ଘଟଣା-ଦୁର୍ଘଟଣା
ଜାତିସଂଘରେ ପାକିସ୍ତାନ ବିରୋଧରେ ବର୍ଷିଲେ କାଶ୍ମୀରୀ ମହିଳା
ଜେନେଭା: ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ରେ ମାନବାଧିକାର ଓ ନାଗରିକ ଅଧିକାର ସ୍ଥିତିକୁ ନେଇ ଜାତିସଂଘ ମାନବାଧିକାର ପରିଷଦରେ ଆପତ୍ତି ଉଠାଇଛନ୍ତି ଜମ୍ମୁ-କାଶ୍ମୀରର ସାମାଜିକ କର୍ମୀ ତସଲିମା ଅଖତର। ଜେନେଭାରେ ଚାଲିଥିବା ଜାତିସଂଘ ମାନବାଧିକାର ପରିଷଦର ୬୩ତମ ଅଧିବେଶନରେ ସେ ପିଓକେରେ ଚାଲିଥିବା ପ୍ରତିବାଦ ଓ ଏହା ବିରୋଧରେ ସୁରକ୍ଷା ବାହିନୀର ପ୍ରତିକ୍ରିୟା ନେଇ ଚିନ୍ତା ପ୍ରକଟ କରିଥିଲେ। ଅଖତର କହିଥିଲେ ଯେ, ପିଓକେରେ ନାଗରିକମାନେ ମୌଳିକ ଅଧିକାର ଓ ନାଗରିକ ସୁବିଧା ଦାବି କରି ଆନ୍ଦୋଳନ କରୁଛନ୍ତି। […]
କାଠ ପୋଲ ଭରସାରେ ଗ୍ରାମବାସୀ, ୭ ବର୍ଷ ହେଲାଣି ସ୍ଥାୟୀ ବ୍ରିଜ୍ ଅପେକ୍ଷା
ଫୁଲବାଣୀ: ରାଜ୍ୟ ସରକାରଙ୍କ ଗାଁ ବିକାଶର ନାରା କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କେତେଦୂର ବାସ୍ତବ ରୂପ ନେଇଛି, ରାଇକଲା ପଞ୍ଚାୟତର ବିଅରପାଙ୍ଗା ଗ୍ରାମର ଚିତ୍ର ଦେଖିଲେ ତାହା ସ୍ପଷ୍ଟ ହେଉଛି। ଆଜି ବି ନାଳ ଉପରେ କାଠ ପକାଇ ତିଆରି ହୋଇଥିବା ବିପଦସଙ୍କୁଳ ଅସ୍ଥାୟୀ ପୋଲ ଦେଇ ଲୋକଙ୍କୁ ଯାତାୟାତ କରିବାକୁ ପଡ଼ୁଛି। ୨୦୧୮ ମସିହାରେ ହୋଇଥିବା ତିତ୍ଲି ବାତ୍ୟାରେ ଗ୍ରାମର ପୁରୁଣା ବ୍ରିଜ୍ ଭାଙ୍ଗିଯାଇଥିଲା। ଏହା ପରେ ପ୍ରାୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ […]
ଭଙ୍ଗା ଛାତ ତଳେ ପାଠପଢ଼ା; ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ
ପାଠ ପଢ଼ିବାକୁ ବାଜି ଲାଗିଛି ଜୀବନ। ମାସେ କି ଦୁଇ ମାସ ନୁହେଁ, ଦୁଇ ବର୍ଷ ଧରି ପିଲାମାନେ ଭଙ୍ଗାଦଦରା କୋଠାରେ ପାଠ ପଢ଼ୁଛନ୍ତି। ଗୋଟିଏ ଶ୍ରେଣୀରେ ଗୋଟିଏ ଘରେ ତିନୋଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି। ଫଳରେ ଶିକ୍ଷକମାନଙ୍କୁ ପାଠ ପଢ଼ାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଥମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଥିଲେ, ଅନ୍ୟ ଶ୍ରେଣୀର ପିଲାମାନେ ଚୁପ୍ ହୋଇ ବସି ରହୁଛନ୍ତି। କେତେବେଳେ ଛାତର ସ୍ଲାବ୍ ଖସୁଛି ତ ଆଉ କେତେବେଳେ […]
ଅସ୍ତରଙ୍ଗରେ ଭିନ୍ନକ୍ଷମଙ୍କୁ ନେଇ ଛଳନା!
ଅସ୍ତରଙ୍ଗ: ସରକାର କହୁଛନ୍ତି ସମସ୍ତଙ୍କ ସାଥ, ସମସ୍ତଙ୍କ ବିକାଶ। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବାସ୍ତବ ଚିତ୍ର ଓଲଟା। ସୋମବାର ଅସ୍ତରଙ୍ଗ ବ୍ଲକ ପରିସରରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସାମୟିକ ଭାବେ ୧୧୧ ଜଣଙ୍କ ମୁହଁରେ ହସ ଫୁଟାଇଲା ସତ, ହେଲେ ଏହି ଶିବିର ବ୍ଲକ ପ୍ରଶାସନର ମୁଖା ଖୋଲି ଦେଇଛି। ଅସ୍ତରଙ୍ଗ ବ୍ଲକ ଅଧୀନ ୧୫ ଗୋଟି ପଞ୍ଚାୟତ ପାଇଁ ଆୟୋଜିତ ଏହି ଶିବିରରେ ମୋଟ ୧୧୧ ଜଣ ଭିନ୍ନକ୍ଷମ ଯୋଗ […]
ଓଟିପି ବ୍ୟବହାର ଅଭିଯୋଗରେ ଧାମନଗର NAC କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ନିଲମ୍ବିତ
ଧାମନଗର: ଧାମନଗର ଏନ୍ ଏ ସି ର ଭୋଟର ତାଲିକା ସଂଶୋଧନ ବା ଏସ ଆଇ ଆର କାର୍ଯ୍ୟ ସମୟରେ ବେଆଇନ ଭାବେ ବି ଏଲ ଓ ଙ୍କ ଠାରୁ ଓ ଟି ପି ନେବା ଏବଂ ସେଥିରେ ବେଆଇନ ଭାବେ ଫର୍ମ ୭ କୁ ଅପଲୋଡ କରି ଅପବ୍ୟବହାର ଅଭିଯୋଗରେ କେନ୍ଦ୍ର ନିର୍ବାଚନ ସଚିବ ଙ୍କ ସୁପାରିଶ କ୍ରମେ ଚିଠି ନଂ ୫୯୭୬/୨୬ ଅତିରିକ୍ତ ରାଜ୍ୟ ନିର୍ବାଚନ କମିଶନ ଏବଂ ଓଡ଼ିଶା ସରକାର ଙ୍କ ପ୍ରମୁଖ […]
ଇଟାଲୀର ସ୍କୁଲ୍ରେ ବୁର୍ଖା-ନିକାବ ଉପରେ ବ୍ୟାନ୍ ପ୍ରସ୍ତାବ, ବିଦେଶୀ ଛାତ୍ର ସଂଖ୍ୟା ମଧ୍ୟ ସୀମିତ ହେବ
ରୋମ୍: ଇଟାଲୀର ସ୍କୁଲ୍ଗୁଡ଼ିକରେ ବୁର୍ଖା ଓ ନିକାବ ପିନ୍ଧିବା ଉପରେ ନିଷେଧ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ସେପ୍ଟେମ୍ବର ୨୦, ୨୦୨୬ରେ ଏକ ଦଳୀୟ ଯୁବ ସମାବେଶରେ ମେଲୋନି କହିଥିଲେ ଯେ ଏ ସମ୍ପର୍କିତ ପ୍ରସ୍ତାବ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଆଗତ ହେବ। ତେବେ ଏହା ଏଯାବତ୍ ଆଇନରେ ପରିଣତ ହୋଇନାହିଁ; ଆଗାମୀ ବିଧାନ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହା କାର୍ଯ୍ୟକାରୀ ହୋଇପାରିବ। ମେଲୋନିଙ୍କ ପ୍ରସ୍ତାବରେ କେବଳ ବୁର୍ଖା ଓ ନିକାବ ଉଲ୍ଲେଖ […]
କୋଟି କୋଟି ଖର୍ଚ୍ଚ, ୮ କିମି ପାଇଁ ଜୀବନ ଦୁର୍ବିଷହ: ବଣ୍ଡାଘାଟିରେ ବିକାଶ ଅପହଞ୍ଚ
ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ୱତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭାବୀ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତଠାରୁ ୮ କିମି ଦୂରରେ […]
ବିକାଶ ଯୋଜନାର ଲମ୍ବା ତାଲିକା, ଲାଞ୍ଜିଆ ସଉରାଙ୍କ ଦୁଃଖ ସେମିତି ଯୋଜନା କାଗଜରେ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସଉରା ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବିକାଶ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବାଟମାରଣା କାରଣରୁ ଲାଞ୍ଜିଆଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଆସିନାହିଁ କାଞ୍ଚିତ ପରିବର୍ତ୍ତନ। ଆଦିତାଲ ଚିତ୍ରକଳା ଲାଞ୍ଜିଆ ସଉରାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ଜିଆଇ ଟ୍ୟାଗ୍ ପ୍ରଦାନ କରିଛନ୍ତି ସରକାର। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି […]
ଅଗ୍ନିସୁରକ୍ଷା ପ୍ରମାଣପତ୍ର ନାହିଁ, ଆବେଦନ ବି କରିନି ପ୍ରଶାସନ
ସମ୍ବଲପୁର: ସମ୍ବଲପୁରର ଜମାଦାରପାଲିଠାରେ ରାଜ୍ୟର ତୃତୀୟ ଡପଲର ରାଡାର ଷ୍ଟେସନ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। କିନ୍ତୁ ସୁରକ୍ଷିତ ନୁହେଁ ଏହି ରାଡାର ଷ୍ଟେସନ୍ର ୫ ମହଲା କୋଠା। କାରଣ ଏହି ଷ୍ଟେସନ୍ର ଅଗ୍ନିନିର୍ବାପକ ସୁରକ୍ଷା ପ୍ରମାଣପତ୍ର ସମେତ କୌଣସି ଜରୁରୀ କାଗଜପତ୍ର ନାହିଁ। ଆଶ୍ଚର୍ଯ୍ୟଜନକ ଭାବେ ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ବା ନିର୍ମାଣକାରୀ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଆବେଦନ ମଧ୍ୟ ହୋଇନାହିଁ। କିନ୍ତୁ ବିନା ଅଗ୍ନିଶମ ପ୍ରମାଣପତ୍ରରେ ଏହି ଡପଲର […]
ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
ରାୟଗଡ଼ା: ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଥିବା ଅଭିଯୋଗ କରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଭଟା ପଞ୍ଚାୟତର ଛତ୍ର କଲୋନୀର ଗ୍ରାମବାସୀ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପାନୀୟ ଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଛତ୍ର କଲୋନୀରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେଲା […]
