1 min read

ପିତାପଲ୍ଲୀ-ଗୋହିରା ଛକ ରାସ୍ତା ମରଣଯନ୍ତା; ୬.୫ କିମିରେ ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଦୈନିକ ନମ୍ବର ୫ ଜାତୀୟ ରାଜପଥର ପିତାପଲ୍ଲୀରୁ ଗୋହିରା ଛକ ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି। ମାତ୍ର ୬.୫ କିଲୋମିଟରରାସ୍ତାରେ ୨୦୨୫ ମସିହାରେ ୩୨ଟି ଦୁର୍ଘଟଣା ଘଟିଥିବା ବେଳେ ୨୩ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୨୬ର ପ୍ରଥମ ୬ ମାସ ମଧ୍ୟରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି। ଇନ୍ଫୋଭ୍ୟାଲି ଥାନା ଅଧୀନରେ ଆସୁଥିବା ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏହା ମରଣଯନ୍ତା ପାଲଟିଛି। ଜିଲ୍ଲାର ଅନ୍ୟ ଥାନା ତୁଳନାରେ […]

1 min read

ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଶୋକ

ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ମୃତଦେହଗୁଡ଼ିକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟପ୍ରଦେଶର ସ୍ଥାନୀୟ ପ୍ରଶାସନ ସହ ଆବଶ୍ୟକ ସମନ୍ୱୟ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଝରଣାରେ ପ୍ରବଳ ବଢ଼ି ପାଣି ଥିବା ସମୟରେ କାର୍‌ଟି ଏହାକୁ […]

1 min read

ମା’ ବଗଳାମୁଖୀଙ୍କ ଦର୍ଶନ ପୂର୍ବରୁ ଅଘଟଣ, ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଘଟିଛି ଅତ୍ୟନ୍ତ ଦୁଃଖଦ ଅଘଟଣ। ମା’ ବଗଳାମୁଖୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଅଗର ମାଲୱା ଜିଲ୍ଲା ନଳଖେଡ଼ା ଅଞ୍ଚଳରେ ଏକ କାର୍‌ ଝରଣାର ପ୍ରବଳ ସ୍ରୋତରେ ଭାସିଯିବାରୁ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ କାର୍‌ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏକ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ପରିବାରର ସଦସ୍ୟ ଓ ସମ୍ପର୍କୀୟମାନେ ମଧ୍ୟପ୍ରଦେଶ […]

1 min read

ରିୟଲ-ଇଷ୍ଟେଟ୍ ଦୁର୍ନୀତି ମାମଲା: ପୂର୍ବତନ ହରିୟାଣା ମନ୍ତ୍ରୀ ଗୋପାଳ କାଣ୍ଡାଙ୍କ ଠିକଣାରେ ଇଡି ଚଢ଼ାଉ

ନୂଆଦିଲ୍ଲୀ: ରିୟଲ-ଇଷ୍ଟେଟ୍ ଅନିୟମିତତା ମାମଲାରେ ହରିୟାଣା ଲୋକହିତ ପାର୍ଟି ନେତା ତଥା ବ୍ୟବସାୟୀ ଗୋପାଳ କାଣ୍ଡାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଚଢ଼ାଉ କରିଛି। ଗୁରୁଗ୍ରାମରେ ଥିବା କାଣ୍ଡାଙ୍କ ବାସଭବନ, ଫାର୍ମହାଉସ୍ ଓ ଅଫିସ୍ ପରିସରରେ ଏହି ତଲାସି ଚାଲିଥିବା ଜଣାପଡ଼ିଛି। ଜଣେ ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭାଟିକା ଲିମିଟେଡ୍‌ ବିରୋଧରେ ଏକ ବଡ଼ ରିୟଲ-ଇଷ୍ଟେଟ୍ ଠକେଇ ସମ୍ପର୍କିତ ମାମଲାର ତଦନ୍ତ ଚାଲିଛି। ତଦନ୍ତ ଅଧୀନରେ ଥିବା ୪ଟି ପ୍ରକଳ୍ପରେ ୬୬୧ ଜଣ […]

1 min read

ଅଧାନିର୍ମିତ ପାଚେରିରେ ସୀମିତ ଦ୍ୱିତୀୟ ଶିଳ୍ପାଞ୍ଚଳ! ସରକାର ଓ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା

ରାଉରକେଲା: କଲୁଙ୍ଗା ପରେ ସୁନ୍ଦରଗଡ଼ର କୁଆରମୁଣ୍ଡାରେ ପ୍ରସ୍ତାବିତ ଦ୍ୱିତୀୟ ଶିଳ୍ପାଞ୍ଚଳ ଏବେ ଅଧାପନ୍ତରିଆ ହୋଇରହିଛି। ଗତ ୩ ବର୍ଷ ମଧ୍ୟରେ ଏଠାରେ କେବଳ ଅଧା ପାଚେରି, ଡ୍ରେନ୍‌ ଓ ପ୍ରାୟ ଅଧା କିଲୋମିଟର ରାସ୍ତା ନିର୍ମାଣ ହୋଇଛି। ଲଘୁ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ଉଦ୍ୟୋଗୀମାନେ ଏଯାଏ ଜମି ପାଇନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ୩୦ରୁ ଅଧିକ କମ୍ପାନୀ ଏଠାରେ ୟୁନିଟ୍‌ ସ୍ଥାପନ ପାଇଁ ଆଗ୍ରହ ଦେଖାଇଥିଲେ। ଫୁଡ୍‌ ପ୍ରୋସେସିଂ, ପ୍ଲାଷ୍ଟିକ୍‌, ଚମଡ଼ା, ବୈଦ୍ୟୁତିକ ଯନ୍ତ୍ରପାତି […]

1 min read

ଭୂତକୋଠି ପାଲଟିଛି ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର: ଝାଳବୁହା ଚାଷର ମିଳୁନି ଉଚିତ ମୂଲ୍ୟ

ରାଉରକେଲା: ଚାଷୀଙ୍କ ଉତ୍ପାଦିତ ପନିପରିବାର ଅଭାବୀ ବିକ୍ରି ରୋକିବା ପାଇଁ ସୁନ୍ଦରଗଡ଼ର କୁଆରମୁଣ୍ଡା ବ୍ଲକରେ ସ୍ଥାପିତ ହୋଇଥିଲା ରାଜ୍ୟର ଦ୍ୱିତୀୟ ଶୀତଳଭଣ୍ଡାର। ହେଲେ ଏବେ ଏହାର ଅବସ୍ଥା ଶୋଚନୀୟ। ଡାଏରି ଫାର୍ମ ନିକଟ ପ୍ରାୟ ୨ ଏକର ଜମିରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ ନିର୍ମିତ ଶୀତଳଭଣ୍ଡାରର ଭୂତକୋଠି ପାଲଟିଛି। ଏଠାରେ ଥିବା ବିଭିନ୍ନ ଯନ୍ତ୍ରପାତିକୁ ଖଣ୍ଡଖଣ୍ଡ କରି କେତେକ ଦୁର୍ବୃତ୍ତ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଗୋଦାମ ଗୃହର ଝରକା, କବାଟ ଏପରିକି ଟାଇଲ୍‌ ଚଟାଣକୁ ମଧ୍ୟ […]

1 min read

ଗୋପାଳନ ଯୋଜନାରେ ଋଣ ମିଳୁନି: ସେବା ସମବାୟ ସମିତିର ଟାଳଟୁଳ ନୀତିକୁ ନେଇ ଗୋପାଳକଙ୍କ ଅସନ୍ତୋଷ

ଖୋର୍ଦ୍ଧା: ନିମ୍ନସ୍ତରରେ ବସବାସ କରୁଥିବା ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ଗୋପାଳନ ଯୋଜନାରେ ସୋସାଇଟି ସହାୟତାରେ ଋଣ ଯୋଗାଇ ଦିଆଯାଉଛି। ହେଲେ ସୋସାଇଟିର ଟାଳଟୁଳ ନୀତି ଯୋଗୁଁ ହିତାଧିକାରୀମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ୍‌ ଛଣଗିରି ପଞ୍ଚାୟତ ଅଧୀନ ନିମେଇପୁରର ୪ ନମ୍ବର ୱାର୍ଡରେ ବସବାସ କରୁଥିବା ଗୋପାଳକ ପରିବାରଙ୍କ କ୍ଷେତ୍ରରେ। ଗୋପାଳକ ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୧୭ […]

1 min read

ଭଦ୍ରକ ଷ୍ଟାଡିୟମ୍‌ରେ ଭଙ୍ଗାରୁଜା ଅଭିଯୋଗ: ୧୨ କ୍ରୀଡ଼ା ସଂଘର କାର୍ଯ୍ୟାଳୟ ମାଟିରେ ମିଶାଇଦେଲେ ଠିକାଦାର!

ଭଦ୍ରକ: ୫ ଏକର ପରିମିତି ଭୂମିରେ ଥିବା ଭଦ୍ରକର ଐତିହାସିକ ନେହରୁ ଷ୍ଟାଡିୟମ୍‌କୁ ନେଇ ପୁଣି ବିବାଦ ଦେଖାଦେଇଛି। ଷ୍ଟାଡିୟମ୍‌ର ମରାମତି ଓ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବାବେଳେ ଠିକାଦାରଙ୍କ ପୋକଲିନ୍‌ ମେସିନ୍‌ ଷ୍ଟାଡିୟମ୍‌ ପରିସରରେ ଥିବା ୧୨ଟି କ୍ରୀଡ଼ା ସଂଘର କାର୍ଯ୍ୟାଳୟକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଜିଲ୍ଲା ଅଲିମ୍ପିକ୍‌ ସଂଘର କର୍ମକର୍ତ୍ତାମାନେ ଥାନାରେ ଅଭିଯୋଗ କରିଛନ୍ତି। ଜିଲ୍ଲା ଅଲିମ୍ପିକ୍‌ ସଂଘର ସମ୍ପାଦକ ଶୁଭେନ୍ଦୁ ରାୟମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, କ୍ରୀଡ଼ା […]

1 min read

ବର୍ଷା ଆସିଲେ ତେଲେନଡିହିବାସୀଙ୍କ ଦୁର୍ଦ୍ଦଶା: ନଦୀରେ ପାଣି, ବନ୍ଦ ହୋଇଯାଏ ଯାତାୟାତ

ସୁନ୍ଦରଗଡ଼: ପଚିଶ ଫୁଟ୍‌ରୁ ଅଧିକ ଉଚ୍ଚ ନଦୀରେ ପାଣି ଭରିଗଲେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ ତେଲେନଡିହି ଗାଁ। ଅଭିଭାବକମାନେ ସ୍କୁଲ ପିଲାଙ୍କୁ କାନ୍ଧରେ ବସାଇ ନଦୀ ପାର କରାନ୍ତି। ଗୁରୁତର ରୋଗୀ ଓ ଗର୍ଭବତୀଙ୍କ ପାଇଁ ମଧ୍ୟ ଏହି ନଦୀ ପାର ହେବା ଏକ ବଡ଼ ସମସ୍ୟା ପାଲଟିଛି। ବର୍ଷା ଦିନର ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଏହି ଗାଁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍‌ ଗୋପାଳପୁର ପଞ୍ଚାୟତର ଏମ୍‌ସିଏଲ୍‌ ଅଧିକୃତ ଅଞ୍ଚଳରେ ରହିଛି। ଏମ୍‌ସିଏଲ୍‌ ଅଧିକୃତ […]

1 min read

ଯାତ୍ରୀଙ୍କ ସେବାରେ ଲାଗିପାରୁନି ନୂତନ ବସଷ୍ଟାଣ୍ଡ; କେବେ କାର୍ଯ୍ୟକାରୀ ହେବ କେନ୍ଦ୍ରାପଡ଼ାର ନୂତନ ବସଷ୍ଟାଣ୍ଡ ?

କେନ୍ଦ୍ରାପଡ଼ା, (ପିପିଏସ): ଦୀର୍ଘ ଦୁଇ ବର୍ଷ ହେବ କେନ୍ଦ୍ରାପଡ଼ାର ନୂତନ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ତାହା ଲୋକ ମାନଙ୍କ ସେବାରେ ଲାଗିପାରୁନାହିଁ l୨୦୨୨/୨୦୨୩ ଆର୍ଥିକ ବର୍ଷରେ କେନ୍ଦ୍ରାପଡ଼ା ଜ଼ିଲ୍ଲା ରାସ୍ତା ଓ ଗୃହ ନିର୍ମାଣ ବିଭାଜନ-୧ ତରଫରୁ ପାଖା ପାଖି ଚାରିକୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟର ଟେଣ୍ଡର ଡକାଯାଇଥିଲା l କାର୍ଯ୍ୟ କରିଥିବା ଠିକାଦାର ମଧ୍ୟ ସଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ l କିନ୍ତୁ ପ୍ରଶାସନିକ ଅବହେଳା ପାଇଁ […]