ଓଡିଶା
ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ମୃତ୍ୟୁ ମାମଲା
ଆସିଲା ଶବବ୍ୟବଚ୍ଛେଦ ରିପୋର୍ଟ, ସନ୍ଦେହଘେରରେ ଭୁବନେଶ୍ୱରର ଏଏସ୍ଆଇ କଟକ, ୭|୭ (ବ୍ୟୁରୋ ): କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି (IIC) ବିଉଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ବିଉଟିଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଛି ଯେ, ଶ୍ବାସରୁଦ୍ଧ ହେବା କାରଣରୁ ହିଁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଘଟଣାର ତଦନ୍ତ କରୁଥିବା କଟକ କମିସନରେଟ୍ ପୁଲିସ ମୃତ ଅଧିକାରୀଙ୍କ ମୋବାଇଲ୍ ଫୋନ୍ରୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁରାଗ ହାସଲ କରିଛି, ଯାହା […]
ରଥଯାତ୍ରା ପାଇଁ ଗଡ଼ିବ ସ୍ଵତନ୍ତ୍ର ରେଳ: ରେଳ ମନ୍ତ୍ରୀ
ଭୁବନେଶ୍ୱର, ୬।୭(ଉଦୟ): ରଥଯାତ୍ରାକୁ ଆଉ ଅଧିକ ସୁବିଧାଜନକ ଓ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ମୋଟ ପ୍ରାୟ ୧୧୦୦ଟି ଟ୍ରେନ୍ ଚଳାଚଳ କରିବାର ଯୋଜନା ରହିଛି। ଏଥିମଧ୍ୟରୁ ପ୍ରାୟ ୩୦୦ଟି ସ୍ୱତନ୍ତ୍ର ସ୍ପେଶାଲ୍ ଟ୍ରେନ୍ ଥିବାବେଳେ, ପ୍ରାୟ ୮୦୦ଟି ରଥଯାତ୍ରାକୁ କେନ୍ଦ୍ର କରି ବିଶେଷ ବ୍ୟବସ୍ଥାରେ ଚଳାଚଳ କରିବ। ଏହି ପଦକ୍ଷେପ ଯୋଗୁଁ ଭକ୍ତମାନେ ଯାତାୟାତରେ ଅନେକ […]
ପ୍ରଜାତନ୍ତ୍ର ଦୈନିକ ରାଶିଫଳ
୧୨ ଟି ରାଶିର ଆଜିର ରାଶିଫଳ ଏଠାରେ ପ୍ରଦତ୍ତ କରାଗଲା: ବିଶେଷ ସୂଚନା: ସମସ୍ତ ରାଶିଫଳ ଜ୍ୟୋତିର୍ବିଦଙ୍କ ଅନୁସାରେ ଏଥିରେ ପ୍ରଜାତନ୍ତ୍ର ପ୍ରଚାର ସମିତି ର କୌଣସି ଭୂମିକା ନାହିଁ।
ଆସନ୍ତାକାଲି ଛୁଟି ଘୋଷଣା
କଟକ, ୫|୭: ରାଜ୍ୟରେ ସକ୍ରିୟ ଥିବା ଲଘୁଚାପର ପ୍ରଭାବ କ୍ରମଶଃ ତୀବ୍ର ହେଉଥିବା ବେଳେ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ପ୍ରକାଶ ପାଇଛି। ପାଣିପାଗ ବିଭାଗର ପୂର୍ବାନୁମାନକୁ ଗୁରୁତ୍ୱର ସହ ବିଚାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି ପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଛାତ୍ରଛାତ୍ରୀଙ୍କ […]
କାହିଁକି ତିନି ଦିଅଁଙ୍କୁ ଲାଗିହୁଏ “ଫୁଲୁରି ତେଲ”?
ପୁରୀ ୫ା୭ (ପିପିଏସ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଅନନ୍ୟ ଗୁପ୍ତ ଉପଚାର ‘ଫୁଲୁରୀ ତେଲ ଲାଗି’ ନୀତି ଅତ୍ୟନ୍ତ ନିଷ୍ଠାର ସହ ସମ୍ପନ୍ନ ହୋଇଯାଇଛି। ସ୍ନାନଯାତ୍ରାରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିବା ପରେ ପ୍ରବଳ ଜ୍ୱରରେ ପୀଡ଼ିତ ହୋଇ ଗୁପ୍ତ ପ୍ରକୋଷ୍ଠରେ ଲୀଳା କରୁଥିବା ଶ୍ରୀବିଗ୍ରହମାନଙ୍କ ଶାରୀରିକ ଉପଶମ ପାଇଁ ଅଣସର ଅଷ୍ଟମୀ ତିଥିରେ ଏହି ବିଶେଷ ଆୟୁର୍ବେଦିକ ପ୍ରଲେପ ଦିଆଯାଇଥାଏ। ଜଗନ୍ନାଥ ସଂସ୍କୃତିର ଏହି ମାନବୀୟ ଲୀଳା […]
ଅଚଳାବସ୍ତାରେ ପଣ୍ଡାପଡା ପୋଷ୍ଟ ଅଫିସ…
ଘଟଗାଁ ୧୧-୦୬-୨୦୨୬(ବି .ଏନ .ଓ ) : ( ବିଷ୍ଣୁ ନନ୍ଦ ବେହେରା )କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ପୋଷ୍ଟ ଅଫିସ ଆଜିକୁ ୧୭ ଦିନ ହେବ ସରବର ନଥିବାରୁ ସମ୍ପୂର୍ଣ ଅଚଳ ହୋଇ ପଡ଼ି ରହିଛି | ପୋଷ୍ଟ ଅଫିସ କୁ ପାସ ବୁକ ଧାରି ଟଙ୍କା ଉଠାଇବା ହେଉ କିମ୍ବା ଟଙ୍କା ଜମା କରିବାରେ ବାଧା ହେଉଛି |ସରବର ନଥିବାରୁ ଖାତା ଧାରି ମାନେ ପ୍ରତିଦିନ ପୋଷ୍ଟ ଅଫିସକୁ ଆସି ନିରାଶ ହୋଇ ଫେରୁଥିବା […]
ଗାଜା ଉପରେ ଆକ୍ରମଣ ବନ୍ଦ କର, ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ |
ଆମେରିକା ମଦଦ ରେ ଇସ୍ରାଏଲ ର ଗାଜା ଉପରେ ବର୍ବର ଆକ୍ରମଣପ୍ରତିବାଦରେ ବିକ୍ଷୋଭକଟକ ତା ୮/୪- ଆମେରିକାର ସହାୟତାରେ ଯୁଦ୍ଧ ବିରତି ଚୁକ୍ତି ଉଲଂଘନ କରି ଗାଜା ଉପରେ ଉଗ୍ର ଇହୁଦି ବାଦି ଇସ୍ରାଏଲ ରବର୍ବରୋଚିତ ଆକ୍ରମଣର ଦେଶବ୍ୟାପୀ ପ୍ରତିବାଦ ପାଇଁ ଏସ ୟୁ ସି ଆଇ ( କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ପକ୍ଷରୁ ଡ଼ାକରା ଦିଆଯାଇଛି।ଏହି ଡାକରା ଅନୁଯାୟୀ ଆଜି ଦଳର କଟକ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ କଚେରିଗଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା।ବିକ୍ଷୋଭ […]
ସମସ୍ୟାରେ ଉବୁଟୁବୁ କୋଣାର୍କ ,ସୁଯୋଗ ରହିଛି କିନ୍ତୁ ଆନ୍ତରିକତା ନାହିଁ।
କୋଣାର୍କ(, ପି ପି ଏସ):- ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କର ନାମ ଲିପିବଦ୍ଧ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଅତନ୍ତ୍ୟ ମନ ମୁଗ୍ଧକର। ହେଲେ କୋଣାର୍କରେ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ସୁଯୋଗର ଅଭାବ ଜଳ ଜଳ ହୋଇ ଦେଖିବାକୁ ମିଳୁଛି । କୋଣାର୍କ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ରହିଥିବା ବେଳେ ହୀନମନ୍ୟତା, ରାଜନୈତିକ ବିଭେଦ ଓ ଆନ୍ତରିକତା ଅଭାବ […]
ଡକ୍ଟର ବି.ଆର.ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗୀତା |
ବାରିପଦା (ପିପିଏସ୍): ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ , ବାରିପଦା ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଡ଼କ୍ଟର ବି.ଆର.ଆମ୍ବେଦକର ଜୟନ୍ତୀ, ୨୦୨୫ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ,ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ଉଚ୍ଚ […]
ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ବଣ୍ଟନ |
ସୁନ୍ଦରଗଡ଼, ଓଡ଼ିଆ ପକ୍ଷ – ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସପ୍ତମ ଦିନ ରେ ଆଜି ଜିଲ୍ଲାବ୍ୟାପୀ ‘ବର୍ଣ୍ଣବୋଧ ଉତ୍ସବ’ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଲୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଅଛି। ଏହି ଉତ୍ସବ ରେ କୁତ୍ରା ବ୍ଲକ ସ୍ଥିତ ପି ଏମ ଶ୍ରୀ ସରକାରୀ ଉତ୍କର୍ଷ ବିଦ୍ୟାଳୟ, ଠାରେ “ବର୍ଣ୍ଣବୋଧ ଉତ୍ସବ” ଆୟୋଜିତ ହୋଇ ବର୍ଣ୍ଣବୋଧ ବହି ବଣ୍ଟନ […]
