ପୂଜା ମଣ୍ଡପ ପରିଦର୍ଶନ କଲେ ମନ୍ତ୍ରୀ ସୂରଜ
1 min read

ପୂଜା ମଣ୍ଡପ ପରିଦର୍ଶନ କଲେ ମନ୍ତ୍ରୀ ସୂରଜ

ଭଦ୍ରକ, (PPS ) ଦୁର୍ଗାପୂଜା ଏବଂ ଦଶହରା ଉତ୍ସବ ଅବସରରେ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ତିନି ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପୂଜାମଣ୍ଡପ ଓ ପୀଠ ପରିଦର୍ଶନ କରି ମା’ଙ୍କ ଦର୍ଶନ ସହ ପୂଜା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ।

 ମନ୍ତ୍ରୀ ଖପରପଦା, ବମକୁରା, ବେତାଳିଗାଁ, ସାହୁସାହି, ରଇପୁର, ଓଲଟପୁର, ଉଚ୍ଚପଦା , ଅସୁରାଳି, ଶ୍ରୀନାଥ ନଗର, ଲୁଣିଆ, ଭଗବାନପୁର,ଗୋବିନ୍ଦପୁର,ଲେଞ୍ଜରା,କାଶୀମପୁର କୋଠାର, ଦୋବଲ, ଖରାଖାଇ, ଖଙ୍ଗରା,ଧାମନଗର ମେଡିକାଲ ବଜାର ଏବଂ ଦକ୍ଷିଣବାଡ଼ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ସେ ଧାମନଗରର ଆରାଧ୍ୟା ଦେବୀ ମା’ ମନ୍ତ୍ର ବାସୁଳୀଙ୍କ ପୀଠରେ ପହଞ୍ଚି ପାରମ୍ପରିକ କାଳିସୀ ଯାତ୍ରାରେ ସାମିଲ ହୋଇଥିଲେ।

  ଅଶୋକ ପୁହାଣ, ମନୋରଞ୍ଜନ ମଲ୍ଲିକ,କୈଳାସ ମହାପାତ୍ର ଅରବିନ୍ଦ ପତି,ରଘୁନାଥ ଲେଙ୍କା,ଅଜୟ ବଳ,ବୈକୁଣ୍ଠ ସାହୁ,ଦୀପ୍ତିରଞ୍ଜନ ଜେନା,ଶ୍ରୀକାନ୍ତ ନାୟକ,ରାଜେନ୍ଦ୍ର ସାହୁ,ସୂରଜ ସାହୁ, ରମେଶ ପତି,ବୁଦ୍ଧଦେଵ ଜେନା,ମନୋଜ ଦାସ,ଶୁଭେନ୍ଦୁ ପାତ୍ର ପ୍ରମୁଖ ସାମିଲ ହୋଇଥିଲା ବେଳେ ବିଭିନ୍ନ ପୂଜା ମଣ୍ଡପରେ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *