ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି ଅଭିଯୋଗ

ଭୁବନେଶ୍ବର, ୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ପାଠ୍ୟପୁସ୍ତକରେ ପୁଣି ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂଶୋଧନ ପରେ ମଧ୍ୟ ବହିରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ବର୍ଣ୍ଣମାଳାରେ ‘ଅ, ଆ’ ବଦଳରେ ‘ଚ’ ଠାରୁ ଆରମ୍ଭ ହୋଇଥିବା ଏବଂ ଏହା ପରେ ‘ଟ, ମ, ଗ, ର’ ରହିଥିବା ନେଇ ପ୍ରଶ୍ନ ଉଠିଛି। ସେହିପରି ଜାତୀୟ ସଙ୍ଗୀତରେ ‘ଉତ୍କଳ’ ଶବ୍ଦର ବନାନକୁ ନେଇ ମଧ୍ୟ ଆପତ୍ତି ଉଠିଛି।

ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଥିବା ବେଳେ ସଂଶୋଧନ ପରେ ପୁଣି ଏଭଳି ଅଭିଯୋଗ ନୂଆ ବିବାଦ ସୃଷ୍ଟି କରିଛି। ଏହାକୁ ନେଇ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ପୁନଃ ସଂଶୋଧନ କରି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ଦାବି ହୋଇଛି।

ତେବେ ଏହି ଖବରକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସଂଶୋଧିତ ପାଠ୍ୟପୁସ୍ତକରେ ତ୍ରୁଟି ସମ୍ପର୍କିତ ଖବରର କୌଣସି ଯଥାର୍ଥତା ନାହିଁ ବୋଲି ବିଭାଗ କହିଛି। ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକର ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ଶୀଘ୍ର ସଂଶୋଧିତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.