1 min read

ଆଜିର ରାଶିଫଳ

ମେଷ

ଆଜି ଦଶମ ଚନ୍ଦ୍ରଙ୍କ ଦୃଷ୍ଟି ସମ୍ବନ୍ଧରୁ ବନ୍ଧୁ ମିଳନ ସହ ଅର୍ଥନୈତିକ ଉକତ୍ର୍ଷତା ମୁହଁରେ ହସ ଫୁଟାଇବ। ପାରିବାରିକ ସୈାଖ୍ୟ ସଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିପାରିବେ। ଆତ୍ମୀୟ ମାନେ ଇର୍ଷାପରାୟଣ ମନୋଭାବ ନେଇ ଶତ୍ରୁତା ଆଚରଣ କରିପାରନ୍ତି। ନୂତନ ସ୍ଥାନ ପରିଦର୍ଶନର ମଉକା ଜୁଟିପାରେ।

ବୃଷ

ରାହୁ ଦୃଷ୍ଟ ବୁଧଙ୍କ ସମ୍ପର୍କ ଜନିତ ବନ୍ଧୁଙ୍କ ସହ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ ନେଇ ବିଚଳିତବୋଧ କରିପାରନ୍ତି। ପରିବାରରେ ଭୂଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସଂପର୍କ ଭଲ ରହି ନପାରେ। କର୍ମ କ୍ଷେତ୍ରରେ ପରକଥାକୁ ବିଶ୍ୱାସ କରି ଘରୋଇ କଳହ ଜନିତ ଅଶାନ୍ତି ଉପୁଜିବ।

ମିଥୁନ

ଗୁରୁମଙ୍ଗଳ ଯୋଗରୁ ନିକଟ ସମ୍ପର୍କୀୟଙ୍କ ପ୍ରତ୍ୟକ୍ଷ ସହଯୋଗ ଦ୍ୱାରା ସମସ୍ୟାର ସରଳ ସମାଧାନ କରିବେ। ବନ୍ଧୁ ଗହଣରେ ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ ଓ ସତ୍‌ସଙ୍ଗର ସୁଯୋଗ ପାଇବେ। ସଭାସମିତି,ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିଶେଷ ଭଲ ରହିନପାରେ।

କର୍କଟ

ଚତୁର୍ଥକେନ୍ଦ୍ରସ୍ଥ ବୁଧାଦିତ୍ୟ ଆପଣଙ୍କୁ ସହକର୍ମୀଙ୍କ ସାହାଯ୍ୟ ଓ ବଦାନ୍ୟତା ସହ ଅର୍ଥଲାଭ କରାଇବ। ଶନିଙ୍କ ପ୍ରଭାବରେ ଭଲ ସମ୍ପର୍କ ରହିଥିବା ବନ୍ଧୁମାନେ ଦୂରେଇ ରହିପାରନ୍ତି। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତି ମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ,ପ୍ରଶାସନ, ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହେବ।

ସି˚ହ

ବୃହସ୍ପତି ସାନ୍ନିଧ୍ୟରେ ମଙ୍ଗଳ ସାମାଜିକ ସ୍ତରରେ ସାମୂହିକ ଆଲୋଚନା ପରିବେଶକୁ ସରସ ସୁନ୍ଦର କରିବ। ସହକର୍ମୀଙ୍କ ସହ ସଂପର୍କ ଯୋଡିବାରେ କୈାଣସି ମାଧ୍ୟମର ଆବଶ୍ୟକତା ଅନୁଭବ କରିପାରନ୍ତି। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। ସାହିତ୍ୟ, ରାଜନୀତିରେ ପ୍ରଶଂସିତ ହେବେ।

କନ୍ୟା

 ରାଶ୍ୟାଧିପଙ୍କ ସହ ଶୁକ୍ରଙ୍କ ସମ୍ବନ୍ଧରୁ ଅର୍ଥିକ ଉନ୍ନତି ସହ ବସ୍ତ୍ରଭୂଷଣ ପ୍ରାପ୍ତି ହେବ। ପ୍ରତିଷ୍ଟିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ସାମୁହିକ କାମରେ ପତିଆରା ଜାହିର୍‌ କରିପାରନ୍ତି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମନ୍ଦ ପଛରେ ଉଦ୍ଦେଶ୍ୟ ନେଇ ନାନାଦି କଥା କହିପାରନ୍ତି। ସାମୟିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ଥି ଅନୁଭବ କରିବେ।

ତୁଳା

ଗୁରୁ କ୍ଷେତ୍ରସ୍ଥ ଶନି ପ୍ରଭାବରେ ଅତୀତକୁ ସ୍ମରଣ କରି ମନରେ ବହୁବିଧ ଭାବନା ଉଦ୍ରେକ ହେବ। ସହାନୁଭୂତି ବଦଳରେ ନିଜର ଲୋକମାନେ ଇର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ବହୁ ପୂର୍ବର ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି।

ବିଛା

ଅନୁକୂଳ ଗ୍ରହାବସ୍ଥାନରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି। ପଦସ୍ଥବ୍ୟକ୍ତିଙ୍କ ନିକଟରୁ ଗଠନମୂଳକ ପରାମର୍ଶ ପାଇ ଖୁସି ହୋଇପାରନ୍ତି।

ଧନୁ

ପାପଗ୍ରହ ମାନଙ୍କ କୁପ୍ରଭାବରୁ ସରଳ ଭାବେ ଅନ୍ୟ ମାନଙ୍କୁ ବିଶ୍ୱାସ କଲେ ହଇରାଣରେ ପଡିପାରନ୍ତି। ସନ୍ତାନ ମାନଙ୍କ ବୈବାହିକ କର୍ମ ସମ୍ପାଦନ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା ଫଳପ୍ରଦ ହୋଇପାରେ। ଉତେଜନାପୂର୍ଣ୍ଣ ମାନସିକ ସ୍ଥିତି ଜନିିତ କୈାଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ।

ମକର

ଚନ୍ଦ୍ର ସହ ମଙ୍ଗଳଙ୍କ ଦୃଷ୍ଟି ସଂଯୋଗରୁ ଆର୍ଥିକ ଉନ୍ନତି ସହ ନୂତନ ମିତ୍ରତା ସୃଷ୍ଟିହୋଇପାରେ। ବୈଷୟିକ ଅଭିବୃଦ୍ଧି ସହ ରଚନାମତ୍କ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତାରେ ପ୍ରତିଷ୍ଠାର୍ଜନ ସହ ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବାଣିଜ୍ୟରେ ସମସ୍ୟା କ୍ରମଶଃ ଦୂରେଇ ଯିବାରୁ ଆଶ୍ୱସ୍ଥି ଲାଭ କରିପାରନ୍ତି।

କୁମ୍ଭ

 ରାହୁଙ୍କ ପ୍ରଭାବରୁ ଅତ୍ୟଧିକ ଭ୍ରମଣଜନିତ ସ୍ବାସ୍ଥ୍ୟହାନୀ ଦେଖାଦେବ। ସାହିତ୍ୟ, ସାମ୍ବାଦିକତା, କ୍ରୀଡା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି। କାରବାର, ପୂଜାବଜାର ଏବଂ ବନ୍ଧୁମିଳନ ସମ୍ବନ୍ଧୀୟ ଆନନ୍ଦ ଉପଭୋଗ କରିବେ। କେତେକ କ୍ଷେତ୍ରରେ ପ୍ରଥମେ କାମଟି କରିସାରିବା ପରେ ଚିନ୍ତା କରି ମନସ୍ତାପ କରିବାକୁ ପଡିବ ।

ମୀନ

ବୁଧଯୁକ୍ତ ଶୁକ୍ରଜନିତ କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ଉପରେ ଖପ୍ପା ହେବେ। ଆଜି ଆପଣ କୈାଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟପ୍ରଦ ମନେ ହେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ବଢିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

Leave a Reply

Your email address will not be published. Required fields are marked *