1 min read

ଶିଳ୍ପର ପାଉଁଶରୁ ‘ଦୁର୍ନୀତି’ର ଧୂଆଁ!

ଓପିଜିସି ପାଉଁଶ ପରିଚାଳନାରେ ବଡ଼ ଅନିୟମିତତା ଅଭିଯୋଗ; ବର୍ଷକୁ ୫୦୦ କୋଟିର ଲାଭ, ପାଉଁଶ ଖର୍ଚ୍ଚ ୩୦୦ କୋଟି! ବ୍ୟୁରୋ: ରାଜ୍ୟରେ ବାଲି, ପାଣି ଓ ଖଣି ପରେ ଏବେ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ପରିଚାଳନାକୁ ନେଇ ଉଠିଛି ସଙ୍ଗିନ ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ବନହରପାଲିଠାରେ ଥିବା ଓପିଜିସିର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶ ପରିଚାଳନା ଏବେ କୋଟି କୋଟି ଟଙ୍କାର କାରବାର ସହ ଜଡ଼ିତ ଏକ ବଡ଼ ପ୍ରସଙ୍ଗ […]

1 min read

୭ ବର୍ଷରେ ଅମୃତ ପାର୍କର ଅମୃତ ଶୁଖିଲା!

ଅବହେଳାରୁ ପରିତ୍ୟକ୍ତ, ପୋଖରୀରେ ଦଳ ଭର୍ତ୍ତି; ବୋଟିଂ ବ୍ୟବସ୍ଥା ଅଚଳ ଭଦ୍ରକ: ଦିନେ ଯେଉଁଠି ଲୋକଙ୍କ ଭିଡ଼ ଜମୁଥିଲା, ଆଜି ସେହି ଅମୃତ ପାର୍କ ଅବହେଳାର ଶିକାର ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ୭ ବର୍ଷ ତଳେ ଭଦ୍ରକରେ ନିର୍ମିତ ଏହି ମନୋରଞ୍ଜନ ପାର୍କର ପୋଖରୀ ଏବେ ଦଳରେ ଭର୍ତ୍ତି ହୋଇଯାଇଥିବା ବେଳେ ବୋଟିଂ ବ୍ୟବସ୍ଥା ମଧ୍ୟ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ପାର୍କର ଆକର୍ଷଣ କ୍ରମେ ହ୍ରାସ ପାଇଥିବାରୁ ଲୋକେ ଏଠାକୁ ଆସିବାକୁ ମୁହଁ ମୋଡ଼ୁଛନ୍ତି। […]

1 min read

ଶିକ୍ଷାର ବିକଳ ଚିତ୍ର: ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ପାଠ ପଢୁଛନ୍ତି ୩୮ ଛାତ୍ରଛାତ୍ରୀ

ଦେବଗଡ଼: ସରକାର ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କୁ ସୁବିଧାଜନକ ପରିବେଶରେ ପାଠପଢ଼ାଇବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳରେ ଏବେ ବି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସୁଛି। ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳୀ ପଞ୍ଚାୟତର ପାଉଡ଼ିଭୂୟାଁ ଅଧ୍ୟୁଷିତ ଅଞ୍ଚଳର ଖୁଣ୍ଟାଡିହି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଗାଁ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ […]

1 min read

ଗର୍ଭାବସ୍ଥାରେ ଦହି ସେବନ କେତେ ଉପକାରୀ?

ଭୁବନେଶ୍ୱର: ଗର୍ଭାବସ୍ଥାରେ ଦହି ଖାଇବା ନିରାପଦ ହେବା ସହ ଏହା ଏକ ପୋଷ୍ଟିକ ଖାଦ୍ୟ ଭାବେ ବିବେଚିତ ହୁଏ। ଦହିରେ ଥିବା ପ୍ରୋବାୟୋଟିକ୍‌ସ୍‌ ଓ ବିଭିନ୍ନ ପୋଷକତତ୍ତ୍ୱ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇପାରେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ: ଦହିରେ ଥିବା ପ୍ରୋବାୟୋଟିକ୍‌ସ୍‌ ଅନ୍ତନଳୀରେ ଉପକାରୀ ବ୍ୟାକ୍ଟେରିଆର ସନ୍ତୁଳନ ରକ୍ଷା କରି ରୋଗ ପ୍ରତିରୋଧକ ଶକ୍ତିକୁ ସମର୍ଥନ କରିପାରେ। ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ: ଗର୍ଭାବସ୍ଥାରେ ମୁଡ୍‌ ସ୍ୱିଙ୍ଗ୍‌ ଓ ଚିନ୍ତା ଭଳି ସମସ୍ୟା […]

1 min read

ନବରଙ୍ଗପୁରରେ ଶ୍ରମିକ ପଞ୍ଜୀକରଣରେ ଅବ୍ୟବସ୍ଥା; ୧୦ ବ୍ଲକ୍‌ରେ ମାତ୍ର ୪ ଶ୍ରମ ଅଧିକାରୀ

ନବରଙ୍ଗପୁର: ଜିଲ୍ଲାର ୧୦ଟି ବ୍ଲକ୍‌ରେ ଥିବା ଲକ୍ଷାଧିକ ଶ୍ରମିକଙ୍କ ପୁନଃନବୀକରଣ ଓ ପଞ୍ଜୀକରଣ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମ ବିଭାଗରେ କର୍ମଚାରୀ ଅଭାବ ସମସ୍ୟାକୁ ଜଟିଳ କରିଛି। ଜଣେ ଜିଲ୍ଲା ଶ୍ରମ ଅଧିକାରୀ ଓ ୪ ଜଣ ସହକାରୀ ଶ୍ରମ ଅଧିକାରୀଙ୍କ ଭରସାରେ ବିଭାଗୀୟ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ମାସକ ଛୁଟିରେ ଜିଲ୍ଲା ଶ୍ରମ ଅଧିକାରୀ ଥିବା ବେଳେ ରାଜ୍ୟ ସରକାର ଅଚାନକ ଭାବେ ଆଉଟସୋର୍ସିଂରେ କାର୍ଯ୍ୟରତ ଜଣେ କଲ୍ୟାଣ ସଂଯୋଜକ ଓ ଜଣେ ଡିଇଓଙ୍କୁ ବାହାର […]

1 min read

ଓଡ଼ିଶା ସମବାୟ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ; ‘ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ଲକ୍ଷ୍ୟରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମେଗା ସମବାୟ ସଦସ୍ୟତା ଅଭିଯାନ **‘ସମ୍ବନ୍ଧ’**ର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ‘ସମ୍ବନ୍ଧ’ ଅଭିଯାନ ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରୁ ଅତିକମରେ ଜଣେ ସଦସ୍ୟଙ୍କୁ ସମବାୟ ସଂସ୍ଥା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏଥିସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂଆ […]

1 min read

ଯଶଙ୍କ ‘Toxic’ର ଧମାକାଦାର ଓପନିଂ; ପ୍ରଥମ ଦିନରେ ୮୨.୮୮ କୋଟି ଟଙ୍କା ନେଟ୍ କଲେକ୍ସନ୍

ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଯଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic: A Fairy Tale for Grown-Ups’ ବକ୍ସ ଅଫିସ୍‌ରେ ଜୋରଦାର ଆରମ୍ଭ କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଫିଲ୍ମଟି ଭାରତରେ ପ୍ରଥମ ଦିନରେ ପ୍ରାୟ ୮୨.୮୮ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି। ଏହାର ଇଣ୍ଡିଆ ଗ୍ରସ୍ କଲେକ୍ସନ୍ ପ୍ରାୟ ୯୭.୮୦ କୋଟି ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି। ପ୍ରଥମ ଦିନରେ ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମର ପ୍ରାୟ ୧୯,୨୨୧ଟି ଶୋ’ ହୋଇଥିଲା। ସାମଗ୍ରିକ […]

1 min read

ସୁନ୍ଦରଗଡ଼ରେ ଶିଶୁ ସୁରକ୍ଷା ଯୋଜନା ବାଟବଣା; ସରକାରୀ ସୁବିଧାରୁ ବଞ୍ଚିତ ଅନାଥ ଶିଶୁ

ରାଉରକେଲା: ପିତୃମାତୃହୀନ ଶିଶୁମାନଙ୍କୁ ମୌଳିକ ସୁବିଧା ସହ ସୁରକ୍ଷା ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାର ହେମଗିରି, ବାଲିଶଙ୍କରା, ସୁନ୍ଦରଗଡ଼, କୁତ୍ରା, ବେଲପାହାଡ଼ା, ରାଉରକେଲା ଓ ଜଗଦା ଭଳି ୭ଟି ସ୍ଥାନରେ ୮ଟି ପଞ୍ଜୀକୃତ ଶିଶୁଯତ୍ନ ଶିକ୍ଷାନୁଷ୍ଠାନ (ସିସିଆଇ) ରହିଛି। ଏଠାରେ ୫ରୁ ୧୫ ବର୍ଷ […]

1 min read

ଲଗାଣ ବର୍ଷାରେ ପଟଙ୍ଗା ନାଳ ଉଫୁଣିଲା: ୧୩୦ ପରିବାର ଜଳବନ୍ଦୀ, ବଣାଇଁ-କୁଚିଣ୍ଡା ରାସ୍ତା ଅବରୋଧ କରି ଅଞ୍ଚଳବାସୀଙ୍କ ପ୍ରତିବାଦ

ବଣାଇଁଗଡ଼ (PPS): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଣାଇଁଗଡ଼ ବ୍ଲକ୍ ଅନ୍ତର୍ଗତ ପଟଙ୍ଗା ନାଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ନାଳ ଉପରେ ଥିବା ପୋଲ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ସ୍କୁଲ, ଟୁଣିଆପାଲି ଏବଂ କୁଚିଣ୍ଡା ଯାତାୟାତ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଖବରର ମୁଖ୍ୟ ବିନ୍ଦୁ: “ପ୍ରତିବର୍ଷ ବର୍ଷା ହେଲେ ଏଭଳି ସମସ୍ୟା ଦେଖାଦେଉଛି। ଆମେ ଭୋଟ୍ ଦେଉଛୁ, କିନ୍ତୁ ଆମର […]

1 min read

ହିତାଧିକାରୀଙ୍କୁ ଉପେକ୍ଷା: ସହଯୋଗ କରୁନି ସେବା ସମବାୟ ସମିତି, ଚିନ୍ତାରେ ଦୁଗ୍ଧଚାଷୀ

ଟାଙ୍ଗୀ (ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ଛାଞ୍ଚଗିରି ପଞ୍ଚାୟତର ନିମୈପୁର ଗ୍ରାମରେ ସରକାରଙ୍କ ଗୋପାଳନ (ଜି.ପି.ଆଇ.) ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଓଲସିଂହ ସେବା ସମବାୟ ସମିତିର ଟାଳଟୁଳ ନୀତି ଯୋଗୁଁ ଆର୍ଥିକ ଅନାଟନରେ ଗତି କରୁଥିବା ଗୋପାଳକମାନେ ଋଣ ସହାୟତାରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟ ସମସ୍ୟା ଓ ଅଭିଯୋଗ: ସମିତି ସମ୍ପାଦକଙ୍କ ସଫେଇ ଓ ଚାଷୀଙ୍କ ଦାବି: ସମବାୟ ସମିତିର ସମ୍ପାଦକ ରଘୁନାଥ ବସନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆବେଦନକାରୀମାନେ […]