ଜାତୀୟ
ଭାରତୀୟ ନୋଟ୍ରେ କେତୋଟି ଭାଷା ଲେଖାଥାଏ?
ଯଦି ଆପଣ କେବେ ଭାରତୀୟ ନୋଟ୍କୁ ଧ୍ୟାନର ସହ ଦେଖିଥିବେ, ତେବେ ସେଥିରେ ଭିନ୍ନ ଭିନ୍ନ ଭାଷାରେ ଲେଖାଯାଇଥିବା ଶବ୍ଦଗୁଡ଼ିକୁ ନିଶ୍ଚୟ ଲକ୍ଷ୍ୟ କରିଥିବେ। ଏଭଳି ପରିସ୍ଥିତିରେ ଆପଣ ଜାଣିଛନ୍ତି କି, ଭାରତୀୟ ନୋଟ୍ଗୁଡ଼ିକରେ ମୋଟ୍ କେତୋଟି ଭାଷା ଲେଖାଯାଇଥାଏ ଏବଂ ଏପରି କାହିଁକି କରାଯାଏ? ଏହା ପଛର କାରଣ ହେଉଛି ଭାରତରେ କୁହାଯାଉଥିବା ଭାଷାଗୁଡ଼ିକ, ଯାହା ଲୋକମାନଙ୍କର ଭାବନାକୁ ପ୍ରକାଶ କରିବାର କାମ କରିଥାଏ। ଭାରତୀୟ ନୋଟ୍ରେ ମୋଟ୍ କେତୋଟି ଭାଷା ଥାଏ? ଭାରତୀୟ ମୁଦ୍ରା (କରେନ୍ସି) ନୋଟ୍ଗୁଡ଼ିକରେ ପ୍ରାୟ ୧୭ଟି ଭାଷା ଲେଖାଯାଇଥାଏ। ନୋଟ୍ର ସମ୍ମୁଖ ଭାଗରେ ୨ଟି ଭାଷା ଥାଏ, ଯାହାକୁ ହିନ୍ଦୀ ଏବଂ ଇଂରାଜୀ ଜାଣିଥିବା ଲୋକେ ସହଜରେ ପଢ଼ିପାରିବେ। ସେହିପରି, ପଛ ଭାଗରେ ୧୫ଟି ଭାଷା ଲେଖାଯାଇଥାଏ। ସେହି ୧୫ଟି ଭାଷା କେଉଁଗୁଡ଼ିକ?ଭାରତୀୟ ନୋଟ୍ର ଭାଷା ପ୍ୟାନେଲ୍ (Language Panel) ରେ ଏହି ୧୫ଟି ଭାଷା ସାମିଲ ଥାଏ। ଏଥିରେ ଅସମୀୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲାୟାଲମ୍, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଲେଖାଯାଇଥାଏ। ହିନ୍ଦୀ ଏବଂ ଇଂରାଜୀ ଅଲଗା କାହିଁକି ଲେଖାଯାଏ?ହିନ୍ଦୀ ଏବଂ ଇଂରାଜୀକୁ ନୋଟ୍ର ସମ୍ମୁଖ ଭାଗରେ (ଆଗ ପଟେ) ଲେଖାଯାଇଥାଏ। ଏହାଦ୍ୱାରା ସାରା ଦେଶରେ ନୋଟ୍କୁ ଚିହ୍ନିବା ସହଜ ହୋଇଥାଏ। ସେହିପରି, ଅନ୍ୟ ଭାରତୀୟ ଭାଷାଗୁଡ଼ିକୁ ପଛ ପଟେ ଥିବା ଭାଷା ପ୍ୟାନେଲ୍ରେ ସାମିଲ କରାଯାଇଛି। ସବୁ ଭାଷା କାହିଁକି ନଥାଏ?ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ବର୍ତ୍ତମାନ ୨୨ଟି ଭାଷା ସାମିଲ ରହିଛି, କିନ୍ତୁ ଭାରତୀୟ ନୋଟ୍ଗୁଡ଼ିକରେ ଏବେ ମଧ୍ୟ ମୋଟ୍ ୧୭ଟି ଭାଷା ହିଁ ଲେଖାଯାଉଛି। ଏହାର କାରଣ ହେଉଛି ନୋଟ୍ଗୁଡ଼ିକର ବର୍ତ୍ତମାନର ଡିଜାଇନ୍ ସେହି ସମୟରେ ପ୍ରସ୍ତୁତ କରାଯାଇଥିଲା। ନୋଟ୍ଗୁଡ଼ିକରେ ଭାଷା ଲେଖିବାର ଆରମ୍ଭ କେବେ ହୋଇଥିଲା?ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା ଜାରି କରାଯାଉଥିବା ନୋଟ୍ଗୁଡ଼ିକରେ ବିଭିନ୍ନ ଭାରତୀୟ ଭାଷାର ବ୍ୟବହାର ଅନେକ ଦଶନ୍ଧି ଧରି କରାଯାଇ ଆସୁଛି। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ଭିନ୍ନ ଭିନ୍ନ ରାଜ୍ୟ ଏବଂ ଭାଷାଭାଷୀ ସମୁଦାୟର ଲୋକଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା।
ୱାଙ୍ଗଚୁକ୍ଙ୍କ ‘ଟ୍ରାଇବାଲ୍ ହାଉସ୍’
ମାଟିକାନ୍ଥ ଘର । କିନ୍ତୁ ସୁବିଧାରେ ଭିଲ୍ଲାଠାରୁ କମ୍ ନୁହେଁ । ଲଦାଖର ବିଯୁକ୍ତ ତାପମାତ୍ରାରେ ବି ଘର ଭିତର ଉଷୁମ । ବିନା ହିଟରରେ ମଧ୍ୟ ଭିତରେ ୧୮ରୁ ୨୦ ଡିଗ୍ରୀ ତାପମାତ୍ରା । ପାରମ୍ପରିକ ପାହାଡ଼ିଆ ବାସ୍ତୁକଳା ଏବଂ ପାଣିପାଗ ଅନୁକୂଳ ଆଧୁନିକ ଇଞ୍ଜିନିୟରିଂର ଏହା ଏକ ଚମତ୍କାର ଉଦାହରଣ । ତାପମାତ୍ରାର ପ୍ରାକୃତିକ ନିୟନ୍ତ୍ରଣ ପାଇଁ ସବୁ ବ୍ୟବସ୍ଥା ଖଞ୍ଜାଯାଇଛି । ଘର ତିଆରିରେ ସିମେଣ୍ଟ ଓ କଂକ୍ରିଟ ବଦଳରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ସୂର୍ଯ୍ୟ କିରଣରେ ଘର ଗରମ ହେଉଛି । ଜଳ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ପାଇଖାନା ରହିଛି । ୨୬ ଦିନ ଅନଶନ କରି ଦେଶବ୍ୟାପୀ ଚର୍ଚ୍ଚା ସାଉଁଟିଥିବା ଜଳବାୟୁ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ଙ୍କର ଏହି ‘ଟ୍ରାଇବାଲ୍ ଘର’ ଏବେ ବେଶ୍ ଚର୍ଚ୍ଚାରେ । ଜଳବାୟୁ କର୍ମୀ ହିସାବରେ ସେ ନିଜ ଘରକୁ ବାସ୍ତବରେ ପରିବେଶ ଅନୁକୂଳ ବନାଇଛନ୍ତି । ପରିବେଶ ପାଇଁ ଏହା ଦୃଷ୍ଟାନ୍ତ ସାଜିଛି । ଆମେରିକା ଓ ୟୁରୋପରେ ବି ଏହାକୁ ନେଇ ଚର୍ଚ୍ଚା ହେଉଛି । ଗବେଷଣା ବି କରାଯାଉଛି । ୱାଙ୍ଗଚୁକ୍ଙ୍କୁ ଲୋକେ ଜଣେ ଇଞ୍ଜିନିୟର, ଶିକ୍ଷା ସଂସ୍କାରକ ଏବଂ ପରିବେଶ ସଂରକ୍ଷକ ଭାବେ ଜାଣନ୍ତି । କିନ୍ତୁ ତାଙ୍କର ଲଦାଖସ୍ଥିତ ଘରକୁ ବହୁତ କମ୍ ଲୋକ ପାଖରୁ ଦେଖିଛନ୍ତି । ରହିବା ପାଇଁ ଏହା କେବଳ ଏକ ଘର ନୁହେଁ । ବରଂ ପ୍ରକୃତିକୁ ବୁଝି ଘର ନିର୍ମାଣ କଲେ ସ୍ୱଳ୍ପ ସମ୍ବଳରେ ମଧ୍ୟ ଆରାମଦାୟକ ଜୀବନ ବଞ୍ଚିହେବ ବୋଲି ଏହା ଶିଖାଉଛି । ଏହି ନିଆରା ଘର ‘ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ୍ସ ଲଦାଖ (ଏଚ୍ଆଇଏଏଲ୍)’ ପରିସରରେ ନିର୍ମାଣ ହୋଇଛି । ଏହାର ଛୋଟବଡ଼ ସମସ୍ତ ଅଂଶକୁ ପରିବେଶକୁ ଧ୍ୟାନରେ ରଖି ଡିଜାଇନ କରାଯାଇଛି । ଏଠାରେ ଆଧୁନିକ ସୁବିଧା ସାଙ୍ଗକୁ ପାରମ୍ପରିକ ଲଦାଖୀ ଭାବନା ବି ଖୁନ୍ଦି ହୋଇଛି । ଏହି କାରଣରୁ ଘରଟି ଆଜି ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି । ଘରଟିର ସବୁଠୁ ବିଶେଷତ୍ୱ ହେଉଛି ଏହାର କାନ୍ଥ । ସମ୍ପ୍ରତି ଅଧିକାଂଶ ଘର ସିମେଣ୍ଟ, କଂକ୍ରିଟ ଏବଂ ଇସ୍ପାତ ଦ୍ୱାରା ବନାଯାଉଛି । କିନ୍ତୁ ଏହି ଘରେ ମାଟି ଏବଂ ସ୍ଥାନୀୟ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି । ଲଦାଖରେ ଅନେକ ଶତାବ୍ଦୀ ଧରି ଏହି ପ୍ରକାର ଘର ନିର୍ମାଣ କରାଯାଉଛି । ମୁଖ୍ୟ କାରଣ ହେଉଛି ଏଠାକାର ପ୍ରତିକୂଳ ପାଣିପାଗ । ମୋଟା ମାଟିର କାନ୍ଥ ଗରମ ଦିନରେ ବି ଘରକୁ ଥଣ୍ଡା ରଖିଥାଏ ଏବଂ ବିଯୁକ୍ତ ତାପମାତ୍ରାରେ ଭିତରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଷୁମ ରଖେ । ଏହା ଫଳରେ ପୃଥକ ରୁମ୍ ହିଟର ଚଳାଇବା ଦରକାର ହୁଏନାହିଁ । ଘରର ସୋଲାର ଡିଜାଇନ ବି ଦୃଷ୍ଟି ଆକର୍ଷଣ କରେ । ଏହାର ବଡ଼ ବଡ଼ ଝରକା ଏଭଳି ଦିଗରେ ପ୍ରସ୍ତୁତ ହୋଇଛି, ଯାହାଦ୍ୱାରା ଦିନସାରା ଖରା ପଡ଼ିଥାଏ । ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଉତ୍ତାପ ମାଟିକାନ୍ଥରେ ଜମା ହୋଇ ରହିଥାଏ ଏବଂ ସନ୍ଧ୍ୟା ହେବା ପରେ ଧୀରେ ଧୀରେ ସାରା ଘରକୁ ଏହି ଉତ୍ତାପ ବ୍ୟାପିବାକୁ ଲାଗିଥାଏ । ଏହାଯୋଗୁ ଲଦାଖ ଭଳି ସାଙ୍ଘାତିକ ଥଣ୍ଡା ଜାଗାରେ ଘର ଭିତର ତାପମାତ୍ରା ଆରାମଦାୟକ ଅନୁଭୂତ ହୁଏ । ଏହାଦ୍ୱାରା ବିଜୁଳି ଏବଂ ଇନ୍ଧନ ସଞ୍ଚୟ ହୋଇଥାଏ । ବାହାରୁ ଦେଖିବାକୁ ଘରଟି ସମ୍ପୂର୍ଣ୍ଣ ପାରମ୍ପରିକ ଲଦାଖୀ ଘର ଭଳି ଲାଗିଥାଏ । କିନ୍ତୁ ଭିତରେ ପ୍ରବେଶ କରିବା କ୍ଷଣି ଆଧୁନିକ ସୁବିଧା ଦୃଷ୍ଟି ଆକର୍ଷଣ କରେ । ଘରକୁ ଆସୁଥିବା ନୂଆ ଅତିଥି ଏହାକୁ ଦେଖି ବିଭୋର ହୋଇଉଠନ୍ତି । ଏହାର ସୌନ୍ଦର୍ଯ୍ୟ ଏବଂ ବୈଶିଷ୍ଟ୍ୟକୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ । ଆରାମରେ ବସିବା ସ୍ଥାନ, ସୁନ୍ଦର କାଠ ଫର୍ନିଚର, ମଡ୍ୟୁଲାର କିଚେନ ଏବଂ ପରିବାର ସହ ବସି ଖାଇବାକୁ ଖୋଲା ସ୍ଥାନ ଏହାକୁ ସ୍ୱତନ୍ତ୍ର ବନାଉଛି । ସମସ୍ତ କକ୍ଷରେ ଜରୁରି ସୁବିଧା ମହଜୁଦ । ଏହି ଘରେ ସ୍ୱାଭାବିକ ଫ୍ଲସ ଟଏଲେଟ ସ୍ଥାନରେ ସ୍ୱତନ୍ତ୍ର ପ୍ରକାର କମ୍ପୋଷ୍ଟିଙ୍ଗ୍ ଟଏଲେଟ୍ ଲଗାଯାଇଛି । ଏଥିରେ ପ୍ରତିଥର ଫ୍ଲସ୍ କରିବା ଲାଗି ପାଣିର ଆବଶ୍ୟକ ହୁଏନାହିଁ । ଏହା ବଦଳରେ କାଠଗୁଣ୍ଡ କିମ୍ବା ମାଟି ବ୍ୟବହାର କରାଯାଏ । ଏହାଦ୍ୱାରା ବହୁତ ପାଣି ସଞ୍ଚୟ ହୋଇଥାଏ । ଶେଷରେ ଏହା ଜୈବିକ ସାରରେ ରୂପାନ୍ତରିକ ହୁଏ । ଲଦାଖ ଭଳି ଅଞ୍ଚଳରେ ପାଣି ବହୁତ ମହଙ୍ଗା । ସେଠାରେ ଏହି କୌଶଳ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଘର ପାଖରେ କମ୍ ଖାଲି ସ୍ଥାନ ଦେଖିବାକୁ ମିଳେ । ଏଠାରେ ଗ୍ରୀନହାଉସ ନିର୍ମାଣ କରାଯାଏ, ଯେଉଁଠାରେ ପାଣିପାଗ ଅନୁସାରେ ପନିପରିବା ଏବଂ ଅନ୍ୟ ଚାରା ରୋପଣ କରାଯାଏ । ଏହାଛଡ଼ା ସେଓ ଗଛ ବି ଲଗାଯାଏ । ସମଗ୍ର ପରିସରକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସ୍ଥାନୀୟ ସମ୍ବଳର ସର୍ବାଧିକ ଉପଯୋଗ ହେବ ଏବଂ ପ୍ରକୃତି ଉପରେ ଅନ୍ୟୂନ ଚାପ ପଡ଼ିବ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଶକ୍ତି ସଂରକ୍ଷଣ ଏବଂ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଉଛି । ଏଭଳି ସମୟରେ ସୋନମ ୱାଙ୍ଗଚୁକ୍ଙ୍କର ଏହି ଘର ଦର୍ଶାଉଛି ଯେ ପାରମ୍ପରିକ ଜ୍ଞାନ ଓ ଆଧୁନିକ ବିଜ୍ଞାନକୁ ମିଶାଇ ଉନ୍ନତ ଭବିଷ୍ୟତ ନିର୍ମାଣ କରାଯାଇ ପାରିବ । ସ୍ଥାନୀୟ ସାମଗ୍ରୀର ବ୍ୟବହାର, ପାଣି ସଞ୍ଚୟ, ସୌର ଶକ୍ତି ଏବଂ ପ୍ରାକୃତିକ ଡିଜାଇନ ଏହି ଘରକୁ ଏକ ‘ଆଦର୍ଶ ଗ୍ରୀନ୍ ହୋମ୍’ ଭାବେ ଗଢ଼ିତୋଳିଛି ।
କ୍ୟାଣ୍ଡେରେ ହୁରୁନ୍ ଇଣ୍ଡିଆ ୱିମେନ୍ ଲିଡର୍ସ ଲିଷ୍ଟ ୨୦୨୬ ପ୍ରକାଶିତ: ୧୧୭ ଜଣ ପ୍ରଭାବଶାଳୀ ମହିଳା ସମ୍ମାନିତ, ୯୮ ଜଣ ‘ସେଲ୍ଫ ମେଡ୍’
ମୁମ୍ବାଇ, ୩୧୲୦୭: ଦେଶର ପ୍ରଭାବଶାଳୀ ଓ ସଫଳ ମହିଳାମାନଙ୍କୁ ସମ୍ମାନିତ କରିବା ପାଇଁ ‘କ୍ୟାଣ୍ଡେରେ ହୁରୁନ୍ ଇଣ୍ଡିଆ ୱିମେନ୍ ଲିଡର୍ସ ଲିଷ୍ଟ ୨୦୨୬’ ଗୁରୁବାର ଜାରି କରାଯାଇଛି। ଏହି ତାଲିକାରେ ୮୬ ବର୍ଷୀୟା ବରିଷ୍ଠ ମହିଳାଙ୍କଠାରୁ ଆରମ୍ଭ କରି ୧୯ ବର୍ଷର ଯୁବତୀଙ୍କ ପର୍ଯ୍ୟନ୍ତ ସ୍ଥାନ ପାଇଛନ୍ତି। ବିଜନେସ୍, ସ୍ପୋର୍ଟସ୍, ମିଡିଆ, ସାହିତ୍ୟ ଓ ସମାଜସେବା ଭଳି ୧୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋଟ ୧୧୭ ଜଣ ମହିଳାଙ୍କୁ ଚଳିତ […]
ରାଜ୍ୟସଭାରେ ପାସ୍ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’: ବିରୋଧୀଙ୍କ ୱାକ୍ଆଉଟ୍ ମଧ୍ୟରେ ଗୃହୀତ, ଯୁବସମାଜ ପାଇଁ ମିଳିବ ସୁରକ୍ଷା
ନୂଆଦିଲ୍ଲୀ, ୩୦୲୦୭: ଲୋକସଭା ପରେ ଏବେ ରାଜ୍ୟସଭାରେ ମଧ୍ୟ ଗୃହୀତ ହୋଇଛି ବହୁ ଚର୍ଚ୍ଚିତ ‘ଆଣ୍ଟି-ପେପର ଲିକ୍ ବିଲ୍’। ବିରୋଧୀ ଦଳଗୁଡ଼ିକର ୱାକ୍ଆଉଟ୍ ମଧ୍ୟରେ ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଧ୍ୱନି ମତ (ଭଏସ୍ ଭୋଟ୍) ଜରିଆରେ ଏହି ବିଲ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଏହାକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।ଗୃହରେ ବିଲ୍ ଆଗତ କରି ମନ୍ତ୍ରୀ ସିଂହ କହିଥିଲେ ଯେ, ଲୋକସଭାରେ […]
AIIMS NORCET-11 ନିଯୁକ୍ତି ୨୦୨୬: ୨,୨୧୮ ନର୍ସିଂ ଅଫିସର୍ ପଦବୀ ପାଇଁ ବୃହତ୍ ଆବେଦନ ପ୍ରକ୍ରିୟା ଆରମ୍ଭ; ଅଗଷ୍ଟ ୧୩ ଶେଷ ତାରିଖ
ନୂଆଦିଲ୍ଲୀ, ୨୯ ଜୁଲାଇ: ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ନର୍ସିଂ ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ସୁଯୋଗ ସାମ୍ନାକୁ ଆସିଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ନୂଆଦିଲ୍ଲୀ ପକ୍ଷରୁ ‘ନର୍ସିଂ ଅଫିସର୍ ରିକ୍ରୁଟ୍ମେଣ୍ଟ କମନ୍ ଏଲିଜିବିଲିଟି ଟେଷ୍ଟ-୧୧’ (NORCET-11) ମାଧ୍ୟମରେ ୨,୨୧୮ଟି ସମ୍ଭାବ୍ୟ ନର୍ସିଂ ଅଫିସର୍ (Nursing Officer) ପଦବୀ ପାଇଁ ବିଜ୍ଞପ୍ତି (Notice No. 103/2026) ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ AIIMS ନୂଆଦିଲ୍ଲୀ, AIIMS ଭୁବନେଶ୍ୱର […]
ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସଂଶୋଧନ ବିଲ୍, ୨୦୨୬ ପାରିତ: ଜାତୀୟ ସଙ୍ଗୀତକୁ ଅବମାନନା କଲେ ହେବ ଜେଲ୍
ନୂଆଦିଲ୍ଲୀ, ୨୯ ଜୁଲାଇ: ବିରୋଧୀ ଦଳଙ୍କ କକ୍ଷତ୍ୟାଗ (ୱାକ୍ଆଉଟ୍) ମଧ୍ୟରେ ବୁଧବାର ରାଜ୍ୟସଭାରେ ‘ଜାତୀୟ ଗୌରବ ଅବମାନନା ନିରୋଧ (ସଂଶୋଧନ) ବିଲ୍, ୨୦୨୬’ (Prevention of Insults to National Honour (Amendment) Bill, 2026) ପାରିତ ହୋଇଛି। ସାଧାରଣରେ ‘ବନ୍ଦେ ମାତରମ୍ ବିଲ୍’ ଭାବେ ଜଣାଶୁଣା ଏହି ବିଲ୍ ମାଧ୍ୟମରେ ଜାତୀୟ ସଙ୍ଗୀତ (National Song) ‘ବନ୍ଦେ ମାତରମ୍’କୁ ଅସମ୍ମାନ କିମ୍ବା ଏହାର ଗାନରେ ବାଧାସୃଷ୍ଟି କରିବାକୁ ଏକ ଅପରାଧ ଭାବେ ଗ୍ରହଣ କରାଯିବ। ଉଚ୍ଚସଦନରେ […]
IIT ମନ୍ଦ୍ରାଜ ନିର୍ଦ୍ଦେଶକ ଭି. କାମକୋଟି କିଏ? ପରୀକ୍ଷା ସଂସ୍କାର ଟାସ୍କଫୋର୍ସ ସଦସ୍ୟଙ୍କୁ ‘ଗୋମୂତ୍ର ବିଶେଷଜ୍ଞ’ କହି କଟାକ୍ଷ କଲେ ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ : National Testing Agency (NTA) ର ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଇନଫୋସିସ୍ ସହ-ସଂସ୍ଥାପକ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ସ୍ଥାନ ପାଇଛନ୍ତି IIT ମନ୍ଦ୍ରାଜ ନିର୍ଦ୍ଦେଶକ ଭି. କାମକୋଟି। ତେବେ ତାଙ୍କ ସାମିଲକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଦେଇଥିବା ବକ୍ତବ୍ୟ ପରେ ସଂସଦରୁ ରାଜପଥ ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ବିବାଦ। […]
ଅଗଷ୍ଟରୁ ପାର୍ବଣ ଋତୁ ପୂର୍ବରୁ ବଢ଼ିବ ମହଙ୍ଗା ମାଡ଼: ଚା’ଠାରୁ କାର୍ ଯାଏଁ ସବୁ ଜିନିଷର ଦର ୬-୮% ବୃଦ୍ଧି ସମ୍ଭାବନା
ନୂଆଦିଲ୍ଲୀ, ୨୮୲୭: ଆସନ୍ତା ଅଗଷ୍ଟ ମାସରୁ ଉତ୍ସବ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ସାଧାରଣ ଉପଭୋକ୍ତାଙ୍କୁ ଲାଗିବାକୁ ଯାଉଛି ଏକ ବଡ଼ ଝଟକା। ସକାଳର ଚା’ ନିଶାରୁ ଆରମ୍ଭ କରି କାର୍ କିଣିବା ପର୍ଯ୍ୟନ୍ତ—ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଓ ଗୃହଉପକରଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ବର୍ଷ ୨୦୨୬ରେ ଏହା କ୍ରମାଗତ ତୃତୀୟ ଥର ପାଇଁ ହେବ, ଯେତେବେଳେ ପ୍ରମୁଖ ଉପଭୋକ୍ତା ସାମଗ୍ରୀ (FMCG) ଓ ନିର୍ମାତା କମ୍ପାନୀଗୁଡ଼ିକ ଦର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। […]
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବିକ୍ଷୋଭ, ପୋଲିସ କାର୍ଯ୍ୟାନୁଷ୍ଠାନ ଓ ନାଗରିକ ଅଧିକାର ଉପରେ ସ୍ୱାଧୀନ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୮୲୭: ସାମ୍ବିଧାନିକ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଅଧିକାର ଏବଂ ଆଇନ ଶୃଙ୍ଖଳା ରକ୍ଷା ନାମରେ ପୋଲିସର ଅତ୍ୟାଚାରକୁ ନେଇ ସୁପ୍ରିମକୋର୍ଟ ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି (CJI) ସ୍ପଷ୍ଟ କରିଛନ୍ତି ଯେ, ନାଗରିକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ। ଏଥିସହିତ, ପୋଲିସ ବଳର ଅତ୍ୟଧିକ ଓ ବେଆଇନ ପ୍ରୟୋଗ ନେଇ ଅଭିଯୋଗ […]
ଇଣ୍ଡିଆନ୍ ଆଇଡଲ୍ Season 16 ର ମହାମଞ୍ଚରେ ବିଜୟିନୀ ମୁକୁଟ ପିନ୍ଧିଛନ୍ତି ଆମ ଓଡ଼ିଶାର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ!
ମୁମ୍ବାଇ, ୨୭।୭: ଜାତୀୟ ସ୍ତରର ସବୁଠାରୁ ପ୍ରତିଷ୍ଠିତ ଏବଂ ଲୋକପ୍ରିୟ ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ୍ ଆଇଡଲ୍ ସୋଡ଼ଶ ଋତୁର ମହାମଞ୍ଚରେ ଓଡ଼ିଶାର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ବିଜୟୀ ହୋଇ ଐତିହାସିକ ସଫଳତା ହାସଲ କରିଛନ୍ତି। ଏହି ଅଭୂତପୂର୍ବ ବିଜୟ ସମଗ୍ର ଓଡ଼ିଶା ପାଇଁ ଏକ ଅପୂର୍ବ ଗୌରବ ଓ ଆନନ୍ଦର ବାର୍ତ୍ତା ବହି ଆଣିଛି। ଭାରତର କୋଣ ଅନୁକୋଣରୁ ଆସିଥିବା ଅସଂଖ୍ୟ ପ୍ରତିଭାବାନ ସଙ୍ଗୀତ ସାଧକଙ୍କୁ ପଛରେ ପକାଇ ଜ୍ୟୋତିର୍ମୟୀ ନିଜର ସୁମଧୁର କଣ୍ଠ, ଶାସ୍ତ୍ରୀୟ ସଙ୍ଗୀତର […]