1 min read

ଚୂରାଚାନ୍ଦପୁରରେ ସୁରକ୍ଷାବାହିନୀ-ଉଗ୍ରବାଦୀ ଗୁଳିବିନିମୟ, ୨ ଉଗ୍ରବାଦୀ ନିହତ

ଚୂରାଚାନ୍ଦପୁର: ମଣିପୁରର ଚୂରାଚାନ୍ଦପୁର ଜିଲ୍ଲାରେ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ମିଳିତ ଅଭିଯାନ ସମୟରେ ସୁରକ୍ଷାବାହିନୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୟୁନାଇଟେଡ୍‌ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନ୍‌ଏ)ର ଦୁଇଜଣ ଉଗ୍ରବାଦୀ ନିହତ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ସାମରିକ ସାମଗ୍ରୀ ଜବତ କରିଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଅଗଷ୍ଟ ୨୯ ରାତିରେ ଚୂରାଚାନ୍ଦପୁର ଜିଲ୍ଲାର ହେଙ୍ଗଲେପ ଉପବିଭାଗର ଫାଇବାଙ୍ଗ […]

1 min read

ପର୍ଯ୍ୟଟକ ବଢ଼ୁଛନ୍ତି, ଭିତ୍ତିଭୂମି ବିକାଶରେ ପଛୁଆ ମୟୂରଭଞ୍ଜ

ବାରିପଦା: ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମୟୂରଭଞ୍ଜରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ ଅନେକ ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳକୁ ଦେଖିବା ପାଇଁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ଅନେକ ପର୍ଯ୍ୟଟନସ୍ଥଳୀରେ ମୌଳିକ ଭିତ୍ତିଭୂମିର ଅଭାବ ପର୍ଯ୍ୟଟନ ବିକାଶରେ ବାଧା ସୃଷ୍ଟି କରୁଛି। ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଶିମିଳିପାଳ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ୯୦ ଲକ୍ଷ ୩୭ ହଜାର ୫୧୯ ଜଣ ପର୍ଯ୍ୟଟକ […]

1 min read

ପାହାଡ଼ ଉପରେ ୨୦ ଗାଁ, ବିକାଶରୁ ବଞ୍ଚିତ ହଜାର ହଜାର ଲୋକ

ମାଲକାନଗିରି: ଜିଲ୍ଲାର ବିକାଶ ପାଇଁ ପ୍ରଶାସନ ଯୋଜନା ପରେ ଯୋଜନା କରୁଥିବା ବେଳେ ଦୁର୍ଗମ ପାହାଡ଼ ଉପରେ ରହୁଥିବା ୨୦ଟି ଗାଁର ଚିତ୍ର ଏବେ ବି ଭିନ୍ନ। ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧା ଅଭାବରେ ଏହି ଗାଁଗୁଡ଼ିକର ଲୋକେ ଦୁର୍ବିଷହ ଜୀବନ କାଟୁଛନ୍ତି। ପ୍ରଶାସନର ବିକାଶର ଚକ ଏଠାକାର ପାହାଡ଼ ଚଢ଼ିପାରୁନଥିବାରୁ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କୋରୁକୋଣ୍ଡା ବ୍ଲକ୍‌ର ନାକାମାମୁଡ଼ି ପଞ୍ଚାୟତ ଦିନେ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ […]

1 min read

ଭୁଶୁଡ଼ିବା ଅପେକ୍ଷାରେ ପୁରୁଣା ତହସିଲ କୋଠା: ସୁରକ୍ଷାକୁ ନେଇ ଆଶଙ୍କା ବ୍ରିଟିଶ ଅମଳର କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ

ନବରଙ୍ଗପୁର: ୧୯୩୨ ମସିହାରେ ସାରା ଦେଶରେ ବ୍ରିଟିଶ ସରକାରଙ୍କ ଶାସନ ଚାଲିଥିବା ସମୟରେ ନବରଙ୍ଗପୁରରେ ଏକ ବଡ଼ ଜେଲ୍‌ ସ୍ଥାପନ କରାଯାଇଥିଲା। ଏହି ଜେଲ୍‌ ଏତେ ବଡ଼ ଥିଲା ଯେ ଏହାର ଦୁଇ ପାର୍ଶ୍ୱରେ ସେତେବେଳର ସରକାର ଦୁଇଟି ତହସିଲ ଓ ଜିଲ୍ଲା ଟ୍ରେଜେରୀ ଖୋଲିଥିଲେ। ପରେ ୧୯୩୬ ମସିହାରେ ଏହାର ଗୋଟିଏ ଅଂଶ ଆରମ୍ଭ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରୁଣା ତହସିଲ କାର୍ଯ୍ୟାଳୟ ମଧ୍ୟ ଏଠାରେ ହିଁ ଚାଲୁଥିଲା। ଆଜି ମଧ୍ୟ ସେହି କାର୍ଯ୍ୟାଳୟ […]

1 min read

୧୧ ଦିନ ପରେ ମାଟି ତଳୁ ଜୀବିତ ଉଦ୍ଧାର ହେଲେ ମହିଳା

ନେପାଳ: ନେପାଳର ନୁୱାକୋଟ ଜିଲ୍ଲା ବେତ୍ରାବତୀ ଅଞ୍ଚଳରେ ଉଦ୍ଧାର ଅଭିଯାନ ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନର ପ୍ରାୟ ୧୧ ଦିନ ପରେ ମାଟି ଓ ଧ୍ୱଂସାବଶେଷ ତଳୁ ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମହିଳା ହେଉଛନ୍ତି ବିଦୁର ମ୍ୟୁନିସିପାଲିଟି-୧୦ର ଚନ୍ଦିକା ଶ୍ରେଷ୍ଠ। ତାଙ୍କ ବୟସ ପ୍ରାୟ ୫୫ରୁ ୫୬ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଚନ୍ଦିକା ଶ୍ରେଷ୍ଠ ଆନନ୍ଦଙ୍କ ଘର […]

1 min read

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ତେଜ ହେଲା ରାଜନୀତି

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ବିରୋଧୀ ଓ ଶାସକ ଦଳ ମଧ୍ୟରେ ଏହି ଘଟଣାକୁ ନେଇ ବାକ୍‌ଯୁଦ୍ଧ ତୀବ୍ର ହୋଇଥିବା ବେଳେ କମିଶନ ରିପୋର୍ଟକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ ଅବସରରେ ତାଙ୍କ ଏକମାତ୍ର ସୁପୁତ୍ର ଲୋକନାଥ ନାଥ ଜଲେଶପଟ୍ଟା ଆଶ୍ରମରେ ପହଞ୍ଚି ସ୍ୱାମୀଜୀଙ୍କ ବଳିଦାନ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ସହ ତାଙ୍କ ବୋହୂ ବାସନ୍ତୀ […]

1 min read

ମହାକାଶରେ ଯୁଦ୍ଧ ପ୍ରସ୍ତୁତି! ଚୀନ୍‌ର ନୂଆ ମହାକାଶ କାର୍ଯ୍ୟକଳାପକୁ ନେଇ ଆମେରିକାର ଚିନ୍ତା

ନୂଆଦିଲ୍ଲୀ: ପୃଥିବୀରେ ନୁହେଁ, ଏବେ ମହାକାଶରେ ମଧ୍ୟ ଆମେରିକା ଓ ଚୀନ୍‌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାର ଆଶଙ୍କା ବଢ଼ିଛି। ଉଭୟ ଦେଶ ଏଭଳି ଉପଗ୍ରହ ପ୍ରଯୁକ୍ତି ବିକଶିତ କରୁଛନ୍ତି, ଯାହା ଆବଶ୍ୟକ ପଡ଼ିଲେ ଅନ୍ୟ ଦେଶର ଉପଗ୍ରହକୁ ନିକଟରୁ ନିରୀକ୍ଷଣ, ଅନୁସରଣ କିମ୍ବା ଅକାମୀ କରିବାରେ ସକ୍ଷମ ହୋଇପାରେ। ଏହାକୁ ନେଇ ଭବିଷ୍ୟତର ମହାକାଶ ଯୁଦ୍ଧକୁ ନେଇ ଚିନ୍ତା ବଢ଼ିଛି। ଗତ ଜୁନ୍‌ରେ ଚୀନ୍‌ର ଏକ ମାନବବିହୀନ ମହାକାଶ ବିମାନରୁ ଏକ କ୍ଷୁଦ୍ର ଉପଗ୍ରହ ମହାକାଶକୁ […]

1 min read

ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ BLAର ବଡ଼ ଆକ୍ରମଣ; ୨୫ ସୈନିକ ମୃତ୍ୟୁ ଦାବି

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ ଅଞ୍ଚଳରେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଥିବା ଦାବି କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି (BLA)। ଆକ୍ରମଣରେ ୨୫ ଜଣ ପାକିସ୍ତାନୀ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। ଏଥିସହ ୨ଟି ସାମରିକ ଟ୍ରକ୍‌କୁ ମଧ୍ୟ ଧ୍ୱଂସ କରାଯାଇଥିବା BLA ପକ୍ଷରୁ କୁହାଯାଇଛି। BLAର ‘ଫତେହ ସ୍କ୍ୱାଡ୍’ ବେଲୁଚିସ୍ତାନର ଦୁଇଟି ସ୍ଥାନରେ ଆକ୍ରମଣ କରିଥିବା ଦାବି କରାଯାଇଛି। ପ୍ରଥମ ଆକ୍ରମଣରେ ସେନାର ଏକ ଦଳକୁ ଟାର୍ଗେଟ କରାଯାଇଥିଲା। ଏଥିରେ ୨ଟି […]

1 min read

ପାନୀୟ ଜଳ ନ ମିଳିବାରୁ ଗରା ଧରି ବ୍ଲକ୍‌ କାର୍ଯ୍ୟାଳୟରେ ମହିଳାଙ୍କ ପ୍ରତିବାଦ

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବାଲୁଖାଇ ଗ୍ରାମବାସୀ ପ୍ରାୟ ୧୬ ଦିନ ହେବ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି। ଏହାକୁ ନେଇ ଗ୍ରାମର ମହିଳାମାନେ ହାତରେ ଗରା, ବାଲ୍‌ଟି ଓ ମାଠିଆ ଧରି ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ପହଞ୍ଚି ପ୍ରତିବାଦ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରାମରେ ୬୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗ୍ରାମରେ ଗୋଟିଏ କୂଅ ଓ ଦୁଇଟି ନଳକୂପ ରହିଛି। ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ପାଇପ୍‌ […]

1 min read

୩ ବର୍ଷରେ ୨ ଲକ୍ଷରୁ ଅଧିକ ସିଟ୍‌ ଖାଲି; ବଢ଼ୁଛି ଡିଗ୍ରି ଓ ଯୁକ୍ତ୨ କଲେଜ

ଭୁବନେଶ୍ୱର: ରାଜ୍ୟରେ ପ୍ରତିବର୍ଷ ଡିଗ୍ରି କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସଂଖ୍ୟା ବଢ଼ୁଥିବା ବେଳେ ନାମଲେଖା ହାର ଆଶାନୁରୂପ ବଢ଼ୁନାହିଁ। ଫଳରେ ଶହଶହ କଲେଜରେ ବିପୁଳ ସଂଖ୍ୟକ ସିଟ୍‌ ଖାଲି ପଡ଼ୁଛି। ଏହି ସମସ୍ୟା କେବଳ ୨୦୨୬-୨୭ ଶିକ୍ଷାବର୍ଷର ନୁହେଁ, ଲଗାତାର ୩ ବର୍ଷ ଧରି ଖାଲି ସିଟ୍‌ ସଂଖ୍ୟା ବଢ଼ିଚାଲିଛି। ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ୨ କଲେଜଗୁଡ଼ିକରେ ଏକାଧିକ ପର୍ଯ୍ୟାୟରେ ନାମଲେଖା ପରେ ମଧ୍ୟ ପ୍ରାୟ ୧ ଲକ୍ଷ ୯୩ ହଜାର ୧୩୯ଟି […]