1 min read

ଆଜିର ରାଶିଫଳ: କେଉଁ ରାଶି ପାଇଁ କେମିତି ରହିବ ଦିନ?

ସୂଚନା: ଏହା ଏକ ସାଧାରଣ ଜ୍ୟୋତିଷ ଗଣନା ଉପରେ ଆଧାରିତ। ବ୍ୟକ୍ତିଗତ ଗ୍ରହ, ନକ୍ଷତ୍ର ଏବଂ ଜାତକ ଅନୁଯାୟୀ ରାଶିଫଳରେ ପରିବର୍ତ୍ତନ ଦେଖାଯାଇପାରେ।

1 min read

ଭାରତୀୟ ନିର୍ବାଚନ ବ୍ୟବସ୍ଥାକୁ ଟ୍ରମ୍ପଙ୍କ ପ୍ରଶଂସା, ‘ସେଭ୍ ଆମେରିକା ଆକ୍ଟ’ ପାଇଁ ଜୋର

ୱାସିଂଟନ: ଭାରତର ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ପରିଚୟ ବ୍ୟବସ୍ଥାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଆମେରିକାର ନିର୍ବାଚନ ବ୍ୟବସ୍ଥାରେ ଅଧିକ କଠୋର ନିୟମ ଲାଗୁ କରିବା ଆବଶ୍ୟକ ବୋଲି ସେ ମତ ଦେଇ ‘ସେଭ୍ ଆମେରିକା ଆକ୍ଟ’ ପାସ୍ କରିବା ଉପରେ ପୁଣିଥରେ ଜୋର ଦେଇଛନ୍ତି। ଟ୍ରମ୍ପଙ୍କ ମତରେ, ଭାରତରେ ଭୋଟରଙ୍କ ପରିଚୟ ଯାଞ୍ଚ ଏବଂ ନିର୍ବାଚନ ପରିଚାଳନାରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ଆମେରିକାରେ ମଧ୍ୟ ଭୋଟରଙ୍କ ପରିଚୟ ଓ ନାଗରିକତା […]

1 min read

ନୀତିନ ନବୀନଙ୍କ ନୂଆ ଟିମ୍‌ ଘୋଷଣା; ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଉପାଧ୍ୟକ୍ଷ ଦାୟିତ୍ୱ

ନୂଆଦିଲ୍ଲୀ, ୧୭/୮: ଭାଜପାର ନୂଆ ସଭାପତି ନୀତିନ ନବୀନ ନିଜର ନୂଆ ଜାତୀୟ ଟିମ୍‌ ଘୋଷଣା କରିଛନ୍ତି। ନୂଆ ଟିମ୍‌ରେ ବରିଷ୍ଠ ନେତାଙ୍କ ସହ ଯୁବ ଓ ମହିଳା ନେତୃତ୍ୱକୁ ମଧ୍ୟ ସ୍ଥାନ ଦିଆଯାଇଛି। ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନଜରରେ ରଖି ନୂଆ ଟିମ୍‌ରେ ରାଜ୍ୟଭିତ୍ତିକ ସନ୍ତୁଳନ ରଖାଯାଇଥିବା ଦେଖାଯାଇଛି। ନୂଆ ଟିମ୍‌ରେ ସ୍ମୃତି ଇରାନୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଜାତୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। […]

1 min read

ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ

ନୂଆଦିଲ୍ଲୀ: ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ କୋଚିଂ ସୁବିଧା ଯୋଗାଇବା ନେଇ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ମହଙ୍ଗା କୋଚିଂ ବ୍ୟବସ୍ଥା ଯୋଗୁଁ ବିଶେଷକରି ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ଚାପ ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କ ଅନୁସାରେ, ସାମାଜିକ ଚାପ ଏବଂ ପ୍ରତିଯୋଗିତାରେ ପଛରେ ପଡ଼ିଯିବାର ଭୟରେ ଅନେକ ଅଭିଭାବକ ନିଜ ପିଲାଙ୍କୁ ବାଧ୍ୟ ହୋଇ କୋଚିଂ […]

1 min read

ଘର ଛାତରେ ସୋଲାର ପ୍ୟାନେଲ୍‌, ବିଜୁଳି ବିଲ୍‌ରୁ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର: ବଢ଼ୁଥିବା ବିଜୁଳି ବିଲ୍‌ ମଧ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ କେନ୍ଦ୍ର ସରକାରଙ୍କ ‘ପିଏମ୍‌ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’। ଘର ଛାତରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ୍‌ ଲଗାଇ ନିଜେ ବିଜୁଳି ଉତ୍ପାଦନ କରିବା ସହ ମାସକୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବାର ସୁଯୋଗ ଏହି ଯୋଜନାରେ ରହିଛି। ମିଳୁଛି ସରକାରୀ ସବସିଡି ଯୋଗ୍ୟ ଉପଭୋକ୍ତାଙ୍କୁ ଘର ଛାତରେ ସୋଲାର ପ୍ୟାନେଲ୍‌ ସ୍ଥାପନ ପାଇଁ କେନ୍ଦ୍ର ସରକାର ସବସିଡି ପ୍ରଦାନ […]

1 min read

UGC-NET ଜୁନ୍ ୨୦୨୬: ୩ ବିଷୟର ପରୀକ୍ଷା ପୁଣି ହେବ କି?

ନୂଆଦିଲ୍ଲୀ, ୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ଚର୍ଚ୍ଚା ବଢ଼ିଛି। ଇଂରାଜୀ, କମର୍ସ ଓ ସୋସିଓଲୋଜି—ଏହି ତିନିଟି ବିଷୟର ପରୀକ୍ଷା ପୁଣି କରାଯାଇପାରେ ବୋଲି ସୂଚନା ମିଳିଛି। ତେବେ ଏନେଇ ଅନ୍ତିମ ନିଷ୍ପତ୍ତି ଏଯାଏଁ ସାମ୍ନାକୁ ଆସିନାହିଁ। ଏହି ତିନି ପେପରକୁ ନେଇ ପ୍ରାର୍ଥୀଙ୍କ ପକ୍ଷରୁ ବିଭିନ୍ନ ଅଭିଯୋଗ ଆସିବା ପରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଏକ କମିଟି ଗଠନ କରିଥିଲା। ଇଂରାଜୀ ପେପରରେ ପୂର୍ବରୁ ଆସିଥିବା କିଛି ପ୍ରଶ୍ନ ପୁଣି ଥିବା ଅଭିଯୋଗ […]

1 min read

କେକ୍‌ ପାଇଁ ଭିଡ଼ରେ ହଙ୍ଗାମା; ଭାଇରାଲ ହେଉଛି ପାକିସ୍ତାନର ଭିଡିଓ

ନୂଆଦିଲ୍ଲୀ, ୧୫/୮: ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭିଡିଓରେ ପାକିସ୍ତାନୀ ପତାକା ଡିଜାଇନ୍‌ର ଏକ ବଡ଼ କେକ୍‌କୁ ନେଇ ଲୋକଙ୍କ ମଧ୍ୟରେ ହଠାତ୍‌ ଭିଡ଼ ଜମିଥିବା ଦେଖାଯାଉଛି। ଦାବି ଅନୁସାରେ, ଏହି ଘଟଣା ଲାହୋରର ଲିବର୍ଟି ମାର୍କେଟରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଘଟିଥିଲା। କେକ୍‌ଟିକୁ ଆନୁଷ୍ଠାନିକ ଭାବେ କାଟିବା ଓ ଲୋକଙ୍କ ମଧ୍ୟରେ ବାଣ୍ଟିବାର ଯୋଜନା ଥିବାବେଳେ, ଏହା ପୂର୍ବରୁ ଅନେକ […]

1 min read

୭୦୭ ବିଲିଅନ ଡଲାର ଟପିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ, ୧୫/୮: ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ବୃଦ୍ଧି ଘଟିଛି। ଅଗଷ୍ଟ ୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୪.୧୩୬ ବିଲିଅନ ଡଲାର ବଢ଼ି ୭୦୭.୦୦୨ ବିଲିଅନ ଡଲାରରେ ପହଞ୍ଚିଛି। ଏହା ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ଏଯାବତ୍ ସର୍ବାଧିକ ସାପ୍ତାହିକ ବୃଦ୍ଧି ବୋଲି ଜଣାପଡ଼ିଛି। ଏହାର ପୂର୍ବ ସପ୍ତାହ, ଅର୍ଥାତ୍ ଜୁଲାଇ ୩୧ରେ ଶେଷ ହୋଇଥିବା ସପ୍ତାହରେ ମଧ୍ୟ ଭଣ୍ଡାରରେ ୧୦.୫୧୨ ବିଲିଅନ ଡଲାର ବୃଦ୍ଧି ହୋଇଥିଲା। ସେତେବେଳେ ମୋଟ […]

1 min read

ଭାରତକୁ ଶେହବାଜ ସରିଫଙ୍କ ଧମକ; ‘ସିଧାସଳଖ ଜବାବ’ ଦେବ ପାକିସ୍ତାନ

ଇସଲାମାବାଦ, ୧୪/୮: ପାକିସ୍ତାନର ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଭାରତ ବିରୋଧରେ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଉପରେ ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି, ପାକିସ୍ତାନ ନିଜ ଅଧିକାରର ପାଣି ପ୍ରସଙ୍ଗରେ କୌଣସି ସାଲିସ କରିବ ନାହିଁ ଏବଂ ଆବଶ୍ୟକ ପଡ଼ିଲେ ‘ସିଧାସଳଖ ଜବାବ’ ଦେବ। ପାକିସ୍ତାନର ଏକ କାର୍ଯ୍ୟକ୍ରମରେ ଶେହବାଜ ସରିଫ କହିଛନ୍ତି ଯେ ଦେଶର ପ୍ରତ୍ୟେକ ବୁନ୍ଦା ପାଣି ତାଙ୍କ ପାଇଁ […]

1 min read

୮୦ତମ ସ୍ୱାଧୀନତା ଦିବସ: ତ୍ରିରଙ୍ଗାରେ ରଙ୍ଗିନ ଦେଶ, ସବୁଠି ଦେଶପ୍ରେମର ଉତ୍ସାହ

ନୂଆଦିଲ୍ଲୀ, ୧୫/୮: ୧୯୪୭ରେ ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇଥିବା ଭାରତ ଆଜି ନିଜର ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି। ସ୍ୱାଧୀନତାର ୭୯ ବର୍ଷ ପୂରଣ ପରେ ଦେଶବ୍ୟାପୀ ଭାବେ ଏହି ଐତିହାସିକ ଦିବସକୁ ନେଇ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଗାଁଠାରୁ ସହର ଏବଂ ସୀମାନ୍ତ ଅଞ୍ଚଳଠାରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗାର ରଙ୍ଗରେ ଦେଶପ୍ରେମର ଛବି ଦେଖାଯାଉଛି। ପୂର୍ବରେ ଅରୁଣାଚଳ ପ୍ରଦେଶଠାରୁ ପଶ୍ଚିମରେ ରାଜସ୍ଥାନର ଜୈସଲମେର ଓ ତନୋଟ, ଉତ୍ତରରେ ଲଦାଖର ସୀମାନ୍ତ ଅଞ୍ଚଳଠାରୁ […]