Popular News
ପରିବାରର ସବୁ ଯୋଗ୍ୟ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ପରିବାରର ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ରାଜ୍ୟର ବିଜେପି ସରକାର ନିଜର ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାରେ ବାର୍ଷିକ ୧୦ହଜାର ଟଙ୍କା ଲେଖାଏଁ ହାତପାଣ୍ଠି ଯୋଗାଇ ଦେବ । ଏପରିକି ଗୋଟିଏ ପରିବାରରେ ଯଦି ୩/୪ଜଣ କିମ୍ବା ଯେତେଜଣ ମହିଳା ଥିବେ ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହାସହିତ ଗୋଟିଏ ପରିବାରରୁ ଜଣେ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ନେଇ ଚାଲିଥିବା ଚର୍ଚ୍ଚାରେ […]
ମଠମନ୍ଦିରକୁ ଟଙ୍କା ବଣ୍ଟନ : ତଦନ୍ତ କରିବ ଟାସ୍କଫୋର୍ସ
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ଭିକେ ପାଣ୍ଡିଆନଙ୍କ ଦ୍ୱାରା ବିଭିନ୍ନ ମଠ ମନ୍ଦିରକୁ ଟଙ୍କା ବଣ୍ଟନର ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ କରାଯିବ । ଆଜି ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସିଏମଓର ଜଣେ ଅଧିକାରୀ ରାଜ୍ୟ ତମାମ ବୁଲିବୁଲି ନିଜ ପକେଟରୁ ଦେଲା ଭଳି ଟଙ୍କା ବାଂଟିଲେ । ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଂଟିଲେ । […]
ଓଡ଼ିଶାର ଦୁଇ ଶିକ୍ଷକ ପାଇବେ ‘ଜାତୀୟ ଶିକ୍ଷକ ପୁରସ୍କାର’
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ଆସନ୍ତା ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କୁ ମନୋନୀତ କରାଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ଦୁଇ ଶିକ୍ଷକଙ୍କ ସମେତ ଦେଶର ମୋଟ ୫୦ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାର ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ୱିତିଚନ୍ଦ୍ର ସାହୁଙ୍କୁ ଚଳିତବର୍ଷ […]
ବିଜେଡିରୁ ବହିସ୍କୃତ ହେଲେ ସସ୍ମିତା ମାଝୀ
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ଭିକେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳ ତରଫରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଜନବିରୋଧୀ କାର୍ଯ୍ୟ ଯୋଗୁ […]
ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ : ସେପ୍ଟେମ୍ବର ୮ରେ ନବାନ୍ନ ଲାଗି
ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ : ସେପ୍ଟେମ୍ବର ୮ରେ ନବାନ୍ନ ଲାଗି ସମ୍ବଲପୁର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ସେପ୍ଟେମ୍ବର ୮ ତାରିଖରେ ପଡ଼ୁଛି ନୂଆଁଖାଇ। ଏଥିପାଇଁ ପ୍ରଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନୂଆଁଖାଇ ପାଇଁ ପୂର୍ବରୁ ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଆଜି ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲା ପାଇଁ ଶୁଭଲଗ୍ନ ସ୍ଥିର ହୋଇଛି। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ପୂର୍ବହ୍ନ ୯ଟା ୧୨ରୁ […]
ସାମାନ୍ୟ ବଚସା ନେଲା ଉଗ୍ରରୂପ : କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା
ଝାରସୁଗୁଡା/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଲେ । ଝାରସୁଗୁଡ଼ା ସଦର ଥାନା ବେହେରାପାଟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସାହାଜାହାନ ଖାଁ । ସାହାଜାହାନ ଘର ଝାରସୁଗୁଡା ସହର ସ୍ଥିତ ମଙ୍ଗଳବଜାର ଅଞ୍ଚଳର ବୋଲି ଜଣାଯାଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଓ ଅନ୍ୟ ଜଣଙ୍କୁ ଅଟକ ରଖିଛି। ଗତକାଲି ରାତିରେ ଇମ୍ରାନ ଓ ତାଙ୍କ ସହଯୋଗୀ […]
ବାଘକୁ ମାରି ମାଂସ ଖାଇଲେ : ଗିରଫ ହେଲେ ୩ ଶିକାରୀ
ସମ୍ବଲପୁର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : କଲରାପତରିଆ ବାଘକୁ ଶିକାର କରି ମାଂସକୁ ରୋଷେଇ କରି ଖାଇଲେ ଶିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ। ଏହି ଘଟଣାରେ ବନ କର୍ମଚାରୀ ୩ ଜଣ ଶିକାରୀକୁ ଗିରଫ କରିଛନ୍ତି । ଷୋମବାର ରାତିରେ ବନ ବିଭାଗର ଟିମ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ହିରାଲୋଇ ଗାଁ ପାଖ ଜଙ୍ଗଲରେ ଚଢ଼ାଉ କରିଥିଲା । ହଠାତ୍ ବନ ବିଭାଗ ଟିମ୍ର ଚଢ଼ାଉ ନେଇ କିଛି ଶିକାରୀ ଛତ୍ର ଭଙ୍ଗ […]
ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ରାଜ୍ୟସଭା ସାଂସଦ ଭାବେ ବିଜେପି ପ୍ରାର୍ଥୀ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା । ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ।କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ। ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ […]
ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର : ଉଭୟ ନାମାଙ୍କନ ଓ ପ୍ରତ୍ୟାହାର ଥିଲା ଦଳର ନିଷ୍ପତ୍ତି
ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ହଟିଲା ପରଦା, ସରିଲା ସମସ୍ତ କଳ୍ପନା ଜଳ୍ପନା l ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗତ ୨୧ ତାରିଖରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ। ୧୦ ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରିଥିଲେ । ତେବେ ସେହିଦନ ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ପାଇଁ […]
ଧାନ ବିକ୍ରିର ୮ମାସ ପରେ ମଧ୍ୟ ମିଳିଲାନି ଟଙ୍କା : ଧାରଣାରେ ଚାଷୀ
ବଲାଙ୍ଗିର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫରେ ଧାନ ବିକ୍ରୀ କରିଥିଵା ଚାଷୀଙ୍କ ପାଉଣା ୮ ମାସ ପରେ ମଧ୍ୟ ଅଦ୍ୟାବଧି ମିଳି ପାରିନାହିଁ l ଏହାକୁ ନେଇ ଚାଷୀମାନେ ଆଜି ଦ୍ଵିତୀୟ ଦିନରେ ଟିଟିଲାଗଡ଼ ଠାରେ ସମବାୟ ସମିତି ସହାୟକ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଗତକାଲି ଦୀର୍ଘ 3 ଘଣ୍ଟା ଧରି ଧାରଣାରେ ବସିଥିବା ବେଳେ ପ୍ରଶାସନ ପକ୍ଷରୁ ଟିଟିଲାଗଡ଼ ଥାନା ଆଇଆଇସି […]
