1 min read

ଆଜିର ରାଶିଫଳ

ମେଷ (Aries) କର୍ମକ୍ଷେତ୍ରରେ ପଦୋନ୍ନତି ଓ ସଫଳତାର ଯୋଗ ରହିଛି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ହସଖୁସିର ପରିବେଶ ରହିବ, ମାତ୍ର ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦିଅନ୍ତୁ। ବୃଷ (Taurus) ନୂତନ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଶୁଭ। ବ୍ୟବସାୟରେ ଲାଭ ମିଳିବ। ଦୂର ଯାତ୍ରାର ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହଯୋଗ ଆପଣଙ୍କ ଉତ୍ସାହ ବୃଦ୍ଧି କରିବ। ମିଥୁନ (Gemini) କାର୍ଯ୍ୟଭାର ବୃଦ୍ଧି ହେତୁ ମାନସିକ ଚାପ ରହିପାରେ। ଗୁପ୍ତ ଶତ୍ରୁଙ୍କଠାରୁ […]

1 min read

ସୁଭଦ୍ରା ଯୋଜନା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା! ଲାଟ୍ରିନ୍ ଟାଙ୍କିରୁ ମିଳିଲା ମୃତଦେହ

ଢେଙ୍କାନାଳ: ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ଥିବା ପାଇଖାନା ଟାଙ୍କିରେ ମୃତଦେହ ପୋତି ଦେଇଥିବା ଅଭିଯୋଗ ଆସିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତର ଜୁଆଙ୍ଗ ସାହିରେ ଘଟିଛି। ସୂଚନା ଅନୁଯାୟୀ, ଗାଁର ଗିରୀଶ ପ୍ରଧାନଙ୍କ ପତ୍ନୀ କୌଶଲ୍ୟା ଶୁକ୍ରବାର ସୁଭଦ୍ରା ଯୋଜନାର ଟଙ୍କା ପାଇଥିଲେ। ଏହି ଟଙ୍କା ଉଠାଇବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୋଗ ଅନୁସାରେ, ଗିରୀଶ […]

1 min read

କଳାହାଣ୍ଡିରେ କୁଷ୍ଠରୋଗ ଚିନ୍ତାଜନକ; ୨୦୨୩-୨୪ରେ ସର୍ବାଧିକ ୬୮୬ ନୂଆ ରୋଗୀ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ଚାଲିଥିବା ସତ୍ତ୍ୱେ ନୂଆ ରୋଗୀ ଚିହ୍ନଟ ସଂଖ୍ୟାରେ ଉତ୍‌ଥାନ-ପତନ ଦେଖିବାକୁ ମିଳୁଛି। ଜାତୀୟ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ (NLEP) ସମ୍ପର୍କିତ ରିପୋର୍ଟରେ ୨୦୨୦-୨୧ରୁ ୨୦୨୫-୨୬ ମାର୍ଚ୍ଚ ପର୍ଯ୍ୟନ୍ତର ତଥ୍ୟ ଏହି ଚିତ୍ରକୁ ସାମ୍ନାକୁ ଆଣିଛି। ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ ୨୯୧ ଜଣ ନୂଆ କୁଷ୍ଠରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୧-୨୨ରେ ଏହି ସଂଖ୍ୟା ୨୫୧ ରହିଥିଲା। ୨୦୨୨-୨୩ରେ ଏହା ବଢ଼ି ୪୧୫ରେ ପହଞ୍ଚିଥିଲା। ୨୦୨୩-୨୪ରେ ସର୍ବାଧିକ ୬୮୬ ଜଣ ନୂଆ […]

1 min read

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଖାଦ୍ୟ, ତୃତୀୟ ମହଲାକୁ ଚଢ଼ିବାକୁ ପଡୁଛି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ସରକାରୀ ଖାଦ୍ୟ। ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଖକୁ ଖାଦ୍ୟ ଯୋଗାଣ ନହୋଇ ସେମାନଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ଆଣିବାକୁ ପଡୁଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଅଭିଯୋଗ ଆସିଛି। ନିୟମ ଅନୁଯାୟୀ, ହସ୍ପିଟାଲରେ ରୋଗୀଙ୍କ ପାଖକୁ ଖାଦ୍ୟ ପହଞ୍ଚାଇ ଦିଆଯିବା କଥା। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ନେଇଥିବା ସଂସ୍ଥା ଏହି ନିୟମ […]

1 min read

କେଶର ଏତେ ମହଙ୍ଗା କାହିଁକି? ଜାଣନ୍ତୁ ଏହାର ମୂଲ୍ୟ ଓ ଚାହିଦା ପଛର କାରଣ

ଭୁବନେଶ୍ୱର: କେଶରକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରୁ ଗୋଟିଏ କୁହାଯାଏ। ଏହାର ମୂଲ୍ୟ ଶୁଣି ଅନେକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଗୋଟିଏ କିଲୋ କେଶରର ମୂଲ୍ୟ ପ୍ରାୟ ୩.୫ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ତେବେ ବଜାରର ଚାହିଦା, ଗୁଣବତ୍ତା ଓ ଉତ୍ପାଦନ ଅନୁସାରେ ଏହି ଦର କମ୍‌ ବା ଅଧିକ ହୋଇଥାଏ। ଅଧିକ ଦାମର ପ୍ରମୁଖ କାରଣ କେଶରର ଦାମ ଏତେ ଅଧିକ ହେବା ପଛରେ ଅନେକ କାରଣ ରହିଛି। ପ୍ରଥମତଃ, କେଶର […]

1 min read

ଆଜିର ରାଶିଫଳ; ୧୨ ରାଶି ପାଇଁ କେମିତି ରହିବ ଦିନ?

ଭୁବନେଶ୍ୱର: ଆଜି ଗ୍ରହ-ନକ୍ଷତ୍ରର ପ୍ରଭାବ ଅନୁସାରେ ୧୨ଟି ରାଶି ପାଇଁ ଦିନଟି ଭିନ୍ନ ଭିନ୍ନ ଫଳ ନେଇ ଆସିପାରେ। କେତେକ ରାଶିଙ୍କ ପାଇଁ ଚାକିରି, ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ସଫଳତାର ଯୋଗ ଥିବାବେଳେ ଆଉ କେତେକ ରାଶିଙ୍କୁ ଖର୍ଚ୍ଚ ଓ ନିଷ୍ପତ୍ତି ନେବା ସମୟରେ ସତର୍କ ରହିବାକୁ ପଡ଼ିପାରେ। ମେଷ ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟୀମାନେ ଭଲ ଲାଭ ପାଇବାର ସୁଯୋଗ ପାଇପାରନ୍ତି। ପରିବାରରେ ଖୁସିର ପରିବେଶ ରହିବ। […]

1 min read

ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନାରେ ଶ୍ରେଷ୍ଠ: ଓଡ଼ଗାଁ ଏନ୍‌ଏସିକୁ ୨ କୋଟି ଟଙ୍କା ପୁରସ୍କାର

ଓଡ଼ଗାଁ: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ରାଜସ୍ୱ ଆୟ ବୃଦ୍ଧି ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜସ୍ୱ ଆୟ ବୃଦ୍ଧିରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଏବଂ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଓଡ଼ଗାଁ ଏନ୍‌ଏସିକୁ ରାଜ୍ୟର ଶ୍ରେଷ୍ଠ ଏନ୍‌ଏସି ଭାବେ ଚୟନ କରାଯାଇଛି। ଏହି ସଫଳତା ପାଇଁ ଓଡ଼ଗାଁ ଏନ୍‌ଏସିକୁ ୨ କୋଟି ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଡ଼ିଶା ସରକାରଙ୍କ ଗୃହ […]

1 min read

ମା’ବାପାଙ୍କୁ ହରାଇ ୪ ନାବାଳିକା ଅସହାୟ: ୧୦ କେଜି ଚାଉଳରେ ଚଳୁଛି ପରିବାର, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ନୀଳଗିରି: ମାତ୍ର ୩ ମାସ ମଧ୍ୟରେ ମା’ବାପାଙ୍କୁ ହରାଇ ଏବେ ଅସହାୟ ହୋଇପଡ଼ିଛନ୍ତି ୪ ନାବାଳିକା ଭଉଣୀ। ମୁଣ୍ଡ ଉପରେ ନାହିଁ ଛାତ, ପେଟକୁ ନାହିଁ ଦୁଇବେଳାର ଖାଦ୍ୟ। ବାପାମା’ଙ୍କ ରାସନ କାର୍ଡରେ ମିଳୁଥିବା ୧୦ କେଜି ଚାଉଳ ଏବେ ଏହି ଅସହାୟ ପରିବାରର ଏକମାତ୍ର ଭରସା ପାଲଟିଛି। ସ୍ବର୍ଣ୍ଣଚୂଡ଼ ପାହାଡ଼ ଉପରେ ଥିବା ଏକ ଭଙ୍ଗା କୁଡ଼ିଆରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି ଏହି ୪ ଭଉଣୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସି ଅନ୍ତର୍ଗତ […]

1 min read

କଲ୍ୟାଣମୁଣ୍ଡା ଡାକ୍ତରଖାନାରେ ଡାକ୍ତର ଅଭାବ: ୨ ମାସ ହେଲା ଛୁଟିରେ ଡାକ୍ତର, ରୋଗୀସେବା ବ୍ୟାହତ

କଲ୍ୟାଣମୁଣ୍ଡା: କଲ୍ୟାଣମୁଣ୍ଡା ବ୍ଲକ୍‌ ରିସିଡାସ୍ଥିତ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ରୋଗୀସେବା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର ପ୍ରାୟ ଦୁଇ ମାସ ହେଲା ଛୁଟିରେ ଥିବାରୁ ଏହାର ପ୍ରଭାବ ସିଧାସଳଖ ଭାବେ ରୋଗୀସେବା ଉପରେ ପଡ଼ିଛି। ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ହଇରାଣ ହେଉଛନ୍ତି। ଅନେକ ରୋଗୀ ଚିକିତ୍ସା ନପାଇ ଘରୋଇ ନର୍ସିଂହୋମ୍‌ କିମ୍ବା ଅନ୍ୟ ଡାକ୍ତରଖାନାର ଦ୍ୱାରସ୍ଥ ହେଉଥିବା ଦେଖାଯାଉଛି। […]

1 min read

ବର୍ଷାରେ ବେହାଲ ଚୌଦ୍ୱାର ୧୭ ନମ୍ବର ୱାର୍ଡ: ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟାତ ବାଧାପ୍ରାପ୍ତ

ଚୌଦ୍ୱାର, ୨୮ା୮: ଗୁରୁବାର ଅପରାହ୍ଣରେ ଦୀର୍ଘ ସମୟ ଧରି ମୁଷଳଧାରାରେ ବର୍ଷା ହେବା ଫଳରେ ଚୌଦ୍ୱାର ପୌରାଞ୍ଚଳର ୧୭ ନମ୍ବର ୱାର୍ଡର ଅବସ୍ଥା ବେହାଲ ହୋଇପଡ଼ିଛି। ପ୍ରାୟ ଦୁଇ ଘଣ୍ଟା ଧରି ଲଗାଣ ବର୍ଷା ହେବାରୁ ୱାର୍ଡର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗଳିକନ୍ଦିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଫଳରେ ସ୍ଥାନୀୟ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ପ୍ରତିବର୍ଷ ବର୍ଷା ଋତୁରେ ୧୭ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳରେ […]