ଟାରିଫକୁ ନେଇ ନରମିଲେ ଟ୍ରମ୍ପ
1 min read

ଟାରିଫକୁ ନେଇ ନରମିଲେ ଟ୍ରମ୍ପ


ନୂଆଦିଲ୍ଲୀ, ; ଟାରିଫକୁ ନେଇ ନରମିଲେ ଟ୍ରମ୍ପ । ଭାରତ ଉପରେ କମିବ ଟାରିଫ୍ ! ୧୦୦
ପ୍ରତିଶତ ଶୁଳ୍କ ଲାଗିବନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ୱତନ୍ତ୍ର ଆଦେଶ ଜାରି
କରିଛନ୍ତି । ଯେଉଁଥିରେ ଭାରତ ସମେତ ୫ ଦେଶ ଯିଏକି ଋଷଠାରୁ ତେଲ ଏବଂ ଗ୍ୟାସ୍
କିଣୁଛନ୍ତି ସେହି ଦେଶ ଉପରେ ଟାରିଫ୍ ନିୟମ କୋହଳ ହୋଇଛି । ଋଷର ଶକ୍ତି କିଣୁଥିବା

ଦେଶଗୁଡିକ ପାଇଁ ପ୍ରଯୁଜ୍ୟ ଅନେକ ନୂତନ ପ୍ରତିବନ୍ଧକ, ନିୟମ ଏବଂ ଶୁଳ୍କରୁ ମୁକ୍ତ ଘୋଷଣା
କରିଛନ୍ତି । ଏହି ଆଇନ ଲାଗୁ ହେବା ପାଇଁ ୩୦ ଦିନର ସମୟସୀମା ଶେଷ ହେବାକୁ
ଯାଉଥିବା ବେଳେ ଟ୍ରମ୍ପ ପ୍ରଶାସନ ଏପରି ଏକ ପଦକ୍ଷେପ ନେଇଛି। ଆମେରିକା କଂଗ୍ରେସକୁ
ଦେଇଥିବା ରିପୋର୍ଟରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଏହି ଛାଡ଼ ବର୍ତ୍ତମାନ ଆମେରିକାର ଜାତୀୟ
ସ୍ୱାର୍ଥରେ ରହିଛି । ଏହି ନିଷ୍ପତ୍ତି ଗ୍ରାହମ୍ ଆକ୍ଟ ୨୦୨୬ ଅଧୀନରେ ନିଆଯାଇଛି । ଋଷଠାରୁ
ତେଲ କିଣୁଥିବା ଭାରତ ସମେତ ୫ ଦେଶକୁ କୌଣସି ଶୁଳ୍କ ଦେବାକୁ ପଡ଼ିବନା ନାହିଁ
ଯେଉଁଥିରେ ସେମାନଙ୍କୁ ଆର୍ଥିକ ଏବଂ ଶକ୍ତି ସହଯୋଗରେ ବୃଦ୍ଧି ହେବ । ରାଷ୍ଟ୍ରପତି ଟ୍ରମ୍ପଙ୍କ
ଦ୍ୱାରା ସ୍ୱାକ୍ଷରିତ ଏବଂ କାର୍ଯ୍ୟକାରୀ ହୋଇଥିବା ‘ଗ୍ରାହାମ୍ ଆକ୍ଟ’ ଋଷର ଶକ୍ତି ରାଜସ୍ୱକୁ ଭାଙ୍ଗିବା
ଏବଂ ଋଷର ତୈଳ ଏବଂ ଗ୍ୟାସ୍ କିଣୁଥିବା ଦେଶମାନଙ୍କ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ
ଉଦ୍ଦିଷ୍ଟ ଥିଲା । ଏବେ ଏହି ନିୟମ କୋହଳ ହୋଇଛି । ଚୀନ, ଭାରତ, ସ୍ଲୋଭାକିଆ, ହେଙ୍ଗେରୀ
ଏବଂ ଅଜରବୈଜାନ ୫ଟି ଦେଶ ଉପରେ ଟାରିଫ୍ କମିବ । ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟ୍ରମ୍ପ
‘ଋଷ ଏବଂ ଇରାନ ପ୍ରତିବନ୍ଧକ ଆଇନ’ ଅନୁଯାୟୀ ଲାଗୁ ହୋଇଥିବା ପ୍ରତିବନ୍ଧକ ଏବଂ ଶୁଳ୍କ ଛାଡ଼
କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *