1 min read

ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ନାଗରିକ, ବିଶେଷକରି ମୁସଲିମ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ନିଜ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ, ଇଦ୍-ଏ-ମିଲାଦ୍-ଉନ୍-ନବୀ ପବିତ୍ର ପର୍ବ ପୟଗମ୍ବର ମହମ୍ମଦଙ୍କ ମହାନ ଶିକ୍ଷା ଓ ଆଦର୍ଶକୁ ସ୍ମରଣ କରିବାର ଏକ ଅବସର। ତାଙ୍କ ଶିକ୍ଷା ଆମକୁ ପବିତ୍ର ଆଚରଣ ଓ କର୍ତ୍ତବ୍ୟନିଷ୍ଠାର ପଥରେ ଚାଲିବାକୁ ପ୍ରେରଣା ଦିଏ। ସେ କହିଛନ୍ତି, ପୟଗମ୍ବର […]

1 min read

ଓଣମ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଣମ୍ ଅବସରରେ ଦେଶବାସୀଙ୍କୁ, ବିଶେଷକରି ଭାରତ ଓ ବିଦେଶରେ ରହୁଥିବା କେରଳବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ନୂଆ ଫସଲ ଆସିବା ସମୟରେ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶର ଏକ ପର୍ବ ହେଉଛି ଓଣମ୍। ଏହା କେରଳର ସମୃଦ୍ଧ ସଂସ୍କୃତି ଓ ଭାଇଚାରାର ଭାବନାକୁ ପ୍ରତିଫଳିତ କରେ। ଓଣମ୍ ‘ବିବିଧତାରେ ଏକତା’ର ବାର୍ତ୍ତାକୁ ମଧ୍ୟ ଆହୁରି ମଜବୁତ କରେ। ନୌକା ଦୌଡ଼, ଲୋକନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା ଭଳି […]

1 min read

ଚୀନ୍ ଯିବେ ଅଜିତ ଡୋଭାଲ; ସୀମା ବିବାଦ ନେଇ ୱାଙ୍ଗ ୟିଙ୍କ ସହ ୨୫ତମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ, ୨୩/୮: ଭାରତ-ଚୀନ୍ ସୀମା ବିବାଦକୁ ନେଇ କୂଟନୈତିକ ଆଲୋଚନା ପୁଣିଥରେ ଗୁରୁତ୍ୱ ପାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର, ଅଗଷ୍ଟ ୨୪ରେ ବେଜିଂ ଗସ୍ତ କରିବେ। ସେଠାରେ ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ଚୀନ୍‌ର ସ୍ୱତନ୍ତ୍ର ପ୍ରତିନିଧି ୱାଙ୍ଗ ୟିଙ୍କ ସହ ସୀମା ପ୍ରସଙ୍ଗରେ ଆଲୋଚନା କରିବେ। ସରକାରୀ ସୂତ୍ର ଅନୁଯାୟୀ, ଡୋଭାଲ ଓ ୱାଙ୍ଗ ୟି ମଙ୍ଗଳବାର ଭାରତ-ଚୀନ୍ ସ୍ୱତନ୍ତ୍ର ପ୍ରତିନିଧି (SR) ଆଲୋଚନାର ୨୫ତମ ପର୍ଯ୍ୟାୟରେ ଯୋଗଦେବେ। ଏହି ବୈଠକରେ […]

1 min read

ହେଟ୍ ସ୍ପିଚ୍ ମାମଲାରେ ମହୁଆ ମୋଇତ୍ରଙ୍କ ବିରୋଧରେ ଗିରଫ ପରୱାନା

କୋଲକାତା: ହେଟ୍ ସ୍ପିଚ୍‌ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ବୁଧବାର ଗିରଫ ପରୱାନା ଜାରି ହୋଇଛି। ଅଦାଲତଙ୍କ ସମନ୍‌କୁ ସମ୍ମାନ ଜଣାଇ ହାଜର ନହେବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି। ଏହି ମାମଲା ୨୦୨୫ ଅଗଷ୍ଟରେ ନଦିଆ ଜିଲ୍ଲାରେ ମହୁଆ ମୋଇତ୍ରଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା କଥିତ ଆପତ୍ତିଜନକ ମନ୍ତବ୍ୟ ସହ ଜଡ଼ିତ। ଭାରତ-ବାଂଲାଦେଶ ସୀମାରେ ଅନୁପ୍ରବେଶ ପ୍ରସଙ୍ଗରେ ସେ ଦେଇଥିବା ମନ୍ତବ୍ୟକୁ ନେଇ ମାମଲା ରୁଜୁ […]

1 min read

ବନ୍ଦେ ମାତରମ୍‌କୁ ନେଇ କଂଗ୍ରେସର ବଡ଼ ନିଷ୍ପତ୍ତି, ୧୯୩୭ ଆଭିମୁଖ୍ୟ ଦୋହରାଇଲା ଦଳ

ନୂଆଦିଲ୍ଲୀ, ୧୯ା୮: ‘ବନ୍ଦେ ମାତରମ୍‌’କୁ ନେଇ ରାଜନୈତିକ ବିତର୍କ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ବୁଧବାର ହୋଇଥିବା ବୈଠକରେ ଦଳ ୧୯୩୭ ମସିହାର ନିଷ୍ପତ୍ତିକୁ ଆଧାର କରି ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ‘ବନ୍ଦେ ମାତରମ୍‌’ର ପ୍ରଥମ ଦୁଇଟି ପଦ ଗାନ କରିବା ନେଇ ନିଷ୍ପତ୍ତି ନେଇଛି। ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ୧୯୩୭ରେ ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ଗୃହୀତ […]

1 min read

ଭୋପାଳ ବାର ଆସୋସିଏସନ୍‌ରେ ମହତାବଙ୍କୁ ସମ୍ବର୍ଦ୍ଧନା, ରାଜଭାଷା ନେଇ ଆଲୋଚନା

ଭୋପାଳ, ୧୯।୮: ଭୋପାଳ ବାର ଆସୋସିଏସନ୍‌ ପକ୍ଷରୁ ଭର୍ତ୍ତୃହରି ମହତାବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହା ପରେ ବରିଷ୍ଠ ଆଇନଜୀବୀମାନଙ୍କ ସହ ସମସାମୟିକ ଆଇନଗତ ପ୍ରସଙ୍ଗ ଏବଂ ନ୍ୟାୟାଳୟଗୁଡ଼ିକରେ ରାଜଭାଷାର ଅଧିକ ବ୍ୟବହାର ନେଇ ଫଳପ୍ରସୂ ଆଲୋଚନା ହୋଇଥିବା ମହତାବ ସୋସିଆଲ ମିଡିଆରେ ଜଣାଇଛନ୍ତି। ଭାଷା ଓ ସଂଳାପ ମାଧ୍ୟମରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସହଜ ଓ ସମାବେଶୀ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଛି। ଆଇନ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଇଁ ଅଧିକ ବୋଧଗମ୍ୟ କରିବାରେ […]

1 min read

ତିସ୍ତା ଜଳ ବଣ୍ଟନକୁ ନେଇ ସ୍ୱର ବଦଳାଇଲା ବାଂଲାଦେଶ, ଭାରତ ସହ ସମ୍ପର୍କ ଖରାପ ଚାହୁଁନି

ଢାକା: ତିସ୍ତା ନଦୀ ଜଳ ବଣ୍ଟନକୁ ନେଇ ବାଂଲାଦେଶ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ତିସ୍ତା ଜଳ ବଣ୍ଟନ ବିବାଦକୁ ନେଇ ଭାରତ ସହ ସମ୍ପର୍କ ଖରାପ ହେଉ, ଏହା ବାଂଲାଦେଶ ଚାହୁଁନାହିଁ ବୋଲି ଦେଶର ଜଳ ସମ୍ପଦ ମନ୍ତ୍ରୀ ଶାହିଦୁଦ୍ଦିନ ଚୌଧୁରୀ ଅନି କହିଛନ୍ତି। ଢାକାରେ ଆୟୋଜିତ ଏକ ସେମିନାରରେ ମନ୍ତ୍ରୀ କହିଛନ୍ତି, ବାଂଲାଦେଶ ଭାରତକୁ ଜଣେ ବନ୍ଧୁତ୍ୱପୂର୍ଣ୍ଣ ପଡ଼ୋଶୀ ଭାବେ ଦେଖେ। ଭାରତର ନିଜସ୍ୱ ସ୍ୱାର୍ଥ ରହିଥିବା ବେଳେ ବାଂଲାଦେଶର ମଧ୍ୟ ନିଜସ୍ୱ ସ୍ୱାର୍ଥ […]

1 min read

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ

ଚଣ୍ଡୀଗଡ଼: ହରିୟାଣା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କୁ ସାକ୍ଷାତ କରିଛନ୍ତି ବରିଷ୍ଠ ଲୋକସଭା ସଦସ୍ୟ ତଥା ସଂସଦୀୟ କମିଟିର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ। ଚଣ୍ଡୀଗଡ଼ଠାରେ ହୋଇଥିବା ଏହି ସାକ୍ଷାତକାରରେ ବିକାଶ, ଜନସେବା ଏବଂ ପାରସ୍ପରିକ ଆଗ୍ରହର ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିଲା। ସାକ୍ଷାତ ସମୟରେ ଭର୍ତ୍ତୃହରି ମହତାବ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କୁ ଏକ ପାରମ୍ପରିକ ସ୍ମାରକ ପ୍ରଦାନ କରିଥିଲେ। ହରିୟାଣାର ନିରନ୍ତର ପ୍ରଗତି ଓ ସମୃଦ୍ଧି ପାଇଁ ମଧ୍ୟ ସେ ଶୁଭେଚ୍ଛା […]

1 min read

ଭାରତୀୟ ନିର୍ବାଚନ ବ୍ୟବସ୍ଥାକୁ ଟ୍ରମ୍ପଙ୍କ ପ୍ରଶଂସା, ‘ସେଭ୍ ଆମେରିକା ଆକ୍ଟ’ ପାଇଁ ଜୋର

ୱାସିଂଟନ: ଭାରତର ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ପରିଚୟ ବ୍ୟବସ୍ଥାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଆମେରିକାର ନିର୍ବାଚନ ବ୍ୟବସ୍ଥାରେ ଅଧିକ କଠୋର ନିୟମ ଲାଗୁ କରିବା ଆବଶ୍ୟକ ବୋଲି ସେ ମତ ଦେଇ ‘ସେଭ୍ ଆମେରିକା ଆକ୍ଟ’ ପାସ୍ କରିବା ଉପରେ ପୁଣିଥରେ ଜୋର ଦେଇଛନ୍ତି। ଟ୍ରମ୍ପଙ୍କ ମତରେ, ଭାରତରେ ଭୋଟରଙ୍କ ପରିଚୟ ଯାଞ୍ଚ ଏବଂ ନିର୍ବାଚନ ପରିଚାଳନାରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ଆମେରିକାରେ ମଧ୍ୟ ଭୋଟରଙ୍କ ପରିଚୟ ଓ ନାଗରିକତା […]

1 min read

ନୀତିନ ନବୀନଙ୍କ ନୂଆ ଟିମ୍‌ ଘୋଷଣା; ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଉପାଧ୍ୟକ୍ଷ ଦାୟିତ୍ୱ

ନୂଆଦିଲ୍ଲୀ, ୧୭/୮: ଭାଜପାର ନୂଆ ସଭାପତି ନୀତିନ ନବୀନ ନିଜର ନୂଆ ଜାତୀୟ ଟିମ୍‌ ଘୋଷଣା କରିଛନ୍ତି। ନୂଆ ଟିମ୍‌ରେ ବରିଷ୍ଠ ନେତାଙ୍କ ସହ ଯୁବ ଓ ମହିଳା ନେତୃତ୍ୱକୁ ମଧ୍ୟ ସ୍ଥାନ ଦିଆଯାଇଛି। ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନଜରରେ ରଖି ନୂଆ ଟିମ୍‌ରେ ରାଜ୍ୟଭିତ୍ତିକ ସନ୍ତୁଳନ ରଖାଯାଇଥିବା ଦେଖାଯାଇଛି। ନୂଆ ଟିମ୍‌ରେ ସ୍ମୃତି ଇରାନୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଜାତୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। […]