ରାଜ୍ୟ
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକତାର ଅପୂର୍ବ ମହାପର୍ବ
ପୁରୀ, ଜୁଲାଇ ୧୬ (ପ୍ରଜାତନ୍ତ୍ର): ଓଡ଼ିଶାର ସର୍ବବୃହତ୍ ଧାର୍ମିକ ପର୍ବ ଭାବେ ପରିଚିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ପାରମ୍ପରିକ ଉତ୍ସବ ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ବିଶ୍ୱାସ, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ଏକ ମହାସଙ୍ଗମ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ନିଜ ନିଜ ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରନ୍ତି। ଧାର୍ମିକ ପରମ୍ପରା ଅନୁଯାୟୀ, ରଥାରୂଢ଼ ମହାପ୍ରଭୁଙ୍କ […]
ଔଷଧ ଦରରେ ମନମାନି ଶେଷ; ଏଣିକି ପ୍ରତି ଦୋକାନରେ ଲାଗିବ ଦର ତାଲିକା
ଭୁବନେଶ୍ୱର,15 July(PPS): ରାଜ୍ୟରେ ଔଷଧ ବିକ୍ରି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ପ୍ରତ୍ୟେକ ଔଷଧ ଦୋକାନ ସମ୍ମୁଖରେ ଔଷଧର ନିର୍ଦ୍ଧାରିତ ଦର ତାଲିକା ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ। କେନ୍ଦ୍ର ସରକାର ୩୯ଟି ଜରୁରୀ ଔଷଧର ଦର ନିର୍ଦ୍ଧାରଣ କରିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ଏହା ଫଳରେ ଔଷଧ ଦୋକାନୀମାନେ ଆଉ ଇଚ୍ଛାମତେ ଦର ନେଇପାରିବେ ନାହିଁ […]
ଲଘୁଚାପ ପ୍ରଭାବ:୨୦ ଜିଲ୍ଲାକୁ ସତର୍କତା, ୩ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର, ୧୫ ଜୁଲାଇ (ଉଦୟନାଥ): ଉତ୍ତର ବଙ୍ଗୋପସାଗର ଓ ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ତିନି ଦିନ ଧରି ଉତ୍ତର ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, […]
ରଥଯାତ୍ରା-୨୦୨୬ର ପ୍ରମୁଖ କାର୍ଯ୍ୟସୂଚୀ
ପୁରୀ, ୧୫ ଜୁଲାଇ (ପିପିଏସ): ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ବରଂ ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ପରମ୍ପରାର ଏକ ମହାନ ପର୍ବ। ବର୍ଷରେ ଏହି ଏକମାତ୍ର ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ କରନ୍ତି। ଏହି ଅନନ୍ୟ ପରମ୍ପରା ହଜାର ହଜାର ବର୍ଷର ଐତିହ୍ୟ ବହନ କରୁଥିବା […]
ବନ ବିଭାଗର କାର୍ଯ୍ୟାନୁଷ୍ଠାନ; ମହିଳା ଫରେଷ୍ଟର ନିଲମ୍ବିତ
ବୌଦ୍ଧ/କଣ୍ଟାମାଳ, ୧୨ ଜୁଲାଇ(ଉଦୟ): ବୌଦ୍ଧ ବନଖଣ୍ଡ ଅଧୀନ କଣ୍ଟାମାଳ ରେଞ୍ଜ ବାରପଦର ସେକ୍ସନରେ ଘଟିଥିବା ବ୍ୟାପକ ଗଛ କଟା ଓ ଚୋରାଚାଲାଣ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସଂପୃକ୍ତ ଫରେଷ୍ଟର ବୁଲି ବେହେରାଙ୍କୁ ଆଜି ଚାକିରିରୁ ନିଲମ୍ବନ (ସସପେଣ୍ଡ) କରାଯାଇଛି। ମିଳିଥିବା ସୂଚନା ମୁତାବକ, ଶ୍ରୀମତୀ ବେହେରା ବାରପଦର ସେକ୍ସନର ଫରେଷ୍ଟର ଭାବେ ଦାୟିତ୍ୱରେ ଥିବା ସମୟରେ ସୁଳିଆ ସଂରକ୍ଷିତ ଜଙ୍ଗଲରୁ ବହୁମୂଲ୍ୟବାନ ଗଛ ସବୁ ବେଆଇନ ଭାବେ କଟାଯାଇ ବ୍ୟାପକ ପରିମାଣରେ ଚୋରାଚାଲାଣ ହେଉଥିବା […]
ଆଉ ଜଣେ ଯୁବ IPSଙ୍କ ଇସ୍ତଫା
ଭୁବନେଶ୍ୱର, ୧୧।୭(ବ୍ୟୁରୋ): ଓଡ଼ିଶା ପୋଲିସ ପ୍ରଶାସନରେ ଏବେ ଚର୍ଚ୍ଚାର ବଜାର ଗରମ ରହିଛି। ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର (VRS) ଚର୍ଚ୍ଚା ଏପର୍ଯ୍ୟନ୍ତ ଥମିନଥିବା ବେଳେ, ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଚାକିରିରେ ଯୋଗଦେବାର ପ୍ରାୟ ଦୁଇ ବର୍ଷ ନପୁରୁଣୁ ସେ ନିଜ ପଦରୁ ଇସ୍ତଫା ଦେବା ଘଟଣା ଏବେ ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କିଏ ଏହି […]
ବଉଳା କୁମ୍ଭୀରଙ୍କ ୯୨ଟି ବସା ଚିହ୍ନଟ, ଚଳିତ ବର୍ଷ ବସା ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି।
କେନ୍ଦ୍ରାପଡ଼ା, ୧୧ା୭(ଉଦୟ): କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ବିରଳ ବଉଳା କୁମ୍ଭୀରଙ୍କ ୯୨ଟି ବସା ଚିହ୍ନଟ ହୋଇଛି। ନଦୀ ଏବଂ ନାଳଗୁଡ଼ିକରେ ବାସ କରୁଥିବା ଏହି କୁମ୍ଭୀରମାନଙ୍କ ବସା ସମ୍ପର୍କରେ ଶୁକ୍ରବାର ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ମୋଟ ବସା ମଧ୍ୟରୁ କନିକା ରେଞ୍ଜରେ ସର୍ବାଧିକ ୯୦ଟି ଏବଂ ରାଜନଗର ରେଞ୍ଜରେ ୨ଟି ବସା ରହିଛି। କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଓ ବସା ତିଆରି […]
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ମୁତୟନ ହେବେ ୧୯ IPS
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରାକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉପଯୁକ୍ତ ସହଯୋଗ, ସମନ୍ୱୟ ଏବଂ ନିରନ୍ତର ଯୋଗାଯୋଗ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। କୌଣସି ପରିସ୍ଥିତିରେ ଯେପରି ଯୋଗାଯୋଗର ଅଭାବ ନ ରୁହେ, ସେଥିପ୍ରତି ସଜାଗ ରହିବାକୁ ସେ ନିର୍ଦ୍ଦେଶ […]
ବିଲରେ ପଶିବାରୁ ଷଣ୍ଢକୁ କଟୁରିରେ ହାଣି ହତ୍ୟା
କେନ୍ଦ୍ରାପଡ଼ା, ୧୧୵୭(ଉଦୟ): ବିଲରେ ପଶି ଧାନ ତଳି ଖାଇଯିବା ଭଳି ଏକ ସାଧାରଣ କଥାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅମାନୁଷିକ କାଣ୍ଡ। ବିଲରେ ଷଣ୍ଢ ପଶିବାରୁ ଉତ୍କ୍ଷିପ୍ତ ହୋଇ ଜଣେ ଅବସରପ୍ରାପ୍ତ ସୈନିକ ଗୋଟିଏ ଷଣ୍ଢକୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟ ଏକ ଷଣ୍ଢକୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି। ଏହି ଘଟଣାରେ ପୋଲିସ ତପ୍ତରତା ଦେଖାଇ ଅଭିଯୁକ୍ତ ପୂର୍ବତନ ସୈନିକଙ୍କୁ ଗିରଫ କରି କୋର୍ଟ […]
କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ଜେ. ସୋନାଲ
ଜଗତସିଂହପୁର, ୯/୮: ଶୁକ୍ରବାର ଅପରାହ୍ନ ରେ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀ ଜେ ସୋନାଲ l ଭାରତୀୟ ପ୍ରସାଶନିକ ସେଵା 2018 ବ୍ଯାଚ ର ଆଇ.ଏ.ଏସ୍. ଶ୍ରୀ ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଦାୟିତ୍ଵରେ ଥିବା ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ରାଉତଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ଲଲିତ ମୋହନ ବେହେରା, ଜିଲ୍ଲାପରିଷଦ ର ମୁଖ୍ୟ […]
