ଅନ୍ତର୍ଜାତୀୟ
ସିନ୍ଧୁ ଚୁକ୍ତି ସ୍ଥଗିତ: ପାକିସ୍ତାନକୁ ଭାରତର କଡ଼ା ଜବାବ
ୱାଶିଂଟନ୍: ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତ ନେଇଥିବା ନିଷ୍ପତ୍ତିକୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ଦୃଢ଼ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଚୁକ୍ତି ସଦ୍ଭାବନା ଓ ବନ୍ଧୁତା ଉପରେ ଆଧାରିତ ଥିଲା, କିନ୍ତୁ ପାକିସ୍ତାନ ନିଜ କାର୍ଯ୍ୟକଳାପ ଦ୍ୱାରା ଦୀର୍ଘ ଦଶନ୍ଧି ଧରି ଏହାକୁ ଉଲ୍ଲଂଘନ କରିସାରିଛି। ଭାରତର ସ୍ଥଗିତାଦେଶ କେବଳ ସେହି ସତ୍ୟକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି। ୧୯୬୦ ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ୮୦ ପ୍ରତିଶତ ଜଳ ମିଳୁଥିବା ବେଳେ ଭାରତ ମାତ୍ର ୨୦ ପ୍ରତିଶତ ପାଉଥିଲା। ଏହି ଅସମାନତା ସତ୍ତ୍ୱେ ଭାରତ ଚୁକ୍ତିକୁ ସମ୍ମାନ ଦେଇଆସିଥିଲା, ମାତ୍ର ପାକିସ୍ତାନ ଏହାର ନବୀକରଣ ଓ ଆଧୁନିକୀକରଣରେ କ୍ରମାଗତ ବାଧା ସୃଷ୍ଟି କରିଛି। ପାକିସ୍ତାନର ଜଳସଙ୍କଟ ପାଇଁ ଭାରତ ନୁହେଁ, ବରଂ ସେଠାକାର ଖରାପ ଆଭ୍ୟନ୍ତରୀଣ ଜଳ ପରିଚାଳନା ଦାୟୀ। ପାକିସ୍ତାନ ପାଉଥିବା ଜଳରୁ ୩୦ ପ୍ରତିଶତରୁ ଅଧିକ ଜଳ ବାଟରେ ନଷ୍ଟ ହେଉଥିବା ବେଳେ ବହୁ ପରିମାଣର ଜଳ ଅବ୍ୟବହୃତ ହୋଇ ସମୁଦ୍ରକୁ ବହିଯାଉଛି। ଦ୍ୱିପାକ୍ଷିକ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ସେ କହିଛନ୍ତି ଯେ “ସନ୍ତ୍ରାସବାଦ ଓ ଆଲୋଚନା, ସନ୍ତ୍ରାସବାଦ ଓ ବାଣିଜ୍ୟ ଏବଂ ରକ୍ତ ଓ ପାଣି କେବେହେଲେ ଏକାଠି ବହିପାରିବ ନାହିଁ।” ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।
ୱାସିଂଟନରେ ଜଳୁଛି ଜଙ୍ଗଲ: ୨୫୦,୦୦୦ ଏକର ଜଳି ପାଉଁଶ
ୱାସିଂଟନ: ଆମେରିକାର ୱାସିଂଟନ ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟ ସାରା ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୪ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଏବଂ ନ୍ୟାସନାଲ୍ ଗାର୍ଡ ଦଳ ଦିନରାତି କାମ କରୁଛନ୍ତି। ପ୍ରବଳ ପବନ ଏବଂ ଅତ୍ୟଧିକ ଗରମ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବହୁ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ୱାସିଂଟନ ରାଜ୍ୟପାଳ ବବ୍ ଫର୍ଗୁସନ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରାଜ୍ୟପାଳ ବବ୍ ଫର୍ଗୁସନ୍ ଚେତାବନୀ ଦେଇଛନ୍ତି ଯେ, ୱାସିଂଟନ ରାଜ୍ୟ ବର୍ତ୍ତମାନ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ସାରା ରାଜ୍ୟରେ ୨ ଲକ୍ଷ ୫୦ ହଜାର ଏକରରୁ ଅଧିକ ଜମିରେ ନିଆଁ ଲାଗିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚଳିତ ଗ୍ରୀଷ୍ମ ଋତୁରେ ଏପର୍ଯ୍ୟନ୍ତ ରାଜ୍ୟ ସାରା ପ୍ରାୟ ୪ ଲକ୍ଷ ୫୦ ହଜାର ଏକର ଜମି ଜଳି ଯାଇଛି। ଉଚ୍ଚ ତାପମାତ୍ରା ଏବଂ ପବନର ବେଗ ଉଦ୍ଧାର ଏବଂ ରିଲିଫ୍ ପ୍ରୟାସରେ ଯଥେଷ୍ଟ ବାଧା ସୃଷ୍ଟି କରୁଛି।
ଏବେ ଖୋଲିବନି ହର୍ମୁଜ୍ : ଇରାନ
ନୂଆଦିଲ୍ଲୀ: ଇରାନ ସହ ଆଲୋଚନା ଏବଂ ହର୍ମୁଜ ଖୋଲିବାକୁ ନେଇ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ। ଇରାନର ଆଲୋଚନା ଦଳର ଏକ ସୂତ୍ରକୁ ଉଦ୍ଧୃତ କରି, ଫାର୍ସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବାକୁ ଅନୁମତି ଦେବ ନାହିଁ। ଏହା ବ୍ୟତୀତ ଜଳପଥ ପୁନଃ ଖୋଲିବା ପାଇଁ କାତାର ମଧ୍ୟସ୍ଥତା ପ୍ରସ୍ତାବକୁ ତେହେରାନ ଗ୍ରହଣ କରିଥିବା ରିପୋର୍ଟ ମିଛ । ନ୍ୟୁଜ ଏଜେନ୍ସି କହିଛି ଯେ, ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପୁନଃ ଆରମ୍ଭ କରିବା ପାଇଁ କୌଣସି ଚୁକ୍ତି ହୋଇନାହିଁ ଏବଂ ଏହି ରିପୋର୍ଟ ଗୁଡ଼ିକ ମିଥ୍ୟା। ସୂତ୍ର ଜୋର ଦେଇ କହିଛି ଯେ, ଯେପର୍ଯ୍ୟନ୍ତ “ଆମେରିକା ତାର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ ଜାରି ରଖେ” ସେପର୍ଯ୍ୟନ୍ତ ଜଳପଥ ବନ୍ଦ ରହିବ। ଫାର୍ସ ନ୍ୟୁଜ୍ ଏଜେନ୍ସି ଟ୍ୱିଟ୍ କରିଛି,”ସୂତ୍ର ଅନୁଯାୟୀ, ହରମୁଜ୍ ପ୍ରଣାଳୀ ପୁନଃଖୋଲିବା ସମ୍ପର୍କରେ ରିପୋର୍ଟ ମିଥ୍ୟା। କିଛି ବିରୋଧୀ ଗଣମାଧ୍ୟମ ଦାବି କରିଛନ୍ତି ଯେ, ଇସଲାମିକ୍ ଗଣରାଜ୍ୟ ଇରାନ ହରମୁଜ୍ ପ୍ରଣାଳୀ ପୁନଃଖୋଲିବା ଯୋଜନାରେ ରାଜି ହୋଇଛି; ତଥାପି, ଜଣାଶୁଣା ସୂତ୍ର ଏହି ଦାବିକୁ ଅସ୍ୱୀକାର କରିଛନ୍ତି ଏବଂ ଜୋର ଦେଇଛନ୍ତି ଯେ ଏହି ରଣନୈତିକ ଜଳପଥ ସମ୍ପର୍କରେ ଇରାନର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ପୋଲାଣ୍ଡ ସୀମାରେ ଖସିପଡ଼ିଲା କ୍ଷେପଣାସ୍ତ୍ର: ରୁଷିଆ ଆଡ଼କୁ ଇଙ୍ଗିତ କଲେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ
ନୂଆଦିଲ୍ଲୀ, ୩୦୲୦୭: ପୋଲାଣ୍ଡ ସୀମା ଭିତରେ ଏକ କ୍ଷେପଣାସ୍ତ୍ର (ମିସାଇଲ୍) ଖସିପଡ଼ି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ସମଗ୍ର ୟୁରୋପରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରାରମ୍ଭିକ ତଥ୍ୟ ଆଧାରରେ ଏହି କ୍ଷେପଣାସ୍ତ୍ରଟି ରୁଷିଆ ପକ୍ଷରୁ ନିକ୍ଷେପ କରାଯାଇଥିବା ନେଇ ସମସ୍ତ ସଙ୍କେତ ଇଙ୍ଗିତ କରୁଥିବା ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରକାଶ କରିଛନ୍ତି। ୟୁକ୍ରେନ ସୀମାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୋଲାଣ୍ଡର ଲୁବ୍ଲିନ୍ ପ୍ରଦେଶସ୍ଥିତ ଟାର୍ନାୱା କୋଲୋନିଆ ଗ୍ରାମ ନିକଟସ୍ଥ […]
ବ୍ରିଟେନ ଗ୍ରୀଷ୍ମପ୍ରବାହ ପଛରେ ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ: ୪୨% ମୃତ୍ୟୁ ପାଇଁ ତାପମାତ୍ରା ବୃଦ୍ଧି ଦାୟୀ, ଗବେଷଣାରୁ ଚାଞ୍ଚଲ୍ୟକର ତଥ୍ୟ
ଲଣ୍ଡନ, ୩୦୲୦୭: ଜଳବାୟୁ ପରିବର୍ତ୍ତନ ଯୋଗୁଁ ବ୍ରିଟେନରେ ଗ୍ରୀଷ୍ମପ୍ରବାହର ତୀବ୍ରତା ଏବଂ ସ୍ଥାୟିତ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଇମ୍ପେରିଆଲ୍ କଲେଜ୍ ଲଣ୍ଡନ, ବ୍ରିଟେନର ମେଟ୍ ଅଫିସ୍ ଏବଂ ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ୍ର ଗବେଷକମାନଙ୍କ ମିଳିତ ଅଧ୍ୟୟନରୁ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁସାରେ, ଗତ ମେ’ ଓ ଜୁନ୍ ମାସରେ ଗ୍ରୀଷ୍ମପ୍ରବାହ ଯୋଗୁଁ ହୋଇଥିବା ମୋଟ ମୃତ୍ୟୁର ପ୍ରାୟ ୪୨ […]
ନେପାଳରେ ଭୟାବହ ସାମ୍ପ୍ରଦାୟିକ ହିଂସା: ଏକାଧିକ ସହରରେ କର୍ଫ୍ୟୁ, ଆକାଶମାର୍ଗରୁ ସେନାର ନଜର, ଭାରତ-ନେପାଳ ସୀମାରେ ହାଇଆଲର୍ଟ
କାଠମାଣ୍ଡୁ, ୩୦୲୦୭: ନେପାଳର ସୁନସରୀ ଜିଲ୍ଲାରୁ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ଏବେ ଦେଶର ବିଭିନ୍ନ ପ୍ରମୁଖ ସହରକୁ ବ୍ୟାପିବାରେ ଲାଗିଛି। ଗତ ୪ ଦିନ ଧରି ଚାଲିଥିବା ଭଙ୍ଗାରୁଜା, ପୋଡ଼ାଜଳା ଏବଂ ପୁଲିସ ଉପରକୁ ପଥରମାଡ଼ ଯୋଗୁଁ ସମଗ୍ର ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ୬ରୁ ଅଧିକ ସହରରେ କର୍ଫ୍ୟୁ ବଳବତ୍ତର ରଖାଯାଇଥିବା ବେଳେ ଭାରତ-ନେପାଳ ସୀମାରେ ସୁରକ୍ଷା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି। […]
ଆମେରିକାରେ H-1B ଭିସା ୩ ବର୍ଷ ପାଇଁ ବ୍ୟାନ! ଆଗତ ହେଲା ‘End H-1B Abuse Act 2026’ ବିଲ୍
ୱାଶିଂଟନ୍/ନୂଆଦିଲ୍ଲୀ: ଆମେରିକାରେ H-1B ଭିସା ମାଧ୍ୟମରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ପେଶାଦାର ଓ ଆଇଟି କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ସେନେଟ୍ରେ ଜଣେ ରିପବ୍ଲିକାନ୍ ସେନେଟର H-1B ଭିସା କାର୍ଯ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ ପାଇଁ ଏକ ନୂତନ ବିଲ୍ ଆଗତ କରିଛନ୍ତି। ‘End H-1B Abuse Act 2026’ ନାମକ ଏହି ବିଲ୍ରେ ନୂତନ H-1B ଭିସା ପ୍ରଦାନ ଉପରେ ୩ ବର୍ଷର ନିଷେଧାଦେଶ (Suspension) ଲଗାଇବାକୁ ପ୍ରସ୍ତାବ […]
ଇଂଲଣ୍ଡରେ ସଙ୍କଟଜନକ ସ୍ଥିତି: ଅଧାରୁ ଅଧିକ ଅଞ୍ଚଳରେ ମରୁଡ଼ି ଘୋଷଣା, ଜଳ ବ୍ୟବହାର ଉପରେ କଟକଣା
ଲଣ୍ଡନ, ୨୯ ଜୁଲାଇ: ଅତିମାତ୍ରାରେ କମ୍ ବର୍ଷା ଏବଂ ଅପ୍ରତ୍ୟାଶିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଇଂଲଣ୍ଡର ୫୦ ପ୍ରତିଶତରୁ ଅଧିକ ଭୂଭାଗରେ ଆଧିକାରିକ ଭାବେ ‘ମରୁଡ଼ି’ (Drought) ଘୋଷଣା କରାଯାଇଛି। ୟୁକେ ସରକାରଙ୍କ ‘ଏନଭାୟରନମେଣ୍ଟ ଏଜେନ୍ସି’ (Environment Agency) ବୁଧବାର ଏହି ଜରୁରୀ ସୂଚନା ଦେଇଛନ୍ତି। ଚଳିତ ଜୁଲାଇ ମାସଟି ଦେଶର ଇତିହାସରେ ସବୁଠାରୁ ଶୁଷ୍କ ମାସ ଭାବେ ରେକର୍ଡ କରିବାକୁ ଯାଉଥିବା ବେଳେ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ […]
ଚୀନ୍ର ‘କୃତ୍ରିମ ସୂର୍ଯ୍ୟ’ ପ୍ରକଳ୍ପକୁ ବଡ଼ ସଫଳତା: ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ/ବେଇଜିଙ୍ଗ, ୨୮୲୭: ବିଶ୍ୱବ୍ୟାପୀ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ଯୁଗାନ୍ତକାରୀ ସଫଳତା ହାସଲ କରିଛି। ଦେଶର ଚର୍ଚ୍ଚିତ ‘ଆର୍ଟିଫିସିଆଲ୍ ସନ୍’ (କୃତ୍ରିମ ସୂର୍ଯ୍ୟ) ପ୍ରକଳ୍ପ ପାଇଁ ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion Magnet) ନିର୍ମାଣ କରିବା ସହ ଏହାର ସଫଳ ପରୀକ୍ଷଣ ଶେଷ କରିଛି। ୫୮୨ ଟନ୍ ଓଜନବିଶିଷ୍ଟ ଏହି ମ୍ୟାଗନେଟ୍ ଆଗାମୀ ଦିନରେ ବିନା କାର୍ବନ ନିର୍ଗମନରେ ବିପୁଳ ପରିମାଣର ବିଦ୍ୟୁତ୍ ଉତ୍ପାଦନ […]
ସିନେଟରେ ଏଚ୍-୧-ବି ଭିସା ସମ୍ପର୍କିତ ବିଲ୍ ଉପସ୍ଥାପିତ
ୱାସିଂଟନ: ଯେଉଁମାନେ ଆମେରିକା ଯାଇ ସେଠାରେ କାମ କରିବାର ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ସ୍ବପ୍ନ ଭାଙ୍ଗିବାର ଆଶଙ୍କା ସୃଷ୍ଟି ହୋଇଛି। ଜଣେ ଆମେରିକୀୟ ସେନେଟର ସେନେଟରେ ଏଚ୍-୧-ବି ଭିସା ସହିତ ଜଡିତ ଏକ ନୂତନ ବିଲ୍ ଆଗତ କରିଛନ୍ତି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ୩ ବର୍ଷ ପାଇଁ ନୂତନ ଏଚ୍-୧ବି ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଏକ ଲକ୍ଷ ଡଲାର ଫିକୁ ଆଇନଗତ କରିବା। ତେବେ ଏହି ଫିକୁ ଫେଡେରାଲ୍ କୋର୍ଟ ଦ୍ୱାରା ପୂର୍ବରୁ ବାତିଲ କରାଯାଇଛି । ମୋଣ୍ଟାନାରୁ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ସେନେଟର ଟିମ୍ ଶୀହି କହିଛନ୍ତି ଯେ ଆମେରିକା ଏପରି ଭିସା ପ୍ରଦାନ ବନ୍ଦ କରିବା ଉଚିତ୍ ଯାହା ଆମେରିକୀୟ ଶ୍ରମିକଙ୍କ ଅଧିକାରକୁ ଦୁର୍ବଳ କରୁଛି।ଏଚ୍-୧-ବି ଭିସା ଏକ ଅଣ-ପ୍ରବାସୀ ଭିସା ଯାହା ଆମେରିକୀୟ କମ୍ପାନିଗୁଡ଼ିକୁ ନିର୍ଦ୍ଦିଷ୍ଟ ପ୍ରକାରର କାମ ପାଇଁ ଦକ୍ଷ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଅନୁମତି ଦେଇଥାଏ। ଏହି କର୍ମଚାରୀମାନଙ୍କର ତତ୍ତ୍ୱଗତ କିମ୍ବା ବୈଷୟିକ ଦକ୍ଷତା ରହିଥିବା ଆବଶ୍ୟକ। ଆମେରିକୀୟ ପ୍ରଯୁକ୍ତିବିଦ୍ୟା କମ୍ପାନିଗୁଡ଼ିକ ପ୍ରତିବର୍ଷ ଭାରତ ଏବଂ ଚୀନ୍ ଭଳି ଦେଶରୁ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଏହି ଭିସା ଉପରେ ନିର୍ଭର କରିଥାନ୍ତି। ଯୋଗ୍ୟ ଏବଂ କଠିନ ପରିଶ୍ରମୀ ଆମେରିକୀୟମାନଙ୍କୁ ଶସ୍ତା ବିଦେଶୀ ଶ୍ରମିକଙ୍କ ସହିତ ବଦଳାଇବା ପାଇଁ ନୁହେଁ, ବରଂ ବିଶେଷଜ୍ଞଙ୍କ ପଦବୀ ପାଇଁ ଶ୍ରମିକ ଅଭାବକୁ ପୂରଣ କରିବା ପାଇଁ ଏହି ଭିସା କାର୍ଯ୍ୟକ୍ରମ ସୃଷ୍ଟି କରାଯାଇଥିଲା। ସେ କହିଛନ୍ତି, ମୁଁ ଯେଉଁ ବିଲ୍ ଆଗତ କରିଛି, ତାହା ହେଉଛି ଏଚ୍-୧-ବି ଅପବ୍ୟବହାର ସମାପ୍ତି ଆଇନ, ଏହି କାର୍ଯ୍ୟକ୍ରମକୁ ଏହାର ପ୍ରକୃତ ଉଦ୍ଦେଶ୍ୟକୁ ଫେରାଇ ଆଣିବା ସହ ଆମେରିକୀୟ ଶ୍ରମିକମାନଙ୍କୁ ପ୍ରାଥମିକତା ଦେବ। ଏହି ଆଇନ ଅପବ୍ୟବହାରକୁ ଉତ୍ସାହିତ କରୁଥିବା ନୀତିଗୁଡ଼ିକୁ ବନ୍ଦ କରି କଠୋର ସୁରକ୍ଷା ନିୟମ ସୃଷ୍ଟି କରିବା ସହିତ ଆମର ଜାତୀୟ ସୁରକ୍ଷା ସ୍ୱାର୍ଥକୁ ପ୍ରାଥମିକତା ଦେବ। ଏହି ବିଲ୍ ସ୍ଥାୟୀ ଭାବରେ ଏକ ଦରମା-ଭିତ୍ତିକ ଚୟନ ପ୍ରଣାଳୀ କାର୍ଯ୍ୟକାରୀ କରିବାକୁ କହିଛି। ଏହା ସହ ରାଣ୍ଡମ ଲଟେରୀକୁ ବଦଳାଇବାକୁ ପ୍ରସ୍ତାବ ଦେଇଛି। ଏଥିରେ ଏକ କାଳୀନ ବହୁ ସ୍ଥାନରେ କାର୍ଯ୍ୟ କରୁଥିବା ଏବଂ ତୃତୀୟ-ପକ୍ଷ କର୍ମଚାରୀ-ଏଜେନ୍ସି ମଡେଲଗୁଡ଼ିକ ଉପରେ ରୋକ ଲଗାଇବାକୁ ମଧ୍ୟ ପ୍ରାବଧାନ ରହିଛି।
