1 min read

ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ଦେବ ଅକାଳୀ ଦଳ: ବଦଳିଲା ସୁଖବୀରଙ୍କ ସ୍ୱର

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଠିକ୍ ଦିନକ ପରେ ଶିରୋମଣି ଅକାଳୀ ଦଳ (ଏସଏଡି) ମୁଖ୍ୟ ସୁଖବୀର ସିଂହ ବାଦଲ ନିଜ ରାଜନୈତିକ ଆଭିମୁଖ୍ୟ ବଦଳାଇଛନ୍ତି। ଆସନ୍ତା ସଂସଦ ଅଧିବେଶନରେ ତାଙ୍କ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ‘ପୁନଃ ସୀମା ନିର୍ଦ୍ଧାରଣ ବିଲ୍’ (Delimitation Bill) ଏବଂ ‘ମହିଳା ସଂରକ୍ଷଣ ବିଲ୍’କୁ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ବାଦଲ ଶନିବାର ଘୋଷଣା କରିଛନ୍ତି। ମେଣ୍ଟ ଫେରିବା ନେଇ ସଙ୍କେତ? ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ […]

1 min read

ବୈତରଣୀରେ ପୁଣି ବନ୍ୟା ଆଶଙ୍କା, ବନ୍ୟାଞ୍ଚଳ ବୁଲିଲେ ଜିଲ୍ଲାପାଳ

ଯାଜପୁର, (ପିପିଏସ୍): ଲଗାଣ ବର୍ଷା ଓ ବୈତରଣୀ-କାଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପୁଣିଥରେ ବନ୍ୟା ପ୍ରଭାବିତ ହୋଇଛି। ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଅଗଷ୍ଟ ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଦଶରଥପୁର ନିକଟରେ ନଦୀର ଜଳସ୍ତର ବିପଦ ସଙ୍କେତ ୯.୫୨ ମିଟର ଟପି ୧୦.୬୦ ମିଟରରେ ପ୍ରବାହିତ ହେଉଛି। ସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଦଶରଥପୁର ବ୍ଲକର ବିଭିନ୍ନ […]

1 min read

ହନିଟ୍ରାପ୍‌ରେ ଫସିଲେ ଭାରତୀୟ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ, (ପିପିଏସ୍): ପାକିସ୍ତାନକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ  କମାଣ୍ଡରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଧିକାରୀ ଜଣଙ୍କ ବିରୋଧରେ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ସେ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।ଦିଲ୍ଲୀ ପୁଲିସର ସୂଚନାନୁଯାୟୀ ୱିଙ୍ଗ କମାଣ୍ଡରଙ୍କୁ ଏକ ଫିଲ୍ଡ ୟୁନିଟରେ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ହନି ଟ୍ରାପ୍ ମାଧ୍ୟମରେ ତାଙ୍କୁ ଟାର୍ଗେଟ କରାଯାଇଥିଲା। ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଜଡ଼ିତ ଜଣେ ମହିଳା ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କ ସହିତ ଯୋଗାଯୋଗ ଏବଂ କଥାବାର୍ତ୍ତା ଆରମ୍ଭ କରିଥିଲେ। ମହିଳା ଜଣକ ଧୀରେ ଧୀରେ ବାୟୁସେନା ଅଧିକାରୀଙ୍କ ବିଶ୍ୱାସ ହାସଲ କରି ଭିଡିଓ କଲ୍ ଏବଂ ଚାଟ୍ ମାଧ୍ୟମରେ ସାମରିକ କାର୍ଯ୍ୟକଳାପ ଏବଂ ସୈନ୍ୟ ମୁତୟନ ସମ୍ପର୍କରେ ସୂଚନା ମାଗିବା ଆରମ୍ଭ କରିଥିଲେ। ବାୟୁସେନା ଅଧିକାରୀଜଣକ ଡିଜିଟାଲ୍ ମାଧ୍ୟମରେ ମହିଳାଙ୍କୁ ବିଭିନ୍ନ ଫଟୋଗ୍ରାଫ୍, ଭିଡିଓ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଏବଂ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି।ତଦନ୍ତ ସମୟରେ ପୁଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଅଧିକାରୀ ଜଣକ ନିଜର ଜଣେ ସହଯୋଗୀ ଅଧିକାରୀଙ୍କ ମୋବାଇଲ୍ ଫୋନରେ ଏକ ସନ୍ଦିଗ୍ଧ ଆପ୍ ଇନଷ୍ଟଲ୍ କରିଥିଲେ। ଏହି ଆପ୍ ସ୍ପାଏୱେର୍ କିମ୍ବା ରିମୋଟ୍-ଆକ୍ସେସ୍ ମାଲୱେର୍ ଭାବରେ କାର୍ଯ୍ୟ କରିପାରେ, ଯାହା ଡିଭାଇସ୍ ଡାଟା ହାସଲ କରିବା, ଲୋକେସନ ଟ୍ରାକ୍ କରିବା କିମ୍ବା କଥାବାର୍ତ୍ତା ଅଟକାଇବା ପାଇଁ ବ୍ୟବହାର କରାଯାଇପାରିବ। ପୁଲିସ ଏବେ କେତେ ଡାଟା ଲିକ୍ ହୋଇଛି ଏବଂ ଏହାକୁ କିପରି ବ୍ୟବହାର କରାଯାଇଛି ତାହାର ତଦନ୍ତ କରୁଛି।ପୁଲିସ କହିଛି ଯେ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସଂପୃକ୍ତ ବାୟୁସେନା ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ମହିଳା ପାକିସ୍ତାନର ହ୍ୟାଣ୍ଡଲରଙ୍କ ନିର୍ଦେଶରେ କାର୍ଯ୍ୟ କରୁଥିଲେ। ପୁଲିସ ଅଭିଯୁକ୍ତ ଅଧିକାରୀ ଏବଂ ମହିଳାଙ୍କ ମଧ୍ୟରେ ହୋଇଥିବା ଚାଟ୍, ଭିଡିଓ କଲ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଯୋଗାଯୋଗର ରେକର୍ଡ ଯାଞ୍ଚ୍ କରୁଛି। ଅଧିକାରୀ କେତେ ପରିମାଣର ସମ୍ବେଦନଶୀଳ ସାମରିକ ସୂଚନା ସେୟାର କରିଥିଲେ ଏବଂ ଏହି ନେଟୱାର୍କରେ ଅନ୍ୟ ବ୍ୟକ୍ତିମାନେ ସାମିଲ ଅଛନ୍ତି ତାହାର ତଦନ୍ତ ମଧ୍ୟ କରାଯାଉଛି। ଭାରତୀୟ ବାୟୁସେନାର ଗୁଇନ୍ଦା ବିଭାଗ ଏହି ମାମଲା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଲ୍ଲୀ ପୁଲିସକୁ ପ୍ରଦାନ କରିଥିଲା। ଏହାପରେ ୱିଙ୍ଗ କମାଣ୍ଡରଙ୍କୁ ମେ’ ୩୧ ରାତିରେ ଗିରଫ କରାଯାଇଥିଲା। ସଂପୃକ୍ତ ବାୟୁସେନା, ଅଧିକାରୀଙ୍କ ଉପରେ ପୂର୍ବରୁ ନଜର ରଖାଯାଇଥିଲା।

1 min read

ଭଦ୍ରକରେ ବଢୁଛି ଚୋରା ମଦ କାରବାର ଅଭିଯୋଗ, ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ

ଭଦ୍ରକ, (ପିପିଏସ୍): ସରକାରଙ୍କ ପକ୍ଷରୁ ‘ନିଶାମୁକ୍ତ ଓଡ଼ିଶା’ ପାଇଁ ସଚେତନତା ଅଭିଯାନ ଜାରି ରହିଥିବାବେଳେ ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ନେଇ ଅଭିଯୋଗ ଉଠିଛି। ବିଶେଷକରି ପୁରୁଣାବଜାର, ମିର୍ଜାପୁର ଓ ନାଥସାହି ଅଞ୍ଚଳରେ ଦେଶୀ ମଦର ବେଆଇନ କାରବାର ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଭଦ୍ରକ ପୁରୁଣାବଜାର ଥାନା ଓ ଅବକାରୀ ଥାନା ଅଧୀନର କିଛି ଅଞ୍ଚଳରେ ଘରେ ଘରେ ଚୋରା ଦେଶୀ ମଦ […]

1 min read

ଡକ୍ଟର ମହତାବଙ୍କ ସ୍ୱପ୍ନର ‘ପ୍ରଜାତନ୍ତ୍ର’ ଓଡ଼ିଆ ଅସ୍ମିତାର କେନ୍ଦ୍ର।

‘ପ୍ରଜାତନ୍ତ୍ର’ ଜନମତର ସ୍ୱର, ଓଡ଼ିଆ ଅସ୍ମିତାର କେନ୍ଦ୍ର କଟକ, (ପିପିଏସ୍): ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ରାଜନୀତି—ପ୍ରତିଟି କ୍ଷେତ୍ରରେ ‘ପ୍ରଜାତନ୍ତ୍ର’ ନେତୃତ୍ୱ ନେଇ ଜନମତର ସ୍ୱର ପାଲଟିଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ଏବଂ ଗର୍ବ ଓ ଗୌରବର କେନ୍ଦ୍ର। ଅଗଣିତ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱର କଳା ଓ କୌଶଳ ଶିଖାଇଛି ‘ପ୍ରଜାତନ୍ତ୍ର’। ଏହାର ୭୯ତମ ଜନ୍ମବାର୍ଷିକୀ ଉତ୍ସବରେ ବିଶିଷ୍ଟ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି। ବିଷୁବ ମଣ୍ଡପରେ ଆୟୋଜିତ ସମାରୋହରେ […]

1 min read

ପ୍ରଜାତନ୍ତ୍ରର ୭୯ତମ ପ୍ରତିଷ୍ଠା ଉତ୍ସବ

କଟକ(ପିପିଏସ୍): ୧୯୪୭ ଅଗଷ୍ଟ ୮ ତାରିଖକୁ ହିସାବ କଲେ ଏହା ୭୯ ବର୍ଷରେ ପଦାର୍ପଣ କରିଛି । ୧୯୨୩ ମସିହା ଅଗଷ୍ଟ ୨୩ ତାରିଖରେ ଏହା ପ୍ରଥମକରି ପ୍ରକାଶ ପାଇଥିଲା । ଯାହାର ୧୦୦ ବର୍ଷ ପାଳନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ପ୍ରଜାତନ୍ତ୍ର ପ୍ରକାଶନରେ ବହୁ ଆହ୍ୱାର ସମ୍ମୁଖୀନ ହେଉଛି । ତେବେ ‘ଗାଁ ମଜଲିସ୍’ ୧୯୮୩ ମସିହାର ୫୦ତମ ସଂସ୍କରଣ ସମ୍ପ୍ରତି ପ୍ରକାଶିତ ହୋଇଛି । ଏହାର ପ୍ରତିଷ୍ଠାତା ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ […]

1 min read

ପେଟରେ କବଜ ବା କୋଷ୍ଠକାଠିନ୍ୟ ସମସ୍ୟା? ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ଟି ସହଜ ଘରୋଇ ଉପାୟ

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଗରିଷ୍ଠ ଖାଦ୍ୟପେୟ ଏବଂ ଶରୀରରେ ଜଳର ଅଭାବ ଯୋଗୁଁ କୋଷ୍ଠକାଠିନ୍ୟ ବା କବଜ (Constipation) ଏକ ସାଧାରଣ ସମସ୍ୟା ପାଲଟିଛି। ପେଟ ଭଲଭାବେ ସଫା ନହେଲେ ଦିନସାରା ଗ୍ୟାସ୍, ଅରୁଚି, ପେଟ ଭାରି ଲାଗିବା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦିଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାରମ୍ବାର ଔଷଧ ଖାଇବା ବଦଳରେ ରୋଷେଇ ଘରେ ଥିବା କିଛି ପ୍ରାକୃତିକ ଜିନିଷ ଆପଣାଇ ସହଜରେ ଆଶ୍ୱସ୍ତି ପାଇପାରିବେ। ଆସନ୍ତୁ ଜାଣିବା କୋଷ୍ଠକାଠିନ୍ୟ […]

1 min read

ଘରେ ସୁଖ-ଶାନ୍ତି ପାଇଁ ବାସ୍ତୁ ଟିପ୍ସ: ଏହି ଦିଗକୁ ଦିଅନ୍ତୁ ବିଶେଷ ଧ୍ୟାନ

ଭୁବନେଶ୍ୱର: ଘରର ପରିବେଶ ସୁନ୍ଦର ଓ ସୁସଂଗଠିତ ରଖିବାରେ ବାସ୍ତୁ ସମ୍ବନ୍ଧୀୟ କିଛି ପାରମ୍ପରିକ ମାନ୍ୟତାକୁ ଅନେକ ଲୋକ ଅନୁସରଣ କରନ୍ତି। ଘରର ଦିଗ, ଆଲୋକ, ପବନ ଚଳାଚଳ ଓ ସାମଗ୍ରୀର ବ୍ୟବସ୍ଥାକୁ ନେଇ କିଛି ସରଳ ବାସ୍ତୁ ଟିପ୍ସ ରହିଛି। ୧. ମୁଖ୍ୟ ଦ୍ୱାର ସଫା ରଖନ୍ତୁବାସ୍ତୁ ମାନ୍ୟତା ଅନୁସାରେ ଘରର ମୁଖ୍ୟ ପ୍ରବେଶପଥକୁ ସଫା ଓ ଅବ୍ୟବସ୍ଥାମୁକ୍ତ ରଖିବା ଶୁଭ ବୋଲି ଧରାଯାଏ। ୨. ଘରେ ପ୍ରାକୃତିକ ଆଲୋକ ରଖନ୍ତୁଘରର ଜାଣ୍ଲା ଖୋଲା ରଖି […]

1 min read

ସ୍ତନ କର୍କଟରୁ କେମିତି ବଞ୍ଚିବେ? ସଚେତନତା ଓ ପ୍ରାରମ୍ଭିକ ଚିକିତ୍ସା ହିଁ ଏକମାତ୍ର ରାସ୍ତା; ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ।

ବର୍ତ୍ତମାନର ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗର ପ୍ରକୋପ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ‘ସ୍ତନ କର୍କଟ’ (Breast Cancer) ସବୁଠାରୁ ଭୟାବହ ରୂପ ଧାରଣ କରିଛି। କେବଳ ସହର ନୁହେଁ, କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଅନେକ ମହିଳା ଏହି ରୋଗର ଶିକାର ହେଉଛନ୍ତି। ତେବେ ଡରନ୍ତୁ ନାହିଁ, ସଠିକ୍ ସମୟରେ ସଚେତନତା, ପ୍ରାରମ୍ଭିକ ଚିହ୍ନଟ ଓ ଉଚିତ୍ ଚିକିତ୍ସା ଦ୍ୱାରା ଏହି ରୋଗରୁ […]

1 min read

ଦିଲ୍ଲୀରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ;ଓଡ଼ିଶାରେ ନିବେଶ ନେଇ ପ୍ରତ୍ୟକ୍ଷ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ଓ ନିବେଶ ବୃଦ୍ଧି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ‘ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୬’ ନିବେଶକ ସମ୍ମିଳନୀ ଓ ରୋଡ୍‌ସୋ ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଚିରିପାଲ୍‌ ପଲିଫିଲ୍ମସର ସିଇଓ ସୁମନ୍ତ ସିଂଘଲ, ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍‌ର ସିଇଓ ତଥା ନିର୍ଦ୍ଦେଶକ ହେମନ୍ତ ରୁପାନି, ବାଲାଜୀ ୱାଫର୍ସର ନିର୍ଦ୍ଦେଶକ ଶ୍ୟାମ ଭିରାନି ଓ କେୟୁର ଭିରାନି, ଲେଟ୍‌ସ ଟ୍ରାଏର ସିଇଓ […]