ଘରେ ପ୍ରସ୍ତୁତ କରନ୍ତୁ ସୁସ୍ୱାଦୁ ସିଜଲିଂ ପକୋଡ଼ା, ଜାଣନ୍ତୁ ସହଜ ପ୍ରସ୍ତୁତି ପ୍ରଣାଳୀ
1 min read

ଘରେ ପ୍ରସ୍ତୁତ କରନ୍ତୁ ସୁସ୍ୱାଦୁ ସିଜଲିଂ ପକୋଡ଼ା, ଜାଣନ୍ତୁ ସହଜ ପ୍ରସ୍ତୁତି ପ୍ରଣାଳୀ

ଭୁବନେଶ୍ୱର: ସନ୍ଧ୍ୟା ସମୟରେ ଚା’ ସହିତ କିଛି ଟେଷ୍ଟି ଓ କ୍ରିସ୍ପି ଖାଇବାକୁ ଇଚ୍ଛା କରୁଛନ୍ତି କି? ତେବେ ଘରେ ସହଜରେ ପ୍ରସ୍ତୁତ କରିପାରିବେ ସୁସ୍ୱାଦୁ ସିଜଲିଂ ପକୋଡ଼ା। ଆଳୁ, ପିଆଜ ଓ ବେସନରେ ପ୍ରସ୍ତୁତ ଏହି ପକୋଡ଼ା ସ୍ୱାଦରେ ନିଆରା।

ଆବଶ୍ୟକ ସାମଗ୍ରୀ

  • ଛତୁ – ଆବଶ୍ୟକ ଅନୁସାରେ
  • ଆଳୁ – ୨ଟି
  • ଅଦା – ଅଳ୍ପ
  • ପିଆଜ – ଆବଶ୍ୟକ ଅନୁସାରେ
  • ରସୁଣ ଛେଚା – ଅଳ୍ପ
  • କଟା କଞ୍ଚାଲଙ୍କା
  • କଟା ଧନିଆପତ୍ର
  • କର୍ଣ୍ଣଫ୍ଲୋର ପାଉଡର – ଅଳ୍ପ
  • ବେସନ – ଆବଶ୍ୟକ ଅନୁସାରେ
  • ଲଙ୍କା ଗୁଣ୍ଡ
  • ସୋୟା ସସ୍
  • ଟମାଟୋ ସସ୍
  • ଚିଲି ସସ୍
  • ଭିନେଗାର – ଅଳ୍ପ
  • ଲୁଣ – ସ୍ୱାଦ ଅନୁସାରେ
  • ରିଫାଇନ୍ ତେଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଦୁଇଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ।

ଏବେ ଏକ ପାତ୍ରରେ ପିଆଜ, ରସୁଣ ଓ ଅଦା ଛେଚା ମିଶ୍ରଣକୁ ନେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏଥିରେ କର୍ଣ୍ଣଫ୍ଲୋର, ଅଳ୍ପ ବେସନ, ଚାଇନିଜ୍ ସସ୍‌, ସୋୟା ସସ୍‌, ଟମାଟୋ ସସ୍‌, ଚିଲି ସସ୍‌, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଭିନେଗାର ଓ ଅଳ୍ପ ପାଣି ଦେଇ ଭଲ ଭାବେ ମିଶାନ୍ତୁ।

ଏହି ମିଶ୍ରଣକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ। ଏହାଦ୍ୱାରା ମିଶ୍ରଣଟି ଭଲ ଭାବେ ଶୁଖିଲା ଓ ବହଳିଆ ହୋଇଯିବ।

ଅଧଘଣ୍ଟା ପରେ ମିଶ୍ରଣକୁ ବାହାର କରି ସିଝା ଆଳୁକୁ ଚକଟି ଏଥିରେ ମିଶାନ୍ତୁ। ପରେ ଏହି ମିଶ୍ରଣରୁ ଗୋଲଗୋଲ ପକୋଡ଼ା ଆକାରର ଗୋଳା ପ୍ରସ୍ତୁତ କରନ୍ତୁ।

ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲେ ପକୋଡ଼ାଗୁଡ଼ିକୁ ତେଲରେ ପକାନ୍ତୁ। ପକୋଡ଼ାଗୁଡ଼ିକ ସୁନେଲି ଓ କ୍ରିସ୍ପି ହେବା ପର୍ଯ୍ୟନ୍ତ ଛାଣନ୍ତୁ।

ଶେଷରେ ଗରମାଗରମ ସିଜଲିଂ ପକୋଡ଼ାକୁ ପ୍ଲେଟ୍‌ରେ ପରଷନ୍ତୁ। ଏହାକୁ ନିଜ ପସନ୍ଦର ଚଟଣି କିମ୍ବା ସସ୍‌ ସହିତ ଖାଇପାରିବେ।

Leave a Reply

Your email address will not be published. Required fields are marked *