September 2026
କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
କଟକ: କଟକସ୍ଥିତ ଅଣ୍ଡର୍ ଷ୍ଟାଡିୟମ୍ ପରିସରରେ ରାଜ୍ୟ ବିଜେପିର ଦୁଇଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକକୁ ଉଦ୍ଘାଟନ କରି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ ଦେଇଛନ୍ତି। ସରକାରୀ ପଦପଦବିରେ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ହୋଇଥିବାରୁ ବ୍ୟକ୍ତିଗତ ଆଶା ଓ ଆକାଂକ୍ଷାକୁ ପଛରେ ରଖି ସାଂଗଠନିକ ସ୍ୱାର୍ଥ ପାଇଁ କାମ କରିବାକୁ ଶ୍ରୀ ବଂଶଲ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। […]
୧୧ ଦିନ ପରେ ମାଟି ତଳୁ ଜୀବିତ ଉଦ୍ଧାର ହେଲେ ମହିଳା
ନେପାଳ: ନେପାଳର ନୁୱାକୋଟ ଜିଲ୍ଲା ବେତ୍ରାବତୀ ଅଞ୍ଚଳରେ ଉଦ୍ଧାର ଅଭିଯାନ ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନର ପ୍ରାୟ ୧୧ ଦିନ ପରେ ମାଟି ଓ ଧ୍ୱଂସାବଶେଷ ତଳୁ ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମହିଳା ହେଉଛନ୍ତି ବିଦୁର ମ୍ୟୁନିସିପାଲିଟି-୧୦ର ଚନ୍ଦିକା ଶ୍ରେଷ୍ଠ। ତାଙ୍କ ବୟସ ପ୍ରାୟ ୫୫ରୁ ୫୬ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଚନ୍ଦିକା ଶ୍ରେଷ୍ଠ ଆନନ୍ଦଙ୍କ ଘର […]
ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରକୁ ମଞ୍ଜୁରି; ଆଫ୍ରିକାର ଆକାର ଦେଖାଯିବ ଅଧିକ ସଠିକ୍
ଜାତିସଂଘରେ ୧୬୪ ଦେଶର ସମର୍ଥନ, ଏକାକୀ ବିରୋଧ କଲା ଆମେରିକା ନ୍ୟୁୟର୍କ: ବିଶ୍ୱର ମାନଚିତ୍ରକୁ ନେଇ ଜାତିସଂଘରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବିଶ୍ୱର ମହାଦେଶଗୁଡ଼ିକର ପ୍ରକୃତ ଆକାରକୁ ଅଧିକ ସଠିକ୍ ଭାବେ ଦର୍ଶାଇବା ପାଇଁ ‘କରେକ୍ଟ ଦ ମ୍ୟାପ୍’ ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦ ସମର୍ଥନ କରିଛି। ପ୍ରସ୍ତାବ ସପକ୍ଷରେ ୧୬୪ଟି ଦେଶ ଭୋଟ ଦେଇଥିବା ବେଳେ ଆମେରିକା ଏକମାତ୍ର ଦେଶ ଭାବେ ବିରୋଧ କରିଛି। ୬ଟି ଦେଶ ଭୋଟଦାନରୁ ବିରତ ରହିଥିଲେ। ଏହି ପଦକ୍ଷେପର […]
ଡ. ଦିନେଶ ଶର୍ମା ଆଣ୍ଡାମାନ ଓ ନିକୋବରର ଉପରାଜ୍ୟପାଳ ନିଯୁକ୍ତ
ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ନୂଆ ଉପରାଜ୍ୟପାଳ ଭାବେ ଡ. ଦିନେଶ ଶର୍ମାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ କରିଥିବା ବେଳେ, ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ଔପଚାରିକ ବିଜ୍ଞପ୍ତି ଜାରି ହୋଇଛି। ସେ ନିଜ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଡ. ଦିନେଶ ଶର୍ମା ବିଜେପିର ଜଣେ ବରିଷ୍ଠ ନେତା। ସେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ୨୦୧୭ରୁ ୨୦୨୨ […]
🌟 ଆଜିର ରାଶିଫଳ: ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ଦିନ
♈ ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। ଆପଣଙ୍କ ନୂଆ କୌଶଳ ବ୍ୟବସାୟକୁ ଆଗକୁ ବଢ଼ାଇବ। ପରିବାରରେ ଖୁସିର ବାତାବରଣ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରେ। ♉ ବୃଷ ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ବ୍ୟବସାୟରେ ଆଶା କରୁଥିବା ସଫଳତା ଓ ଲାଭ ମିଳିପାରେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଗାଡ଼ି ଚଳାଇବା ବେଳେ ସତର୍କ ରୁହନ୍ତୁ। ♊ ମିଥୁନ ପରିବାର ସଦସ୍ୟଙ୍କ ସହ ଆଜି ଆନନ୍ଦର ସମୟ କାଟିବେ। […]
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ତେଜ ହେଲା ରାଜନୀତି
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ବିରୋଧୀ ଓ ଶାସକ ଦଳ ମଧ୍ୟରେ ଏହି ଘଟଣାକୁ ନେଇ ବାକ୍ଯୁଦ୍ଧ ତୀବ୍ର ହୋଇଥିବା ବେଳେ କମିଶନ ରିପୋର୍ଟକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ସ୍ୱାମୀଜୀଙ୍କ ୧୮ତମ ବଳିଦାନ ଦିବସ ଅବସରରେ ତାଙ୍କ ଏକମାତ୍ର ସୁପୁତ୍ର ଲୋକନାଥ ନାଥ ଜଲେଶପଟ୍ଟା ଆଶ୍ରମରେ ପହଞ୍ଚି ସ୍ୱାମୀଜୀଙ୍କ ବଳିଦାନ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ସହ ତାଙ୍କ ବୋହୂ ବାସନ୍ତୀ […]
ଘରେ ପ୍ରସ୍ତୁତ କରନ୍ତୁ ସୁସ୍ୱାଦୁ ସିଜଲିଂ ପକୋଡ଼ା, ଜାଣନ୍ତୁ ସହଜ ପ୍ରସ୍ତୁତି ପ୍ରଣାଳୀ
ଭୁବନେଶ୍ୱର: ସନ୍ଧ୍ୟା ସମୟରେ ଚା’ ସହିତ କିଛି ଟେଷ୍ଟି ଓ କ୍ରିସ୍ପି ଖାଇବାକୁ ଇଚ୍ଛା କରୁଛନ୍ତି କି? ତେବେ ଘରେ ସହଜରେ ପ୍ରସ୍ତୁତ କରିପାରିବେ ସୁସ୍ୱାଦୁ ସିଜଲିଂ ପକୋଡ଼ା। ଆଳୁ, ପିଆଜ ଓ ବେସନରେ ପ୍ରସ୍ତୁତ ଏହି ପକୋଡ଼ା ସ୍ୱାଦରେ ନିଆରା। ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଦୁଇଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ। ଏବେ […]
ନୂଆଖାଇ ପୂର୍ବରୁ ଚାଷୀଙ୍କୁ ବଡ଼ ଉପହାର; ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନ
ଭୁବନେଶ୍ୱର: ନୂଆଖାଇ ପର୍ବ ପୂର୍ବରୁ ରାଜ୍ୟର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି ଶିକ୍ଷା ସଦନରେ ଆୟୋଜିତ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ସିଧାସଳଖ ଆର୍ଥିକ ସହାୟତା ପଠାଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ ହଜାର ୯୪୯ ଜଣ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି। ଡିବିଟି ମାଧ୍ୟମରେ […]
ଏସିଆ କପ୍ରେ ଭାରତର ଦବଦବା; ସେମିଫାଇନାଲ୍ରେ ପାକିସ୍ତାନ ସହ ମୁକାବିଲା
ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଦଳ ଚଳିତ ଏସିଆ କପ୍ ଟି-୨୦ ପ୍ରତିଯୋଗିତାରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଗ୍ରୁପ୍-ଏ’ର ଶେଷ ତଥା ହାଇଭୋଲ୍ଟେଜ୍ ମ୍ୟାଚ୍ରେ ଭାରତ ୭ ଥରର ଏସିଆ କପ୍ ବିଜେତା ପାକିସ୍ତାନକୁ ଭେଟିବ। ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଜକମାନେ ଭାରତ-ପାକିସ୍ତାନକୁ ଗୋଟିଏ ଗ୍ରୁପ୍ରେ ରଖିଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତର ପଲ୍ଲା ଭାରୀ ରହିଛି। ଏସିଆ କପ୍ରେ ଅନ୍ୟ ଦଳଗୁଡ଼ିକ […]
ମହାକାଶରେ ଯୁଦ୍ଧ ପ୍ରସ୍ତୁତି! ଚୀନ୍ର ନୂଆ ମହାକାଶ କାର୍ଯ୍ୟକଳାପକୁ ନେଇ ଆମେରିକାର ଚିନ୍ତା
ନୂଆଦିଲ୍ଲୀ: ପୃଥିବୀରେ ନୁହେଁ, ଏବେ ମହାକାଶରେ ମଧ୍ୟ ଆମେରିକା ଓ ଚୀନ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାର ଆଶଙ୍କା ବଢ଼ିଛି। ଉଭୟ ଦେଶ ଏଭଳି ଉପଗ୍ରହ ପ୍ରଯୁକ୍ତି ବିକଶିତ କରୁଛନ୍ତି, ଯାହା ଆବଶ୍ୟକ ପଡ଼ିଲେ ଅନ୍ୟ ଦେଶର ଉପଗ୍ରହକୁ ନିକଟରୁ ନିରୀକ୍ଷଣ, ଅନୁସରଣ କିମ୍ବା ଅକାମୀ କରିବାରେ ସକ୍ଷମ ହୋଇପାରେ। ଏହାକୁ ନେଇ ଭବିଷ୍ୟତର ମହାକାଶ ଯୁଦ୍ଧକୁ ନେଇ ଚିନ୍ତା ବଢ଼ିଛି। ଗତ ଜୁନ୍ରେ ଚୀନ୍ର ଏକ ମାନବବିହୀନ ମହାକାଶ ବିମାନରୁ ଏକ କ୍ଷୁଦ୍ର ଉପଗ୍ରହ ମହାକାଶକୁ […]
