ପ୍ରମୁଖ ଖବର
ରାଜ୍ୟ ପଣ୍ୟାଗାର ନିଗମରୁ ୨.୮୮ କୋଟି ଟଙ୍କା ଲାଭ
ଭୁବନେଶ୍ୱର, ୧୦ ଅଗଷ୍ଟ: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨ କୋଟି ୮୮ ଲକ୍ଷ ୩୭ ହଜାର ୯୧୩ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷର ଲାଭ ଆଧାରରେ ଏହି ଲାଭାଂଶ ରାଶି ଦିଆଯାଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏହି ଲାଭାଂଶ ରାଶି ପ୍ରଦାନ କରାଯାଇଥିଲା। ଏହି ସମୟରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ […]
ଚାଷୀଙ୍କ ପାଇଁ ବଡ଼ ଖବର! ଧାନ ବିକ୍ରି ପାଇଁ ‘ଏଗ୍ରିଷ୍ଟାକ୍’ ବାଧ୍ୟତାମୂଳକ ନୁହେଁ
ଭୁବନେଶ୍ୱର, ୧୦ ଅଗଷ୍ଟ: ଚାଷୀଙ୍କ ପାଇଁ ଏଗ୍ରିଷ୍ଟାକ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସେ ସ୍ପଷ୍ଟ କରିଛନ୍ତି ଯେ, ଏଗ୍ରିଷ୍ଟାକ୍ କାର୍ଡ କରିବା ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚାଷୀଙ୍କୁ ବିଭିନ୍ନ ସରକାରୀ ସୁବିଧା ସହଜରେ ଯୋଗାଇଦେବା ଉଦ୍ଦେଶ୍ୟରେ ଏଗ୍ରିଷ୍ଟାକ୍ କାର୍ଡ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଅତିକମରେ ୧୦ ଲକ୍ଷ ଚାଷୀଙ୍କୁ ଏହି କାର୍ଡ ସହ ଯୋଡ଼ିବା ପାଇଁ ପ୍ରୟାସ ଚାଲିଥିବା ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ […]
ମଣିପୁରରେ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀ କ୍ୟାଡରଙ୍କୁ ଗିରଫ କଲା ସୁରକ୍ଷା ବାହିନୀ
ଇମ୍ଫାଲ, ଅଗଷ୍ଟ ୧୦: ମଣିପୁରରେ ସୁରକ୍ଷା ବାହିନୀ ପୃଥକ ଅପରେସନରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ତିନି ଜଣ ସନ୍ଦିଗ୍ଧ କ୍ୟାଡରଙ୍କୁ ଗିରଫ କରିଛନ୍ତି ।ସୁରକ୍ଷା ବାହିନୀ ଅଗଷ୍ଟ ୯ ତାରିଖରେ କାକଚିଙ୍ଗ ଜିଲ୍ଲାର କାକଚିଙ୍ଗ ଥାନା ଅନ୍ତର୍ଗତ ନୋଙ୍ଗଜୁବି ଚାଙ୍ଗଫାମ ନିକଟସ୍ଥ ଇକୋ ପାର୍କ ରୋଡ୍ରୁ ଆରପିଏଫ/ପିଏଲଏର ସକ୍ରିୟ କ୍ୟାଡର ଏସ୍/ଏସ୍ କର୍ପୋରାଲ ଥୋନାଓଜାମ ଇବୋଚୌବା ମେଇତେଇ ଓରଫ ଲାମ୍ଟା (୫୬) ଙ୍କୁ ଗିରଫ କରିଥିଲେ । ସେ ଏଲାଙ୍ଗଖାନପୋକପି ମାମାଙ୍ଗ ଲେଇକାଇର ବାସିନ୍ଦା ଏବଂ ବର୍ତ୍ତମାନ […]
ହୀରାକୁଦରୁ ବଢ଼ିଲା ବନ୍ୟାଜଳ ନିଷ୍କାସନ, ଖୋଲିଲା ଆଉ ୪ ଗେଟ୍
ସମ୍ବଲପୁର, ୧୦/୮: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରବିବାର ପୁଣି ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିଛି। ଫଳରେ ଜଳସ୍ତର ବଢ଼ିବାରେ ଲାଗିଥିବାରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହାପରେ ବର୍ତ୍ତମାନ ହୀରାକୁଦର ବାମ ପାର୍ଶ୍ୱର ୮ଟି ଏବଂ ଡାହାଣ ପାର୍ଶ୍ୱର ୪ଟିକୁ ମିଶାଇ ମୋଟ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ରାତି ୯ଟା ୩୦ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ହୀରାକୁଦ […]
ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାରରେ ଲାଗିବ କଟକଣା?
ଲୋକସଭାରେ ପ୍ରାଇଭେଟ୍ ବିଲ୍ ଆଣିଲେ ବିଜେପି ସାଂସଦ ନୂଆଦିଲ୍ଲୀ: ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଦେଶରେ ବଢ଼ୁଥିବା ଚିନ୍ତା ମଧ୍ୟରେ ଲୋକସଭାରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ତାଲିକାଭୁକ୍ତ ହୋଇଛି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଆଗତ ଏହି ବିଲ୍ରେ ଶିଶୁ ଓ କିଶୋରଙ୍କୁ ସୋସିଆଲ ମିଡିଆ ଏବଂ ଅନଲାଇନ୍ ପ୍ଲାଟଫର୍ମର କ୍ଷତିକାରକ ପ୍ରଭାବରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ‘ସେଫଗାର୍ଡିଂ ହେଲ୍ଦି ଇଣ୍ଟରନେଟ୍ ଏନଭାୟରନମେଣ୍ଟସ ଫର୍ ଲିଟିଲ୍ ଡିଜିଟାଲ-ନେଟିଭ୍ସ (ସିଲ୍ଡ) ବିଲ୍, […]
ଅରୁଣାଚଳ ପାଇଁ ନୂଆ ମାନଚିତ୍ର ଜାରି କଲା ଭାରତ, ଚୀନ୍କୁ ଦେଲା ବଡ଼ ବାର୍ତ୍ତା
ନୂଆଦିଲ୍ଲୀ, ୧୦।୮ (ପିପିଏସ୍): ଚୀନ୍ ସୀମାନ୍ତରେ ନିଜର ଭୌଗୋଳିକ ଓ ପ୍ରଶାସନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତ ସରକାର ଅରୁଣାଚଳ ପ୍ରଦେଶର ଏକ ସଂଶୋଧିତ ସରକାରୀ ମାନଚିତ୍ର ଜାରି କରିଛନ୍ତି। ନୂଆ ମାନଚିତ୍ରରେ ସୀମାନ୍ତର ରଣନୈତିକ ଗୁରୁତ୍ୱ ଥିବା ପାସ୍, ହ୍ରଦ, ଜନବସତି ଓ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ସହ ଜଡ଼ିତ ଐତିହାସିକ ସ୍ଥାନଗୁଡ଼ିକୁ ସାମିଲ କରାଯାଇଛି। ସୂଚନା ଅନୁଯାୟୀ, ସଂଶୋଧିତ ମାନଚିତ୍ରରେ ମୋଟ ୨୭ଟି ପ୍ରମୁଖ ସ୍ଥାନ ଓ ଭୌଗୋଳିକ ଚିହ୍ନକୁ ସ୍ଥାନ […]
FDI ନିବେଶ ପାଇଁ ସରକାରଙ୍କ ବଡ଼ ଯୋଜନା: CCEA ମଞ୍ଜୁରି ସୀମା ୩ ଗୁଣା ବଢ଼ି ୧୫ ହଜାର କୋଟି ହୋଇପାରେ
ନୂଆଦିଲ୍ଲୀ: ଦେଶରେ ବ୍ୟବସାୟିକ ବାତାବରଣକୁ ଅଧିକ ସରଳ ଓ ଅନୁକୂଳ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ଖବର ଅନୁଯାୟୀ, ପ୍ରତ୍ୟକ୍ଷ ବିଦେଶୀ ନିବେଶ (FDI) ପ୍ରସ୍ତାବଗୁଡ଼ିକର ମଞ୍ଜୁରି ପାଇଁ ନିର୍ଦ୍ଧାରିତ ଆର୍ଥିକ ସୀମାକୁ ୩ ଗୁଣା ବୃଦ୍ଧି କରାଯାଇପାରେ। ବର୍ତ୍ତମାନର ନିୟମ ଅନୁଯାୟୀ, ଯଦି କୌଣସି FDI ପ୍ରସ୍ତାବର ମୂଲ୍ୟ ୫୦୦୦ କୋଟି ଟଙ୍କାରୁ ଅଧିକ ହୁଏ, ତେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା ଅର୍ଥନୈତିକ […]
ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା, ଗୁଳିକାଣ୍ଡ ରେ ବାଂଲାଦେଶୀ ନାଗରିକ ମୃତ
ଢାକା: ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା ବାହିନୀ ମଧ୍ୟରେ ଉତ୍ତେଜନା ବଢ଼ିଥିବା ନେଇ ଖବର ଆସିଛି। ବାଂଲାଦେଶ ସୀମାରକ୍ଷୀ ବାହିନୀ (ବିଜିବି)ର ଦାବି ଅନୁଯାୟୀ, ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସଏଫ୍)ର ଗୁଳିରେ ଜଣେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କୁ କୁଲାଉରାର ମୁରିଚାରା ବସ୍ତିର ୨୦ ବର୍ଷୀୟ ତାରା ମିଆଁ ବୋଲି ଚିହ୍ନଟ କରିଛି ବିଜିବି। ବିଜିବି ବାଟାଲିୟନ କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ସରକାର ଆସିଫ୍ ମହମୁଦଙ୍କ କହିବା ଅନୁଯାୟୀ, ରବିବାର ଭୋର ପ୍ରାୟ ୪ଟା ସମୟରେ […]
ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ଦେବ ଅକାଳୀ ଦଳ: ବଦଳିଲା ସୁଖବୀରଙ୍କ ସ୍ୱର
ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଠିକ୍ ଦିନକ ପରେ ଶିରୋମଣି ଅକାଳୀ ଦଳ (ଏସଏଡି) ମୁଖ୍ୟ ସୁଖବୀର ସିଂହ ବାଦଲ ନିଜ ରାଜନୈତିକ ଆଭିମୁଖ୍ୟ ବଦଳାଇଛନ୍ତି। ଆସନ୍ତା ସଂସଦ ଅଧିବେଶନରେ ତାଙ୍କ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ‘ପୁନଃ ସୀମା ନିର୍ଦ୍ଧାରଣ ବିଲ୍’ (Delimitation Bill) ଏବଂ ‘ମହିଳା ସଂରକ୍ଷଣ ବିଲ୍’କୁ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ବାଦଲ ଶନିବାର ଘୋଷଣା କରିଛନ୍ତି। ମେଣ୍ଟ ଫେରିବା ନେଇ ସଙ୍କେତ? ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ […]
ବୈତରଣୀରେ ପୁଣି ବନ୍ୟା ଆଶଙ୍କା, ବନ୍ୟାଞ୍ଚଳ ବୁଲିଲେ ଜିଲ୍ଲାପାଳ
ଯାଜପୁର, (ପିପିଏସ୍): ଲଗାଣ ବର୍ଷା ଓ ବୈତରଣୀ-କାଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପୁଣିଥରେ ବନ୍ୟା ପ୍ରଭାବିତ ହୋଇଛି। ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଅଗଷ୍ଟ ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଦଶରଥପୁର ନିକଟରେ ନଦୀର ଜଳସ୍ତର ବିପଦ ସଙ୍କେତ ୯.୫୨ ମିଟର ଟପି ୧୦.୬୦ ମିଟରରେ ପ୍ରବାହିତ ହେଉଛି। ସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଦଶରଥପୁର ବ୍ଲକର ବିଭିନ୍ନ […]
