1 min read

ଅସ୍ତରଙ୍ଗରେ କେମିକାଲ କ୍ଷୀରର ମାୟାଜାଲ: ପାଉଡର ଗୋଳି ବିକ୍ରି ହେଉଛି ‘ଧଳା ବିଷ’

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ ନକଲି ଓ ମିଶ୍ରିତ କ୍ଷୀର କାରବାର ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ କ୍ଷୀର ପାଉଡରକୁ ପାଣି ଓ ବିଭିନ୍ନ ରାସାୟନିକ ଦ୍ରବ୍ୟ ସହ ମିଶାଇ ‘ଖାଣ୍ଟି ଗାଈ କ୍ଷୀର’ ନାମରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତରାସାହି ପରେ ଏବେ ଆଳସାହି କାରବାରର କେନ୍ଦ୍ରବିନ୍ଦୁ ସୂଚନା ଅନୁସାରେ, କିଛି ମାସ ତଳେ ତରାସାହି ଅଞ୍ଚଳରେ ଜଣେ […]

1 min read

ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟ; ଶିଳ୍ପକୁ ମିଳିବ ଡିଆର୍‌ଡିଓ କ୍ଷେପଣାସ୍ତ୍ର ପ୍ରଯୁକ୍ତି

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓ ଦ୍ୱାରା ବିକଶିତ ସମସ୍ତ ପାରମ୍ପରିକ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଯୁକ୍ତି ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ହସ୍ତାନ୍ତର କରିବାକୁ ମଞ୍ଜୁରି ଦେଇଛନ୍ତି। ଫଳରେ ସେମାନେ ସେହି କ୍ଷେପଣାସ୍ତ୍ରର ଉତ୍ପାଦନ କରିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରଯୁକ୍ତି ହସ୍ତାନ୍ତର ପଦକ୍ଷେପ ଦ୍ୱାରା ଡିଆର୍‌ଡିଓର ଗବେଷଣା ଓ ବିକାଶ ପର୍ଯ୍ୟାୟରୁ କ୍ଷେପଣାସ୍ତ୍ର ପ୍ରଣାଳୀକୁ ବୃହତ୍ ଶିଳ୍ପ […]

1 min read

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ ସନାତନ ସାଂସ୍କୃତିକ ଚିନ୍ତାଧାରା ଉପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନ ତାଙ୍କର ଘୋର ଅଜ୍ଞାନତା, ସନାତନ ପରମ୍ପରାପ୍ରତି ଦୁର୍ଭାବନା ପୂର୍ଣ୍ଣ ମାନସିକତାକୁ ପ୍ରକାଶ କରୁଛି। ଶଙ୍କରାଚାର୍ଯ୍ୟ ଧର୍ମ ବିରୋଧୀ ବୟାନ ନଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ରାଜନୈତିକ ଲାଭ ପାଇବା ପାଇଁ ପ୍ରାଚୀନ ଧର୍ମଶାସ୍ତ୍ରର ଶ୍ଲୋକଗୁଡ଼ିକୁ […]

1 min read

ସଙ୍କଟ ସମୟରେ ରୁଷିଆ ଭାରତର ସାଥୀ ହୋଇ ରହିବ: ପୁଟିନ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ। କ୍ରେମଲିନ ପକ୍ଷରୁ ଜାରି ବୟାନ ଅନୁସାରେ, ସାକ୍ଷାତ ସମୟରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ରୁଷିଆ ଗସ୍ତ ଭାରତ ଓ ରୁଷିଆ ମଧ୍ୟରେ ଦଶନ୍ଧି ଧରି ରହିଆସିଥିବା ଦୃଢ଼ ସମ୍ପର୍କର ସ୍ତରକୁ ପ୍ରତିଫଳିତ କରୁଛି। ଏହା […]

1 min read

ଚିନି ପାଇକାରୀ ଦର ୧୫% ହ୍ରାସ; ଖାଉଟିଙ୍କ ପାଇଁ ଆସିଛି କିଛିଟା ଆଶ୍ୱସ୍ତିର ଖବର

ନୂଆଦିଲ୍ଲୀ: ଚିନି ଦରକୁ ନେଇ ଖାଉଟିଙ୍କ ପାଇଁ ଆସିଛି କିଛିଟା ଆଶ୍ୱସ୍ତିର ଖବର। କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍‌ ଅଶୋଧିତ ଚିନିର ଶୁଳ୍କମୁକ୍ତ ଆମଦାନିକୁ ଅନୁମତି ଦେବା ସହ ମହଜୁଦକାରୀଙ୍କ ଉପରେ କଡ଼ା ନଜର ରଖିବା ପରେ ପାଇକାରୀ ବଜାରରେ ଚିନି ଦର ପ୍ରାୟ ୧୫% ହ୍ରାସ ପାଇଛି। ତେବେ ପାଇକାରୀ ଦର କମିଥିଲେ ମଧ୍ୟ ଏହାର ପ୍ରଭାବ ଏପର୍ଯ୍ୟନ୍ତ ଖୁଚୁରା ବଜାରରେ ଦେଖିବାକୁ ମିଳିନାହିଁ। ଗତ ତିନି ଦିନ ମଧ୍ୟରେ କାରଖାନା ଦ୍ୱାର ଦର କ୍ୱିଣ୍ଟାଲ ପିଛା ପ୍ରାୟ ୮୦୦ ଟଙ୍କା କମିଛି। ବର୍ତ୍ତମାନ […]

1 min read

ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ନାଗରିକ, ବିଶେଷକରି ମୁସଲିମ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ନିଜ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ, ଇଦ୍-ଏ-ମିଲାଦ୍-ଉନ୍-ନବୀ ପବିତ୍ର ପର୍ବ ପୟଗମ୍ବର ମହମ୍ମଦଙ୍କ ମହାନ ଶିକ୍ଷା ଓ ଆଦର୍ଶକୁ ସ୍ମରଣ କରିବାର ଏକ ଅବସର। ତାଙ୍କ ଶିକ୍ଷା ଆମକୁ ପବିତ୍ର ଆଚରଣ ଓ କର୍ତ୍ତବ୍ୟନିଷ୍ଠାର ପଥରେ ଚାଲିବାକୁ ପ୍ରେରଣା ଦିଏ। ସେ କହିଛନ୍ତି, ପୟଗମ୍ବର […]

1 min read

ଓଣମ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଣମ୍ ଅବସରରେ ଦେଶବାସୀଙ୍କୁ, ବିଶେଷକରି ଭାରତ ଓ ବିଦେଶରେ ରହୁଥିବା କେରଳବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ନୂଆ ଫସଲ ଆସିବା ସମୟରେ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶର ଏକ ପର୍ବ ହେଉଛି ଓଣମ୍। ଏହା କେରଳର ସମୃଦ୍ଧ ସଂସ୍କୃତି ଓ ଭାଇଚାରାର ଭାବନାକୁ ପ୍ରତିଫଳିତ କରେ। ଓଣମ୍ ‘ବିବିଧତାରେ ଏକତା’ର ବାର୍ତ୍ତାକୁ ମଧ୍ୟ ଆହୁରି ମଜବୁତ କରେ। ନୌକା ଦୌଡ଼, ଲୋକନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା ଭଳି […]

1 min read

🌟ଆଜିର ରାଶିଫଳ ୨୫ ଅଗଷ୍ଟ ୨୦୨୬

♈ ମେଷ ଆଜି ନୂଆ ଯୋଜନା ଆରମ୍ଭ କରିବାରେ ଦିନଟି ଅନୁକୂଳ। ପଢ଼ାଶୁଣା ଓ କାମରେ ଏକାଗ୍ରତା ବଢ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରୁ ଭଲ ଖବର ମିଳିପାରେ। ♉ ବୃଷ ଧୈର୍ଯ୍ୟର ସହ କାମ କଲେ ଅଟକିଥିବା କାମ ଆଗକୁ ବଢ଼ିବ। ଆର୍ଥିକ ଦିଗରେ ସ୍ଥିରତା ରହିବ। ବନ୍ଧୁଙ୍କ ସହ ଭୁଲ ବୁଝାମଣା ହୋଇପାରେ, ତେଣୁ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ♊ ମିଥୁନ ନୂଆ ତଥ୍ୟ ଓ ଅଭିଜ୍ଞତା ଆସନ୍ତାକାଲି ଆପଣଙ୍କୁ ଲାଭ ଦେବ। […]

1 min read

କଳକାରଖାନା ପାଇଁ ମରୁଛି ଟିକିରା-ବ୍ରାହ୍ମଣୀ; ପ୍ରଦୂଷଣରେ ଅସ୍ତବ୍ୟସ୍ତ ଜନଜୀବନ

କଣିହାଁ: ଦିନେ ଥିଲା ଟିକିରା ଓ ବ୍ରାହ୍ମଣୀ ନଦୀର ପାଣି ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ସଦୃଶ। ସ୍ୱଚ୍ଛ ଓ ନିର୍ମଳ ଜଳରେ ନଦୀ ଦୁଇଟି ଅଞ୍ଚଳବାସୀଙ୍କ ଜୀବନ ଓ ଜୀବିକାର ମୁଖ୍ୟ ଆଧାର ଥିଲା। କିନ୍ତୁ ସମୟ ବଦଳିବା ସହ କଣିହାଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ କରି କଳକାରଖାନା ଗଢ଼ିଉଠିବା ପରେ ଏହି ଦୁଇ ନଦୀର ଅବସ୍ଥା ଦୟନୀୟ ହୋଇପଡ଼ିଛି। କଳକାରଖାନା ଯୋଗୁଁ ଲୋକଙ୍କୁ ନିଯୁକ୍ତି ମିଳିଛି ସତ, ହେଲେ ଏହାର ପ୍ରତିକୂଳ ପ୍ରଭାବ ସ୍ଥାନୀୟ […]

1 min read

ବିକାଶଠାରୁ ବହୁ ଦୂରରେ ବିଜେପୁର; ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର-କର୍ମଚାରୀ ଅଭାବ

ବିଜେପୁର: ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚିତ ବିଜେପୁର ନିର୍ବାଚନମଣ୍ଡଳୀ ଦୁଇଟି ହାଇପ୍ରୋଫାଇଲ୍‌ ଉପନିର୍ବାଚନର ସାକ୍ଷୀ ରହିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ସହ ବିକାଶ ପାଇଁ ଦିଆଯାଇଥିଲା ଅନେକ ପ୍ରତିଶ୍ରୁତି। ହେଲେ ଏବେ ବି ବିଜେପୁରର ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି। ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ଲୋକଙ୍କ ପାଇଁ ବଡ଼ ସମସ୍ୟା […]