ଆଜିର ରାଶିଫଳ
1 min read

ଆଜିର ରାଶିଫଳ

ମେଷ: ଅଫିସ କାମ ସହଜରେ ଶେଷ ହେବ। ହଠାତ୍ ଧନଲାଭର ଯୋଗ ରହିଛି। ପରିବାରରେ ନୂଆ ସଦସ୍ୟଙ୍କ ଆଗମନ ହୋଇପାରେ। ଛାତ୍ରଛାତ୍ରୀଙ୍କ ମନ ପାଠପଢ଼ାରେ ଲାଗିବ।

ବୃଷ: ପରିବାରର ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ। ନୂଆ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାର ଯୋଗ ରହିଛି। ବିରୋଧୀଙ୍କ ସହ ବିବାଦର ସମାଧାନ ହେବ। ଦିନଟି ଭଲ ରହିବ।

ମିଥୁନ: ପରିବାରରେ ଆନନ୍ଦ ଓ ଉତ୍ସାହ ରହିବ। ଅଫିସରେ ସହକର୍ମୀଙ୍କ ସହ ଭଲ ତାଳମେଳ ରହିବ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ବ୍ୟବସାୟରେ ଲାଭ ମିଳିପାରେ।

କର୍କଟ: ପେସାଦାରଙ୍କ ପାଇଁ ଦିନଟି ଲାଭଦାୟକ। ଜୀବନରେ କିଛି ନୂଆ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ସଫଳତା ମିଳିପାରେ। ମହିଳାମାନଙ୍କ ପାଇଁ ମଧ୍ୟ ଦିନଟି ଭଲ।

ସିଂହ: ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରିପାରନ୍ତି। ଆଧ୍ୟାତ୍ମିକ ଚିନ୍ତାରେ ସମୟ ବିତିବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ବକେୟା ଅର୍ଥ ମିଳିପାରେ ଏବଂ ଚାକିରିରେ ପଦୋନ୍ନତିର ଯୋଗ ରହିଛି।

କନ୍ୟା: ଆପଣଙ୍କ ଯୋଜନା ଅନୁସାରେ କାମ ଆଗକୁ ବଢ଼ିବ। କୋର୍ଟ ସମ୍ପର୍କିତ ମାମଲାରେ ଲାଭ ମିଳିପାରେ। ଅଫିସରେ ସମ୍ମାନ ପାଇବେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ।

ତୁଳା: ବନ୍ଧୁଙ୍କ ସହଯୋଗରେ ନୂଆ ସୁଯୋଗ ମିଳିପାରେ। ଅଟକିଥିବା କାମ ଆଗକୁ ବଢ଼ିବ। ବ୍ୟବସାୟୀମାନେ ଭଲ ଲାଭ ପାଇବେ। ପରିବାରିକ ସମ୍ପର୍କ ମଧୁର ରହିବ।

ବିଛା: ପୂଜାପାଠରେ ସମୟ ବିତାଇବେ। ମନର ଇଚ୍ଛା ପୂରଣ ହୋଇପାରେ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଭଲ ରହିବ। ଅବିବାହିତଙ୍କ ପାଇଁ ଦିନଟି ଶୁଭ ରହିପାରେ।

ଧନୁ: ପ୍ରତିଯୋଗିତା ପରୀକ୍ଷାର୍ଥୀମାନେ ଭଲ ଫଳ ପାଇପାରନ୍ତି। ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଅନେକ କିଛି ଶିଖିବେ। ଆର୍ଥିକ ମାମଲାରେ କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ। ବ୍ୟବସାୟରେ ଯାତ୍ରାର ଯୋଗ ରହିଛି।

ମକର: ପରିବାର ସହ ଅଧିକ ସମୟ ବିତାଇବେ। ଅଧୁରା କାମ ଶେଷ ହେବ। ନୂଆ ଆୟର ଉତ୍ସ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ ଏବଂ ସୁସ୍ୱାଦୁ ଭୋଜନର ମଜା ନେବେ।

କୁମ୍ଭ: ଚିନ୍ତାଧାରାରେ ନୂଆ ପରିବର୍ତ୍ତନ ଆସିବ। କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରକୁ ଗୁରୁତ୍ୱ ଦେବେ। ପ୍ରେମୀଯୁଗଳ ବାହାରକୁ ବୁଲିଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ମନ ପାଠପଢ଼ାରେ ଲାଗିବ।

ମୀନ: ଭାବିଥିବା କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଭଲ ହେବ। ପରିବାରରେ ଖୁସିର ପରିବେଶ ରହିବ। ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ।

Leave a Reply

Your email address will not be published. Required fields are marked *