ଓଡିଶା
ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି “ସ୍ବର୍ଗ ରଥ”ଲୋକାର୍ପଣ
ବଲାଙ୍ଗୀର,୨୫୲୭ (ପିପିଏସ): ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବଲାଙ୍ଗୀର ପୈ।ର ପରିଷଦ ପକ୍ଷରୁ ଦୁଇଟି ଅତ୍ୟାଧୁନିକ “ସ୍ବର୍ଗ ରଥ”ଲୋକାର୍ପଣ ହୋଇଯାଇଛି।ଏଥିରୁ ଗୋଟିଏ ଡିପ୍ ଫ୍ରିଜର୍ ସୁବିଧା ଯୁକ୍ତ ରହିଥିବା ବେଳେ ଆଉ ଗୋଟିଏ ସାଧାରଣ ବର୍ଗର ହୋଇଛି।ପୈ।ରାଧ୍ୟକ୍ଷା ଲିକା ସାହୁ ଏହି ଦୁଇଟି ସ୍ବର୍ଗ ରଥର ଉଦଘାଟନ କରିଛନ୍ତି।ପୈ।ର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ବରିଷ୍ଠ ପରିଷଦ ସଦସ୍ୟ ମହେନ୍ଦ୍ର ବାଗ, ଶମ୍ଭୁ ନାଗ, ନନ୍ଦିନୀ ପୋଡ଼, କିଶୋର କୁମ୍ଭାର, ଲଲାଟେନ୍ଦୁ […]
ଗମ୍ଭାରୀପଦରରେ ସପ୍ତାହେ ହେଲା ପଡ଼ି ରହିଛନ୍ତି ଅଜଣା ବୃଦ୍ଧ, ଉଦ୍ଧାର ପାଇଁ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦାବି
ବୌଦ୍ଧ, ୨୪/୭: ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଛକରେ ଥିବା ଯାତ୍ରୀ ବିଶ୍ରମାଗାରରେ ଗତ ରଥଯାତ୍ରା ଦିନ ଠାରୁ ଜଣେ ଅଜଣା ବ୍ଯକ୍ତି ଆଶ୍ରୟ ନେଉଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ଦାବି କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର l ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରର ଅଳିଆ ଆବର୍ଜନା, ସନ୍ତସନ୍ତିଆ ଓ ଆସ୍ଵାସ୍ଥ୍ୟକର ପରିବେଶରେ ରହୁଥିବାରୁ ମଶା କାମୁଡି ରୋଗ ହେବାର ଆଶଙ୍କା ରହିଛି । ଆଖପାଖ ଲୋକେ […]
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ
ନୂଆଦିଲ୍ଲୀ, ୨୩/୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ଓଡ଼ିଶାର ଅନ୍ୟ ୧୧ ଜଣ ଲୋକସଭା ସାଂସଦଙ୍କ ସହ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ମହତାବ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ “କକ୍ରୋଚ୍ ଜନତା ପାର୍ଟି” ସହ ହାତ ମିଳାଇ ନିଜର ସ୍ତର ବହୁତ ଳକୁ ଖସାଇ ଦେଇଛନ୍ତି। ଗତ […]
ପୁରୀରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଶେଷ: ଜଳବନ୍ଦୀ ସମସ୍ୟା ମୋକାବିଲା ଓ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା
ପୁରୀ, ୨୩/୭: ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ବିଜେ ପାଇଁ ପୁରୀ ପ୍ରଶାସନ, ପୋଲିସ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱଶେଷ ବ୍ୟବସ୍ଥା କରାଯାଇଛି। ଗତ ଜୁଲାଇ ୧୬ ତାରିଖ ଗୁଣ୍ଡିଚା ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ବାହୁଡ଼ା ଯାତ୍ରା ମାଧ୍ୟମରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ପରବର୍ତ୍ତୀ […]
ଅସ୍ତରଙ୍ଗରେ ମଦ ମାଫିଆଙ୍କ ରାଜ୍: ଥାନା ସାମ୍ନାରେ ଚୋରା ଚାଲାଣ, ପୋଲିସ ଓ ଅବକାରୀ ବିଭାଗ ନିଷ୍କ୍ରିୟ
ଅସ୍ତରଙ୍ଗ: ୨୩/୦୭: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଏବେ ମଦ ମାଫିଆଙ୍କ ପ୍ରାଦୁର୍ଭାବରେ କବଳିତ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅସ୍ତରଙ୍ଗ ମୁଖ୍ୟ ବଜାର ଆଜି ନିଶା କାରବାରର ଏକ ବଡ଼ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି, ଯାହା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପନ୍ନ କରୁଛି। ସରକାରୀ ନିୟମକୁ ଖୁଲମଖୁଲ୍ଲା ଉଲ୍ଲଂଘନ ବଜାରର ମୁଖ୍ୟ ପ୍ରବେଶ ପଥରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ (ତ୍ରିଭୁଜ ଆକୃତି) ଅବସ୍ଥିତ। ଏପରିକି, ସାପ୍ତାହିକ ହାଟ ଭିତରେ […]
ତରବାଲୋ ଉଷ୍ମପ୍ରଶବଣ ଓ ସୁନାମୁହିଁ ପାର୍କର ହେବ କାୟାକଳ୍ପ: ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ବିଧାୟକ ଓ ପର୍ଯ୍ୟଟନ ନିର୍ଦ୍ଦେଶକ
ଭାପୁର/ଖଣ୍ଡପଡ଼ା, ୨୩/୭: ନୟାଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଏସିଆର ଦ୍ୱିତୀୟ ବୃହତ୍ତମ ଉଷ୍ମପ୍ରଶବଣ ଭାବେ ପରିଚିତ ଭାପୁର ବ୍ଲକ୍ ଗୋଳାପୋଖରୀ ପଞ୍ଚାୟତର ତରବାଲୋ ଗ୍ରାମସ୍ଥିତ ନୀଳକନ୍ଦର ଉଷ୍ମପ୍ରଶବଣ ଏବଂ ଖଣ୍ଡପଡ଼ା ବ୍ଲକ୍ର ସୁନାମୁହିଁ ପାର୍କକୁ ଏକ ଆଦର୍ଶ ଓ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଗୁରୁବାର ଦିନ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ରାଜ୍ୟ […]
ଗ୍ରାମବାସୀଙ୍କ ଘରୁ ବଜ୍ରକାପ୍ତା ଉଦ୍ଧାର, ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ
ଭା’ପୁର ରୁ ବନ ବିଭାଗ ଦ୍ୱାରା ଏକ ଜୀବନ୍ତ ବଜ୍ରକାପ୍ତା (Pangolin)କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭାପୁର, ୨୩ ଜୁଲାଇ (ପିପିଏସ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବିଜିପୁର ପଞ୍ଚାୟତର ଦୁବପଲ୍ଲୀ ଗ୍ରାମରେ ଗୁରୁବାର ଦିନ ଏକ ବିରଳ ପୃଷ୍ଠପଟ୍ଟାଧାରୀ ପ୍ରାଣୀ ବଜ୍ରକାପ୍ତା (Pangolin) ଉଦ୍ଧାର ହୋଇଛି । ଗ୍ରାମର କୈଳାଶ ମଲ୍ଲିକଙ୍କ ଘର ଭିତରେ ଏହି ବନ୍ୟଜନ୍ତୁଟି ପଶିଯାଇଥିବା ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ବନ […]
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ନିୟମ: ବଢ଼ାନ୍ତୁ ଏକାଗ୍ରତା ଓ ସକାରାତ୍ମକତା
ଘରର ପବିତ୍ରତା ବଜାୟ ରହିଲେ ମନ ପ୍ରଫୁଲ୍ଲ ରହିଥାଏ। ସତେଜତା ଅନୁଭବ ହୋଇଥାଏ ଓ ନୂଆ କାମ କରିବାକୁ ଯୋଶ ଆସିଥାଏ। ତେଣୁ ଘରେ ଯେପରି ନକରାତ୍ମକ ଉର୍ଜା ପ୍ରବେଶ ନ କରେ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଘରର ବାତାବରଣ ସକରାତ୍ମକ ରହିଲେ ହିଁ ପିଲାଙ୍କ ମନ ପାଠପଢ଼ାରେ ଲାଗିଥାଏ। ତେଣୁ ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ପାଠପଢ଼ା ରୁମ୍ରେ କ’ଣ ରଖିବେ, କେଉଁ ଦିଗକୁ ମୁହଁ କରି ପାଠ ପଢ଼ିବେ।
ଇଂଲଣ୍ଡ ଗସ୍ତ ନିରାଶାଜନକ ଭାବେ ଶେଷ ହୋଇଛି; ଫିଟ୍ ନଥାଇ ବି ଖେଳୁଛନ୍ତି ଖେଳାଳି!
ନୂଆଦିଲ୍ଲୀ,୨୩/୭: ଭାରତୀୟ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍ ଖେଳାଳିମାନଙ୍କ ବାରମ୍ବାର ଆଘାତ ସମସ୍ୟାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ଖେଳାଳିଙ୍କ ହାମ୍ଷ୍ଟ୍ରିଙ୍ଗ୍ ସମସ୍ୟା ଦଳ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ (CoE), ଟିମ୍ ମ୍ୟାନେଜମେଣ୍ଟ ଏବଂ ଖେଳାଳିଙ୍କ ମଧ୍ୟରେ ସଠିକ୍ ଯୋଗାଯୋଗ ହୋଇପାରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ପଡ଼ିଆକୁ ଓହ୍ଲାଉଛନ୍ତି। CoE ରେ ‘ନିତିନ ପଟେଲ’ ପଦ ଛାଡ଼ିବା ପରଠାରୁ ମୁଖ୍ୟ ମେଡିକାଲ ଅଫିସର ପଦବୀ ଖାଲି ପଡ଼ିଛି ଏବଂ ୨୦୨୩ର ଏସଓପି (SOP) ରେ କୌଣସି ଅପଡେଟ୍ ହୋଇନାହିଁ। ଚଳିତ ବର୍ଷ ଫେବ୍ରୁଆରୀ ଟି-୨୦ ବିଶ୍ୱକପ୍ ସମୟରେ ୱାଶିଂଟନ୍ ସୁନ୍ଦର ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ଦଳରେ ସାମିଲ ହୋଇଥିଲେ। ମ୍ୟାଚ୍ ଖେଳିବା ପାଇଁ ତାଙ୍କୁ ଅତି କମ୍ରେ ୧୦ ଦିନ ସମୟ ଦରକାର ଥିବା ବେଳେ ମ୍ୟାନେଜମେଣ୍ଟ ଜୋରଜବରଦସ୍ତ ତାଙ୍କୁ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଆଣ୍ଠୁ ଆଘାତ ପରେ ହର୍ଷିତ ରାଣା ନିଜର ପୂର୍ବ ଓଜନ ହାସଲ କରିନଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟର ଜିଦ୍ ଯୋଗୁଁ CoE ତାଙ୍କୁ ଖେଳିବାକୁ କ୍ଲିୟରାନ୍ସ ଦେଇଥିଲା। ସେହିପରି ବୋଲିଂ ସ୍ପିଡ୍ ବୃଦ୍ଧି କରିବା ପାଇଁ ଇଂଲିଶ କୋଚ୍ ଷ୍ଟେଫାନ୍ ଜୋନ୍ସଙ୍କ ସହ କାମ କରୁଛନ୍ତି ନୀତିଶ। ମାତ୍ର ବଡ଼ ଟୁର୍ନାମେଣ୍ଟ ପୂର୍ବରୁ ହଠାତ୍ ଅଧିକ ସ୍ପିଡ୍ ପାଇଁ ବୋଲିଂ କରିବା ତାଙ୍କ ଉପରେ ଚାପ ପକାଉଛି। ତେବେ ଗତବର୍ଷ କର୍ମଚାରୀଙ୍କ ପରିବର୍ତ୍ତନ ପରେ ସିନିୟର ଖେଳାଳିମାନେ ନୂଆ ନିୟମ ସହ ଅଭ୍ୟସ୍ତ ହୋଇପାରୁ ନାହାଁନ୍ତି। ଆଜିକାଲି ସବୁ ଫର୍ମାଟ୍ ଖେଳୁଥିବା ଖେଳାଳିଙ୍କ ସଂଖ୍ୟା କମ୍। ଯେଉଁ ଖେଳାଳିମାନେ CoE ରେ ରିହାବିଲିଟେସନ୍ କରୁନାହାଁନ୍ତି, ବୋର୍ଡର ମେଡିକାଲ ଟିମ୍ ସେମାନଙ୍କ ସହ କୌଣସି ଯୋଗାଯୋଗ ରଖୁନାହିଁ। ଫଳରେ ଜାତୀୟ ଦଳରୁ ବାହାରେ ଥିବା ସମୟରେ ଖେଳାଳିମାନେ ନିଜର ଫିଟନେସ୍କୁ ନେଇ ଚିନ୍ତାରେ ରହୁଛନ୍ତି। ବୋର୍ଡର ମେଡିକାଲ ଟିମ୍ ଏବଂ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଏହି ଯୋଗାଯୋଗର ଅଭାବ ଏବେ ଭାରତୀୟ କ୍ରିକେଟ୍ ଦଳ ପାଇଁ ବଡ଼ ସଙ୍କଟ ।
ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ୍ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ
ବୌଦ୍ଧ, ୨୩/୭: ବୁଧବାର ଦିନ ୨ ଘଣ୍ଟା ସମୟରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ କିଛି ମାସ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲଦାରଙ୍କୁ ଉପ ନିବନ୍ଧକ ଭାବେ ଦାୟିତ୍ବ ହସ୍ତାନ୍ତର କରା ଯାଇଛି | ତେଣୁ ସପ୍ତାହକୁ ଦୁଇ ଦିନ ୨୨ ଗୋଟି ଲେଖାଏଁ ଜମି ଜମା କ୍ରୟ ବିକ୍ରୟ ପଂଜିକରଣ କରା ଯାଉଛି l ବିକ୍ରେତା ମାନେ […]
