ପ୍ରମୁଖ ଖବର
ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ବିଲ୍ ଆଗତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ,୧୯।୭: ସଂସଦର ମୌସୁମୀ ଅଧିବେଶନରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନର ଆରମ୍ଭରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ବିଲ୍ ଆଗତ କରିବେ। ପ୍ରସ୍ତାବିତ ଆଇନର ଲକ୍ଷ୍ୟ ହେଉଛି ଜାତୀୟ ସଙ୍ଗୀତ,‘ବନ୍ଦେ ମାତରମ୍’ କୁ ଜାତୀୟ ସଙ୍ଗୀତ, ‘ଜନ ଗଣ ମନ’ ଦ୍ୱାରା ବର୍ତ୍ତମାନ ମିଳୁଥିବା ସମାନ ଆଇନଗତ ଏବଂ ନ୍ୟାୟିକ ସୁରକ୍ଷା ପ୍ରଦାନ କରିବା। ଯଦି ଏହା ପ୍ରଣୟନ କରାଯାଏ, ତେବେ ଏହି ବିଲ୍ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନରେ ସଂଶୋଧନ ଆଣିବ ଯାହା ଦ୍ୱାରା ‘ବନ୍ଦେ ମାତରମ୍’ର ଅପମାନକୁ ଏକ ଦଣ୍ଡନୀୟ ଅପରାଧ ପାଲଟିବ, ଯାହା ଆଇନଗତ ସୁରକ୍ଷା ଦୃଷ୍ଟିରୁ ଜାତୀୟ ସଙ୍ଗୀତ ସହିତ ସମାନ ହେବ। ପ୍ରସ୍ତାବିତ ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ଜାତୀୟ ସଙ୍ଗୀତର ଆବେଦନକୁ ଅପମାନ କରନ୍ତି କିମ୍ବା ବାଧା ଦିଅନ୍ତି, ତେବେ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ। ରାଷ୍ଟ୍ରୀୟ ସମ୍ମାନର ଅପମାନ ନିବାରଣ ଆଇନ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବ, ଯାହା ଦ୍ୱାରା ଲୋକମାନେ ଏହାକୁ ଗାଇବା ସମୟରେ ଠିଆ ହେବା ଏବଂ ଅସମ୍ମାନ କିମ୍ବା ବାଧା ସୃଷ୍ଟି କରୁଥିବା କାର୍ଯ୍ୟକୁ ଉପରେ ରୋକ ଲଗାଇବ। ପ୍ରସ୍ତାବିତ ସଂଶୋଧନର ଲକ୍ଷ୍ୟ ହେଉଛି ‘ବନ୍ଦେ ମାତରମ୍’ କୁ ସମାନ ଆଇନଗତ ସୁରକ୍ଷା ପ୍ରଦାନ କରିବା, ଯାହାକୁ ଜାତୀୟ ସଙ୍ଗୀତ ଭାବରେ ମାନ୍ୟତା ମିଳିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏପରି ଆଇନଗତ ସୁରକ୍ଷା ମିଳିନାହିଁ। ପ୍ରସ୍ତାବିତ ଆଇନ ଅନୁଯାୟୀ, ଯଦି ଏହି ବିଲ୍ ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୁଏ, ତେବେ ‘ବନ୍ଦେ ମାତରମ୍’କୁ ଅପମାନ କରିବା ଏକ ଫୌଜଦାରୀ ଅପରାଧ ହୋଇଯିବ। ଯାହାକି ଅନ୍ୟ ରାଷ୍ଟ୍ରୀୟ ପ୍ରତୀକ ଯେପରିକି ଜାତୀୟ ସଙ୍ଗୀନ, ଜାତୀୟ ପତାକା ଓ ସମ୍ବିଧାନର ସୁରକ୍ଷା କରାଯାଏ। ଏହି ବଇନଗତ ପଦକ୍ଷେପ ଗୃହମନ୍ତ୍ରଣାଳୟ ୯ ଜୁଲାଇରେ ସବୁ ରାଜ୍ୟକୁ ଦିଆଯାଇଥିବା ନିର୍ଦେଶ ପରେ ଆଣିଛି। ଏଥିରେ କୁହାଯାଇଛି ସରକାରୀ କାମ ବେଳେ ଯେତେବେଳେ ବି ଜନଗଣମନ ଗାନ କରାଯାଏ ତେବେ ତା ପୂର୍ବରୁ ବନ୍ଦେ ମାତରମ ବଜା ଯିବ। ଏହି ପ୍ରସ୍ତାବିତ ପରିବର୍ତ୍ତନ ଉପରେ ସଂସଦରେ ଚାଲୁଥିବା ମୌସୁମୀ ଅଧିବେଶନରେ ଚର୍ଚ୍ଚା ହେବ।
ଜମ୍ମୁ-କଶ୍ମୀରରେଭୟଙ୍କରଭୂସ୍ଖଳନ: ୧୬ମୃତ
ନୂଆଦିଲ୍ଲୀ, ୧୯।୭: ଉତ୍ତର ଏବଂ ପୂର୍ବ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିବା ଯୋଗୁ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଅନେକ ନିଖୋଜ ଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୬ରୁ ୭ ଦିନ ଉତ୍ତର, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ମୌସୁମୀ ସକ୍ରିୟ ରହିବା ସାଙ୍ଗକୁ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଜମ୍ମୁ ଏବଂ କଶ୍ମୀରରେ ପ୍ରବଳ ବର୍ଷା ହୋଇ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୁଞ୍ଚ ଏବଂ ରାଜୌରୀର ଯୋଡ଼ା ସୀମାବର୍ତ୍ତୀ ଜିଲାଗୁଡ଼ିକରେ ବାଦଲ ଫଟା ବର୍ଷା ଯୋଗୁ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅତିକମରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ନିଖୋଜ ଅଛନ୍ତି। ପୁଞ୍ଚ ଜିଲାର ସୁରନକୋଟ ତହସିଲ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଏପରିକି ସମ୍ପୃକ୍ତ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ହୋଇଛି। ଅଧିକାରୀଙ୍କ କହିବା ମୁତାବକ, ନିରନ୍ତର ବର୍ଷା ଏବଂ କ୍ଷତିଗ୍ରସ୍ତ ରାସ୍ତା ମଧ୍ୟରେ ନିଖୋଜଙ୍କୁ ଖୋଜିବା କଷ୍ଟକର ହେଉଥିବା କହିଛନ୍ତି।
ଆଡ଼ପ ମଣ୍ଡପରେ ବିଜେ କଲେ ମହାପ୍ରଭୁ; ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତ ଦିନ ବିରାଜିବେ ଚତୁର୍ଦ୍ଧା ମୂର୍ତ୍ତି
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ଅନ୍ୟତମ ପବିତ୍ର ନୀତି ‘ଆଡ଼ପ ମଣ୍ଡପ ବିଜେ’ ସଫଳତାର ସହ ଶେଷ ହୋଇଛି। ପାରମ୍ପରିକ ପହଣ୍ଡି ବିଜେ ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ବେଦ ମନ୍ତ୍ର, ଘଣ୍ଟ-ଘଣ୍ଟା, ହରିବୋଲ ଧ୍ୱନି ଏବଂ ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନି ମଧ୍ୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର […]
ବିଶ୍ୱ ଜନସଂଖ୍ୟା ପକ୍ଷ-୨୦୨୬
ସୁସ୍ଥ ମା’ ଓ ସୁରକ୍ଷିତ ଶିଶୁ ପାଇଁ ବ୍ରହ୍ମପୁରରେ ଆଇଇସି ସଚେତନତା ରଥ ଶୁଭାରମ୍ଭ ବ୍ରହ୍ମପୁର(ପିପିଏସ୍): ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା, ଅନିଚ୍ଛିତ ଗର୍ଭଧାରଣର ପ୍ରତିରୋଧ, ଗର୍ଭଧାରଣ ମଧ୍ୟରେ ସୁସ୍ଥ ସମୟ ଓ ବ୍ୟବଧାନ ସମ୍ପର୍କରେ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୧ଜୁଲାଇରୁ ୨୪ ଜୁଲାଇ ପର୍ଯ୍ୟନ୍ତ […]
ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ “ଆଣ୍ଡି ବର୍ନହାମ”!
ଲଣ୍ଡନ, ଜୁଲାଇ ୧୮(ପିପିଏସ୍): ବ୍ରିଟେନର ଶାସନ ବ୍ୟବସ୍ଥାରେ ଖୁବ୍ ଶୀଘ୍ର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଲେବର ପାର୍ଟିର ନୂଆ ନେତା ଭାବେ ଆଣ୍ଡି ବର୍ନହାମଙ୍କୁ ଆନୁଷ୍ଠାନିକ ଭାବେ ଚୟନ କରାଯାଇଥିବାରୁ ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଛି। ସୂଚନାନୁସାରେ, କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ରାଜା ଚାର୍ଲସ ତୃତୀୟଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ଦାଖଲ କରିବେ। ଇସ୍ତଫା ଗ୍ରହଣ […]
କାକଟପୁର-ଅସ୍ତରଙ୍ଗରେ ଖୁଲମଖୁଲା ରାଜ୍: ଅବକାରୀ ନିୟମକୁ ବୁଢା ଆଙ୍ଗୁଳି ଦେଖାଉଛନ୍ତି ମଦ ବ୍ୟବସାୟୀ !
ଅସ୍ତରଙ୍ଗ, ୧୬|୦୭: ସରକାରୀ ନିୟମ କେବଳ ଫାଇଲରେ। ବାସ୍ତବରେ ଚାଲିଛି ମଦ ବ୍ୟବସାୟୀ ଙ୍କ ରାଜ୍।ପୁରୀ ଜିଲ୍ଲା ନିମାପଡା ଅବକାରୀ କାର୍ଯ୍ୟାଳୟ ଅଧୀନରେ ଥିବା ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକର ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡିକ ଏବେ ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବ୍ୟବସାୟ କରୁଛନ୍ତି। ଫଳରେ ଗ୍ରାହକଙ୍କୁ ଲୁଟୁଛନ୍ତି ଆଉ ସରକାରୀ ଖଜଣା ଖାଲି ହେଉଛି। ଅବକାରୀ ଆଇନ ଅନୁଯାୟୀ କୌଣସି ଦୋକାନୀ ଏମ୍ ଆର ପି ଠାରୁ ଅଧିକ ଟଙ୍କା […]
‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ମାମଲା: ଓଡ଼ିଶା ହାଇକୋର୍ଟଙ୍କ ରୋକ ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ନିର୍ମାତା
ନୂଆଦିଲ୍ଲୀ/ପୁରୀ, ଜୁଲାଇ ୧୬ (ଉଦୟ): ଭଗବାନ ଶ୍ରୀଜଗନ୍ନାଥଙ୍କ ଜୀବନ ଉପରେ ଆଧାରିତ ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ‘ ର ମୁକ୍ତିକୁ ନେଇ ଆଇନଗତ ବିବାଦ ଜୋର ଧରିଛି। ଜୁଲାଇ ୧୭ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇବା ପରେ ନିର୍ମାତା ପକ୍ଷ ସୁପ୍ରିମକୋର୍ଟର ଶରଣାପନ୍ନ ହୋଇଛନ୍ତି। ନିର୍ମାତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ ଭାରତର ମୁଖ୍ୟ ବିଚାରପତିଙ୍କ ନିକଟରେ ମାମଲାର ଜରୁରୀ ଶୁଣାଣି […]
ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା: ରଥାରୂଢ଼ ହେଲେ ଶ୍ରୀବିଗ୍ରହ, ଅପରାହ୍ନରେ ଗଡ଼ିବ ରଥ
ପୁରୀ, ୧୬ ଜୁଲାଇ(PPS): ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ପବିତ୍ର ତିଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ରୀତିନୀତି ଅନୁଯାୟୀ, ଗୁରୁବାର ସକାଳୁ ଶ୍ରୀଜୀଉମାନଙ୍କ ଶୃଙ୍ଖଳିତ ‘ଧାଡ଼ି ପହଣ୍ଡି’ ଅନୁଷ୍ଠିତ ହୋଇଛି। ପ୍ରଥମେ […]
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ପୁରୀ, ଜୁଲାଇ ୧୬ (ପ୍ରଜାତନ୍ତ୍ର ଡେଲି): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ସମଗ୍ର ଦେଶ ଭକ୍ତିମୟ ପରିବେଶରେ ମଗ୍ନ ରହିଛି। ମହାପ୍ରଭୁଙ୍କ ଦର୍ଶନ ଓ ରଥ ଟାଣିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଅସଂଖ୍ୟ ଭକ୍ତ ପୁରୀରେ ସମବେତ ହୋଇଛନ୍ତି। ଏହି ପବିତ୍ର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ “X” ମାଧ୍ୟମରେ ନିଜର ଶୁଭେଚ୍ଛା […]
ଔଷଧ ଦରରେ ମନମାନି ଶେଷ; ଏଣିକି ପ୍ରତି ଦୋକାନରେ ଲାଗିବ ଦର ତାଲିକା
ଭୁବନେଶ୍ୱର,15 July(PPS): ରାଜ୍ୟରେ ଔଷଧ ବିକ୍ରି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ପ୍ରତ୍ୟେକ ଔଷଧ ଦୋକାନ ସମ୍ମୁଖରେ ଔଷଧର ନିର୍ଦ୍ଧାରିତ ଦର ତାଲିକା ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ। କେନ୍ଦ୍ର ସରକାର ୩୯ଟି ଜରୁରୀ ଔଷଧର ଦର ନିର୍ଦ୍ଧାରଣ କରିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ଏହା ଫଳରେ ଔଷଧ ଦୋକାନୀମାନେ ଆଉ ଇଚ୍ଛାମତେ ଦର ନେଇପାରିବେ ନାହିଁ […]
