ଶିଳ୍ପ ଓ ବାଣିଜ୍ୟ
୨୦୩୦ ସୁଦ୍ଧା ୧୦ ଗ୍ରାମ ସୁନା ୧୦ ଲକ୍ଷ ଟଙ୍କା! ବିଶେଷଜ୍ଞଙ୍କ ପୂର୍ବାନୁମାନରେ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ: ସୁନା କେବଳ ଅଳଙ୍କାର ନୁହେଁ, ଭାରତୀୟ ପରିବାର ପାଇଁ ଏହା ଏକ ସୁରକ୍ଷିତ ନିବେଶ ଓ ଆର୍ଥିକ ଭରସାର ପ୍ରତୀକ। ଏବେ ସୁନା ଦରକୁ ନେଇ ଏକ ଚର୍ଚ୍ଚିତ ପୂର୍ବାନୁମାନ ସାମ୍ନାକୁ ଆସିଛି। ବଜାର ବିଶେଷଜ୍ଞଙ୍କ ମତରେ, ୨୦୩୦ ଦଶକର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ୧୦ ଗ୍ରାମ ସୁନାର ଦର ୧୦ ଲକ୍ଷ ଟଙ୍କା ଟପିଯାଇପାରେ। ତେବେ ଏହା କେବଳ ଏକ ବଜାର ଆକଳନ, ନିଶ୍ଚିତ ପୂର୍ବାନୁମାନ ନୁହେଁ। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ବିଶ୍ୱ ବଜାରରେ ସୁନାର […]
Old Monkରୁ McDowell’s ପର୍ଯ୍ୟନ୍ତ: କିଛି ମଦ ବ୍ରାଣ୍ଡର ନିର୍ଦ୍ଦିଷ୍ଟ ଭାରିଆଣ୍ଟକୁ ନେଇ FSSAIର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ, ୬/୮: ଦେଶର କିଛି ଲୋକପ୍ରିୟ ରମ୍ ଓ ହ୍ୱିସ୍କିର ନିର୍ଦ୍ଦିଷ୍ଟ ଭାରିଆଣ୍ଟକୁ ନେଇ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ପକ୍ଷରୁ ଏନ୍ଫୋର୍ସମେଣ୍ଟ କାର୍ଯ୍ୟାନୁଷ୍ଠାନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ମଦ ଶିଳ୍ପରେ ଚର୍ଚ୍ଚା ଆରମ୍ଭ ହୋଇଛି। Old Monk, McDowell’s, Royal Challenge, Bagpiper ଓ Antiquity Blue ଭଳି ଲୋକପ୍ରିୟ ବ୍ରାଣ୍ଡର କିଛି ନିର୍ଦ୍ଦିଷ୍ଟ ଭାରିଆଣ୍ଟ ନିୟମ ଉଲ୍ଲଂଘନ ଅଭିଯୋଗରେ ନିୟାମକଙ୍କ ଯାଞ୍ଚ ପରିସରକୁ ଆସିଛି। ତେବେ ଏହି […]
ଛତିଶଗଡ଼ ରୁ ଆସୁଛି ନକଲି ସାର; ଅସ୍ତରଙ୍ଗରେ ୟୁରିଆ କଳାବଜାର, ଦୁଇ ଗୁଣା ଦରରେ ବିକ୍ରି !
ଅସ୍ତରଙ୍ଗ, ୦୫/୦୮: ବନ୍ୟା ପାଣି ଓହରିଛି, କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଚାଷୀଙ୍କ ଆଖିରୁ ପାଣି ଶୁଖୁନି। କାରଣ ଜମିରେ ଧାନ ବୁଣିବାକୁ ଯାଇ ସେମାନେ ଏବେ ନକଲି ସାର ଓ କଳାବଜାରର କବଳରେ ପଡିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଗତ କିଛି ଦିନର ପ୍ରବଳ ବର୍ଷାରେ ଅନେକ ଚାଷ ଜମି ବୁଡି ରହିଥିଲା ଏହା ଶହ ବନ୍ୟା । ଏବେ ପାଣି ଓହରିବା ପରେ ଖରିଫ ଚାଷ ଆରମ୍ଭ ହୋଇଛି। ଏହି ସମୟରେ […]
ମେଟା ପାଇଁ ବଢ଼ିଲା ଅଡୁଆ! ‘ସେଫ୍ ହାର୍ବର’ ନେଇ ବଡ଼ ପ୍ରଶ୍ନ
ନୂଆଦିଲ୍ଲୀ, ୫।୮: ମେଟାର ପ୍ଲାଟଫର୍ମରେ ଆପତ୍ତିଜନକ କଣ୍ଟେଣ୍ଟ, ଡିପ୍ଫେକ୍ ଏବଂ ଶିଶୁ ସୁରକ୍ଷା ସମ୍ପର୍କିତ ବିଷୟକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ପକ୍ଷରୁ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରାଯାଇଥିବା ଦାବି ହୋଇଛି। ସେପଟେ ମେଟାକୁ ‘ଇଣ୍ଟରମିଡିଆରି’ର ସଂଜ୍ଞା ଅଧୀନରେ ନ ରଖିବା ଏବଂ ‘ସେଫ୍ ହାର୍ବର’ ସୁବିଧା ଉପରେ ପ୍ରଶ୍ନ ଉଠିଛି। ଯଦି ପ୍ଲାଟଫର୍ମ କେଉଁ କଣ୍ଟେଣ୍ଟ କେଉଁ ୟୁଜରଙ୍କ ପାଖକୁ ପହଞ୍ଚିବ, ତାହା ନିଜେ ନିର୍ଦ୍ଧାରଣ […]
ଫର୍ଚ୍ୟୁନ୍ର ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ନମ୍ବର-୧, ଜାଣନ୍ତୁ କାହିଁକି ମିଳିଲା ଏହି ସ୍ଥାନ
ମୁମ୍ବାଇ: ଫର୍ଚ୍ୟୁନ୍ ଇଣ୍ଡିଆର ‘ମୋଷ୍ଟ ପାୱାରଫୁଲ୍ ଓମେନ୍ ୨୦୨୬’ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ନୀତା ଏମ୍. ଅମ୍ବାନୀ। ନେତୃତ୍ୱ, ସାମାଜିକ ପ୍ରଭାବ ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ମାଧ୍ୟମରେ ଜନକଲ୍ୟାଣ କ୍ଷେତ୍ରରେ ତାଙ୍କ ଅବଦାନକୁ ଆଧାର କରି ତାଙ୍କୁ ଏହି ସ୍ଥାନ ମିଳିଛି। ରିଲାଏନ୍ସ ଫାଉଣ୍ଡେସନ୍ର ବିଭିନ୍ନ ପଦକ୍ଷେପ ମାଧ୍ୟମରେ କୋଟି କୋଟି ଲୋକ ଉପକୃତ ହୋଇଥିବା ଫର୍ଚ୍ୟୁନ୍ ପକ୍ଷରୁ କୁହାଯାଇଛି। ମୁମ୍ବାଇର ଫୋର୍ ସିଜନ୍ସ ହୋଟେଲରେ ଫର୍ଚ୍ୟୁନ୍ ଇଣ୍ଡିଆ ପକ୍ଷରୁ ‘ମୋଷ୍ଟ ପାୱାରଫୁଲ୍ ଓମେନ୍ […]
କମ ବୟସରୁ କୋଟି ପତି ଚ୍ୟାଲେଞ୍ଜ
କିଛି ବର୍ଷ ପୂର୍ବେ ସମୟ ଏମିତି ଥିଲା , ଯେତେବେଳେ ଭାରତର ସବୁଠୁ ଧନୀ ତାଲିକାରେ କେବଳ ବଡ଼ ବଡ଼ ବ୍ୟବସାୟୀ ଘର ପରିବାରର ନାଁ ରହୁ ଥିଲା। କିନ୍ତୁ ଏବେ ସେହି ସମୟ ବଦଳି ଯାଇଛି। ନୂଆ ପିଢ଼ିର ଯୁବ ଷ୍ଟାର୍ଟଅପ୍ ଫାଉଣ୍ଡରମାନେ ଖୁବ୍ କମ୍ ବୟସରେ ହଜାର ହଜାର କୋଟି ଟଙ୍କାର କମ୍ପାନୀ ଛିଡ଼ା କରି ଦେଇଛନ୍ତି। ଏହି ବଦଳୁ ଥିବା ଭାରତର ସବୁଠୁ ବଡ଼ ଉଦାହରଣ ଏବେ ସାଜିଛନ୍ତି ୨୨ ବର୍ଷୀୟ କୈବଲ୍ୟ ବୋହରା। ଫାଷ୍ଟ ଡେଲିଭରୀ ଆପ୍ ‘Zepto’ର କୋ-ଫାଉଣ୍ଡର କୈବଲ୍ୟ ଆଜି ଭାରତର ସବୁଠୁ ଯୁବ ଟେକ୍ କୋଟିପତି ଭାବେ ପରିଚିତ। ବୟସ ମାତ୍ର ୨୨ ବର୍ଷ। ଆଜିକାଲିର ଯୁବପିଢ଼ି ଯେଉଁ ବୟସରେ ଚାକିରି ଖୋଜିବାରେ ବ୍ୟସ୍ତ ଥାଆନ୍ତି, ସେହି ବୟସରେ କୈବଲ୍ୟ ବୋହରା ପ୍ରାୟ ୪,୪୮୦ କୋଟି ଟଙ୍କାର ନେଟୱର୍ଥ ସହ ଦେଶର ସବୁଠୁ ଯୁବ କୋଟିପତି ପାଲଟିଛନ୍ତି। କୈବଲ୍ୟ ଓ ତାଙ୍କ ପିଲାଦିନର ସାଙ୍ଗ ଆଦିତ ପଲିଚା ଆମେରିକାର ପ୍ରସିଦ୍ଧ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ପଢୁ ଥିଲେ। କିନ୍ତୁ ନିଜର ବ୍ୟବସାୟିକ ସ୍ୱପ୍ନକୁ ସାକାର କରିବା ପାଇଁ ଦୁହେଁ କଲେଜ ପଢ଼ା ଅଧାରୁ ଛାଡ଼ି ଦେଇ ଥିଲେ। କୋଭିଡ୍ ମହାମାରୀ ସମୟରେ ଲୋକଙ୍କ ନିକଟରେ ସହଜରେ ରାସନ୍ ପହଞ୍ଚାଇବା ପାଇଁ ପ୍ରଥମେ WhatsApp ରୁ ଆରମ୍ଭ ହୋଇ ଥିବା ଏହି ଆଇଡିଆ, ୨୦୨୧ରେ ‘Zepto’ ଆପ୍ର ରୂପ ନେଇ ଥିଲା। Zeptoର ସବୁଠୁ ବଡ଼ ସଫଳତା ଥିଲା ‘୧୦ ମିନିଟ୍ ଭିତରେ ଗ୍ରୋସରୀ ଡେଲିଭରୀ’ର ପ୍ରତିଶ୍ରୁତି। ଆରମ୍ଭରୁ ଅନେକ ଲୋକ ଏହାକୁ ଅସମ୍ଭବ ବୋଲି କହି ଥିଲେ ବି ସହର ଗୁଡ଼ିକରେ ଛୋଟ ଛୋଟ ଡାର୍କ ଷ୍ଟୋର୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ଟେକ୍ନୋଲୋଜି ବ୍ୟବହାର କରି କମ୍ପାନୀ ଏହାକୁ ସମ୍ଭବ କରି ଦେଖାଇଲା। ଆଜି ବ୍ଲିଙ୍କିଟ୍ (Blinkit), ସ୍ୱିଗି ଇନଷ୍ଟାମାର୍ଟ ଏବଂ ବିଗ୍ ବାସ୍କେଟ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକୁ କଡ଼ା ଟକ୍କର ଦେଉଛି Zepto। କୈବଲ୍ୟ ନିଜେ ଟେକ୍ନୋଲୋଜି ବିଭାଗ ସମ୍ଭାଳୁ ଥିବା ବେଳେ କମ୍ପାନୀର ଚିଫ୍ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଆଜିର ଡିଜିଟାଲ୍ ଇଣ୍ଡିଆ, ଶସ୍ତା ଇଣ୍ଟରନେଟ୍, UPI ଓ ଷ୍ଟାର୍ଟଅପ୍ ଆଦିରେ ଇନଭେଷ୍ଟମେଣ୍ଟ ବୃଦ୍ଧି ଯୋଗୁଁ ଭାରତରେ କୋଟିପତି ହେବାର ସଂଜ୍ଞା ବଦଳି ଯାଇଛି। ବଡ଼ ବଡ଼ ବ୍ୟବସାୟୀ ପରିବାର ଓ ଫ୍ୟାକ୍ଟ୍ରି ନଥାଇ ବି କେବଳ ଗୋଟିଏ ସଠିକ୍ ଟେକ୍ ଆଇଡିଆ ଏବଂ କଠିନ ପରିଶ୍ରମ ବଳରେ ଯୁବପିଢ଼ି ନିଜ ସ୍ୱପ୍ନ ପୂରଣ କରି ପାରୁଛନ୍ତି। କୈବଲ୍ୟଙ୍କ ଏହି ସଫଳତା ଆଜି ଦେଶର ଲକ୍ଷ ଲକ୍ଷ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। AI, ଫିନଟେକ୍ ଓ କ୍ୱିକ୍ କମର୍ସ କ୍ଷେତ୍ରରେ ଭାରତୀୟ ଯୁବପିଢ଼ିଙ୍କ ଏହିପରି ପ୍ରବେଶ ଆଜି ବିଶ୍ୱସ୍ତରୀୟ ଇନଭେଷ୍ଟରମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। କମ୍ ବୟସରୁ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜକୁ ଗ୍ରହଣ କରି ସଫଳ ହେବାର ଏହି କାହାଣୀ ପ୍ରମାଣିତ କରୁଛି ଯେ, ନୂଆ ଭାରତର ନୂଆ ପିଢ଼ି ଆଉ କାହା ଠାରୁ ପଛରେ ନାହାଁନ୍ତି।
କ୍ୟାଣ୍ଡେରେ ହୁରୁନ୍ ଇଣ୍ଡିଆ ୱିମେନ୍ ଲିଡର୍ସ ଲିଷ୍ଟ ୨୦୨୬ ପ୍ରକାଶିତ: ୧୧୭ ଜଣ ପ୍ରଭାବଶାଳୀ ମହିଳା ସମ୍ମାନିତ, ୯୮ ଜଣ ‘ସେଲ୍ଫ ମେଡ୍’
ମୁମ୍ବାଇ, ୩୧୲୦୭: ଦେଶର ପ୍ରଭାବଶାଳୀ ଓ ସଫଳ ମହିଳାମାନଙ୍କୁ ସମ୍ମାନିତ କରିବା ପାଇଁ ‘କ୍ୟାଣ୍ଡେରେ ହୁରୁନ୍ ଇଣ୍ଡିଆ ୱିମେନ୍ ଲିଡର୍ସ ଲିଷ୍ଟ ୨୦୨୬’ ଗୁରୁବାର ଜାରି କରାଯାଇଛି। ଏହି ତାଲିକାରେ ୮୬ ବର୍ଷୀୟା ବରିଷ୍ଠ ମହିଳାଙ୍କଠାରୁ ଆରମ୍ଭ କରି ୧୯ ବର୍ଷର ଯୁବତୀଙ୍କ ପର୍ଯ୍ୟନ୍ତ ସ୍ଥାନ ପାଇଛନ୍ତି। ବିଜନେସ୍, ସ୍ପୋର୍ଟସ୍, ମିଡିଆ, ସାହିତ୍ୟ ଓ ସମାଜସେବା ଭଳି ୧୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋଟ ୧୧୭ ଜଣ ମହିଳାଙ୍କୁ ଚଳିତ […]
ଓଡ଼ିଶାର ସ୍ୱଚ୍ଛଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁପ୍ର ବିଶାଳ ନିବେଶ: ₹୧.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ, ସୃଷ୍ଟି ହେବ ୨୨ ହଜାରରୁ ଅଧିକ ନିଯୁକ୍ତି
ଭୁବନେଶ୍ୱର, ୩୦୲୦୭: ଓଡ଼ିଶାର ଅକ୍ଷୟ ଓ ସ୍ୱଚ୍ଛଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁପ୍ ପକ୍ଷରୁ ଏକ ବିଶାଳ ପୁଞ୍ଜି ନିବେଶ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ସ୍ୱଚ୍ଛଶକ୍ତିର ବିକାଶ ପାଇଁ କମ୍ପାନୀ ₹୧.୫ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଅର୍ଥନୀତି ସୁଦୃଢ଼ ହେବା ସହ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିଶାଳ ପୁଞ୍ଜି ନିବେଶ: ଓଡ଼ିଶାର ସ୍ୱଚ୍ଛଶକ୍ତି କ୍ଷେତ୍ରକୁ ସୁଦୃଢ଼ […]
ଆମେରିକାରେ H-1B ଭିସା ୩ ବର୍ଷ ପାଇଁ ବ୍ୟାନ! ଆଗତ ହେଲା ‘End H-1B Abuse Act 2026’ ବିଲ୍
ୱାଶିଂଟନ୍/ନୂଆଦିଲ୍ଲୀ: ଆମେରିକାରେ H-1B ଭିସା ମାଧ୍ୟମରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ପେଶାଦାର ଓ ଆଇଟି କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ସେନେଟ୍ରେ ଜଣେ ରିପବ୍ଲିକାନ୍ ସେନେଟର H-1B ଭିସା କାର୍ଯ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ ପାଇଁ ଏକ ନୂତନ ବିଲ୍ ଆଗତ କରିଛନ୍ତି। ‘End H-1B Abuse Act 2026’ ନାମକ ଏହି ବିଲ୍ରେ ନୂତନ H-1B ଭିସା ପ୍ରଦାନ ଉପରେ ୩ ବର୍ଷର ନିଷେଧାଦେଶ (Suspension) ଲଗାଇବାକୁ ପ୍ରସ୍ତାବ […]
ଅଗଷ୍ଟରୁ ପାର୍ବଣ ଋତୁ ପୂର୍ବରୁ ବଢ଼ିବ ମହଙ୍ଗା ମାଡ଼: ଚା’ଠାରୁ କାର୍ ଯାଏଁ ସବୁ ଜିନିଷର ଦର ୬-୮% ବୃଦ୍ଧି ସମ୍ଭାବନା
ନୂଆଦିଲ୍ଲୀ, ୨୮୲୭: ଆସନ୍ତା ଅଗଷ୍ଟ ମାସରୁ ଉତ୍ସବ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ସାଧାରଣ ଉପଭୋକ୍ତାଙ୍କୁ ଲାଗିବାକୁ ଯାଉଛି ଏକ ବଡ଼ ଝଟକା। ସକାଳର ଚା’ ନିଶାରୁ ଆରମ୍ଭ କରି କାର୍ କିଣିବା ପର୍ଯ୍ୟନ୍ତ—ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଓ ଗୃହଉପକରଣ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି। ବର୍ଷ ୨୦୨୬ରେ ଏହା କ୍ରମାଗତ ତୃତୀୟ ଥର ପାଇଁ ହେବ, ଯେତେବେଳେ ପ୍ରମୁଖ ଉପଭୋକ୍ତା ସାମଗ୍ରୀ (FMCG) ଓ ନିର୍ମାତା କମ୍ପାନୀଗୁଡ଼ିକ ଦର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। […]
