- ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
- ବୃଷ: ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ପରିବାର ଲୋକଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ ଏବଂ ମନ ଶାନ୍ତ ରହିବ।
- ମିଥୁନ: ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ। ସ୍ୱାସ୍ଥ୍ୟ ପ୍ରତି ଟିକିଏ ଧ୍ୟାନ ଦିଅନ୍ତୁ ଏବଂ ବାହାର ଖାଦ୍ୟ ଖାଇବାରୁ ବିରତ ରୁହନ୍ତୁ।
- କର୍କଟ: ଆଜି ଆପଣଙ୍କୁ କୌଣସି ଶୁଭ ଖବର ମିଳିବାର ସମ୍ଭାବନା ରହିଛି। ଅଟକି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
- ସିଂହ: ବ୍ୟବସାୟରେ ଲାଭ ମିଳିବ ଏବଂ ନିଜ କାମରେ ସଫଳତା ପାଇବେ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ।
- କନ୍ୟା: ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। କର୍ମକ୍େତ୍ରରେ ସହକର୍ମୀ କିମ୍ବା ବନ୍ଧୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ।
- ତୁଳା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ଦେଣନେଣରେ ସତର୍କତା ଅବଲମ୍ବନ କରନ୍ତୁ। କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବ।
- ବିଛା: ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ାରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ।
- ଧନୁ: ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
- ମକର: କାର୍ଯ୍ୟରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ଶେଷରେ ଫଳ ଆପଣଙ୍କ ସପକ୍ଷରେ ଆସିବ।
- କୁମ୍ଭ: ଆୟ ବୃଦ୍ଧି ହେବାର ଯୋଗ ରହିଛି। କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ ଯାହା ଆପଣଙ୍କୁ ଆନନ୍ଦିତ କରିବ।
- ମୀନ: ଆଜି ଆପଣଙ୍କର ସମସ୍ତ ଯୋଜନା ସଫଳ ହେବାର ସମ୍ଭାବନା ଅଛି। ନୂଆ ଲୋକଙ୍କ ସହ ପରିଚୟ ବଢ଼ିବ।
ସୂଚନା: ଏହା ଏକ ସାଧାରଣ ଜ୍ୟୋତିଷ ଗଣନା ଉପରେ ଆଧାରିତ। ବ୍ୟକ୍ତିଗତ ଗ୍ରହ, ନକ୍ଷତ୍ର ଏବଂ ଜାତକ ଅନୁଯାୟୀ ରାଶିଫଳରେ ପରିବର୍ତ୍ତନ ଦେଖାଯାଇପାରେ।