ପିଲା କଳିକୁ ନେଇ ହଣାକଟା, ଥାନାରେ ମାମଲା, ଜଣେ ଗିରଫ
ଭାପୁର, ୦୪/୦୮(ପିପିଏସ): ପିଲା କଳିକୁ ନେଇ ଗୋଟିଏ ପରିବାରର ବାପା ମାଆ, ପୁଅ ହୋହୁ ଏବଂ ଭଉଣୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି. ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଜଣକୁ ଥାନାକୁ ଆଣି ଅଟକ ରଖିଛି. ପୋଲିସ ସୂତ୍ରରୁ ପ୍ରକାଶ, ବାଇଗୁଣିଆ ଗ୍ରାମର ପଞ୍ଚୁ ମହାପାତ୍ର(୭୨), ସ୍ତ୍ରୀ ଭାସ୍କର ମହାପାତ୍ର(୬୫), ପୁଅ ରଞ୍ଜନ ମହାପାତ୍ର(୩୩),ବୋହୁ ମିନତୀ ସାହୁ(୨୮) ଏବଂ ଝିଅ ବନିତା ସାହୁ(୩୦) ଗୋଟିଏ ଘରେ ରୁହନ୍ତି. ଝିଅ ବନିତା ଖଣ୍ଡପଡ଼ା ଅଞ୍ଚଳରେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି. ମାତ୍ର ଗତ କିଛି ବର୍ଷ ତଳେ ସ୍ୱାମୀଙ୍କ ବିୟୋଗ ପରେ ବନିତା ପିଲା ଦୁଇଟିଙ୍କୁ ଧରି ବାପଘରେ ରହୁଥିଲେ. ସେହିପରି ବନିତାଙ୍କ ଭାଇ ରଞ୍ଜନଙ୍କର ମଧ୍ୟ ଦୁଇଟି ସନ୍ତାନ ଥିବାବେଳେ କୌଣସି କାରଣକୁ ନେଇ ପିଲାଙ୍କ ମଧ୍ୟରେ କଳି ଲାଗିଥିଲା, ଯାହାକି ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା.
ପରିସ୍ଥିତି ଏଇଭଳି ହୋଇଥିଲା ଯେ ଶେଷରେ ବାପା ମାଆ, ପୁଅ ବୋହୁ ଓ ବିଧବା ଭଉଣୀଙ୍କ ମଧ୍ୟରେ ଗାଁ ମଝିରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା. ଖବର ପାଇ ଫତେଗଡ଼ ଥାନା ଅଧିକାରୀ ଅଜୟ ସାହୁ ଏବଂ ଜଗନ୍ନାଥପ୍ରସାଦ ଫାଣ୍ଡି ଅଧିକାରୀ ସଞ୍ଜୟ କୁମାର ଜଗଦେବ ଘଟଣାସ୍ଥଳରେ ପହଞ୍ଚି ପଞ୍ଚୁଙ୍କୁ ଗିରଫ କରି ଫତେଗଡ଼ ଥାନାକୁ ଆଣିଥିଲେ. ପୁଅ ରଞ୍ଜନ ଓ ବୋହୁ ମିନତୀ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକତ୍ସାତ ହେଉଛନ୍ତି. ଏନେଇ ଫତେଗଡ଼ ଥାନାରେ ୨୬୩/୨୬ ରେ ଏକ ମାମଲା ରୁଜ୍ଜ ହୋଇ ଥିବା ବେଳେ ଅଭିଯୁକ୍ତକୁ ବୁଧବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଫତେଗଡ଼ ଥାନା ଅଧିକାରୀ ଅଜୟ ସାହୁଙ୍କ ଠାରୁ ପ୍ରକାଶ
