ରାଜ୍ୟ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ତେଜ ହେଲା ରାଜନୀତି
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ବିରୋଧୀ ଓ ଶାସକ ଦଳ ମଧ୍ୟରେ ଏହି ଘଟଣାକୁ ନେଇ ବାକ୍ଯୁଦ୍ଧ ତୀବ୍ର ହୋଇଥିବା ବେଳେ କମିଶନ ରିପୋର୍ଟକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ ଅବସରରେ ତାଙ୍କ ଏକମାତ୍ର ସୁପୁତ୍ର ଲୋକନାଥ ନାଥ ଜଲେଶପଟ୍ଟା ଆଶ୍ରମରେ ପହଞ୍ଚି ସ୍ୱାମୀଜୀଙ୍କ ବଳିଦାନ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ସହ ତାଙ୍କ ବୋହୂ ବାସନ୍ତୀ […]
ନୂଆଖାଇ ପୂର୍ବରୁ ଚାଷୀଙ୍କୁ ବଡ଼ ଉପହାର; ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନ
ଭୁବନେଶ୍ୱର: ନୂଆଖାଇ ପର୍ବ ପୂର୍ବରୁ ରାଜ୍ୟର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି ଶିକ୍ଷା ସଦନରେ ଆୟୋଜିତ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ସିଧାସଳଖ ଆର୍ଥିକ ସହାୟତା ପଠାଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ ହଜାର ୯୪୯ ଜଣ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି। ଡିବିଟି ମାଧ୍ୟମରେ […]
ଆସନ୍ତା ୭ ଦିନ ଲଘୁଚାପ ପ୍ରଭାବ ନାହିଁ, କମିବ ବର୍ଷା
ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ର ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସକ୍ରିୟ ରହିଥିଲା। ଫଳରେ ଏବେ ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ନଥିବାରୁ ବର୍ଷା ପରିମାଣ କମିଛି। କେତେକ ସ୍ଥାନରେ ଝିପିଝିପି ବର୍ଷା ହେଉଥିବା ବେଳେ ଆଉ କେତେକ ସ୍ଥାନରେ ଅସରାଏ ଦୁଇ ଅସରା ବର୍ଷା ହେଉଛି। ବଡ଼ ଧରଣର ବର୍ଷାର ସମ୍ଭାବନା ନଥିବାରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ […]
ଅକ୍ଟୋବର ୨୨ରୁ ବସିବ ଓଡ଼ିଶା ବିଧାନସଭାର ୧୭ତମ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୨ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ବିଧାନସଭାର ୧୭ତମ ଅଧିବେଶନ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ, ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ଅଧିକାଂଶ ଦିନ ସରକାରୀ କାର୍ଯ୍ୟ ପାଇଁ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ବିଲ୍, ନୀତିଗତ ପ୍ରସ୍ତାବ ଏବଂ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଗୃହରେ ଆଲୋଚନା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୫ ତାରିଖକୁ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟଦିବସ ଭାବେ […]
କଟକରେ ୫ ଓ ୬ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
କଟକ: ଆସନ୍ତା ୫ ଓ ୬ ତାରିଖରେ କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। କଟକ ଇନ୍ଡୋର ଷ୍ଟାଡିୟମ୍ରେ ଏହି ବୈଠକ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟସ୍ତରୀୟ ନେତୃତ୍ୱ ସମେତ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ। ବୈଠକରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଯୋଗଦେବେ। ଏଥିସହ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ଦୁଇଦିନିଆ ବୈଠକରେ […]
ମହାପ୍ରଭୁଙ୍କ ସମ୍ପତ୍ତି କେତେ? ବ୍ୟାଙ୍କରେ ୧,୯୧୧ କୋଟିରୁ ଅଧିକ ଜମା, ୬୦,୮୨୧ ଏକର ଜମି
ପୁରୀ: କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ପରିମାଣକୁ ନେଇ ସବୁବେଳେ ଭକ୍ତମାନଙ୍କ ମନରେ କୌତୂହଳ ରହିଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ, ମହାପ୍ରଭୁଙ୍କ ନାମରେ ବ୍ୟାଙ୍କରେ ୧,୯୧୧ କୋଟି ୮୦ ଲକ୍ଷ ଟଙ୍କା ଜମା ରହିଛି। ଏଥିସହ ମହାପ୍ରଭୁଙ୍କ ନାମରେ ମୋଟ ୬୦,୮୨୧ ଏକର ଜମି ରହିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ଅନୁସାରେ, ୨୦୨୬ ଅଗଷ୍ଟ ୩୧ ସୁଦ୍ଧା ମନ୍ଦିରର ବ୍ୟାଙ୍କ ଜମା ୧,୯୧୧ କୋଟି […]
ପାନୀୟ ଜଳ ନ ମିଳିବାରୁ ଗରା ଧରି ବ୍ଲକ୍ କାର୍ଯ୍ୟାଳୟରେ ମହିଳାଙ୍କ ପ୍ରତିବାଦ
ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବାଲୁଖାଇ ଗ୍ରାମବାସୀ ପ୍ରାୟ ୧୬ ଦିନ ହେବ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି। ଏହାକୁ ନେଇ ଗ୍ରାମର ମହିଳାମାନେ ହାତରେ ଗରା, ବାଲ୍ଟି ଓ ମାଠିଆ ଧରି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପହଞ୍ଚି ପ୍ରତିବାଦ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରାମରେ ୬୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗ୍ରାମରେ ଗୋଟିଏ କୂଅ ଓ ଦୁଇଟି ନଳକୂପ ରହିଛି। ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ପାଇପ୍ […]
୩ ବର୍ଷରେ ୨ ଲକ୍ଷରୁ ଅଧିକ ସିଟ୍ ଖାଲି; ବଢ଼ୁଛି ଡିଗ୍ରି ଓ ଯୁକ୍ତ୨ କଲେଜ
ଭୁବନେଶ୍ୱର: ରାଜ୍ୟରେ ପ୍ରତିବର୍ଷ ଡିଗ୍ରି କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସଂଖ୍ୟା ବଢ଼ୁଥିବା ବେଳେ ନାମଲେଖା ହାର ଆଶାନୁରୂପ ବଢ଼ୁନାହିଁ। ଫଳରେ ଶହଶହ କଲେଜରେ ବିପୁଳ ସଂଖ୍ୟକ ସିଟ୍ ଖାଲି ପଡ଼ୁଛି। ଏହି ସମସ୍ୟା କେବଳ ୨୦୨୬-୨୭ ଶିକ୍ଷାବର୍ଷର ନୁହେଁ, ଲଗାତାର ୩ ବର୍ଷ ଧରି ଖାଲି ସିଟ୍ ସଂଖ୍ୟା ବଢ଼ିଚାଲିଛି। ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ୨ କଲେଜଗୁଡ଼ିକରେ ଏକାଧିକ ପର୍ଯ୍ୟାୟରେ ନାମଲେଖା ପରେ ମଧ୍ୟ ପ୍ରାୟ ୧ ଲକ୍ଷ ୯୩ ହଜାର ୧୩୯ଟି […]
ମାଲକାନଗିରି ମାଓମୁକ୍ତ, ହେଲେ ବିକାଶର ପହଞ୍ଚ ନାହିଁ ପାହାଡ଼ିଆ ଗାଁରେ
ମାଲକାନଗିରି: ମାଓବାଦୀ ଆତଙ୍କରୁ ମାଲକାନଗିରି ମୁକ୍ତ ହୋଇଥିବା ବେଳେ ଏବେ ବିକାଶକୁ ଫୋକସ୍ କରିଛନ୍ତି ସରକାର। ତେବେ ଜିଲ୍ଲାର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଅନେକ ଗାଁରେ ଆଜି ବି ମୌଳିକ ସୁବିଧା ପହଞ୍ଚିପାରିନାହିଁ। ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ୨୦ଟି ପାହାଡ଼ିଆ ଗାଁର ଲୋକେ ଦୁର୍ବିଷହ ଜୀବନ ବିତାଉଛନ୍ତି। କୋରୁକୋଣ୍ଡା ବ୍ଲକ୍ର ନାକାମାମୁଡ଼ି ପଞ୍ଚାୟତ ଦିନେ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିଲା। ବ୍ଲକ୍ ସଦରମହକୁମାଠାରୁ ପ୍ରାୟ ୫୦ […]
ଅବହେଳିତ ଐତିହ୍ୟ: ଧ୍ୱଂସ ଅପେକ୍ଷାରେ ବୌଦ୍ଧଗଡ଼ଜାତର ଐତିହାସିକ ସ୍ମାରକ
ବୌଦ୍ଧ: ଯେଉଁ ଅଞ୍ଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଞ୍ଚଳର ବିକାଶ ଓ ପର୍ଯ୍ୟଟନ ସମ୍ଭାବନା ମଧ୍ୟ ସେତେ ଅଧିକ। ହେଲେ ବୌଦ୍ଧ ଜିଲ୍ଲାର ଅନେକ ଐତିହାସିକ କୀର୍ତ୍ତିରାଜି ଏବେ ଅବହେଳାର ଶିକାର। ରକ୍ଷଣାବେକ୍ଷଣ ଅଭାବରୁ ଐତିହାସିକ ସ୍ମାରକଗୁଡ଼ିକ ଧୀରେଧୀରେ ନଷ୍ଟ ହେବାକୁ ବସିଥିବା ବେଳେ ଏହାକୁ ନେଇ ଐତିହ୍ୟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବୌଦ୍ଧଗଡ଼ଜାତର ରାଜତ୍ୱ କାଳର ଅନେକ ଐତିହାସିକ ସ୍ଥାନ ଆଜି ବି ଅଞ୍ଚଳର ଗୌରବ ବହନ କରୁଛି। ବୌଦ୍ଧ ରାଜ୍ୟର ୪୪ତମ ରାଜା […]
