prajatantra news
ପାକିସ୍ତାନରେ ରହୁଛି ଦାଉଦ ଇବ୍ରାହିମ୍ : ଭାରତ
ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ଅପରାଧିକ ସଂଗଠନ ‘ଡି-କମ୍ପାନୀ’କୁ ଭାରତ-ଆଧାରିତ ଅପରାଧିକ ଗୋଷ୍ଠୀ ଭାବେ ବର୍ଣ୍ଣନା କରିଛନ୍ତି ଜାତିସଂଘର ଜଣେ ସ୍ୱତନ୍ତ୍ର ରିପୋର୍ଟର । ଯାହାକୁ ନେଇ ତାଙ୍କ ଉପରେ କଡ଼ା ଆପତ୍ତି ଉଠାଇଛି ଭାରତ। ଦାଉଦ ଇବ୍ରାହିମ୍ ପାକିସ୍ତାନରେ ଲୁଚି ରହିଥିବା ଦାବି କରି ଭାରତ ଜାତିସଂଘର ରିପୋର୍ଟକୁ ତଥ୍ୟଗତ ତ୍ରୁଟିପୂର୍ଣ୍ଣ ଓ ବାସ୍ତବତାରୁ ଭିନ୍ନ ବୋଲି ସମାଲୋଚନା କରିଛି । ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ବେନ୍ ସଲ୍ ନିଜ ରିପୋର୍ଟରେ ଦାଉଦ ଇବ୍ରାହିମ୍କୁ ‘ଡି-କମ୍ପାନୀ’ […]
ଝଲସୁଛି ରୌପ୍ୟନଗରୀ
କଟକ: ରୌପ୍ୟନଗରୀ କଟକର ଦଶହରା ଆୟୋଜନ ବିଶ୍ବ ପ୍ରସିଦ୍ଧ। ଦଶହରା ସମୟରେ ସୁନା ଓ ଚାନ୍ଦିର ମେଢ଼ ପ୍ରସ୍ତୁତି ପରମ୍ପରା କେବଳ ଦେଶରେ ନୁହେଁ, ବିଶ୍ବରେ ବିରଳ। ଚଳିତ ବର୍ଷ କଟକରେ ୩୬ଟି ଚାନ୍ଦି ମେଢ଼ରେ ମା’ ଦୁର୍ଗା ଓ ମହାଦେବ ପୂଜା ପାଉଥିବା ବେଳେ ୯ଟି ମଣ୍ଡପରେ ମେଢ଼ ଓ ଅଳଙ୍କାରରେ ସୁନା ବ୍ୟବହାର ହେଉଛି। ସୁନା, ଚାନ୍ଦିର ବ୍ୟବହାର ଦୃଷ୍ଟିରୁ ବିଚାର କଲେ କଟକ ଦଶହରା ସବୁଠୁ ବ୍ୟୟବହୁଳ ପୂଜା ଭାବେ ସାରା ଦେଶ ଏମିତିକି ବିଶ୍ବରେ […]
ଭସାଣ ଶୋଭାଯାତ୍ରାରେ ଡିଜେ ଗାଡ଼ି ମନା
ଭୁବନେଶ୍ୱର : ଭସାଣ ଶୋଭାଯାତ୍ରାରେ ଡିଜେକୁ ନାଁ। ଯିଏ ଡିଜେ ଆଣିବ ହେବ କଡା କାର୍ଯ୍ୟାନୁଷ୍ଠାନ। ମଣ୍ଡପରୁ ମୂର୍ତ୍ତି ବାହାରିବା ସମୟରେ କେହି ଡିଜେ ଗାଡ଼ି ନେଇ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି। ରାତି ୧୦ଟା ପରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବଜାଇବା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ରହିଛି। ଏହି ନିୟମକୁ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଭସାଣ ଶୋଭାଯାତ୍ରା ସମୟରେ […]
ଭାଙ୍ଗିଲା ସମାଜବାଦୀ ପାର୍ଟିର ପୂରା ଜିଲ୍ଲା ସଙ୍ଗଠନ
କନ୍ନୌଜ : ବିଜେପି ସଭାରେ ଖାଲି ଚେୟାରକୁ ନେଇ ଅନେକ ଥର କଟାକ୍ଷ କରିଛି ସମାଜବାଦୀ ପାର୍ଟି (SP)। ହେଲେ ଏବେ ନିଜ ଦଳର ସଭାରେ ଖାଲି ଚେୟାର ଦେଖି ଅଡ଼ୁଆରେ ପଡ଼ିଛି ଅଖିଳେଶ ଯାଦବଙ୍କ ପାର୍ଟି। ଉତ୍ତରପ୍ରଦେଶର କନ୍ନୌଜରେ କର୍ମୀ ସମ୍ମିଳନୀରେ ଆଶାନୁରୂପ ଭିଡ଼ ନ ହେବା ପରେ ପୂରା ଜିଲ୍ଲା ସଙ୍ଗଠନକୁ ଭାଙ୍ଗି ଦେଇଛି ସମାଜବାଦୀ ପାର୍ଟି। ଏଥିସହ ବିଭିନ୍ନ ପଦପଦବୀରେ ଥିବା ନେତାଙ୍କୁ ମଧ୍ୟ ହଟାଇ ଦିଆଯାଇଛି। କନ୍ନୌଜରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ […]
ଆତଙ୍କବାଦ ଶାନ୍ତି ଏବଂ ବିକାଶ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ : ରାଜନାଥ
ଦୁଶାନବେ: ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି। ରାଜନାଥ କହିଛନ୍ତି ଯେ, ଆତଙ୍କବାଦ ଉପରେ କୌଣସି ଦୋମୁହାଁ ମାନଦଣ୍ଡ ରହିବା ଉଚିତ୍ ନୁହେଁ। ସାର୍ବଭୌମତ୍ୱକୁ ସମ୍ମାନ ଦେବା ସହିତ ଦେଶ ଦେଶ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ଅତ୍ୟନ୍ତ ଜରୁରୀ। ଆତଙ୍କବାଦକୁ କୌଣସି ପ୍ରକାରେ ଯଥାର୍ଥ କରାଯାଇପାରିବ ନାହିଁ। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ସମର୍ଥନ କିମ୍ବା ନିରାପଦ ଆଶ୍ରୟ ଦେଉଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ଆତଙ୍କବାଦର ସମଗ୍ର […]
ରବିତା ଏବଂ ଅମରଦୀପଙ୍କୁ ଫାଶୀ ଦଣ୍ଡ
ମୀରଟ: ମୀରଟର ବହୁସୁମା ଅଞ୍ଚଳର ଆକବରପୁର ସଦତ ଗ୍ରାମର ବାସିନ୍ଦା ଅମିତ କଶ୍ୟପ ଓରଫ ମିକି କଶ୍ୟପଙ୍କ ହତ୍ୟା ମାମଲାରେ କୋର୍ଟ ତାଙ୍କ ପତ୍ନୀ ରବିତା ଓ ତାଙ୍କ ପ୍ରେମିକ ଅମରଦୀପଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଉଭୟ ପୂର୍ବରୁ ମୀରଟର କୁଖ୍ୟାତ ସର୍ପ ଦଂଶନ ହତ୍ୟା ମାମଲାରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ (ଏଡିଜେ-୧୨) ଜୟବୀର ସିଂହ ନଗରଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଅମିତଙ୍କ ମୃତ୍ୟୁକୁ […]
ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ : ଭାରତ
ନୂଆଦିଲ୍ଲୀ : ଲଦାଖ ପ୍ରସଙ୍ଗରେ ଚାଇନାକୁ କାଉଣ୍ଟର କଲା ଭାରତ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛି ନୂଆଦିଲ୍ଲୀ। ଭାରତ ସରକାର ଲଦାଖର ୨୮ଟି ରଣନୀତିକ ସ୍ଥଳ ଓ ଭୌଗଳିକ ବିଶେଷତ୍ୱକୁ ଅଧିକୃତ ମାନଚିତ୍ରରେ ସ୍ଥାନିତ କରିଥିବାରୁ ଏହା ବିରୋଧରେ ସ୍ୱର ଉଠାଇଥିଲା ଚାଇନା। ଏହାର ଜବାବ ଏବେ ଭାରତ ପକ୍ଷରୁ ଦିଆଯାଇଛି। ସରକାର ଲଦାଖ ପ୍ରଶାସନ ସହ ଆଲୋଚନା କରି ୨୮ଟି ସ୍ଥାନକୁ ସେଗୁଡ଼ିକ ବିଶେଷତ୍ୱ ଅନୁସାରେ […]
ଆମକୁ F-35 ପାଖକୁ ଯିବାକୁ ଦିଆଯାଉନି :ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ପଞ୍ଚମ ପିଢ଼ିର ୟୁଏସ F-35 ଯୁଦ୍ଧ ବିମାନକୁ ନେଇ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ଭାରତକୁ ବିକ୍ରୟ କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଆମେରିକାର ଅଧିକାରୀମାନେ ଭାରତୀୟ ଅଧିକାରୀମାନଙ୍କୁ ଏହି ଯୁଦ୍ଧ ବିମାନ ପାଖକୁ ଯିବାକୁ ଦିଅନ୍ତି ନାହିଁ। ୟୁଏସ ପ୍ରଶାନ୍ତ ମହାସାଗରୀୟ ବାୟୁସେନା କମାଣ୍ଡର ଜେନେରାଲ କେଭିନ ସ୍ନାଇଡରଙ୍କ ଉପସ୍ଥିତିରେ ବାୟୁସେନା ମୁଖ୍ୟ ଏହି ମନ୍ତବ୍ୟ […]
ଚେନ୍ନାଇ ଯାଉଥିବା ବିମାନରେ ନିଆଁ, ଜରୁରୀ ଅବତରଣ
ନୂଆଦିଲ୍ଲୀ : ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ଲଗେଜ କମ୍ପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ବିମାନକୁ ହାଇଦ୍ରାବାଦରେ ଜରୁରି ଅବତରଣ କରିବାକୁ ପଡିଛି । ବିମାନଟି ମଧ୍ୟାହ୍ନ ୧.୩୦ରେ ଦିଲ୍ଲୀ ବିମାନ ବନ୍ଦର ଛାଡିଥିଲା । ଅପରାହ୍ନ ୪ଟାରେ ଏହା ଚେନ୍ନାଇରେ ଅବତରଣ କରିବାର ଥିଲା । ତେବେ ଜଣେ ଯାତ୍ରୀଙ୍କ ଲଗେଜରେ ଥିବା ପାୱାରବ୍ୟାଙ୍କ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଯିବା ଫଳରେ ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳି […]
ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭଦ୍ରକ- ଭଦ୍ରକ ସହରରେ ଦୁର୍ଗାପୂଜା-୨୦୨୬କୁ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ସଦ୍ଭାବନା ସଭାଗୃହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଂଶୁମାନ ଦ୍ୱିବେଦୀ, ଉପ-ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ପୂଜା […]
