1 min read

ତରବାଲୋ ଉଷ୍ମପ୍ରଶବଣ ଓ ସୁନାମୁହିଁ ପାର୍କର ହେବ କାୟାକଳ୍ପ: ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ବିଧାୟକ ଓ ପର୍ଯ୍ୟଟନ ନିର୍ଦ୍ଦେଶକ

ଭାପୁର/ଖଣ୍ଡପଡ଼ା, ୨୩/୭: ନୟାଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଏସିଆର ଦ୍ୱିତୀୟ ବୃହତ୍ତମ ଉଷ୍ମପ୍ରଶବଣ ଭାବେ ପରିଚିତ ଭାପୁର ବ୍ଲକ୍‌ ଗୋଳାପୋଖରୀ ପଞ୍ଚାୟତର ତରବାଲୋ ଗ୍ରାମସ୍ଥିତ ନୀଳକନ୍ଦର ଉଷ୍ମପ୍ରଶବଣ ଏବଂ ଖଣ୍ଡପଡ଼ା ବ୍ଲକ୍‌ର ସୁନାମୁହିଁ ପାର୍କକୁ ଏକ ଆଦର୍ଶ ଓ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଗୁରୁବାର ଦିନ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ରାଜ୍ୟ […]

1 min read

ଗ୍ରାମବାସୀଙ୍କ ଘରୁ ବଜ୍ରକାପ୍ତା ଉଦ୍ଧାର, ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଭା’ପୁର ରୁ ବନ ବିଭାଗ ଦ୍ୱାରା ଏକ ଜୀବନ୍ତ ବଜ୍ରକାପ୍ତା (Pangolin)କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭାପୁର, ୨୩ ଜୁଲାଇ (ପିପିଏସ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବିଜିପୁର ପଞ୍ଚାୟତର ଦୁବପଲ୍ଲୀ ଗ୍ରାମରେ ଗୁରୁବାର ଦିନ ଏକ ବିରଳ ପୃଷ୍ଠପଟ୍ଟାଧାରୀ ପ୍ରାଣୀ ବଜ୍ରକାପ୍ତା (Pangolin) ଉଦ୍ଧାର ହୋଇଛି । ଗ୍ରାମର କୈଳାଶ ମଲ୍ଲିକଙ୍କ ଘର ଭିତରେ ଏହି ବନ୍ୟଜନ୍ତୁଟି ପଶିଯାଇଥିବା ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ତେବେ ବନ […]

1 min read

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ନିୟମ: ବଢ଼ାନ୍ତୁ ଏକାଗ୍ରତା ଓ ସକାରାତ୍ମକତା

ଘରର ପବିତ୍ରତା ବଜାୟ ରହିଲେ ମନ ପ୍ରଫୁଲ୍ଲ ରହିଥାଏ। ସତେଜତା ଅନୁଭବ ହୋଇଥାଏ ଓ ନୂଆ କାମ କରିବାକୁ ଯୋଶ ଆସିଥାଏ। ତେଣୁ ଘରେ ଯେପରି ନକରାତ୍ମକ ଉର୍ଜା ପ୍ରବେଶ ନ କରେ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଘରର ବାତାବରଣ ସକରାତ୍ମକ ରହିଲେ ହିଁ ପିଲାଙ୍କ ମନ ପାଠପଢ଼ାରେ ଲାଗିଥାଏ। ତେଣୁ ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ପାଠପଢ଼ା ରୁମ୍‌ରେ କ’ଣ ରଖିବେ, କେଉଁ ଦିଗକୁ ମୁହଁ କରି ପାଠ ପଢ଼ିବେ।

1 min read

ସବୁ ଶୁଭ କାର୍ଯ୍ୟ ପୂର୍ବରୁ କାହିଁକି କରାଯାଏ କଳସ ସ୍ଥାପନ ?

ସନାତନ ପରମ୍ପରାରେ ଯେକୌଣସି ପୂଜାର୍ଚ୍ଚନା, ଗୃହ ପ୍ରବେଶ, ବିବାହ କିମ୍ବା ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ କଳସ ସ୍ଥାପନାରୁ ହିଁ ହୋଇଥାଏ । ନବରାତ୍ରି, ଦୀପାବଳି କିମ୍ବା ସତ୍ୟନାରାୟଣ ପୂଜା—ସବୁଠି ପୂଜା ମଣ୍ଡପରେ ସର୍ବପ୍ରଥମେ କଳସ ସ୍ଥାପନ କରାଯାଏ । କଳସକୁ ପବିତ୍ରତା, ସୁଖ-ସମୃଦ୍ଧି, ଶୁଭଫଳ ଏବଂ ସକାରାତ୍ମକ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଏ । ତେବେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ କଳସ ସ୍ଥାପନର ଆବଶ୍ୟକତା କାହିଁକି ରହିଛି, ଆସନ୍ତୁ ଜାଣିବା । ୧. କଳସରେ ତ୍ରିଦେବଙ୍କ […]

1 min read

ଫିଫା ବିଶ୍ୱକପ ହିରୋଙ୍କ ଭାରତ ଲିଙ୍କ୍

ନୂଆଦିଲ୍ଲୀ,୨୩/୭: ଫେରାନ୍ ଟୋରେସ୍ ଫିଫା ବିଶ୍ୱକପ୍‌ର ଇତିହାସରେ ସବୁ ଦିନ ପାଇଁ ନିଜ ନାଁକୁ ଲିପିବଦ୍ଧ କରିଦେଇଛନ୍ତି।ଫାଇନାଲ ମ୍ୟାଚ୍‌ର ୧୦୬ତମ ମିନିଟ୍‌ରେ ତାଙ୍କର ଶକ୍ତିଶାଳୀ ଶଟ୍ ସ୍ପେନ୍‌କୁ ଦ୍ୱିତୀୟଥର ପାଇଁ ବିଶ୍ୱଚାମ୍ପିୟନ କରାଇ ଦେଇଛି। ଏହି ବିଜୟୀ ଗୋଲ୍ ପାଇଁ ବିଶ୍ୱ ତାଙ୍କୁ ସବୁବେଳେ ମନେ ରଖିବ।  ୨୬ ବର୍ଷୀୟ ଏହି ଫରୱାର୍ଡ କ୍ଲବ୍ ଫୁଟବଲ୍‌ରେ ଏଫ୍‌ସି ବାର୍ସେଲୋନା ପାଇଁ ଖେଳନ୍ତି। ଏବେ ତାଙ୍କ ଟ୍ରଫି କ୍ୟାବିନେଟ୍‌ରେ ଦୁଇଟି ସର୍ବବୃହତ୍ ଅନ୍ତର୍ଜାତୀୟ ଟ୍ରଫି ରହିଛି। କିନ୍ତୁ ଅନେକ ଜାଣି ନଥିବେ ଯେ ସ୍ପେନ୍‌ର ଫିଫା ବିଶ୍ୱକପ୍ ୨୦୨୬ର ହିରୋ ଫେରାନ୍ ଟୋରେସ୍‌ଙ୍କର ଭାରତ ସହ ବିଶେଷ ସମ୍ପର୍କ ରହିଛି। ବିଶ୍ୱକପ୍ ଫାଇନାଲ୍‌ରେ ତାଙ୍କ ଗୌରବମୟ ବିଜୟୀ ଗୋଲ୍‌ର ପ୍ରାୟ ୯ ବର୍ଷ ପୂର୍ବରୁ ୧୭ ବର୍ଷ ବୟସର ଜଣେ ଯୁବ ଖେଳାଳି ଭାବେ ଫେରାନ୍ ଟୋରେସ୍ ଭାରତ ଆସିଥିଲେ। ଏଠାରେ ସେ ସ୍ପେନ୍‌କୁ ଫିଫା ଅଣ୍ଡର ୧୭ ବିଶ୍ୱକପ୍ ୨୦୧୭ରେ ରୌପ୍ୟ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।  ସେତେବେଳେ ଭାଲେନ୍ସିଆର ଏକାଡେମୀର ଖେଳାଳି ଥିଲେ ଫେରାନ। ଟିମରେ ପ୍ରାୟତଃ ରାଇଟ୍-ୱିଙ୍ଗର୍ ଭାବେ ଖେଳୁଥିବା ଫେରାନ୍ ଫାଇନାଲ୍ ପର୍ଯ୍ୟନ୍ତ ସ୍ପେନ୍‌ର ଯାତ୍ରାରେ ୨ଟି ଗୋଲ୍ ଓ ୨ଟି ଆସିଷ୍ଟ୍ କରିଥିଲେ। ଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ସ୍ପେନ୍‌ର ୨-୫ ପରାଜୟ ମ୍ୟାଚ୍‌ରେ ମଧ୍ୟ ସେ ଷ୍ଟାର୍ଟିଂ ଏକାଦଶରେ ରହିଥିଲେ। ରବିବାର ଫାଇନାଲରେ ଐତିହାସିକ ଗୋଲ୍ ମାରିବାର ଅନେକ ବର୍ଷ ପୂର୍ବରୁ ଫେରାନ୍‌ଙ୍କ ଅସାଧାରଣ ପ୍ରତିଭାର ପ୍ରଥମ ଝଲକ ଭାରତର କୋଚି ସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ୍ ଓ କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଦେଖିବାକୁ ମିଳିଥିଲା। ସ୍ପେନ୍‌ର ୨୦୨୬ ବିଶ୍ୱକପ୍ ବିଜେତା ଦଳରେ ଆଉ ଜଣେ ଏମିତି ଖେଳାଳି ଅଛନ୍ତି, ଯିଏ ଭାରତୀୟ ମାଟିରେ ମଧ୍ୟ ନିଜ ପ୍ରତିଭାର ପ୍ରଥମ ଛାପ ଛାଡ଼ିଥିଲେ। ଫେରାନ୍‌ଙ୍କ ବାର୍ସେଲୋନା ସାଥୀ ଓ ସେଣ୍ଟର୍-ବ୍ୟାକ୍ ଏରିକ୍ ଗାର୍ସିଆ ମଧ୍ୟ ସେହି ସ୍ପେନ୍ ଅଣ୍ଡର ୧୭ ଟିମର ସଦସ୍ୟ ଥିଲେ, ଯିଏ ଭାରତ ଗସ୍ତ କରିଥିଲା। ଆର୍ଜେଣ୍ଟିନା ବିପକ୍ଷରେ ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲ୍‌ରେ ଏରିକ୍ ମାତ୍ର ୨୧ ମିନିଟ୍ ପାଇଁ ପଡ଼ିଆରେ ନଜର ଆସିଥିଲେ।  ବିଶ୍ୱକପ୍ ଫାଇନାଲ୍‌ରେ ଫେରାନ୍ ସଠିକ୍ ସମୟରେ ସଠିକ୍ ସ୍ଥାନରେ ଥିଲେ। ନିକୋ ୱିଲିୟମ୍ସଙ୍କ ହେଡର୍ ପୋଷ୍ଟରେ ବାଜି ଫେରିଆସିବା ମାତ୍ରେ ଟୋରେସ୍ ବିଜୁଳି ବେଗରେ ପ୍ରତିକ୍ରିୟା ଦେଖାଇ ୧୦୬ତମ ମିନିଟ୍‌ରେ ବଲ୍‌କୁ ନେଟ୍‌ ଭିତରକୁ ମାରିଦେଇଥିଲେ। ଏଥିପାଇଁ ତାଙ୍କୁ ଫାଇନାଲରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି। ସେହିପରି ସ୍ପେନ୍ ପାଇଁ ବିଶ୍ୱକପ୍ ବିଜୟୀ ଗୋଲ୍ କରିଥିବା ଖେଳାଳି ଆନ୍ଦ୍ରେସ୍ ଇନିଏସ୍ତାଙ୍କ ସହ ନିଜକୁ ସମକକ୍ଷ କରିପାରିଛନ୍ତି।  ବିପୁଳ ସଂଖ୍ୟାର ଦର୍ଶକ ସାମ୍ନାରେ ପ୍ରଦର୍ଶନ କରିବା ଫେରାନ୍‌ଙ୍କ ପାଇଁ ନୂଆ କଥା ନୁହେଁ। କ୍ୟାମ୍ପ ନୌରେ ସେ ପ୍ରତି ସପ୍ତାହରେ ପ୍ରାୟ ୧ ଲକ୍ଷ ଦର୍ଶକଙ୍କ ସାମ୍ନାରେ ଖେଳନ୍ତି। ଏବେ ସେ ବିଶ୍ୱକପ୍ ଫାଇନାଲ୍‌ରେ ୮୦ ହଜାରରୁ ଅଧିକ ଦର୍ଶକଙ୍କ ସାମ୍ନାରେ ସ୍ମରଣୀୟ ବିଜୟୀ ଗୋଲ୍ କରିଛନ୍ତି। କିନ୍ତୁ ଖଚାଖଚ ଭିଡ଼ ଷ୍ଟାଡିୟମ୍‌ରେ ଖେଳିବାର ପ୍ରଥମ ଅନୁଭବ ଫେରାନ ୨୦୧୭ରେ ଭାରତର କୋଚି ଓ କୋଲକାତାରେ ପାଇଥିଲେ। ସେ ନିଜ କ୍ୟାରିୟରର ପ୍ରଥମ ବଡ଼ ସମ୍ମାନ ଭାରତରେ ହିଁ ଜିତିଥିଲେ।

1 min read

ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ୍ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ

ବୌଦ୍ଧ, ୨୩/୭: ବୁଧବାର ଦିନ ୨ ଘଣ୍ଟା ସମୟରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ କିଛି ମାସ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲଦାରଙ୍କୁ ଉପ ନିବନ୍ଧକ ଭାବେ ଦାୟିତ୍ବ ହସ୍ତାନ୍ତର କରା ଯାଇଛି | ତେଣୁ ସପ୍ତାହକୁ ଦୁଇ ଦିନ ୨୨ ଗୋଟି ଲେଖାଏଁ ଜମି ଜମା କ୍ରୟ ବିକ୍ରୟ ପଂଜିକରଣ କରା ଯାଉଛି l ବିକ୍ରେତା ମାନେ […]

1 min read

NEET ବିବାଦକୁ ନେଇ ସଂସଦରେ ବିରୋଧୀଙ୍କ ‘କଳା ଦିବସ’ ପାଳନ

ନୂଆଦିଲ୍ଲୀ, ୨୨/୭: NEET ପରୀକ୍ଷାରେ କଥିତ ଅନିୟମିତତା ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବୁଧବାର ସଂସଦରେ INDIA ମେଣ୍ଟର ସାଂସଦମାନେ ‘କଳା ଦିବସ’ ପାଳନ କରିଛନ୍ତି। ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମସ୍ତ ବିରୋଧୀ ସାଂସଦ କଳା ପୋଷାକ ପିନ୍ଧି ସଂସଦ ପରିସରକୁ ଆସିଥିଲେ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର, ଝାରଖଣ୍ଡ ମୁକ୍ତି […]

1 min read

ଆରଆରବି ଟେକ୍ନିସିଆନ୍ ନିଯୁକ୍ତି: ୬,୫୫୭ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ଟେକ୍ନିସିଆନ୍ ଗ୍ରେଡ୍-I ଏବଂ ଟେକ୍ନିସିଆନ୍ ଗ୍ରେଡ୍-III ବର୍ଗରେ ମୋଟ ୬,୫୫୭ଟି ପଦବୀ ପୂରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଫିସିଆଲ୍ ୱେବସାଇଟ୍‌ରେ ଆବେଦନ କରିପାରିବେ। ପଦବୀ ଓ ଦରମା ବିବରଣୀ: ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା: ଚୟନ ପ୍ରକ୍ରିୟା (Selection Process): ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates):

1 min read

ସୋନମ୍ ୱାଙ୍ଗଚୁକ୍‌ଙ୍କ NEET ଦାବି: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ, ଦାବି ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ, ୨୨/୭: NEET-UG ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କାର୍ଯ୍ୟକର୍ତ୍ତା ସୋନମ୍ ୱାଙ୍ଗଚୁକ୍ କରିଥିବା ଦାବିକୁ କେନ୍ଦ୍ର ସରକାର ଅସ୍ୱୀକାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରି କୁହାଯାଇଛି ଯେ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ କୌଣସି ପ୍ରତିଶ୍ରୁତି ଦିଆଯାଇ ନାହିଁ। ସୂତ୍ର ଅନୁଯାୟୀ, PMO ଏହା ମଧ୍ୟ ସ୍ପଷ୍ଟ କରିଛି ଯେ NEET ପରୀକ୍ଷା ପରିଚାଳନାରେ ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ତା’ର ତଦନ୍ତ କରାଯିବ। ତଦନ୍ତରେ […]

1 min read

 ବିଶ୍ୱର ସର୍ବଶ୍ରେଷ୍ଠ ଫେସନ ସୋ ଲଣ୍ଡନରେ  ପ୍ରଦର୍ଶିତ ହେବ ହାବସପୁରୀ ପାଟ ଓ ସମ୍ବଲପୁରୀ ବସ୍ତ୍ର

ଭବାନୀପାଟଣା/ଜୁନାଗଡ଼, ୨୨/୭: ବିଶ୍ୱର ସର୍ବଶ୍ରେଷ୍ଠ ଫ୍ୟାସନ ସୋ “ଲଣ୍ଡନ ଫ୍ୟାଶନ ୱିକ୍” ପାଇଁ ଡିଜାଇନ ଚୟନ ପ୍ରକିୟା ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶର ବଡ଼ ବଡ଼ ଡିଜାଇନର ମାନଙ୍କ ପ୍ରସ୍ତୁତ ଡିଜାଇନମାନ ଭାଗ ନେଇଥିଲା। ସେଥିମଧ୍ୟରୁ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଆନ୍ତର୍ଜାତୀୟ ଫ୍ୟାସନ ଡିଜାଇନର୍ ସୁଜିତ୍ ମେହେରଙ୍କ ହାବସପୁରୀ ପାଟ ଶାଢ଼ୀ ପ୍ରଦର୍ଶିତ ପାଇଁ ଚୟନ ହୋଇଛି। ଆସନ୍ତା ନଭେମ୍ବର ୨୧/୨୨ ତାରିଖରେ ନୋଭୋଟେଲ ଲଣ୍ଡନ ହାମର୍‌ସ୍ମିଥ୍ ଠାରେ ଏହି ଫ୍ୟାଶନ […]