Odia news latest
ବ୍ୟାଙ୍ଗକ୍: ଥାଇଲ୍ୟାଣ୍ଡର ପାଲିଓଣ୍ଟୋଲୋଜିଷ୍ଟ (ଜୀବାଶ୍ମ ବିଜ୍ଞାନୀ)ମାନେ ଦେଶର ଉତ୍ତର-ପୂର୍ବରେ ଅବସ୍ଥିତ କାଲାସିନ୍ ପ୍ରଦେଶରୁ ଡାଇନୋସରର ଏକ ସମ୍ପୂର୍ଣ୍ଣ ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି। ଶାକାହାରୀ ଶ୍ରେଣୀର ଏହି ବିଶାଳକାୟ ଡାଇନୋସରର ନାମ ‘ଉରାଗାସରସ୍ କାଲାସିନେନସିସ୍’ (Uragasaurus kalasinensis) ରଖାଯାଇଛି। ବୈଜ୍ଞାନିକମାନଙ୍କ ଅନୁମାନ ଅନୁଯାୟୀ, ଏହି ପ୍ରଜାତି ପ୍ରାୟ ୧୫ କୋଟି (୧୫୦ ମିଲିୟନ) ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିଲେ। କ୍ରିକେଟ୍ ପିଚ୍ ଭଳି ଲମ୍ବା ବେକ: ଏହି ନୂଆ ପ୍ରଜାତିର ଡାଇନୋସରର ବେକ ଅସାଧାରଣ ଭାବେ […]
ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କରେ ନୂଆ ଅଧ୍ୟାୟ: ଆରମ୍ଭ ହେଲା ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ୍:
ଅକଲାଣ୍ଡ (ନ୍ୟୁଜିଲାଣ୍ଡ): ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏକ ନୂଆ ଉଚ୍ଚତାକୁ ଛୁଇଁଛି। ଶନିବାର (୧୧ ଜୁଲାଇ, ୨୦୨୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ନ୍ୟୁଜିଲାଣ୍ଡ ସମକକ୍ଷ କ୍ରିଷ୍ଟୋଫର୍ ଲକ୍ସନଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଉଭୟ ଦେଶ ନିଜର ସମ୍ପର୍କକୁ ‘ରଣନୀତିକ ସାଥୀ’ ବା ‘ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’ (Strategic Partnership)କୁ ଉନ୍ନୀତ କରିଛନ୍ତି। ଏଥିସହିତ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରି ୩୫,୦୦୦ […]
‘ଡ୍ରଗ୍ସ ରୁଲ୍ସ’ରେ ସଂଶୋଧନ, ଏଣିକି ସିଡ୍ୟୁଲ H-1 ଅଧୀନରେ ବିକ୍ରି ହେବ ଆଲକୋହଲଯୁକ୍ତ କଫ୍ ସିରପ୍ ଓ ଟନିକ୍
ନୂଆଦିଲ୍ଲୀ, ୧୧/୭(ଉଦୟ): ଦେଶରେ ଆଲ୍କୋହଲଯୁକ୍ତ ଔଷଧର ବଢ଼ୁଥିବା ଦୁରୁପଯୋଗକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିପାଇଁ ଐତିହାସିକ ‘ଡ୍ରଗ୍ସ ରୁଲ୍ସ, ୧୯୪୫’ (Drugs Rules, 1945) ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଯେଉଁ ସବୁ ଖାଇବା ଔଷଧରେ ୧୨ ପ୍ରତିଶତରୁ ଅଧିକ ଇଥାଇଲ୍ ଆଲକୋହଲ୍ (Ethyl Alcohol) ରହିଛି ଏବଂ ସେଗୁଡ଼ିକ ୩୦ ମିଲିଲିଟରରୁ ବଡ଼ ବୋତଲରେ ବିକ୍ରି ହେଉଛି, ସେ ସମସ୍ତକୁ ଏଣିକି ‘ସିଡ୍ୟୁଲ୍ […]
ଲଗାତାର ଦ୍ୱିତୀୟ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ, ୧୦|୭ (ଉଦୟ): ଭାରତୀୟ କ୍ରିକେଟ୍ ଦଳକୁ ପୁଣି ଏକ ବଡ଼ ଝଟ୍କା ଲାଗିଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ହରାଇଛି। ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ରେ ଭାରତକୁ ୯ ୱିକେଟ୍ର ଏକ ବଡ଼ ଓ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ବ୍ରିଷ୍ଟଲରେ ଖେଳାଯାଇଥିବା ଏହି ମ୍ୟାଚ୍ ଜିତି ଇଂଲଣ୍ଡ ସିରିଜ୍ ହାତେଇବା ସହ ପ୍ରାୟ ୧୨ ବର୍ଷ […]
ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପିଏମ୍ ମୋଦୀ
ୱେଲିଙ୍ଗଟନ୍,୧୦୲୭ (ଉଦୟ) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସଫଳ ତିନି ଦେଶୀୟ ବିଦେଶ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ୱେଲିଙ୍ଗଟନ୍ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେଠାକାର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭବ୍ୟ ଓ ଉଷ୍ମ ସ୍ୱାଗତ ଜଣାଇଛନ୍ତି। ଏହି ଦୁଇ ଦିନିଆ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଯୋଡ଼ିହେବ ବୋଲି ଆଶା କରାଯାଉଛି। ବାଣିଜ୍ୟିକ ସମ୍ପର୍କ ଓ ପ୍ରବାସୀଙ୍କ ଉପରେ ରହିବ ନଜର […]
ଟପ୍-୬ରେ ଓଡ଼ିଶାର ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, ୧୦ା୭ (ଉଦୟ): ଜାତୀୟ ସଙ୍ଗୀତ ମଞ୍ଚରେ ପୁଣି ଚମକିଲେ ଓଡ଼ିଶାର କନ୍ୟା। ଜାତୀୟ ସ୍ତରର ଅତ୍ୟନ୍ତ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ର ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ନିଜର ଦମ୍ଦାର ପରଫର୍ମାନ୍ସ ବଳରେ ସେ ଶୋ’ର ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀଙ୍କ (Top-6) ମଧ୍ୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଦର୍ଶକ ଓ ବିଚାରକଙ୍କ ମନ ଜିଣିଲେ ଜ୍ୟୋତିର୍ମୟୀ ଓଲିଉଡ୍ ସଙ୍ଗୀତ ଜଗତରେ […]
ନବରଙ୍ଗପୁରରେ ନିନ୍ଦନୀୟ ଘଟଣା: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର
ନବରଙ୍ଗପୁର, ୧୦।୭ (ବ୍ୟୁରୋ ରିପୋର୍ଟ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମାତ୍ର ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ତତ୍ପରତା ପ୍ରକାଶ କରି ଜଣେ ନାବାଳକକୁ ଅଟକ ରଖିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖେଳୁଥିବା ସମୟରେ ଘଟିଲା ଅଭାବନୀୟ କାଣ୍ଡ ମିଳିଥିବା ସୂଚନା ମୁତାବକ, ଗତ ବୁଧବାର ସନ୍ଧ୍ୟା ସମୟରେ […]
ବଙ୍ଗୋପସାଗରରେ ଦୁର୍ବଳ ହେଲା ଲଘୁଚାପ, ତଥାପି ୧୪ ଯାଏଁ ବର୍ଷିବ
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପରିମାଣ କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାଗ ଶୁଖିଲା ହୋଇନାହିଁ। ଅନେକ ସ୍ଥାନରେ ଏବେ ବି ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ବର୍ଷା ଅବ୍ୟାହତ ରହିବାର ସମ୍ଭାବନା […]
ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡ଼ାଣ, ଜଣେ ଯୁବକ ଅଟକ
ପୁରୀ, ୧୦୲୭(ରୁଦ୍ର): ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ସୋମବାର ଭୋର ସମୟରେ ଶ୍ରୀମନ୍ଦିରର ନୀଳଚକ୍ର ନିକଟରେ ଏକ ଡ୍ରୋନ୍ ଉଡୁଥିବା ଦେଖାଯିବା ପରେ ସୁରକ୍ଷା ଏଜେନ୍ସିମାନେ ତୁରନ୍ତ ସକ୍ରିୟ ହୋଇଥିଲେ। ସୂଚନା ପାଇବା ପରେ ପୁଲିସ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଟିମଣ୍ଡପ ସାହି ଅଞ୍ଚଳରୁ ଡ୍ରୋନ୍ ଉଡ଼ାଉଥିବା ଜଣେ ଯୁବକଙ୍କୁ ଅଟକ ରଖିଛି। ତାଙ୍କଠାରୁ ବ୍ୟବହୃତ ଡ୍ରୋନ୍କୁ ମଧ୍ୟ […]
ଜିମ୍ବାୱେ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
ରିଙ୍କୁ-ମୟଙ୍କଙ୍କ ପ୍ରତ୍ୟାବର୍ତ୍ତନ, ୪ ନୂଆ ମୁହଁଙ୍କୁ ସୁଯୋଗ ନୂଆଦିଲ୍ଲୀ ୭ⵏ୭(ଉଦୟ): ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଯୁବ ପ୍ରତିଭା ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣରେ ୧୫ ଜଣିଆ ଦଳ ଗଠନ କରିଛନ୍ତି। ଶ୍ରେୟାସ ଆୟରଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି। ଏଥର ଦଳର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କ ଅନୁପସ୍ଥିତି। ନିକଟରେ କ୍ରମାଗତ କ୍ରିକେଟ୍ […]
