1 min read

ସୁନ୍ଦରଗଡ଼ରେ ବିପଦରେ ନଦୀ, ଜଳସ୍ରୋତ ଉପରେ ବଢ଼ୁଛି ସଙ୍କଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ନଦୀ ଉପରେ ମାଡ଼ି ଆସିଛି ବିପଦ। ହେମଗିରି ଓ ଲେଫ୍ରିପଡ଼ା ବ୍ଲକ୍ ଅଞ୍ଚଳର ଜୀବନରେଖା ବସୁନ୍ଧରା ନଦୀ ଖଣି ଗର୍ଭକୁ ଚାଲିଯାଉଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ଜଳଉତ୍ସ ଚତୁର୍ଧାରା ଓ ଇବ୍ ନଦୀ ମଧ୍ୟ ଅସ୍ତିତ୍ୱ ସଙ୍କଟରେ ପଡ଼ିଛି। ଏକଦା ବର୍ଷସାରା ବସୁନ୍ଧରା ଓ ଚତୁର୍ଧାରା ନଦୀ ଉପରେ ୩୦ରୁ ଅଧିକ ଗାଁର ଲୋକେ ନିର୍ଭର କରୁଥିଲେ। ଜମିକୁ ଜଳସେଚନ ଯୋଗାଇବା ସହ ଲୋକଙ୍କ ତୃଷ୍ଣା ମେଣ୍ଟାଇବାରେ ଏହି ଜଳଉତ୍ସଗୁଡ଼ିକର […]

1 min read

୩ ଦିନ ହାଲୁକା ବର୍ଷା, ୯ରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, (ବ୍ୟୁରୋ): ରାଜ୍ୟରେ ଏବେ ବର୍ଷାର ପରିମାଣ ଓ ବିସ୍ତାର କମିଥିଲେ ମଧ୍ୟ ଆଗାମୀ ୩ ଦିନ ଧରି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଏହାପରେ ସେପ୍ଟେମ୍ବର ୯ ତାରିଖରୁ ରାଜ୍ୟରେ ପୁଣି ପ୍ରବଳ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ପଡ଼ୋଶୀ ରାଜ୍ୟ ଉପରେ ସକ୍ରିୟ ଥିବା ଟ୍ରଫ୍ ଲାଇନ୍‌ର ପ୍ରଭାବରେ […]

1 min read

ବିଜେପି କାର୍ଯ୍ୟକାରିଣୀରେ ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

କଟକ: ୨୦୨୪ ସାଧାରଣ ନିର୍ବାଚନ ପରେ ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ଓଡ଼ିଶା ବିଜେପି ନିଜ ସଂଗଠନକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଛି। କଟକ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଏନେଇ ଦିଆଯାଇଛି ଅନେକ ପରାମର୍ଶ। ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍‌. ସନ୍ତୋଷ କର୍ମକର୍ତ୍ତାଙ୍କୁ ଲୋକଙ୍କ ସହ ଅଧିକ ଯୋଡ଼ିହେବାକୁ ଆହ୍ୱାନ ଦେଇଛନ୍ତି। ତଳସ୍ତରର […]

1 min read

୧୫୨୦ ଶିକ୍ଷକ ପଦ ଖାଲି, ୫୭% ଉଚ୍ଚପ୍ରାଥମିକ ସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି

କଳାହାଣ୍ଡି (ପିପିଏସ୍‌): ସର୍ବଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ନେଇ ସରକାରଙ୍କ ଦାବି ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ୨୦୨୬ ଏପ୍ରିଲରେ ପ୍ରକାଶିତ ତଥ୍ୟ ଅନୁସାରେ, ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ୧୫୨୦ଟି ଶିକ୍ଷକ ପଦ ଖାଲି ପଡ଼ିଛି। ଏହା ସହ ୮୨୬ଟି ଅନୁମୋଦିତ ପ୍ରାଥମିକ ସ୍ତରର ଲେଭଲ୍‌-୪ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୪୨ଟି ଖାଲି ରହିଛି। ଉଚ୍ଚପ୍ରାଥମିକ ସ୍ତରର ୬୬୫ଟି ଅନୁମୋଦିତ ପ୍ରଧାନଶିକ୍ଷକ ପଦ ମଧ୍ୟରୁ ୨୮୪ଟି ପଦ […]

1 min read

ପର୍ଯ୍ୟଟକ ବଢ଼ୁଛନ୍ତି, ଭିତ୍ତିଭୂମି ବିକାଶରେ ପଛୁଆ ମୟୂରଭଞ୍ଜ

ବାରିପଦା: ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମୟୂରଭଞ୍ଜରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ ଅନେକ ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳକୁ ଦେଖିବା ପାଇଁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ଅନେକ ପର୍ଯ୍ୟଟନସ୍ଥଳୀରେ ମୌଳିକ ଭିତ୍ତିଭୂମିର ଅଭାବ ପର୍ଯ୍ୟଟନ ବିକାଶରେ ବାଧା ସୃଷ୍ଟି କରୁଛି। ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଶିମିଳିପାଳ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ୯୦ ଲକ୍ଷ ୩୭ ହଜାର ୫୧୯ ଜଣ ପର୍ଯ୍ୟଟକ […]

1 min read

ପାହାଡ଼ ଉପରେ ୨୦ ଗାଁ, ବିକାଶରୁ ବଞ୍ଚିତ ହଜାର ହଜାର ଲୋକ

ମାଲକାନଗିରି: ଜିଲ୍ଲାର ବିକାଶ ପାଇଁ ପ୍ରଶାସନ ଯୋଜନା ପରେ ଯୋଜନା କରୁଥିବା ବେଳେ ଦୁର୍ଗମ ପାହାଡ଼ ଉପରେ ରହୁଥିବା ୨୦ଟି ଗାଁର ଚିତ୍ର ଏବେ ବି ଭିନ୍ନ। ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧା ଅଭାବରେ ଏହି ଗାଁଗୁଡ଼ିକର ଲୋକେ ଦୁର୍ବିଷହ ଜୀବନ କାଟୁଛନ୍ତି। ପ୍ରଶାସନର ବିକାଶର ଚକ ଏଠାକାର ପାହାଡ଼ ଚଢ଼ିପାରୁନଥିବାରୁ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କୋରୁକୋଣ୍ଡା ବ୍ଲକ୍‌ର ନାକାମାମୁଡ଼ି ପଞ୍ଚାୟତ ଦିନେ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ […]

1 min read

ଭୁଶୁଡ଼ିବା ଅପେକ୍ଷାରେ ପୁରୁଣା ତହସିଲ କୋଠା: ସୁରକ୍ଷାକୁ ନେଇ ଆଶଙ୍କା ବ୍ରିଟିଶ ଅମଳର କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ

ନବରଙ୍ଗପୁର: ୧୯୩୨ ମସିହାରେ ସାରା ଦେଶରେ ବ୍ରିଟିଶ ସରକାରଙ୍କ ଶାସନ ଚାଲିଥିବା ସମୟରେ ନବରଙ୍ଗପୁରରେ ଏକ ବଡ଼ ଜେଲ୍‌ ସ୍ଥାପନ କରାଯାଇଥିଲା। ଏହି ଜେଲ୍‌ ଏତେ ବଡ଼ ଥିଲା ଯେ ଏହାର ଦୁଇ ପାର୍ଶ୍ୱରେ ସେତେବେଳର ସରକାର ଦୁଇଟି ତହସିଲ ଓ ଜିଲ୍ଲା ଟ୍ରେଜେରୀ ଖୋଲିଥିଲେ। ପରେ ୧୯୩୬ ମସିହାରେ ଏହାର ଗୋଟିଏ ଅଂଶ ଆରମ୍ଭ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରୁଣା ତହସିଲ କାର୍ଯ୍ୟାଳୟ ମଧ୍ୟ ଏଠାରେ ହିଁ ଚାଲୁଥିଲା। ଆଜି ମଧ୍ୟ ସେହି କାର୍ଯ୍ୟାଳୟ […]

1 min read

ଏଣିକି ଟ୍ରାଫିକ୍‌ ଜାମ୍‌ରୁ ମିଳିବ ମୁକ୍ତି, ଭୁବନେଶ୍ୱରକୁ ଘେରିବ ୧୨୯ କିମିର ରିଙ୍ଗ୍‌ରୋଡ୍

ଭୁବନେଶ୍ୱର (ପିପିଏସ୍): ଏଣିକି ଟ୍ରାଫିକ୍‌ ଜାମ୍‌ରୁ ମିଳିବ ମୁକ୍ତି। ରାଜଧାନୀ ଭୁବନେଶ୍ୱରକୁ ଘେରିବ ୧୨୯ କିଲୋମିଟର ଲମ୍ବା ରିଙ୍ଗ୍‌ରୋଡ୍‌। ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ଏହି ମେଗା ପ୍ରକଳ୍ପ ହାତକୁ ନେଇଛନ୍ତି। ଏନେଇ ଆଜି ଲୋକସେବା ଭବନରେ ପୂର୍ତ୍ତମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ରିଙ୍ଗ୍‌ରୋଡ୍‌ର ଆଲାଇନ୍‌ମେଣ୍ଟ ମଧ୍ୟ ସ୍ଥିର କରାଯାଇଛି। ଏହି ପ୍ରକଳ୍ପକୁ ନେଇ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବା ନେଇ ଆଶା ପ୍ରକାଶ ପାଇଛି। ରାଜଧାନୀ […]

1 min read

ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ!

ଭୁବନେଶ୍ୱର (ପିପିଏସ୍): ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଜୋରଦାର କରିଥିବା ନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଆସନ୍ତା ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ। ସର୍ଭେ ପରେ ଭୋଟର ତାଲିକାକୁ ନେଇ ଆପତ୍ତି ଓ […]

1 min read

କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

କଟକ: କଟକସ୍ଥିତ ଅଣ୍ଡର୍ ଷ୍ଟାଡିୟମ୍ ପରିସରରେ ରାଜ୍ୟ ବିଜେପିର ଦୁଇଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକକୁ ଉଦ୍‌ଘାଟନ କରି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ ଦେଇଛନ୍ତି। ସରକାରୀ ପଦପଦବିରେ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ହୋଇଥିବାରୁ ବ୍ୟକ୍ତିଗତ ଆଶା ଓ ଆକାଂକ୍ଷାକୁ ପଛରେ ରଖି ସାଂଗଠନିକ ସ୍ୱାର୍ଥ ପାଇଁ କାମ କରିବାକୁ ଶ୍ରୀ ବଂଶଲ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। […]