ଓଟିପି ବ୍ୟବହାର ଅଭିଯୋଗରେ ଧାମନଗର NAC କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ନିଲମ୍ବିତ
1 min read

ଓଟିପି ବ୍ୟବହାର ଅଭିଯୋଗରେ ଧାମନଗର NAC କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ନିଲମ୍ବିତ

ଧାମନଗର:  ଧାମନଗର ଏନ୍ ଏ ସି ର  ଭୋଟର ତାଲିକା ସଂଶୋଧନ ବା ଏସ ଆଇ ଆର କାର୍ଯ୍ୟ ସମୟରେ ବେଆଇନ ଭାବେ ବି ଏଲ ଓ ଙ୍କ ଠାରୁ ଓ ଟି ପି ନେବା ଏବଂ ସେଥିରେ ବେଆଇନ ଭାବେ ଫର୍ମ ୭ କୁ ଅପଲୋଡ କରି ଅପବ୍ୟବହାର ଅଭିଯୋଗରେ କେନ୍ଦ୍ର ନିର୍ବାଚନ ସଚିବ ଙ୍କ ସୁପାରିଶ କ୍ରମେ ଚିଠି ନଂ ୫୯୭୬/୨୬ 

ଅତିରିକ୍ତ ରାଜ୍ୟ ନିର୍ବାଚନ କମିଶନ ଏବଂ ଓଡ଼ିଶା ସରକାର ଙ୍କ ପ୍ରମୁଖ ସଚିବ ସୁଶାନ୍ତ କୁମାର ମିଶ୍ର ଧାମନଗର କାର୍ଯ୍ୟ ନିର୍ବାହ ଅଧିକାରୀ ସନ୍ତୋଷ କୁମାର ନାୟକ ଙ୍କୁ ନିଲମ୍ବନ କରିଛନ୍ତି। 

ଅଭିଯୋଗ ମୁତାବକ ଧାମନଗର ଏନ୍ ଏ ସି ରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାଲଘୁ ସମ୍ପ୍ରଦାୟର ବୈଧ ଭୋଟରଙ୍କୁ ତାଲିକାରୁ ବାଦ ଦେବା ନେଇ ସିଧାସଳଖ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଏହାକୁ  ନେଇ ଧାମନଗର ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରାଯାଇଥିଲା। ଏହା ପୂର୍ବରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ଏନ୍ ଏ ସି କାର୍ଯ୍ୟାଳୟ ଆଗରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତ୍ରୁଟି ସଂଶୋଧନ ଏବଂ ବେଆଇନ କାର୍ଯ୍ୟରେ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଲିଖିତ ଦାବିପତ୍ର ଦିଆଯାଇଥିଲା। ଏହି ବେଆଇନ କାର୍ଯ୍ୟକଳାପ ନେଇ ସରକାରୀ ସ୍ତରରେ ନିଯୁକ୍ତ ବି ଏଲ ଓ ମାନେ  କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଙ୍କ ବିରୁଦ୍ଧରେ ଧାମନଗର ଥାନାରେ ଏତଲା ଦେଇଥିଲେ।ପ୍ରକାଶ ଥାଉ କି ବିକ୍ଷୋଭ ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅଫିସ ରେ  ଅନୁପସ୍ଥିତ ରହିବା ଯାହାକି ଉକ୍ତ ଘଟଣା କୁ ଆହୁରି  ସନ୍ଧେହ ଘେରକୁ ଆସିଥିଲା। ଅଭିଯୋଗ ମୁତାବକ ଦୀର୍ଘ ଏକ ମାସ ରୁ ଉର୍ଦ୍ଧ ହେବ ରାଜ୍ୟରେ ଏସ ଆଇ ଆର କାର୍ଯ୍ୟ ଚାଲିଥିଲା। ରାଜ୍ୟ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶରେ ବିଭିନ୍ନ ସରକାରୀ ଅଧିକାରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀଙ୍କୁ ଏହି କାର୍ଯ୍ୟରେ ବି ଏଲ୍ ଓ ସୁପର ଭାଇଜର ଭାବେ ନିଯୁକ୍ତ  କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ମେପିଂ ଓ ଲଜିକାଲ ଏରର କାର୍ଯ୍ୟ ସରିଥିଲା ବେଲ ଅନ୍ୟ କାର୍ଯ୍ୟ ସବୁ ବାକିରହିଥିଲା। ଯଦି କୌଣସି ଅଭିଯୋଗ କରାଯାଏ ତେବେ ସିଧାସଳଖ ବି ଏଲ ଓ ଙ୍କ ପାଖରେ ଅଭିଯୋଗ କିମ୍ବା ଅନଲାଇନ ମାଧ୍ୟମରେ ଅଭିଯୋଗ କରି ଦେଇପାରିବେ।ଯାହାକି ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ଅଞ୍ଚଳର ବି ଏଲ ଓ ମାନେ ନିଜ ମୋବାଇଲ ରେ ଥିବା ଆପ ରେ ଜାଣିପାରିବେ। ପରେ ଉକ୍ତ ଅଭିଯୋଗକୁ ସୁପର ଭାଇଜର ଙ୍କ ସହଯୋଗରେ ପୁନର୍ବାର ତଦନ୍ତ କରି ସଠିକ୍ ତାଲିକା ପ୍ରସ୍ତୁତ କରିବେ ବୋଲି ନିୟମ ରହିଥିଲା। 

ହେଲେ ଧାମନଗର ଏନ୍ ଏ ସି ରେ ୧୧ ଟି ୱାର୍ଡ଼ ଓ ୧୯ ଟି ବୁଥ ରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଭୋଟର ତାଲିକାରୁ ବାଦ୍ ନେଇ ସିଧାସଳଖ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ନିଜର ସରକାରୀ କ୍ଷମତା ଅପବ୍ୟବହାର କରି  ବେଆଇନ ଭାବେ ବିଭିନ୍ନ ବି ଏଲ ଓ ଙ୍କ ଠାରୁ ମୋବାଇଲ ଆପ ର ବାରମ୍ବାର ଓଟିପି ନେଇ ଫର୍ମ ୭ ମାଧ୍ୟମରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ଙ୍କ ନାମ ତାଲିକାରୁ ବାଦ୍ ଦେବାକୁ ନିଜେ ଜାଲିଆତି ଓ ଷଡ଼ଯନ୍ତ୍ର କରି ଅନ୍ୟମାନଙ୍କ ନାମ ରେ  ଅଭିଯୋଗ ପ୍ରସ୍ତୁତ କରି ବୈଧ ଓ ଯୋଗ୍ୟ ଭୋଟର ଙ୍କୁ ବାଦ ଦେବା ନେଇ ପ୍ରୟାସ କରିଥିଲେ ।  

 ତେବେ ସରକାରୀ ଅଧିକାରୀ ହୋଇ  ଏହି ବେଆଇନ କାର୍ଯ୍ୟରେ ସଂପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଚାକିରିରୁ ବହିଷ୍କାର  କରିବାକୁ ବିଜେଡି ଦଳ ତଥା ସାଧାରଣ ଲୋକଙ୍କ  ପକ୍ଷରୁ ଦାବି କରାଯାଇଥିଲା।

Leave a Reply

Your email address will not be published. Required fields are marked *