ଆରମ୍ଭ ହେବ ସିଏମ୍ କିଷାନ ଯୋଜନା
1 min read

ଆରମ୍ଭ ହେବ ସିଏମ୍ କିଷାନ ଯୋଜନା

ଭୂମିହୀନ ଚାଷୀଙ୍କୁ ମିଳିବ ସାଢ଼େ ୧୨ ହଜାର ଟଙ୍କା

ଭୁବନେଶ୍ବର/୨୮-୦୮-୨୪(ପିପିଏସ): ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ କୃଷକମାନଙ୍କୁ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ। ଏହାଛଡ଼ା ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ସେ ଆହୁରି କହିଛନ୍ତି, ନୂଆ ଚାଷୀଙ୍କୁ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ବି ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରୁ ବାଦ୍ ହୋଇଥିଲେ ସେମାନଙ୍କୁ ସାମିଲ ଲାଗି ବ୍ୟବସ୍ଥା କରାଯାଇଛି।  ବିଧାନସଭାରେ ବାଲେଶ୍ବର ସଦର ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ କେ.ଭି ସିଂ ଦେଓ ଏହି ଲିଖିତ ଉତ୍ତର ଦେଇଛନ୍ତି। ତେବେ ଏହାର ଶୁଭାରମ୍ଭ ତାରିଖର ଘୋଷଣା କରିନାହାନ୍ତି କୃଷି ମନ୍ତ୍ରୀ କେଭି ସିଂହଦେଓ।

Leave a Reply

Your email address will not be published. Required fields are marked *