prajatantra news
ଆଜିର ରାଶିଫଳ: ୧୨ ରାଶି ପାଇଁ ଦିନଟି କେମିତି ରହିବ?
♈ ମେଷ ଆଜି କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ। ଆର୍ଥିକ ଦିଗରେ ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି। ପରିବାରରେ କାହାରି ସହ ମତଭେଦ ହେଲେ ଶାନ୍ତ ରୁହନ୍ତୁ। ♉ ବୃଷ ବ୍ୟବସାୟରେ ଲାଭର ସୁଯୋଗ ରହିଛି। ନୂଆ ଯୋଜନା ଉପରେ କାମ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାର ସହ ଭଲ ସମୟ କାଟିବେ। ♊ ମିଥୁନ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିପାରେ। ଦୂରସ୍ଥାନକୁ ଯାତ୍ରା […]
ପୁଲିସ ନିଯୁକ୍ତିରେ ବଡ଼ ସୁଯୋଗ: ଓଡ଼ିଶାରେ ୪,୧୯୫ ନୂଆ ପଦବୀ ସୃଷ୍ଟି
ଭୁବନେଶ୍ୱର: ପୁଲିସ ଚାକିରି ଆଶାୟୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ସୁଯୋଗ ଆଣିଛନ୍ତି। ରାଜ୍ୟରେ ଜରୁରୀକାଳୀନ ସେବା ପ୍ରଣାଳୀ (ERSS)ର ତୃତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ୪,୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ବିଭିନ୍ନ ବର୍ଗର ଏହି ପଦବୀଗୁଡ଼ିକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ପୁଲିସ କମିଶନରେଟ୍କୁ ବଣ୍ଟନ କରାଯିବ। ଡିଜିପିଙ୍କ ଅନୁମୋଦନ ପରେ ଏନେଇ ସରକାରୀ ଆଦେଶନାମା ପ୍ରକାଶ ପାଇଛି। ନୂଆ ପଦବୀ ମଧ୍ୟରେ କନଷ୍ଟେବଲ୍ ୨,୬୯୯, […]
ଆସନ୍ତା ୭ ଦିନ ଲଘୁଚାପ ପ୍ରଭାବ ନାହିଁ, କମିବ ବର୍ଷା
ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ର ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସକ୍ରିୟ ରହିଥିଲା। ଫଳରେ ଏବେ ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ନଥିବାରୁ ବର୍ଷା ପରିମାଣ କମିଛି। କେତେକ ସ୍ଥାନରେ ଝିପିଝିପି ବର୍ଷା ହେଉଥିବା ବେଳେ ଆଉ କେତେକ ସ୍ଥାନରେ ଅସରାଏ ଦୁଇ ଅସରା ବର୍ଷା ହେଉଛି। ବଡ଼ ଧରଣର ବର୍ଷାର ସମ୍ଭାବନା ନଥିବାରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ […]
ଅକ୍ଟୋବର ୨୨ରୁ ବସିବ ଓଡ଼ିଶା ବିଧାନସଭାର ୧୭ତମ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୨ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ବିଧାନସଭାର ୧୭ତମ ଅଧିବେଶନ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ, ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ଅଧିକାଂଶ ଦିନ ସରକାରୀ କାର୍ଯ୍ୟ ପାଇଁ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ବିଲ୍, ନୀତିଗତ ପ୍ରସ୍ତାବ ଏବଂ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଗୃହରେ ଆଲୋଚନା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୫ ତାରିଖକୁ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟଦିବସ ଭାବେ […]
କଟକରେ ୫ ଓ ୬ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
କଟକ: ଆସନ୍ତା ୫ ଓ ୬ ତାରିଖରେ କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। କଟକ ଇନ୍ଡୋର ଷ୍ଟାଡିୟମ୍ରେ ଏହି ବୈଠକ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟସ୍ତରୀୟ ନେତୃତ୍ୱ ସମେତ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ। ବୈଠକରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଯୋଗଦେବେ। ଏଥିସହ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ଦୁଇଦିନିଆ ବୈଠକରେ […]
ମହାପ୍ରଭୁଙ୍କ ସମ୍ପତ୍ତି କେତେ? ବ୍ୟାଙ୍କରେ ୧,୯୧୧ କୋଟିରୁ ଅଧିକ ଜମା, ୬୦,୮୨୧ ଏକର ଜମି
ପୁରୀ: କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ପରିମାଣକୁ ନେଇ ସବୁବେଳେ ଭକ୍ତମାନଙ୍କ ମନରେ କୌତୂହଳ ରହିଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ, ମହାପ୍ରଭୁଙ୍କ ନାମରେ ବ୍ୟାଙ୍କରେ ୧,୯୧୧ କୋଟି ୮୦ ଲକ୍ଷ ଟଙ୍କା ଜମା ରହିଛି। ଏଥିସହ ମହାପ୍ରଭୁଙ୍କ ନାମରେ ମୋଟ ୬୦,୮୨୧ ଏକର ଜମି ରହିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ଅନୁସାରେ, ୨୦୨୬ ଅଗଷ୍ଟ ୩୧ ସୁଦ୍ଧା ମନ୍ଦିରର ବ୍ୟାଙ୍କ ଜମା ୧,୯୧୧ କୋଟି […]
ପାନୀୟ ଜଳ ନ ମିଳିବାରୁ ଗରା ଧରି ବ୍ଲକ୍ କାର୍ଯ୍ୟାଳୟରେ ମହିଳାଙ୍କ ପ୍ରତିବାଦ
ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ବାଲୁଖାଇ ଗ୍ରାମବାସୀ ପ୍ରାୟ ୧୬ ଦିନ ହେବ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି। ଏହାକୁ ନେଇ ଗ୍ରାମର ମହିଳାମାନେ ହାତରେ ଗରା, ବାଲ୍ଟି ଓ ମାଠିଆ ଧରି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପହଞ୍ଚି ପ୍ରତିବାଦ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରାମରେ ୬୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗ୍ରାମରେ ଗୋଟିଏ କୂଅ ଓ ଦୁଇଟି ନଳକୂପ ରହିଛି। ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ପାଇପ୍ […]
ମୋଦୀ–ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା: ଭାରତର ୭.୮% ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ଓ୍ୱେଭରଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଭାରତର ସଦ୍ୟ ପ୍ରକାଶିତ ୭.୮% ତ୍ରୈମାସିକ ଅର୍ଥନୈତିକ ଅଭିବୃଦ୍ଧିକୁ ଉଲ୍ଲେଖ କରି ମୋଦୀ କହିଛନ୍ତି ଯେ, ବିଶ୍ୱରେ ଅନିଶ୍ଚିତତା ଓ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ଭାରତୀୟ ଅର୍ଥନୀତି ନିଜ ଗତି ବଜାୟ ରଖିଛି। ମୋଦୀ କହିଛନ୍ତି, ବିଶ୍ୱ ଅନିଶ୍ଚିତତା, ଦ୍ୱନ୍ଦ୍ୱ ଏବଂ ଖାଦ୍ୟ, ଇନ୍ଧନ ଓ ଯୋଗାଣ ଶୃଙ୍ଖଳାରେ ବାଧା ମଧ୍ୟରେ ଭାରତର ଅର୍ଥନୈତିକ […]
ଆଇନ ଛାତ୍ରଙ୍କ ଆଚରଣ ନିୟନ୍ତ୍ରଣରେ ବିସିଆଇର ଅଧିକାର ନାହିଁ: ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଛାତ୍ରଙ୍କ ଆଚରଣ ନିୟନ୍ତ୍ରଣରେ ବାର୍ କାଉନସିଲର ଅଧିକାର ନାହିଁ ନୂଆଦିଲ୍ଲୀ: ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI)ର କୌଣସି ସାମ୍ବିଧାନିକ ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଛାତ୍ରଛାତ୍ରୀଙ୍କ ବିରୋଧରେ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ନିଜସ୍ୱ ନିୟମ ଓ ଶୃଙ୍ଖଳା ମାନଦଣ୍ଡ ଅନୁଯାୟୀ ପଦକ୍ଷେପ ନେବା ଉଚିତ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ […]
ସିନ୍ଧୁ ଜଳ ଚୁକ୍ତି ନେଇ ଭାରତକୁ ହେଗ୍ କୋର୍ଟ ଅଫ୍ ଆର୍ବିଟ୍ରେସନ୍ର ଝଟକା
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସିନ୍ଧୁ ଜଳ ଚୁକ୍ତି ସମ୍ପୂର୍ଣ୍ଣ ଭାବେ ଲାଗୁ ରହିଛି ବୋଲି ହେଗ୍ସ୍ଥିତ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ନିଜ ନିଷ୍ପତ୍ତିରେ କହିଛି। ଭାରତ ଚୁକ୍ତି ଅଧୀନରେ ନିଜର ଦାୟିତ୍ୱ ପାଳନ ଜାରି ରଖିବା ଉଚିତ ବୋଲି କୋର୍ଟ କହିଛି। କୋର୍ଟର ମତାନୁସାରେ, ଚୁକ୍ତିର କାର୍ଯ୍ୟକାରିତାକୁ ରୋକିବା, ଶେଷ କରିବା କିମ୍ବା ସ୍ଥଗିତ ରଖିବା ପାଇଁ ଚୁକ୍ତିରେ କୌଣସି ବ୍ୟବସ୍ଥା ନାହିଁ। ଏଥିସହ ଭାରତକୁ ରାଟଲେ-କିଷ୍ଟୱାର ଅଞ୍ଚଳର ହାଇଡ୍ରୋ-ଇଲେକ୍ଟ୍ରିକ୍ ପ୍ରକଳ୍ପ ସମ୍ବନ୍ଧୀୟ […]
