ଇଣ୍ଡିଆ ବୁକ୍ ଅଫ୍ ରେକଡ଼ରେ ସ୍ଥାନ ପାଇଲେ କଟକର ପୁଅ ସାଇ ସୌରଭ
1 min read

ଇଣ୍ଡିଆ ବୁକ୍ ଅଫ୍ ରେକଡ଼ରେ ସ୍ଥାନ ପାଇଲେ କଟକର ପୁଅ ସାଇ ସୌରଭ

କଟକ, ୨୭-୦୮-୨୪ (ପିପିଏସ) : ମହାନଦୀବିହାର ବାସିନ୍ଦା ସମାଜସେବୀ ସଞ୍ଜୟ ଜେନା ଓ ଶିକ୍ଷାବିତ୍ ଦେବର୍ଷୀ ରାଉତଙ୍କ ସୁପୁତ୍ର ସାଇ ସୌରଭ ଜେନା ୧୭ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକଡ଼ରେ ସ୍ଥାନ ପାଇଛନ୍ତି । ୨୦୨୪ ମସିହାରେ ଏହି ସଫଳତା ପାଇବାରେ ସାଇ ସୌରଭ ଓଡ଼ିଶାର ଏକମାତ୍ର ଛାତ୍ର ଅଟନ୍ତି । ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାରର ପାରିବାରିକ ଓ ସାମାଜିକ ବ୍ୟାପାରକୁ ନେଇ ଉପୁଜୁ ଥିବା ସମସ୍ୟାରେ ଛନ୍ଦି ହୋଇ ଆଜିର ଯୁବପିଢ଼ି ଆତ୍ମହତ୍ୟାକୁ ଆପଣେଇ ନେଉଛନ୍ତି । ଏହାକୁ ରୋକିବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି ମହାନଦୀ ବିହାର ଅଞ୍ଚଳ ତଥା ଗଣ୍ଡରପୁରସ୍ଥିତ ଏଲ୍‌.ଆର୍‌. ଡିଏଭି +୨ ବିଜ୍ଞାନ ଛାତ୍ର ସାଇ ସୌରଭ । ଭିଜନ ଟ୍ରଷ୍ଟ ନାମରେ ସଂଗଠନ ଗଢ଼ି ୧୦ରୁ ଊର୍ଦ୍ଧ ଛାତ୍ରଙ୍କୁ ଏଥିରେ ସାମିଲ କରି ବିଭିନ୍ନ ସ୍ଥାନରେ ଆତ୍ମହତ୍ୟାଠାରୁ କିପରି ଦୁରେଇ ରହିହେବ ସେ ଦିଗରେ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହିତ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ରୋପଣ ମଧ୍ୟ କରୁଛନ୍ତି । ଏଥି ସହିତ କରୋନା ମହାମାରୀ ସମୟରେ ଲୋକମାନଙ୍କୁ ବିନା ମୂଲ୍ୟରେ ଟୀକା ଯୋଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲେ । ଏହିସବୁ ଭିନ୍ନ ଧରଣର କାର୍ଯ୍ୟପାଇଁ ସାଇ ସୌରଭ ଇଣ୍ଡିଆ ବୁକ୍ ଅଫ୍ ରେକଡ଼ରେ ସ୍ଥାନ ପାଇ ରାଜ୍ୟ ତଥା କଟକ ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି । ଏହି ସଫଳତା ପାଇଁ ରାଜ୍ୟର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *