ବ୍ରିଟେନ ଗ୍ରୀଷ୍ମପ୍ରବାହ ପଛରେ ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ: ୪୨% ମୃତ୍ୟୁ ପାଇଁ ତାପମାତ୍ରା ବୃଦ୍ଧି ଦାୟୀ, ଗବେଷଣାରୁ ଚାଞ୍ଚଲ୍ୟକର ତଥ୍ୟ
1 min read

ବ୍ରିଟେନ ଗ୍ରୀଷ୍ମପ୍ରବାହ ପଛରେ ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ: ୪୨% ମୃତ୍ୟୁ ପାଇଁ ତାପମାତ୍ରା ବୃଦ୍ଧି ଦାୟୀ, ଗବେଷଣାରୁ ଚାଞ୍ଚଲ୍ୟକର ତଥ୍ୟ

ଲଣ୍ଡନ, ୩୦୲୦୭: ଜଳବାୟୁ ପରିବର୍ତ୍ତନ ଯୋଗୁଁ ବ୍ରିଟେନରେ ଗ୍ରୀଷ୍ମପ୍ରବାହର ତୀବ୍ରତା ଏବଂ ସ୍ଥାୟିତ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଇମ୍ପେରିଆଲ୍ କଲେଜ୍ ଲଣ୍ଡନ, ବ୍ରିଟେନର ମେଟ୍ ଅଫିସ୍ ଏବଂ ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ୍‌ର ଗବେଷକମାନଙ୍କ ମିଳିତ ଅଧ୍ୟୟନରୁ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି।

ଏହି ରିପୋର୍ଟ ଅନୁସାରେ, ଗତ ମେ’ ଓ ଜୁନ୍ ମାସରେ ଗ୍ରୀଷ୍ମପ୍ରବାହ ଯୋଗୁଁ ହୋଇଥିବା ମୋଟ ମୃତ୍ୟୁର ପ୍ରାୟ ୪୨ ପ୍ରତିଶତ ମାନବସୃଷ୍ଟ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ସହ ସିଧାସଳଖ ଜଡ଼ିତ

ଜଳବାୟୁ ପରିବର୍ତ୍ତନର ଏହି ଭୟାବହ ପ୍ରଭାବ ସାଧାରଣ ଜନଜୀବନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି, ଯାହା ପାଇଁ ତୁରନ୍ତ ବିଶ୍ୱସ୍ତରୀୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ରେକର୍ଡ ଭଙ୍ଗା ତାପମାତ୍ରା: ଚଳିତ ବର୍ଷ ମେ ମାସରେ ପଶ୍ଚିମ ଲଣ୍ଡନରେ ୩୫.୧ ଡିଗ୍ରୀ ସେଲ୍‌ସିୟସ୍ ଏବଂ ଜୁନ୍ ମାସରେ ନର୍ଫକ୍‌ର ଲିଙ୍ଗଉଡ୍‌ରେ ୩୭.୭ ଡିଗ୍ରୀ ସେଲ୍‌ସିୟସ୍ ପାରଦ ରେକର୍ଡ କରାଯାଇଥିଲା।ପ୍ରଚଣ୍ଡ ଗରମ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ରେଡ୍ ହେଲ୍‌ଥ ହିଟ୍ ଆଲର୍ଟ’ ଜାରି କରାଯାଇଥିଲା।

ଜରୁରୀକାଳୀନ ପରିସ୍ଥିତି: ସ୍ୱାସ୍ଥ୍ୟ ସଙ୍କଟ ବୃଦ୍ଧି ପାଇବାରୁ କିଛି ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।ଆମ୍ବୁଲାନ୍ସ ସେବା ଉପରେ ଚାପ: ଗ୍ରୀଷ୍ମପ୍ରବାହ କାଳରେ ଲଣ୍ଡନ ଆମ୍ବୁଲାନ୍ସ ସେବା ନିଜ ଇତିହାସରେ ସର୍ବାଧିକ ଜରୁରୀକାଳୀନ ଫୋନ୍ କଲ୍ ପାଇଥିବା ନେଇ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *