPA)ରେ ନିଜର ତାଲିମ ନେଉଥିଲେ। କିନ୍ତୁ ଏହି ତାଲିମ ଅବଧି ଶେଷ ହେବା ପୂର୍ବରୁ ହିଁ ସେ ନିଜର ଇସ୍ତଫା ପତ୍ର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି।
ଇସ୍ତଫାର କାରଣ ଅସ୍ପଷ୍ଟ:
ସେ କେଉଁ କାରଣ ପାଇଁ ଏଭଳି ଏକ ସମ୍ମାନଜନକ ଚାକିରି ଛାଡ଼ିଲେ, ସେ ନେଇ ବର୍ତ୍ତମାନ ସୁଦ୍ଧା ସିଏ ରାମଦାସ କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଜଣେ ଆଗଧାଡ଼ିର ଯୁବ ଅଫିସରଙ୍କର ଏଭଳି ହଠାତ୍ ଚାକିରି ଛାଡ଼ିବା ନିଷ୍ପତ୍ତି ପଛରେ କି ରହସ୍ୟ ରହିଛି, ତାକୁ ନେଇ ଏବେ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଉଛି।













Leave a Reply