1 min read

ଖଡ୍ଗ ନଦୀରେ ଓଲଟିଲା ଡଙ୍ଗା; ବୋହୂ-ଶଶୁର ନିଖୋଜ

ବାଲିଗୁଡ଼ା: ଖଡ୍ଗ ନଦୀରେ ଡଙ୍ଗା ଓଲଟି ୮ ଜଣ ଯାତ୍ରୀ ନଦୀ ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସ୍ଥାନୀୟ ଲୋକେ ୬ ଜଣଙ୍କୁ ଉଦ୍ଧାର କରିଥିବାବେଳେ ବୋହୂ ଓ ଶଶୁର ନିଖୋଜ ଅଛନ୍ତି। ଘଟଣାଟି ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡାକା ଗାଁ ନିକଟ ଖଡ୍ଗ ନଦୀରେ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଏକ ଶୁଦ୍ଧ କାର୍ଯ୍ୟକ୍ରମ ସାରି ଗୁନ୍ଦାନା ମଳିକଙ୍କ ପରିବାର ଡଙ୍ଗାରେ ଖଡ୍ଗ ନଦୀ ପାର ହୋଇ ନିଜ ଗାଁକୁ ଫେରୁଥିଲେ। […]

1 min read

ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା  ବୋମା ଖାଇ ଷଣ୍ଢ ମୃତ। 

ବାଙ୍କୀ : ବାରହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାରହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଡମପଡା ବ୍ଲକ୍  କଇଁମୁଣ୍ଡି ଗ୍ରାମରେ। ସୂଚନା ଅନୁଯାୟୀ ପାଥପୁର ପଂଚାୟତ ସ୍ଥିତ କଇଁମୁଣ୍ଡି ଗ୍ରାମର କିଛି ଅସାମାଜିକ ଲୋକ ଜଙ୍ଗଲୀ ବାରହା ଶିକାର ପାଇଁ ବୋମା ଖଞ୍ଜିଥିଲେ। କିନ୍ତୁ ବାରହା ବଦଳରେ ଏକ ବୁଲା ଷଣ୍ଢ ଖାଦ୍ୟ ଅନ୍ୱେଷଣ ବେଳେ ପୂର୍ବରୁ ବାରହା […]

1 min read

ଲଗାଣ ବର୍ଷାରେ ପଟଙ୍ଗା ନାଳ ଉଫୁଣିଲା: ୧୩୦ ପରିବାର ଜଳବନ୍ଦୀ, ବଣାଇଁ-କୁଚିଣ୍ଡା ରାସ୍ତା ଅବରୋଧ କରି ଅଞ୍ଚଳବାସୀଙ୍କ ପ୍ରତିବାଦ

ବଣାଇଁଗଡ଼ (PPS): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଣାଇଁଗଡ଼ ବ୍ଲକ୍ ଅନ୍ତର୍ଗତ ପଟଙ୍ଗା ନାଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ନାଳ ଉପରେ ଥିବା ପୋଲ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ସ୍କୁଲ, ଟୁଣିଆପାଲି ଏବଂ କୁଚିଣ୍ଡା ଯାତାୟାତ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଖବରର ମୁଖ୍ୟ ବିନ୍ଦୁ: “ପ୍ରତିବର୍ଷ ବର୍ଷା ହେଲେ ଏଭଳି ସମସ୍ୟା ଦେଖାଦେଉଛି। ଆମେ ଭୋଟ୍ ଦେଉଛୁ, କିନ୍ତୁ ଆମର […]

1 min read

ହିତାଧିକାରୀଙ୍କୁ ଉପେକ୍ଷା: ସହଯୋଗ କରୁନି ସେବା ସମବାୟ ସମିତି, ଚିନ୍ତାରେ ଦୁଗ୍ଧଚାଷୀ

ଟାଙ୍ଗୀ (ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ଛାଞ୍ଚଗିରି ପଞ୍ଚାୟତର ନିମୈପୁର ଗ୍ରାମରେ ସରକାରଙ୍କ ଗୋପାଳନ (ଜି.ପି.ଆଇ.) ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଓଲସିଂହ ସେବା ସମବାୟ ସମିତିର ଟାଳଟୁଳ ନୀତି ଯୋଗୁଁ ଆର୍ଥିକ ଅନାଟନରେ ଗତି କରୁଥିବା ଗୋପାଳକମାନେ ଋଣ ସହାୟତାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟ ସମସ୍ୟା ଓ ଅଭିଯୋଗ: ସମିତି ସମ୍ପାଦକଙ୍କ ସଫେଇ ଓ ଚାଷୀଙ୍କ ଦାବି: ସମବାୟ ସମିତିର ସମ୍ପାଦକ ରଘୁନାଥ ବସନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆବେଦନକାରୀମାନେ […]

1 min read

ବାଗୁଡ଼ି ପାହାଡ଼ରୁ ମାସିକ ୬ କୋଟି ଟଙ୍କାର ପଥର ଲୁଟ୍; ପ୍ରଶାସନ ଓ ଖଣି ବିଭାଗ ନିଷ୍କ୍ରିୟ

ସୋର (ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳସ୍ଥିତ ବାଗୁଡ଼ି ପାହାଡ଼ରୁ ଅବୈଧ ଭାବେ ଖୁଲମ୍‌ଖୁଲା ପଥର ଲୁଟ୍ ଚାଲିଛି। ପଥର ମାଫିଆମାନେ ସକ୍ରିୟ ଥିବା ବେଳେ ଖଣି ବିଭାଗର ନିଷ୍କ୍ରିୟତା ଓ ଖାମଖିଆଲି ନୀତି ଯୋଗୁଁ ସରକାର ମାସକୁ ପ୍ରାୟ ୬ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଅବୈଧ କାରବାରର ଚିତ୍ର: ବିଭାଗୀୟ ଅଧିକାରୀଙ୍କ ସ୍ଥିତି:

1 min read

ଅସ୍ତରଙ୍ଗରେ କେମିକାଲ କ୍ଷୀରର ମାୟାଜାଲ: ପାଉଡର ଗୋଳି ବିକ୍ରି ହେଉଛି ‘ଧଳା ବିଷ’

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ ନକଲି ଓ ମିଶ୍ରିତ କ୍ଷୀର କାରବାର ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ କ୍ଷୀର ପାଉଡରକୁ ପାଣି ଓ ବିଭିନ୍ନ ରାସାୟନିକ ଦ୍ରବ୍ୟ ସହ ମିଶାଇ ‘ଖାଣ୍ଟି ଗାଈ କ୍ଷୀର’ ନାମରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତରାସାହି ପରେ ଏବେ ଆଳସାହି କାରବାରର କେନ୍ଦ୍ରବିନ୍ଦୁ ସୂଚନା ଅନୁସାରେ, କିଛି ମାସ ତଳେ ତରାସାହି ଅଞ୍ଚଳରେ ଜଣେ […]

1 min read

ଚିନି ପାଇକାରୀ ଦର ୧୫% ହ୍ରାସ; ଖାଉଟିଙ୍କ ପାଇଁ ଆସିଛି କିଛିଟା ଆଶ୍ୱସ୍ତିର ଖବର

ନୂଆଦିଲ୍ଲୀ: ଚିନି ଦରକୁ ନେଇ ଖାଉଟିଙ୍କ ପାଇଁ ଆସିଛି କିଛିଟା ଆଶ୍ୱସ୍ତିର ଖବର। କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍‌ ଅଶୋଧିତ ଚିନିର ଶୁଳ୍କମୁକ୍ତ ଆମଦାନିକୁ ଅନୁମତି ଦେବା ସହ ମହଜୁଦକାରୀଙ୍କ ଉପରେ କଡ଼ା ନଜର ରଖିବା ପରେ ପାଇକାରୀ ବଜାରରେ ଚିନି ଦର ପ୍ରାୟ ୧୫% ହ୍ରାସ ପାଇଛି। ତେବେ ପାଇକାରୀ ଦର କମିଥିଲେ ମଧ୍ୟ ଏହାର ପ୍ରଭାବ ଏପର୍ଯ୍ୟନ୍ତ ଖୁଚୁରା ବଜାରରେ ଦେଖିବାକୁ ମିଳିନାହିଁ। ଗତ ତିନି ଦିନ ମଧ୍ୟରେ କାରଖାନା ଦ୍ୱାର ଦର କ୍ୱିଣ୍ଟାଲ ପିଛା ପ୍ରାୟ ୮୦୦ ଟଙ୍କା କମିଛି। ବର୍ତ୍ତମାନ […]

1 min read

କଳକାରଖାନା ପାଇଁ ମରୁଛି ଟିକିରା-ବ୍ରାହ୍ମଣୀ; ପ୍ରଦୂଷଣରେ ଅସ୍ତବ୍ୟସ୍ତ ଜନଜୀବନ

କଣିହାଁ: ଦିନେ ଥିଲା ଟିକିରା ଓ ବ୍ରାହ୍ମଣୀ ନଦୀର ପାଣି ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ସଦୃଶ। ସ୍ୱଚ୍ଛ ଓ ନିର୍ମଳ ଜଳରେ ନଦୀ ଦୁଇଟି ଅଞ୍ଚଳବାସୀଙ୍କ ଜୀବନ ଓ ଜୀବିକାର ମୁଖ୍ୟ ଆଧାର ଥିଲା। କିନ୍ତୁ ସମୟ ବଦଳିବା ସହ କଣିହାଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ କରି କଳକାରଖାନା ଗଢ଼ିଉଠିବା ପରେ ଏହି ଦୁଇ ନଦୀର ଅବସ୍ଥା ଦୟନୀୟ ହୋଇପଡ଼ିଛି। କଳକାରଖାନା ଯୋଗୁଁ ଲୋକଙ୍କୁ ନିଯୁକ୍ତି ମିଳିଛି ସତ, ହେଲେ ଏହାର ପ୍ରତିକୂଳ ପ୍ରଭାବ ସ୍ଥାନୀୟ […]

1 min read

ବିକାଶଠାରୁ ବହୁ ଦୂରରେ ବିଜେପୁର; ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର-କର୍ମଚାରୀ ଅଭାବ

ବିଜେପୁର: ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚିତ ବିଜେପୁର ନିର୍ବାଚନମଣ୍ଡଳୀ ଦୁଇଟି ହାଇପ୍ରୋଫାଇଲ୍‌ ଉପନିର୍ବାଚନର ସାକ୍ଷୀ ରହିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ସହ ବିକାଶ ପାଇଁ ଦିଆଯାଇଥିଲା ଅନେକ ପ୍ରତିଶ୍ରୁତି। ହେଲେ ଏବେ ବି ବିଜେପୁରର ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି। ବିଶେଷକରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ଲୋକଙ୍କ ପାଇଁ ବଡ଼ ସମସ୍ୟା […]

1 min read

ମରାମତି ଓ ନୂତନ ଶ୍ରେଣୀଗୃହ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଜମନକିରା: ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ଝରୁଛି ପାଣି। ଛାତରୁ ପାଣି ଗଳି ଶ୍ରେଣୀଗୃହରେ ଜମିଯାଉଥିବାରୁ ବିପଦସଙ୍କୁଳ ପରିବେଶରେ ପିଲାଙ୍କ ପାଠପଢ଼ା ଚାଲିଛି। ସ୍କୁଲର ଜରାଜୀର୍ଣ୍ଣ ଛାତ ମରାମତି ସହ ଦୁଇଟି ନୂଆ ଶ୍ରେଣୀଗୃହ ନିର୍ମାଣ ଦାବିରେ ଶନିବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିବା ଘଟଣାକୁ ନେଇ ସର୍ବେଜାଲ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ […]