ମରଣଜନ୍ତା ପାଲଟିଛି ଲାଞ୍ଜିଗଡ ଶାନ୍ତି ନଗର ପଡା ରାସ୍ତା
1 min read

ମରଣଜନ୍ତା ପାଲଟିଛି ଲାଞ୍ଜିଗଡ ଶାନ୍ତି ନଗର ପଡା ରାସ୍ତା

କଳାହାଣ୍ଡି/ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତ ସ୍ଥିତ ଶାନ୍ତି ନଗରଠାରୁ ସାପ୍ତାହିକ ବଜାରକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ଲୋକଙ୍କ ପାଇଁ ମରଣଜନ୍ତା ପାଲଟିଛି । ଏହାର ମରାମତି ପାଇଁ ଲାଞ୍ଜିଗଡ ପଞ୍ଚାୟତ କର୍ତ୍ତୃପକ୍ଷ କି ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ଦାୟିତ୍ୱ ନେଇଥିବା ବେଦାନ୍ତ କମ୍ପାନୀକୁ ପଡାବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନାହିଁ ବୋଲି ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଶିଳ୍ପର ସହର ଲାଞ୍ଜିଗଡ ସାପ୍ତାହିକ ବଜାର ଠାରୁ ଶାନ୍ତି ନଗର ପଡାକୁ ପାଦ ଚଲା ରାସ୍ତା ଥିଲା । ଏନେଇ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ଅଞ୍ଚଳର ବିକାଶ ପାଇଁ ଲୋକଙ୍କ ସୁଖଦୁଃଖର ସାଥି ବୋଲି କହୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଡାବାସୀ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗୁହାରୀ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଏହାପରେ ପଞ୍ଚାୟତ, ବ୍ଳକ ଓ ପରେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଲାଞ୍ଜିଗଡ ପଞ୍ଚାୟତ ପକ୍ଷରୁ ୨୦୨୦-୨୧ ମସିହାରେ ସାପ୍ତାହିକ ବଜାର ଠାରୁ ଶାନ୍ତି ନଗର ପଡା ପର୍ଯ୍ୟନ୍ତ ୩୦୦ ଶହ ମିଟର ନୂତନ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହେଲା। ହେଲେ ନିମ୍ନ ମନର କାମ ହୋଇଥିବାର ଅଭିଯୋଗ ହୋଇଥିଲା । ଯାହା ଫଳରେ ମାତ୍ର ୬ ମାସ ମଧ୍ୟରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହି ନିମ୍ନ ମାନର କାମ ଯୋଗୁଁ ପଡାବାସୀ ବ୍ଳକ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ରାସ୍ତା ଦେଇ ଶାନ୍ତି ନଗର ପଡାବାସୀ, ଛାତ୍ରଛାତ୍ରୀ ସମେତ ଗୋଇପଟା, ପୁଜାରିପଡା ଓ କଲୋନୀ ପଡାବାସୀ ଯାତାୟତ କରୁଛନ୍ତି l ଏହି ରାସ୍ତା କାମ ଶୀଘ୍ର କରାନଗଲେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ

Leave a Reply

Your email address will not be published. Required fields are marked *