ପୁଣେରେ ସଂସଦୀୟ ରାଜଭାଷା କମିଟି ବୈଠକରେ ଯୋଗଦେଲେ ସାଂସଦ ଡଃ. ଭର୍ତ୍ତୃହରି ମହତାବ


ପୁଣେ: ସଂସଦୀୟ ରାଜଭାଷା କମିଟିର ଉପାଧ୍ୟକ୍ଷ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ପୁଣେଠାରେ ଆୟୋଜିତ କମିଟିର ବୈଠକରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ରାଜଭାଷା ହିନ୍ଦୀର ପ୍ରୟୋଗ ଓ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗ ଓ ସଂଗଠନକୁ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।
ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ରାଜଭାଷା ନୀତିର କାର୍ଯ୍ୟାନ୍ୱୟନ ଓ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କିତ କାର୍ଯ୍ୟର ସମୀକ୍ଷା ଏହି କମିଟିର ପ୍ରମୁଖ ଦାୟିତ୍ୱ। ରାଜଭାଷା ନୀତିର ଉପଯୁକ୍ତ କାର୍ଯ୍ୟାନ୍ୱୟନ ଦିଗରେ ବିଭିନ୍ନ ବିଭାଗ ଓ ସଂଗଠନର ଅବଦାନକୁ ସ୍ୱୀକୃତି ଦେବା ଏବଂ ଉତ୍ତମ କାର୍ଯ୍ୟଧାରାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।
ସଂସଦୀୟ ରାଜଭାଷା କମିଟିର ଉପାଧ୍ୟକ୍ଷ ଭାବେ ଶ୍ରୀ ମହତାବଙ୍କ ଏହି ଅଂଶଗ୍ରହଣ ସରକାରୀ କାର୍ଯ୍ୟରେ ରାଜଭାଷା ନୀତିର କାର୍ଯ୍ୟାନ୍ୱୟନ ସମ୍ପର୍କିତ କମିଟିର କାର୍ଯ୍ୟକଳାପର ଏକ ଅଂଶ।
