ଘଟଣା-ଦୁର୍ଘଟଣା
ଏଆଇକୁ ନେଇ ଏଲନ୍ ମସ୍କଙ୍କ ଚେତାବନୀ; ମଣିଷର ଚିନ୍ତାଧାରାକୁ ପଛରେ ପକାଇଦେବ କୃତ୍ରିମ ବୁଦ୍ଧି
ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଧନୀ ବ୍ୟବସାୟୀ ଏଲନ୍ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ଏଆଇ ମଣିଷ ଭଳି ଚିନ୍ତା କରିବାର କ୍ଷମତା ହାସଲ କରିପାରେ ବୋଲି ସେ ମତ ଦେଇଛନ୍ତି। ଏଲନ୍ ମସ୍କଙ୍କ ମତାନୁସାରେ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଏଆଇ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସମ୍ବନ୍ଧୀୟ କାର୍ଯ୍ୟରେ ମଣିଷଙ୍କୁ ପଛରେ ପକାଇପାରେ। ଏଆଇର କ୍ଷମତା ଯେଉଁ ଗତିରେ ବଢ଼ୁଛି, ତାହା ଭବିଷ୍ୟତରେ ମଣିଷର ଚିନ୍ତା […]
ପିଇବା ପାଣି ପାଇଁ ରାସ୍ତାରେ ଧାରଣା; ୮୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ସୀତାପୁର ଗ୍ରାମବାସୀ
କଳ୍ୟାଣସିଂହପୁର: ସ୍ୱାଧୀନତାର ପ୍ରାୟ ୮୦ ବର୍ଷ ପରେ ବି ପିଇବା ପାଣି ଭଳି ମୌଳିକ ସୁବିଧା ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି ଗ୍ରାମବାସୀଙ୍କୁ। ଗାଁକୁ ପାନୀୟ ଜଳ ଯୋଗାଣ ଦାବିରେ ଆଜି ରାସ୍ତାରେ ଧାରଣା ଦେଇଛନ୍ତି ଲୋକେ। ପ୍ରଶାସନିକ ବ୍ୟବସ୍ଥାର ଅପାରଗତାର ଏହା ଏକ ସ୍ପଷ୍ଟ ଚିତ୍ର ବୋଲି ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଧୀନ ନାରାୟଣପୁର ପଞ୍ଚାୟତର ସୀତାପୁର ଗ୍ରାମର ଲୋକେ ଆଜି ରାସ୍ତା ଉପରେ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ, ଗ୍ରାମରେ […]
ଉତ୍କଳ ଆଲୁମିନାକୁ ନେଇ ବଢ଼ୁଛି ଅସନ୍ତୋଷ; ଜମି, ଘର, ପାଣି, ଚାକିରି ଓ ପୁନର୍ବାସକୁ ନେଇ ଗ୍ରାମବାସୀଙ୍କ ପ୍ରଶ୍ନ
କଳାହାଣ୍ଡି: ପାହାଡ଼ କଳାହାଣ୍ଡିର, ମାଟି କଳାହାଣ୍ଡିର, ପାହାଡ଼ ତଳେ ଥିବା ଖଣିଜ ସମ୍ପଦ ମଧ୍ୟ ଏହି ଅଞ୍ଚଳର। ହେଲେ ଏହି ସମ୍ପଦରୁ ସ୍ଥାନୀୟ ଲୋକ କେତେ ଲାଭ ପାଉଛନ୍ତି? ଖଣି ଓ ଶିଳ୍ପ ପ୍ରକଳ୍ପ ଆସିବା ପରେ ଅଞ୍ଚଳର ଲୋକଙ୍କ ଜୀବନ କେତେ ବଦଳିଛି? ନା ବିକାଶର ମୂଲ୍ୟ ଦେଉଛନ୍ତି ସେହି ଲୋକେ, ଯେଉଁମାନେ ପିଢ଼ି ପିଢ଼ି ଧରି ଏହି ମାଟି ଉପରେ ନିର୍ଭର କରିଆସିଛନ୍ତି? ବାଫଲିମାଳି ଅଞ୍ଚଳରେ ଏବେ ଏଭଳି ପ୍ରଶ୍ନ ଜୋର ଧରିଛି। ଉତ୍କଳ […]
ନବରଙ୍ଗପୁରରେ ଶ୍ରମିକ ପଞ୍ଜୀକରଣରେ ଅବ୍ୟବସ୍ଥା; ୧୦ ବ୍ଲକ୍ରେ ମାତ୍ର ୪ ଶ୍ରମ ଅଧିକାରୀ
ନବରଙ୍ଗପୁର: ଜିଲ୍ଲାର ୧୦ଟି ବ୍ଲକ୍ରେ ଥିବା ଲକ୍ଷାଧିକ ଶ୍ରମିକଙ୍କ ପୁନଃନବୀକରଣ ଓ ପଞ୍ଜୀକରଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମ ବିଭାଗରେ କର୍ମଚାରୀ ଅଭାବ ସମସ୍ୟାକୁ ଜଟିଳ କରିଛି। ଜଣେ ଜିଲ୍ଲା ଶ୍ରମ ଅଧିକାରୀ ଓ ୪ ଜଣ ସହକାରୀ ଶ୍ରମ ଅଧିକାରୀଙ୍କ ଭରସାରେ ବିଭାଗୀୟ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ମାସକ ଛୁଟିରେ ଜିଲ୍ଲା ଶ୍ରମ ଅଧିକାରୀ ଥିବା ବେଳେ ରାଜ୍ୟ ସରକାର ଅଚାନକ ଭାବେ ଆଉଟସୋର୍ସିଂରେ କାର୍ଯ୍ୟରତ ଜଣେ କଲ୍ୟାଣ ସଂଯୋଜକ ଓ ଜଣେ ଡିଇଓଙ୍କୁ ବାହାର […]
ରେଳ ଫାଟକ ଯୋଗୁଁ ଯାତାୟାତ ସମସ୍ୟା; ୬ ଗାଁବାସୀଙ୍କ ଦୁର୍ଦ୍ଦଶା ଦୂର ପାଇଁ ଦାବି
ବୌଦ୍ଧ: ରେଳ ଫାଟକ ଯୋଗୁଁ ଯାତାୟାତରେ ସମସ୍ୟା ଭୋଗୁଥିବା ୬ଟି ଗାଁର ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଆଗେଇ ଆସିଛି ଆମଗଡ଼ିଆ ବିକାଶ ପରିଷଦ। ଆମଗଡ଼ିଆ ପଞ୍ଚାୟତ ଅଧୀନ ଭଗବାନପୁର ଗାଁ ନିକଟ ରେଳ ଲାଇନ୍ଠାରେ ଗଳାପୋଲ ନିର୍ମାଣ କିମ୍ବା ଭଗବାନପୁର ଗାଁଠାରୁ ଉତ୍ତର ପାର୍ଶ୍ୱରେ ଥିବା ବାମଡ଼ା ରେଳ ଗେଟ୍ ପର୍ଯ୍ୟନ୍ତ ଆପ୍ରୋଚ୍ ରୋଡ୍ ନିର୍ମାଣ ପାଇଁ ଦାବି ହୋଇଛି। ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବଡ଼ସାହି […]
ପାଣିକୋଇଲି ଛକ ପାଲଟିଛି ମୃତ୍ୟୁର ଛକ; ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ବଢୁଛି ଦୁର୍ଘଟଣା
ଯାଜପୁର: ଦିନରାତି ଗାଡ଼ିର ଘୁଁ…ଘାଁ… ଶବ୍ଦ। ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଥିବା ଯାଜପୁର ଜିଲ୍ଲାର ପାଣିକୋଇଲି ଛକ ଏବେ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି। ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥର ସଂଗମସ୍ଥଳ ହୋଇଥିବାରୁ ଏହି ଛକ ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରରୁ ମଧ୍ୟ ବହୁ ସଂଖ୍ୟାରେ ଗାଡ଼ି ଯାତାୟାତ କରୁଛି। ପାଣିକୋଇଲି ଛକ ଦେଇ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କଟକ ଓ ଭୁବନେଶ୍ୱର ଆଦି ସହରକୁ […]
କୋରାପୁଟରେ ଫିଟ୍ନେସ୍ ଓ ଇନ୍ସୁରାନ୍ସ ନଥାଇ ଚାଲୁଛି ଅଟୋ; ବିପଦରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା
ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର, ସେମିଳିଗୁଡ଼ା, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଓ ଦାମନଯୋଡ଼ି ଅଞ୍ଚଳରେ ଫିଟ୍ନେସ୍ ଓ ଇନ୍ସୁରାନ୍ସ ନଥାଇ ବହୁ ସଂଖ୍ୟାରେ ଅଟୋ ଚଳାଚଳ କରୁଥିବା ଅଭିଯୋଗ ହୋଇଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀ ଓ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହା ଚିନ୍ତା ବଢ଼ାଇଛି। ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଅନେକ ଛାତ୍ରଛାତ୍ରୀ ଅଟୋ ଯୋଗେ ଯାତାୟାତ କରୁଛନ୍ତି। ତେବେ ଅନେକ ଅଟୋରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ […]
ନେପାଳ ବନ୍ୟା: ପ୍ରଥମ ଦେଶ ଭାବେ ୬୮ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ
କାଠମାଣ୍ଡୁ: ନେପାଳରେ ଆକସ୍ମିକ ବନ୍ୟାରେ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଯିବା ସହ ହଜାର ହଜାର ଲୋକ ନିଖୋଜ ଥିବା ବେଳେ, ପ୍ରଥମ ଦେଶ ଭାବେ ଭାରତ ସାହାଯ୍ୟର ହାତ ବଢ଼ାଇ ନିଜର ”ନେବରହୁଡ୍ ଫାଷ୍ଟ” (ପଡ଼ୋଶୀ ପ୍ରଥମ) ନୀତିକୁ ପୁଣି ଥରେ ପ୍ରମାଣିତ କରିଛି। ଭାରତୀୟ ବାୟୁସେନାର ୪ଟି ସ୍ୱତନ୍ତ୍ର ସାମରିକ ବିମାନ ଯୋଗେ ବର୍ତ୍ତମାନ ସୁଦ୍ଧା ୬୮.୫ ଟନ୍ ଜରୁରୀକାଳୀନ ରିଲିଫ ସାମଗ୍ରୀ କାଠମାଣ୍ଡୁ ପଠାଯାଇଛି। ଏଥିରେ ଅସ୍ଥାୟୀ ତମ୍ବୁ, କମ୍ବଳ, ଔଷଧ, ପାନୀୟ ଜଳ ବିଶୋଧନ ବଟିକା, ଜେନେରେଟର, ଖାଦ୍ୟ ସାମଗ୍ରୀ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ଟନେଲ୍ ରେସକ୍ୟୁ ଟିମ୍, ମେଡିକାଲ ଟିମ୍ ଓ ଡିଏନଏ ପରୀକ୍ଷା ପାଇଁ ଫୋରେନ୍ସିକ୍ ବିଶେଷଜ୍ଞ ସାମିଲ ଅଛନ୍ତି। ଏହାସହିତ ଯାତାୟାତ ସ୍ୱାଭାବିକ କରିବାକୁ ୨୩୦ ଫୁଟର ମଡ୍ୟୁଲାର ଷ୍ଟିଲ୍ ବ୍ରିଜ୍ ନିର୍ମାଣ ସାମଗ୍ରୀ ଧରି ୧୬ଟି ଭାରତୀୟ ଟ୍ରକ୍ ନେପାଳରେ ପହଞ୍ଚିସାରିଛି। ଅନ୍ୟପଟେ ନେପାଳର ଏହି ମହାବିପତ୍ତି ସମୟରେ ବିଶ୍ୱର ବିଭିନ୍ନ ଦେଶ ଓ ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ମଧ୍ୟ ସହାୟତା ଯୋଗାଇବା ଆରମ୍ଭ କରିଛନ୍ତି। ଚୀନ୍ ପକ୍ଷରୁ ୫୦ ଟନ୍ ରିଲିଫ ସାମଗ୍ରୀ ସହ ୫ ଜଣିଆ ଟନେଲ୍ ବିଶେଷଜ୍ଞ ଦଳ ପଠାଯାଇଛି। ସେହିପରି ୟୁଏଇ ୧୦ ମିଲିୟନ୍ ଡଲାର, ବ୍ରିଟେନ ୫ ମିଲିୟନ୍ ପାଉଣ୍ଡ, ଅଷ୍ଟ୍ରେଲିଆ ୫ ମିଲିୟନ୍ ଡଲାର, କାନାଡ଼ା ୫ ମିଲିୟନ୍ କାନାଡ଼ିଆନ୍ ଡଲାର, ଆମେରିକା ୩.୬ ମିଲିୟନ୍ ଡଲାରରୁ ଊର୍ଦ୍ଧ୍ୱ, ଦକ୍ଷିଣ କୋରିଆ ୧ ମିଲିୟନ୍ ଡଲାର ଏବଂ ଶ୍ରୀଲଙ୍କା ୧ ମିଲିୟନ୍ ଡଲାରର ଆର୍ଥିକ ଓ ଜରୁରୀକାଳୀନ ସହାୟତାଘୋଷଣା କରିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ନିଜ ସୁରକ୍ଷା ବାହିନୀ ଦ୍ୱାରା ସମ୍ଭବ ଦର୍ଶାଇ ଚୀନ୍, ବ୍ରିଟେନ ଓ ଦକ୍ଷିଣ କୋରିଆର ଉଦ୍ଧାରକାରୀ ଦଳ ସେବାକୁ ନେପାଳ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନେପାଳ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରେ ୫ ଶହ କୋଟିରୁ ଊର୍ଦ୍ଧ୍ୱ ନେପାଳୀ ଟଙ୍କା ଜମା ହୋଇସାରି
ନେପାଳ ବନ୍ୟାର କରୁଣ ପରିଣତି: ମହାରାଜଗଞ୍ଜରେ ନାରାୟଣୀ ନଦୀରୁ ୪ ମୃତଦେହ ଉଦ୍ଧାର
ଗୋପାଳଗଞ୍ଜ: ନେପାଳରେ ହୋଇଥିବା ଭୟଙ୍କର ବନ୍ୟାର ପ୍ରଭାବ ଏବେ ବିହାରରେ ଅନୁଭୂତ ହେଉଛି। ନାରାୟଣୀ ନଦୀର ବନ୍ୟାଜଳ ସହ ଭାସି ଆସିଥିବା ମୃତଦେହ ମହାରାଜଗଞ୍ଜରେ ପହଞ୍ଚିଛି। ଏପର୍ଯ୍ୟନ୍ତ ନଦୀରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ସେଥିରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ନାରାୟଣୀ ନଦୀର ପ୍ରବଳ ସ୍ରୋତରେ କେବଳ ପାଣି ନୁହେଁ, କାଠ, ଘରକରଣା ସାମଗ୍ରୀ, ସିଲିଣ୍ଡର ସମେତ ବିଭିନ୍ନ ଜିନିଷ ମଧ୍ୟ ଭାସି ଭାରତ ପଟେ ପହଞ୍ଚୁଛି। ଏହି ସମୟରେ ଉଦ୍ଧାରକାରୀ ଦଳ […]
ସୁଭଦ୍ରା ଯୋଜନା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା! ଲାଟ୍ରିନ୍ ଟାଙ୍କିରୁ ମିଳିଲା ମୃତଦେହ
ଢେଙ୍କାନାଳ: ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ଥିବା ପାଇଖାନା ଟାଙ୍କିରେ ମୃତଦେହ ପୋତି ଦେଇଥିବା ଅଭିଯୋଗ ଆସିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତର ଜୁଆଙ୍ଗ ସାହିରେ ଘଟିଛି। ସୂଚନା ଅନୁଯାୟୀ, ଗାଁର ଗିରୀଶ ପ୍ରଧାନଙ୍କ ପତ୍ନୀ କୌଶଲ୍ୟା ଶୁକ୍ରବାର ସୁଭଦ୍ରା ଯୋଜନାର ଟଙ୍କା ପାଇଥିଲେ। ଏହି ଟଙ୍କା ଉଠାଇବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୋଗ ଅନୁସାରେ, ଗିରୀଶ […]
