ବନ ଅନୁମୋଦନରେ ଅଟକିଛି ୩ ସଡ଼କ ପ୍ରକଳ୍ପ
1 min read

ବନ ଅନୁମୋଦନରେ ଅଟକିଛି ୩ ସଡ଼କ ପ୍ରକଳ୍ପ

କଳାହାଣ୍ଡି, (ପିପିଏସ୍‌): କଳାହାଣ୍ଡି ଜିଲ୍ଲାର ୩ଟି ପ୍ରମୁଖ ସଡ଼କ ପ୍ରକଳ୍ପ ବନ ଅନୁମୋଦନ ଅଭାବରୁ ଅଟକି ରହିଛି। କଳାହାଣ୍ଡି ଦକ୍ଷିଣ ବନ ବିଭାଗର ଦସ୍ତାବିଜ ଅନୁଯାୟୀ, ବନ ବିଭାଗ ପକ୍ଷରୁ ଆବଶ୍ୟକ ସର୍ଭେ, ଡିଜିପିଏସ୍‌ ମାନଚିତ୍ର ଓ ଅନ୍ୟାନ୍ୟ ତଥ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଡିପିଆର୍‌ ଦାଖଲ କରିନାହିଁ। ‘ପରିବେଶ’ ପୋର୍ଟାଲ୍‌ରେ ମଧ୍ୟ ଆବଶ୍ୟକ ତଥ୍ୟ ଅପଲୋଡ୍‌ ହୋଇନାହିଁ।

ତେରଣାମ ଘାଟି ସଡ଼କର ୨୫ରୁ ୫୩.୧୨୧ କିମି, ଚାଟି ଓଡ଼ର ସଡ଼କର ଶୂନରୁ ୨୫ କିମି ଏବଂ ଲାଞ୍ଜିଗଡ଼–ବିଜେପୁର ସଡ଼କର ଶୂନରୁ ୧୬.୪ କିମି ପର୍ଯ୍ୟନ୍ତ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ପ୍ରସ୍ତାବ ରହିଛି। ଡିପିଆର୍‌ ଦାଖଲ ଓ ପୋର୍ଟାଲ୍‌ରେ ତଥ୍ୟ ଅପଲୋଡ୍‌ ନହେବାରୁ ବନ ଅନୁମୋଦନ ପ୍ରକ୍ରିୟା ଆଗକୁ ବଢ଼ିପାରୁନାହିଁ।

ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବା ସହ ବାଣିଜ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ସୁବିଧା ମିଳିବ। ତେଣୁ ସମ୍ପୃକ୍ତ ସଂସ୍ଥା ତୁରନ୍ତ ଡିପିଆର୍‌ ଦାଖଲ କରି ‘ପରିବେଶ’ ପୋର୍ଟାଲ୍‌ରେ ଆବଶ୍ୟକ ତଥ୍ୟ ଅପଲୋଡ୍‌ କରି ବନ ଅନୁମୋଦନ ପ୍ରକ୍ରିୟା ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *