Popular News
ହାର୍ପିସ୍ ଆକ୍ରାନ୍ତରେ ଛୁଆ ହାତୀ ‘ମାମା’ର ମୃତ୍ୟୁ
ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଭୁବନେଶ୍ୱର ସ୍ଥିତ ଚନ୍ଦକାର ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ୭ ବର୍ଷର ଛୁଆହାତୀ ‘ମାମା’ର ମୃତ୍ୟୁ ନେଇ ଚନ୍ଦକା DFO ସୂଚନା ଦେଇଛନ୍ତି। ୨୦୧୭ରେ ଗୋଠଛଡ଼ା ‘ମାମା’କୁ ପ୍ରଶିକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ ହାତୀ ମଧ୍ୟ […]
ମଣିଷ ଦେହରେ ବାର୍ଡ ଫ୍ଲୁ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀମଣିଷ ଦେହରେ ବାର୍ଡ ଫ୍ଲୁ: ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ପୁରୀ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଏନେଇ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ଏଥିଲାଗି ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ରୁ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନ୍ସ କରାଯାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଜିଲ୍ଲା ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ […]
ମରଣଜନ୍ତା ପାଲଟିଛି ଲାଞ୍ଜିଗଡ ଶାନ୍ତି ନଗର ପଡା ରାସ୍ତା
କଳାହାଣ୍ଡି/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତ ସ୍ଥିତ ଶାନ୍ତି ନଗରଠାରୁ ସାପ୍ତାହିକ ବଜାରକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ଲୋକଙ୍କ ପାଇଁ ମରଣଜନ୍ତା ପାଲଟିଛି । ଏହାର ମରାମତି ପାଇଁ ଲାଞ୍ଜିଗଡ ପଞ୍ଚାୟତ କର୍ତ୍ତୃପକ୍ଷ କି ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ଦାୟିତ୍ୱ ନେଇଥିବା ବେଦାନ୍ତ କମ୍ପାନୀକୁ ପଡାବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନାହିଁ ବୋଲି ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଶିଳ୍ପର ସହର ଲାଞ୍ଜିଗଡ ସାପ୍ତାହିକ ବଜାର ଠାରୁ […]
ଆରମ୍ଭ ହେବ ସିଏମ୍ କିଷାନ ଯୋଜନା
ଭୂମିହୀନ ଚାଷୀଙ୍କୁ ମିଳିବ ସାଢ଼େ ୧୨ ହଜାର ଟଙ୍କା ଭୁବନେଶ୍ବର/୨୮-୦୮-୨୪(ପିପିଏସ): ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ କୃଷକମାନଙ୍କୁ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ। ଏହାଛଡ଼ା ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ସେ ଆହୁରି କହିଛନ୍ତି, ନୂଆ ଚାଷୀଙ୍କୁ ସାମିଲ ପାଇଁ ସିଏମ୍ […]
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣକୁ ଆଜୀବନ କାରାଦଣ୍ଡ
କଟକ/୨୮-୦୮-୨୪(ପିପିଏସ): ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୨ ତାରିଖରେ ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ […]
‘ରାମାୟଣ’ଫିଲ୍ମରେ ରାମ ଭୂମିକାରେ ରଣବୀର, ଲକ୍ଷ୍ମଣ ପାଇଁ ରାଜି ହେଉନାହାଁନ୍ତି କଳାକାର !
ମୁମ୍ବାଇ/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ‘ରାମାୟଣ’ ଏବେ ବଲିଉଡର ସବୁଠାରୁ ବଡ ପ୍ରକଳ୍ପ ଯାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏପର୍ଯ୍ୟନ୍ତ ଫିଲ୍ମର ଅଫିସିଆଲ ଘୋଷଣା ହୋଇନି କିନ୍ତୁ ଅଲଗା ଅଲଗା ରିପୋର୍ଟ ଓ ସେଟରୁ ଲିକ୍ ହୋଇଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି କି ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ ।ଏବେ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାଓ୍ବଡା ଜଣାଇଛନ୍ତି କି ତାଙ୍କ ହିସାବରେ ‘ଆନିମଲ’ […]
ସୋସିଆଲ ମିଡିଆ ସାମ୍ବାଦିକଙ୍କ ପାଇଁ ସରକାରଙ୍କ କୌଣସି ନୀତି ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୮-୦୮-୨୪(ପିପିଏସ): ରାଜ୍ୟରେ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ନୀତି ଉପରେ ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଓ ଓ୍ବେବ୍ ସାମ୍ବାଦିକଙ୍କ ପଞ୍ଜିକରଣ ନେଇ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି। ବିଧାୟକ ରମେଶ ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ସାମାଜିକ ଗଣମାଧ୍ୟମକୁ ବ୍ୟବସ୍ଥିତ କରିବା ତଥା ସେଥିରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ପାଇଁ ନିର୍ଦିଷ୍ଟ […]
ଇସ୍କନ ବୁର୍ଲା ଠାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ
ସମ୍ବଲପୁର/ଭୁବନେଶ୍ୱର,ତା୨୮-୮-୨୪ (ପିପିଏସ ) : ଗତ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବୁର୍ଲାସ୍ଥିତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ବହୁ ଉତ୍ସାହ ଓ ଉଦ୍ଧୀପନାର ହ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ବୁର୍ଲା ତଥା ସମ୍ବଲପୁର ଅଞ୍ଚଳରୁ ପାୟ ଦଶହଜାର ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦାନ କରିଥିଲେ | ଜନ୍ମାଷ୍ଟମୀ ଉପଲକ୍ଷେ ସାତଦିନ ଧରି ଭାଗବତ ସପ୍ତାହ ଶ୍ରୀପାଦ ପାଦସେବା ଦାସ ଓ ଶ୍ରୀପାଦ ସାନ୍ଦୀପନି ମୁନି ଦାସଙ୍କ ଦ୍ୱାରା ପ୍ରଦାନ […]
ଓଡ଼ିଶାରେ ଖୋଳତାଡ କରିବେ ଇଡି ନିର୍ଦ୍ଦେଶକ
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ଓଡ଼ିଶାରେ ପହଞ୍ଚିଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାହୁଲ। ସେ ଗସ୍ତ ସମୟରେ ଅନେକ ଗରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ତେବେ ଇଡ଼ି ମୁଖ୍ୟଙ୍କ ଓଡି଼ଶା ଗସ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି। ତାଙ୍କ ଗସ୍ତ ସମୟରେ ଓଡ଼ିଶାରେ କିଛି ପୁରୁଣା ଫାଇଲ ଉପରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ୧୯୯୩ବ୍ୟାଚର ଆଇଆରଏସ […]
ଇଣ୍ଡିଆ ବୁକ୍ ଅଫ୍ ରେକଡ଼ରେ ସ୍ଥାନ ପାଇଲେ କଟକର ପୁଅ ସାଇ ସୌରଭ
କଟକ, ୨୭-୦୮-୨୪ (ପିପିଏସ) : ମହାନଦୀବିହାର ବାସିନ୍ଦା ସମାଜସେବୀ ସଞ୍ଜୟ ଜେନା ଓ ଶିକ୍ଷାବିତ୍ ଦେବର୍ଷୀ ରାଉତଙ୍କ ସୁପୁତ୍ର ସାଇ ସୌରଭ ଜେନା ୧୭ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକଡ଼ରେ ସ୍ଥାନ ପାଇଛନ୍ତି । ୨୦୨୪ ମସିହାରେ ଏହି ସଫଳତା ପାଇବାରେ ସାଇ ସୌରଭ ଓଡ଼ିଶାର ଏକମାତ୍ର ଛାତ୍ର ଅଟନ୍ତି । ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାରର ପାରିବାରିକ ଓ ସାମାଜିକ ବ୍ୟାପାରକୁ ନେଇ ଉପୁଜୁ ଥିବା ସମସ୍ୟାରେ ଛନ୍ଦି ହୋଇ ଆଜିର ଯୁବପିଢ଼ି […]
