ଘଟଣା-ଦୁର୍ଘଟଣା
ଭଦ୍ରକରେ ବଢୁଛି ଚୋରା ମଦ କାରବାର ଅଭିଯୋଗ, ଅବକାରୀ ବିଭାଗର ଭୂମିକା ନେଇ ପ୍ରଶ୍ନ
ଭଦ୍ରକ, (ପିପିଏସ୍): ସରକାରଙ୍କ ପକ୍ଷରୁ ‘ନିଶାମୁକ୍ତ ଓଡ଼ିଶା’ ପାଇଁ ସଚେତନତା ଅଭିଯାନ ଜାରି ରହିଥିବାବେଳେ ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ନେଇ ଅଭିଯୋଗ ଉଠିଛି। ବିଶେଷକରି ପୁରୁଣାବଜାର, ମିର୍ଜାପୁର ଓ ନାଥସାହି ଅଞ୍ଚଳରେ ଦେଶୀ ମଦର ବେଆଇନ କାରବାର ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଭଦ୍ରକ ପୁରୁଣାବଜାର ଥାନା ଓ ଅବକାରୀ ଥାନା ଅଧୀନର କିଛି ଅଞ୍ଚଳରେ ଘରେ ଘରେ ଚୋରା ଦେଶୀ ମଦ […]
ମିଥୁନ ଚକ୍ରବର୍ତ୍ତୀଙ୍କ ସଫଳ ଅସ୍ତ୍ରୋପଚାର, ହସ୍ପିଟାଲରେ ପହଞ୍ଚିଲେ ସିଏମ୍ ସୁବେନ୍ଦୁ ଅଧିକାରୀ
କୋଲକାତା, ୭/୮: ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କର କୋଲକାତାର ଏକ ଘରୋଇ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ପୂର୍ବରୁ ହୋଇଥିବା ଏକ ଆଘାତ ପରେ ଲଗାଯାଇଥିବା ଧାତୁର ପ୍ଲେଟ୍କୁ ଅପସାରଣ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମିଥୁନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସହ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମିଥୁନ ଚକ୍ରବର୍ତ୍ତୀ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଜଟିଳତା […]
କୃଷ୍ଣସାଗରରେ ଡ୍ରୋନ୍ ଆକ୍ରମଣ: ନିଖୋଜ ୨ ଭାରତୀୟ ନାବିକଙ୍କ ପତ୍ତା ମିଳୁନି
ନୂଆଦିଲ୍ଲୀ, ୭/୮: ୟୁକ୍ରେନ୍ ନିକଟ କୃଷ୍ଣସାଗରରେ ଡ୍ରୋନ୍ ଆକ୍ରମଣର ଶିକାର ହୋଇଥିବା ମାଲବାହୀ ଜାହାଜ ‘ଏମ୍ଭି ଏଜିଏନ୍ ରାଗ୍ନାର’ରୁ ନିଖୋଜ ହୋଇଥିବା ଦୁଇ ଭାରତୀୟ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। କେନ୍ଦ୍ର ପକ୍ଷରୁ କୋର୍ଟରେ ଦାଖଲ ସତ୍ୟପାଠ ଅନୁସାରେ, ୟୁକ୍ରେନ୍ ଓ ରୋମାନିଆ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ସ୍ଥଳ, ଜଳ ଓ ଆକାଶପଥରେ ବ୍ୟାପକ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚଳାଯାଇଥିଲା। ଭାରତୀୟ […]
ଜାପାନରେ ମାଡ଼ ହେଲା ଶକ୍ତିଶାଳୀ ବାତ୍ୟା ‘ଡଲଫିନ୍’
ଟୋକିଓ, ୭/୮: ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ଡଲଫିନ୍’ ମାଡ଼ ହୋଇଛି। ଘଣ୍ଟାପ୍ରତି ସର୍ବାଧିକ ୧୯୮ କିଲୋମିଟର ବେଗର ପବନ ସହ ପ୍ରବଳ ବର୍ଷା ଓ ଉଚ୍ଚ ଜୁଆର ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି କାଗୋସିମା ଓ ଓକିନାୱା ପ୍ରାନ୍ତର ପ୍ରାୟ ୨.୬ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ପ୍ରଭାବରେ ଶୁକ୍ରବାର ସାରା ଦେଶରେ ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ୍ ହୋଇଛି। ଜାପାନ ପାଣିପାଗ ବିଭାଗ (JMA) ଅନୁସାରେ, […]
Old Monkରୁ McDowell’s ପର୍ଯ୍ୟନ୍ତ: କିଛି ମଦ ବ୍ରାଣ୍ଡର ନିର୍ଦ୍ଦିଷ୍ଟ ଭାରିଆଣ୍ଟକୁ ନେଇ FSSAIର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ, ୬/୮: ଦେଶର କିଛି ଲୋକପ୍ରିୟ ରମ୍ ଓ ହ୍ୱିସ୍କିର ନିର୍ଦ୍ଦିଷ୍ଟ ଭାରିଆଣ୍ଟକୁ ନେଇ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ପକ୍ଷରୁ ଏନ୍ଫୋର୍ସମେଣ୍ଟ କାର୍ଯ୍ୟାନୁଷ୍ଠାନ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ମଦ ଶିଳ୍ପରେ ଚର୍ଚ୍ଚା ଆରମ୍ଭ ହୋଇଛି। Old Monk, McDowell’s, Royal Challenge, Bagpiper ଓ Antiquity Blue ଭଳି ଲୋକପ୍ରିୟ ବ୍ରାଣ୍ଡର କିଛି ନିର୍ଦ୍ଦିଷ୍ଟ ଭାରିଆଣ୍ଟ ନିୟମ ଉଲ୍ଲଂଘନ ଅଭିଯୋଗରେ ନିୟାମକଙ୍କ ଯାଞ୍ଚ ପରିସରକୁ ଆସିଛି। ତେବେ ଏହି […]
ଛତିଶଗଡ଼ ରୁ ଆସୁଛି ନକଲି ସାର; ଅସ୍ତରଙ୍ଗରେ ୟୁରିଆ କଳାବଜାର, ଦୁଇ ଗୁଣା ଦରରେ ବିକ୍ରି !
ଅସ୍ତରଙ୍ଗ, ୦୫/୦୮: ବନ୍ୟା ପାଣି ଓହରିଛି, କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଚାଷୀଙ୍କ ଆଖିରୁ ପାଣି ଶୁଖୁନି। କାରଣ ଜମିରେ ଧାନ ବୁଣିବାକୁ ଯାଇ ସେମାନେ ଏବେ ନକଲି ସାର ଓ କଳାବଜାରର କବଳରେ ପଡିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଗତ କିଛି ଦିନର ପ୍ରବଳ ବର୍ଷାରେ ଅନେକ ଚାଷ ଜମି ବୁଡି ରହିଥିଲା ଏହା ଶହ ବନ୍ୟା । ଏବେ ପାଣି ଓହରିବା ପରେ ଖରିଫ ଚାଷ ଆରମ୍ଭ ହୋଇଛି। ଏହି ସମୟରେ […]
ଆମେରିକାରେ ବଢୁଛି ‘କ୍ୟାଣ୍ଡିଡା ଅରିସ୍’ ଆତଙ୍କ!
ୱାଶିଂଟନ, ୫।୮: ଆମେରିକାରେ ଚିନ୍ତା ବଢ଼ାଇଛି ଏକ ଘାତକ ଫଙ୍ଗସ୍ ସଂକ୍ରମଣ ‘କ୍ୟାଣ୍ଡିଡା ଅରିସ୍’ (Candida auris)। ୨୦୨୬ରେ ଦେଶର ୨୩ଟି ରାଜ୍ୟରେ ଏହି ଫଙ୍ଗସ୍ ସଂକ୍ରମଣର ମାମଲା ଚିହ୍ନଟ ହୋଇଥିବା ରିପୋର୍ଟ ଆସିଛି। ଜୁଲାଇ ୧୮ ପର୍ଯ୍ୟନ୍ତ ଆମେରିକାରେ ୩,୦୦୦ରୁ ଅଧିକ କ୍ଲିନିକାଲ୍ ମାମଲା ରେକର୍ଡ ହୋଇଥିବା କୁହାଯାଇଛି। ରିପୋର୍ଟ ଅନୁସାରେ, ଟେକ୍ସାସରେ ୭୦୬ଟି ମାମଲା ଥିବା ବେଳେ ମିଚିଗାନରେ ୫୦୩ ଏବଂ ଇଲିନୋଇସରେ ୩୬୬ଟି ମାମଲା ଚିହ୍ନଟ ହୋଇଛି। ତେବେ ମାମଲା ବଢ଼ିବାର ଅର୍ଥ […]
ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି ଅଭିଯୋଗ
ଭୁବନେଶ୍ବର, ୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ପାଠ୍ୟପୁସ୍ତକରେ ପୁଣି ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂଶୋଧନ ପରେ ମଧ୍ୟ ବହିରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ବର୍ଣ୍ଣମାଳାରେ ‘ଅ, ଆ’ ବଦଳରେ ‘ଚ’ ଠାରୁ ଆରମ୍ଭ ହୋଇଥିବା ଏବଂ ଏହା ପରେ ‘ଟ, ମ, ଗ, ର’ ରହିଥିବା ନେଇ ପ୍ରଶ୍ନ ଉଠିଛି। ସେହିପରି ଜାତୀୟ ସଙ୍ଗୀତରେ ‘ଉତ୍କଳ’ ଶବ୍ଦର ବନାନକୁ ନେଇ ମଧ୍ୟ ଆପତ୍ତି ଉଠିଛି। ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିବା […]
ପିଲା କଳିକୁ ନେଇ ହଣାକଟା, ଥାନାରେ ମାମଲା, ଜଣେ ଗିରଫ
ଭାପୁର, ୦୪/୦୮(ପିପିଏସ): ପିଲା କଳିକୁ ନେଇ ଗୋଟିଏ ପରିବାରର ବାପା ମାଆ, ପୁଅ ହୋହୁ ଏବଂ ଭଉଣୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି. ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଜଣକୁ ଥାନାକୁ ଆଣି ଅଟକ ରଖିଛି. ପୋଲିସ ସୂତ୍ରରୁ ପ୍ରକାଶ, ବାଇଗୁଣିଆ ଗ୍ରାମର ପଞ୍ଚୁ ମହାପାତ୍ର(୭୨), ସ୍ତ୍ରୀ ଭାସ୍କର ମହାପାତ୍ର(୬୫), ପୁଅ ରଞ୍ଜନ ମହାପାତ୍ର(୩୩),ବୋହୁ ମିନତୀ ସାହୁ(୨୮) ଏବଂ ଝିଅ ବନିତା ସାହୁ(୩୦) ଗୋଟିଏ ଘରେ ରୁହନ୍ତି. ଝିଅ ବନିତା ଖଣ୍ଡପଡ଼ା ଅଞ୍ଚଳରେ ବିବାହ କରିଥିବା ବେଳେ […]
ବଲିଉଡ୍ର ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି
ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ସହ ଦୀର୍ଘ ଦିନର ସଂଗ୍ରାମ ପରେ ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀ ବିପନା ଥାପା ତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଛନ୍ତି। ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ଚଳଚ୍ଚିତ୍ର ଜଗତ ଓ ସାରା ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା […]
